• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

khordha
ଖୋର୍ଦ୍ଧା ସବ୍ ଜେଲର ୫ ନମ୍ବର ୱାର୍ଡରେ ଚାଲିଥିଲା ବ୍ରାଉନସୁଗର କାରବାର

ଭୁବନେଶ୍ୱର:  କିଛି ଦିନ ତଳେ ଖୋର୍ଦ୍ଧା ଜେଲରେ ବ୍ରାଉନସୁଗର କାରବାର ହେଉଥିବା ନେଇ ଭିଡିଓ ଭାଇରାଲ ଘଟଣାରେ ମତ ରଖିଛନ୍ତି ଏସ୍‌ପି । ଏହି ଭାଇରାଲ  ଭିଜୁଆଲଟି ଖୋର୍ଦ୍ଧା ଜେଲ୍‌ର ହୋଇଥିବା ସ୍ପଷ୍ଟ  କରିଛନ୍ତି ଏସ୍‌ପି  । ସେ କହିଛନ୍ତି  ଖୋର୍ଦ୍ଧା ସବ୍ ଜେଲରେ ବ୍ରାଉନସୁଗର କାରବାର ଚାଲିଥିବା ନେଇ ଗତ ୬ ତାରିଖରେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହି ଘଟଣା ପରେ ଖୋର୍ଦ୍ଧା ଜେଲ୍‌ରେ ଜୋରଦାର ଚଢାଉ ହୋଇଥିଲା। ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଚଢ଼ାଉ […]

  • Tuesday, 13 July 2021
jharpda
ଖୋର୍ଦ୍ଧା ପରେ ଝାରପଡା ଜେଲରେ ନିଶା କାରବାର; ଭିଡିଓ ଭାଇରାଲ

ଭୁବନେଶ୍ୱର: କିଛି ଦିନ ତଳେ ଖୋର୍ଦ୍ଧା ଜେଲରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ଭିଡିଓ ଭାଇରାଲ ହେବା ପରେ ଏବେ  ଭୁବନେଶ୍ୱର ଝାରପଡା ଜେଲରେ ନିଶା କାରବାର ଚାଲିଥିବ ଭିଡିଓ ସାମ୍ନାକୁ ଅସିଛି । ରାଜଧାନୀର କେନ୍ଦ୍ରରେ  ଥିବା ଏଇ ଜେଲ ଭିତରେ ଗଞ୍ଜେଇ, ସିଗାରେଟ ଓ  ଟଙ୍କା ଦିଆନିଆ ଚାଲିଥିବା ଭିଡିଓ ଭାଇରାଲ ପରେ ଏନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ଜେଲର କଡା ସୁରକ୍ଷା ବଳୟ ମଧ୍ୟରେ କିଭଳି ଏହି କାରବାର କରାଯାଇଛି […]

  • Tuesday, 13 July 2021
exam
ଆଜିଠୁ ଆରମ୍ଭ ହେଲା +୨ ଅଫଲାଇନ୍ ଖାତା ଦେଖା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଅଫଲାଇନ୍ ଖାତା ଦେଖା । ରାଜ୍ୟର ମୋଟ୍ ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ହେବ  ଖାତା ଦେଖା।  କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟ ଉପରେ ଖାତା ଦେଖା ଆରମ୍ଭ ହେବ।  ଦୁଇଟି ପର୍ଯ୍ୟାୟରେ ଓ ଦୁଇଟି ସିଫ୍ଟରେ ଖାତା ଦେଖା ହେବ ବୋଲି ଜଣାପଡ଼ିଛି । ସକାଳ ସାଢ଼େ ୭ଟାରୁ ମଧ୍ୟାହ୍ନ ସାଢ଼େ ୧୨ ଟାରେ ପ୍ରଥମ ସିଫ୍ଟ ଓ ଦିନ ସାଢେ ଗୋଟାଏରୁ ସଂଧ୍ୟା ୬ଟା ୩୦ […]

  • Tuesday, 13 July 2021
108
ଅସହାୟ ବୃଦ୍ଧାଙ୍କ ପାଇଁ ଦେବଦୂତ ସାଜିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବାଲେଶ୍ୱର: ସହାୟତା କରିବା ପାଇଁ ଅର୍ଥର ଆବଶ୍ୟକତା ନ ଥାଏ । ଆବଶ୍ୟକ ଥାଏ ଉଦାର ହୃଦୟର, ସ୍ନେହସିକ୍ତ ମନର । ତାଙ୍କ ପାଖରେ ଅର୍ଥ ନାହିଁ । ତଥାପି ତାଙ୍କର ସ୍ୱଳ୍ପ ସମ୍ବଳକୁ ନେଇ ବଢାଇଛନ୍ତି ତାଙ୍କ ସହାୟତାର ହାତ । ସେ ହେଉଛନ୍ତି ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଜୀବନ କୁମାର ବେହେରା । ସେ ସହାୟତା ନାଁରେ ଟଙ୍କା ବା ସୁନା ଅଜାଡି ଦେଇ ନାହାନ୍ତି ସତ, ହେଲେ ତାଙ୍କର ସାମର୍ଥ୍ୟ ଭିତରେ […]

  • Tuesday, 13 July 2021
sabyasa
ପୁଣି ପ୍ରବାସ ଫେରନ୍ତାଙ୍କୁ ସହାୟତାର ହାତ ବଢାଇଲେ ସବ୍ୟସାଚୀ

ଭୁବନେଶ୍ୱର: ପୁଣି ଥରେ ପ୍ରବାସ ଫେରନ୍ତାଙ୍କୁ ସାହାଯ୍ୟର ହାତ ବଢାଇ ଚର୍ଚ୍ଚାକୁ ଆସିଛନ୍ତି ଓଲିଉଡ୍‌ ଅଭିନେତା ସବ୍ୟସାଚୀ। ଲକ୍‌ଡାଉନ୍‌ ବେଳେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମିଶ୍ର ରାଜସ୍ଥାନରେ ଫସି ରହିଥିବା କିଛି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚରେ ଫେରାଇ ଆଣିଛନ୍ତି। ଏଥିପାଇଁ ସେ ଦୁଇଟି ବସ୍‌ର ବ୍ୟବସ୍ଥା କରିଥିଲେ। ଏବେ ସୁନ୍ଦରଗଡ଼ ଜିଲ୍ଲାର ଝିଅ ପିଙ୍କି ମିଞ୍ଜଙ୍କୁ ବଢାଇଛନ୍ତି ସହାୟତାର ହାତ । ପିଙ୍କି ମ୍ବାଇରେ ଏକ କମ୍ପାନୀରେ କାମ କରୁଥିଲ। ଟ୍ରେନ୍ ଚାଲିବା ପରେ ଯୁବତୀ […]

  • Tuesday, 13 July 2021
jhia
ଝିଅର ଶୁଦ୍ଧିକ୍ରିୟା କରୁଥିଲେ, ଖବର ଆସିଲା ଝିଅ ବଞ୍ଚିଛି....

ରାଉରକେଲା: ପ୍ରାୟ ଏକ ବର୍ଷ ଧରି ନିଖୋଜ ହୋଇଯାଇଥିଲେ ଝିଅ। ଅନେକ ଆଶା ଆଶଙ୍କା ମଧ୍ୟ ଦେଇ ଗତି କରୁଥିଲେ ପରିବାର ଲୋକେ। ଶେଷରେ ଝିଅକୁ ନ ପାଇ ପରିବାରର ଲୋକେ ଝିଅର ମୃତ୍ୟୁ ହୋଇଥିବା ଭାବି କ୍ରିୟାକ୍ରମ କରିବାକୁ ଲାଗିଥିଲେ। ହେଲେ ଏହାପୂର୍ବରୁ ଝିଅ ଜୀବତ ଥିବା ନେଇ ଆସିଲା ଖବର। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଲାଠିକଟା ବ୍ଲକ ଚାନ୍ଦିପୋଷ ଅଞ୍ଚଳରେ। ବର୍ଷେ ତଳୁ ଚମ୍ପାଝରଣର ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ।  […]

  • Tuesday, 13 July 2021
puri
ପୁରୀରେ କାହିଁକି କୋହଳ ହେଲା ସଟଡାଉନ ?

ପୁରୀ: ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ୪୮ ଘଣ୍ଟିଆ ସଟଡାଉନ ଘୋଷଣା କରାଯାଇଛି।  ପ୍ରତି ଶନିବାର, ରବିବାର ୨ ଦିନ ପାଇଁ ୧୧ଟି ଜିଲ୍ଲା ହେବ ସଟଡାଉନ। ଏହି ୧୧ ଜିଲ୍ଲା ମଧ୍ୟରେ ପୁରୀ ଥିଲେ ହେଁ ସଟ୍‌ଡାଉନ କଟକଣା ପୁରୀରେ ସାମାନ୍ୟ କୋହଳ କରାଯାଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଦୁଇଦିନ ପାଇଁ ପୁରୀରେ ୧୪୪ ଧାରା ଜାରି କରାଯାଇଥିଲା। ଦୁଇଦିନ ଧରି ଘରୁ ବାହରି ପାରି ନ ଥିଲେ ପୁରୀ ବାସିନ୍ଦା । ତେଣୁ […]

  • Tuesday, 13 July 2021
brown sugar
ଜେଲ୍ ଭିତରେ ଚାଲିଛି ଧଳା ଜହରର କାରବାର

ଭୁବନେଶ୍ୱର: ଜେଲ୍ ଭିତରେ କଟକଣା ଭିତରେ ବି ଚାଲିଛି ଧଳା ଜହରର କାରବାର । ଲୁଚାଛପାରେ ବି ନୁହେଁ, ଜେଲର‌ ଚାରି କାନ୍ଥ ଭିତରେ ଖୁଲମଖୁଲା ବସୁଛି ବ୍ରାଉନସୁଗାର ହାଟ । ଏମିତି ଅଭିଯାଗ ଆସିଛି ଖୋର୍ଦ୍ଧା ଜେଲ୍‌ରୁ।  ଏହି ଜେଲ୍ ଭିତରେ ପ୍ରତିଦିନ ଏଭଳି ବେଧଡକ୍ ଭାବେ ଧଳା ଜହରର କଳା କାରବାର ଚଳାଇଛନ୍ତି ଅନ୍ତେବାସୀ । କେବଳ ବିକ୍ରି ହେଉଛି, ତା ନୁହେଁ।  କଏଦୀ ମାନେ ଏସବୁ ଖୋଲାଖୋଲି ସେବନ ମଧ୍ୟ କରୁଛନ୍ତି । […]

  • Tuesday, 13 July 2021
alarnatha
ଭକ୍ତଙ୍କୁ ବାରଣ; ନୀରବି ଯାଇଛି ଅଲାରନାଥ ପୀଠ

ପୁରୀ: ବର୍ଷକରେ ଏଇ କିଛିଦିନ କୋଳାହଳମୟ ହୋଇଉଠେ ପ୍ରଭୁ ଅଲାରନାଥଙ୍କ ପୀଠ। ହେଲେ ଏଥର ଖାଁ ଖାଁ ପୁରୀ ଜିଲ୍ଲା ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥଙ୍କ ମନ୍ଦିର। ଭକ୍ତଙ୍କ ଗହଳ ନାହିଁ। କେବଳ ଯାହା ଅଳ୍ପକିଛି ସେବକଙ୍କ ଗହଣରେ ଠାକୁରଙ୍କ ନୀତିକାନ୍ତି ଚାଲିଛି। ଶ୍ରୀଜୀଉ ଦେବସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ କରିବା ପରେ ଜ୍ୱରରେ ପଡ଼ନ୍ତି। ସ୍ନାନବେଦିରୁ ବାହୁଡନ୍ତି ଅଣସର ଘରକୁ। ୧୫ ଦିନ ଯାଏ ଅଣସର ଘରେ ଚାଲେ ମହାପ୍ରଭୁଙ୍କ ଗୁପ୍ତ ସେବା। ଏହି ୧୫ ଦିନ […]

  • Tuesday, 13 July 2021
anasara
ମହାସ୍ନାନ ପରେ ଅଣସରକୁ ଗଲେ ଶ୍ରୀଜିଉ

ପୁରୀ: ସ୍ନାନଯାତ୍ରା ସାରି ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେବା ପରେ ଅଣସର ପିଣ୍ଡିକୁ ବାହୁଡ଼ି ଯାଇଛନ୍ତି ଶ୍ରୀଜୀଉ। ଖାଁ ଖାଁ ବଡଦାଣ୍ଡ। ଭକ୍ତଙ୍କ ଭିଡ଼ ନଥିଲା କି ସେବାୟତଙ୍କ କୋଳାହଳ ନ ଥିଲା। ଖାଁ ଖାଁ ପରିବେଶରେ ମହାସ୍ନାନ କରିଥିଲେ କାଳିଆ ଠାକୁର। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ତିନି ଠାକୁର ଏବ ଜ୍ୱରରେ ପଡ଼ିଛନ୍ତି।  ତେଣୁ ରତ୍ନବେଦିକୁ ନ ଫେରି ବାହୁଡିଛନ୍ତି ଅଣସର ଘରକୁ। ଗତକାଲି ଗୋଟି ପହଣ୍ଡିରେ ବଡ଼ଠାକୁର […]

  • Tuesday, 13 July 2021
chhera
କାହିଁକି ଗଜପତି କଲେନି ଛେରାପହଁରା ?

ପୁରୀ: ମହାପ୍ରଭୁଙ୍କର ଆଜି ସ୍ନାନଯାତ୍ରା ଚାଲିଥିବା ବେଳେ ଛେରା ପହରା ପାଇଁ  ଆସିନଥିଲେ ଗଜପତି ମହାରାଜ । ତାଙ୍କ ବଦଳରେ ମୁଦିରଥଙ୍କ ହାତରେ ଏହି ନୀତି ସମ୍ପନ୍ନ ହୋଇଥିଲା । ମଇଲମ, ମକାପ ସର୍ବାଙ୍ଗ ଏବଂ ନୂଆଲଗା ବେଶ ପରେ ସମ୍ପନ୍ନ ହୋଇଥିଲା ଛେରା ପହଁରା। ତେବେ ଗଜପତି କାହିଁକି ଛେରା ପହରା କରିବାକୁ ଆସିଲେନି। ଏହାର କାରଣ ସଂପର୍କରେ ଗଜପତି କହିଛନ୍ତି, ସରକାରଙ୍କ କୋଭିଡ ଗାଇଡ୍ଲାଇନକୁ ମାନି ସେ ଛେରା ପହଁରା କରିବାକୁ ଆସିନାହାନ୍ତି । […]

  • Tuesday, 13 July 2021
EZtyMGYU4AEWeMI
ସ୍ନାନଯାତ୍ରା: ୧୦୮ ଗରା ଜଳରୁ କାହା ଭାଗ କେତେ ?

ଆଜି ପବିତ୍ର ସ୍ନାନଯାତ୍ରା । ୧୦୮ ସୁନା କଳସରେ ପାଣି ଆସିବ। ସ୍ନାନବେଦି ଉପରେ ବସି ମହାପ୍ରଭୁ କରିବେ ମହାସ୍ନାନ। ଏହି ଦିବ୍ୟ ଦୃଶ୍ୟ ଦେଖି ଭକ୍ତ ହେବେ ବିଭୋର। ମହାପ୍ରଭୁଙ୍କର ଏଇ ନୀତିକାନ୍ତି ଯେତେ ବୁଝିଲେ ବି ଅବୁଝା ଲାଗେ। ଯେତେ ଶୁଣିଲେ ବି ନୂଆ ଲାଗେ। ଆସନ୍ତୁ ଜାଣିବା, ସ୍ନାନଯାତ୍ରାରେ ମହାପ୍ରଭୁଙ୍କର ହେଉଥିବା କେତେକ ନୀତିକାନ୍ତି ବିଷୟରେ। -ଆଜି ତ ଠାକୁର କରିବେ ମହାସ୍ନାନ। ୧୦୮ କଳସ ସୁବାସିତ ଜଳରେ ଗଧୋଇବେ। ତେବେ ବର୍ଷଯାକ […]

  • Tuesday, 13 July 2021
lord jagannath
ସ୍ନାନପୂର୍ଣ୍ଣମୀରେ ଗଜାନନ ବେଶ କାହିଁକି ?

ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ ।  ଦାରୁ ବିଗ୍ରହମାନଙ୍କ ଜନ୍ମ ତିଥି ଭାବେ ବିବେଚିତ ଏହି ତିଥି । ସ୍ନାନବେଦି ଉପରେ ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧା ମୂରତି। କରୋନା କଟକଣା ଯୋଗୁ ଦୀର୍ଘଦିନ ଧରି ଭକ୍ତ ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଜି ଚର୍ମଚକ୍ଷୁରେ  ନ ହେଲେ ବି ଟିଭି ପରଦାରେ ମହାପ୍ରଭୁଙ୍କ ଅପୂର୍ବ ଶୋଭା ଦର୍ଶନର ସୌଭାଗ୍ୟ ଲାଭ କରିବେ। ଭକ୍ତଙ୍କ ମନ […]

  • Tuesday, 13 July 2021
lord jagannath
ସ୍ନାନମଣ୍ଡପରେ ଶେଷ ହେଲା ମଙ୍ଗଳଆଳତି, ଅବକାଶ ନୀତି

ପୁରୀ: ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ସ୍ନାନ ପୂର୍ଣ୍ଣମୀ ।  ଦାରୁ ବିଗ୍ରହମାନଙ୍କ ଜନ୍ମ ତିଥି ଭାବେ ବିବେଚିତ । ସେଥିପାଇଁ ଆଧାତ୍ମିକମୟ ହୋଇଛି ଶ୍ରୀକ୍ଷେତ୍ର। ଚଳଚଞ୍ଚଳ ହୋଇଉଠିଛି ଶ୍ରୀମନ୍ଦିର।  ଆଜି ମହାପ୍ରଭୁଙ୍କ ସ୍ନାନ ନୀତି । ୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କରିବେ ଚତୁର୍ଦ୍ଧା ମୂରତି। ରାତିରେ ମଙ୍ଗଳାର୍ପଣ ଶେଷ ପରେ ଶ୍ରୀଜିଉଙ୍କ ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇଥିଲା। ତା‘ ପରେ ଧାଡ଼ି ପହଣ୍ଡିରେ ପ୍ରଥମେ ଶ୍ରୀ ସୁଦର୍ଶନ ରତ୍ନବେଦିରୁ ଓହ୍ଲାଇ […]

  • Tuesday, 13 July 2021
srimandira
ରଥଯାତ୍ରାର ଆଦ୍ୟ ପର୍ବ ‘ସ୍ନାନଯାତ୍ରା’

ସ୍ନାନଯାତ୍ରା-ରଥଯାତ୍ରାର ଆଦ୍ୟ ପର୍ବ। ଏହି ଦିନରୁ ହିଁ ଆରମ୍ଭ ହୋଇଥାଏ ଶ୍ରୀଜିଉଙ୍କ ରଥଯାତ୍ରା ପର୍ବ। ଆଜି ସ୍ନାନମଣ୍ଡପରେ ସ୍ନାନ କରିବେ ତିନି ଠାକୁର। ସଜେଇ ହେଇଛି ସ୍ନାନ ବେଦି। ସେ ବି ମହାପ୍ରଭୁଙ୍କ ସ୍ପର୍ଶ ପାଇବା ପାଇଁ ଆତୁର। ମହାପ୍ରଭୁ ସ୍ନାନବେଦିରେ ବିଜେ କଲା ପରେ ସୁନା କୂଅରୁ ଜଳ ଆସିବ। ୧୦୮ ଗରା ପାଣିରେ ମହାପ୍ରଭୁ ସ୍ନାନ ମଣ୍ଡପରେ ସ୍ନାନ କରିବେ। ଏହି ଅପୂର୍ବ ଦୃଶ୍ୟ ଦେଖିବାର ସୌଭାଗ୍ୟ କିଏ ବା ହାତଛଡ଼ା କରିବ ? […]

  • Tuesday, 13 July 2021
lord
ଆଜି ସ୍ନାନଯାତ୍ରା: ସ୍ନାନବେଦିରେ ଶ୍ରୀଜିଉ

ଘୋଷଯାତ୍ରାର ପ୍ରଥମ ପର୍ବ ସ୍ନାନଯାତ୍ରା । ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ମହାସ୍ନାନ ଦେଇ ପବିତ୍ର ହେବ ଭକ୍ତଙ୍କ ଚର୍ମଚକ୍ଷୁ । ବଡ ଭାଇ ଓ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଝୁଲି ଝୁଲି କାଳିଆ ଠାକୁର ଆସିଗଲେଣି ସ୍ନାନ ମଣ୍ଡପକୁ ।  ରାଘବଦାସ ମଠରୁ ପ୍ରସ୍ତୁତ ହୋଇଥିବା ଗଜାନନ ବେଶର ମୁକୁଟ ଓ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀ ପରିଧାନ କରି ମହାପ୍ରଭୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ନିର୍ଦ୍ଧାରିତ ସମୟ ଅନୁସାରେ ରାତି ୧ଟାରେ ମଙ୍ଗଳାର୍ପଣ […]

  • Tuesday, 13 July 2021
ମୋବାଇଲ୍_ ଟର୍ଚ୍ଚରେ ପଡ଼ିଲା ଷ୍ଟିଚ୍_
ନବନିର୍ମିତ ଡାକ୍ତରଖାନାରେ ନ ଥିଲା ଲାଇଟ୍‌, ମୋବାଇଲ୍‌ ଟର୍ଚ୍ଚରେ ହେଲା ରୋଗୀସେବା

ନୟାଗଡ଼: ଡାକ୍ତରଖାନାରେ ଥିଲା ଚକାଚକ୍‌। ବହୁ କୋଟି ଟଙ୍କା ବ୍ୟୟରେ ଅଳ୍ପଦିନ ତଳା ନିର୍ମାଣ କରାଯାଇଛି। ହେଲେ ଭିତରେ ଅନେକ ଅବ୍ୟବସ୍ଥା। ଏହି ନବନିର୍ମିତ ଡାକ୍ତରଖାନାରେ ବିଦ୍ୟୁତ୍ ସୁବିଧା ଉପଲବ୍ଧ ନାହିଁ। ଏପଟେ ଗୁରୁତର ଅବସ୍ଥାରେ ଆସିଥିବା ଜଣେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଶେଷରେ ବାଧ୍ୟ ହୋଇ ମୋବାଇଲ ଟର୍ଚ୍ଚ ଲାଇଟ୍ ଜଳାଇ ଜଣେ ଗୁରୁତର ଆହତ ବ୍ୟଙ୍କିଙ୍କର ଚିକିତ୍ସା କରାଗଲା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ରଣପୁର ବ୍ଲକ ରାଜ […]

  • Tuesday, 13 July 2021
jagannatha
ଇସ୍ତଫା ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ଇସ୍ତଫାପତ୍ର ପ୍ରତ୍ୟାହାର କରିନେଲେ ଜଗନ୍ନାଥ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି । ଭୁବନେଶ୍ୱର ବିଜେପି ସଭାପତି ଚୟନରେ ଅସନ୍ତୁଷ୍ଟ ହୋଇ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ ଜଗନ୍ନାଥ। ତେବେ ଗତକାଲି ବିଜେପି ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା ପରେ ସେ ମନ ପରିବର୍ତ୍ତନ କରି ପୁଣି ଏକାଠି ହୋଇ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦଳରେ କିଛି ମାତ୍ରାରେ ଅବ୍ୟବସ୍ଥା ଥିବାରୁ ଅସନ୍ତୋଷ ଥିଲା।  […]

  • Tuesday, 13 July 2021
vacc
ଶେଷରେ ରାୟଗଡ଼ା ଛୁଇଁଲା କରୋନା

ଭୁବନେଶ୍ୱର:ରାୟଗଡ଼ା ଛୁଇଁଲା କରୋନା। ଓଡ଼ିଶାର ୨୯ ଜିଲ୍ଲା କରୋନା ଆକ୍ରାନ୍ତ ହୋଇଥିବାବେଳେ ଏକମାତ୍ର ଜିଲ୍ଲା ରାୟଗଡ଼ାରେ ପହଞ୍ଚି ନ ଥିଲା କରୋନା। ହେଲେ ଆଜି ରାୟଗଡ଼ାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କେସ୍ ୧୧ ରହିଛି।  ରାୟଗଡ଼ାରୁ ଚିହ୍ନଟ ପଜିଟିଭ ଜଣକ ଦିଲ୍ଲୀରୁ ଫେରିଥିଲେ। ତାଙ୍କୁ […]

  • Tuesday, 13 July 2021
loctus
ରାଜ୍ୟ ସରକାରଙ୍କୁ ଘାରିଲାଣି ପଙ୍ଗପାଳ ଚିନ୍ତା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଘାରିଲାଣି ପଙ୍ଗପାଳ ଚିନ୍ତା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ପଙ୍ଗପାଳ ସମସ୍ୟା ନେଇ ଆଜି ଆଲୋଚନା ହୋଇଛି। ଏହାର ମୁକାବିଲା ନେଇ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଙ୍ଗପାଳ ଏବେ ଛତିଶଗଡ଼ରୁ ମଧ୍ୟପ୍ରଦେଶ ଆଡ଼େ ମୁହାଁଇଥିବା କୃଷି ବିଭାଗ ସୂଚନା ଦେଇଛନ୍ତି। ସେମାନେ ଓଡ଼ିଶା ଆସିବା ସମ୍ଭାବନା ରହିଛି। ପବନର ଦିଗ ଅନୁସାରେ ଗତିବିଧି ପରିବର୍ତ୍ତନ କରୁଛନ୍ତି। ଏଥିଲାଗି ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା ସୀମାବର୍ତ୍ତି […]

  • Tuesday, 13 July 2021
modi.JPG-1111
ଓଡ଼ିଶାରେ ସବୁଠାରୁ ଅଧିକ ଲୋକପ୍ରିୟ ମୋଦି

ନୂଆଦିଲ୍ଲୀ: କରୋନା ବିପତ୍ତି ଭିତରେ ବି ଦେଶରେ ବଢ଼ି ଚାଲିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । ବିଶେଷ କରି ଅଣ-ବିଜେପି ଶାସିତ ରାଜ୍ୟ ମାନଙ୍କରେ ଏହି ଗ୍ରାଫ୍ ସବୁଠୁ ଉଚ୍ଚରେ । ତାଲିକାର ଶୀର୍ଷରେ ରହିଛି ଓଡ଼ିଶା । ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟ କଳାପରେ କେତେ ସନ୍ତୁଷ୍ଟ ଅଛନ୍ତି ଭାରତୀୟ ? ଜାଣିବାକୁ IANS-C VOTER ସଂସ୍ଥା ପକ୍ଷରୁ ନିକଟରେ ଦେଶବ୍ୟାପୀ ଏକ ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣରେ  ପ୍ରାୟ ୬୫.୬୯ ପ୍ରତିଶତ […]

  • Tuesday, 13 July 2021
Capture
ପୁଅକୁ ପିଟି ପିଟି ହତ୍ୟା କଲେ ବାପା

ଉମରକୋଟ: ଯେଉଁ ପୁଅର ହାତ ଧରି ଦିନେ ଚାଲି ଶିଖାଇ ଥିଲେ ସେଇ ପୁଅକୁ ପିଟି ପିଟି ହତ୍ୟା କରିଦେଲା ବାପା। ଏଭଳି  ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲାରୁ। ରାଇଘର ଥାନା ସରଗୁଲି ଗାଁର ଅମଲ ବସୁ। ୧୦ ବର୍ଷ ତଳେ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲେ। ଏହି ଅପରାଧରେ ତାଙ୍କୁ ଜେଲ ଦଣ୍ଡ ମିଳିଥିଲା। ପରେ ଦ୍ୱିତୀୟ ବିବାହ କରି କୁମୁଲି ଛକରେ ପରିବାର ସହ ରହୁଥିଲେ। ୨ୟ ପତ୍ନୀଙ୍କ ପୁଅ ଅସିତ୍‌ ଓ ବିଶ୍ୱଜିତ୍‌ଙ୍କ […]

  • Tuesday, 13 July 2021
river
ଆଈର ହାତ ଧରି ନଦୀ ପାର ହେଉଥିଲା ୪ ବର୍ଷର ନାତୁଣୀ, ଭାସିଗଲା

ରାଉରକେଲା: ଆଈର ହାତ ଧରି ନଦୀ ପାର ହେଉଥିଲା। କେମିତି କେଜାଣି ହାତ ଖସିଗଲା ଆଉ ଭରା ନଦୀର ସୂଅରେ ଭାସିଗଲା ୪ ବର୍ଷର କୁନି ଝିଅ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ରାଉରକେଲାରେ। ରାଉରକେଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ସମରଝୋଲା ଗାଁର ଜଣେ ବୟସ୍କା ମହିଳା ତାଙ୍କର ଦୁଇଜଣ ନାତି ନାତୁଣୀକୁ ଧରି ଆସିଥିଲେ ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର ନିକଟକୁ । ସେଠାରେ କାମ ସାରି ପୁଣି ପିଲାମାନଙ୍କ ସହ  କାଠ […]

  • Tuesday, 13 July 2021
bron
ରାଜଧାନୀରୁ ଜବତ ହେଲା ବିପୁଳ ଧଳା ଜହର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଜବତ ହୋଇଛି ବିପୁଳ ପରିମାଣର ଧଳା ଜହର। କ୍ରାଇମବ୍ରାଞ୍ଚ ଏସଟିଏଫ ଖଣ୍ଡଗିରି ଛକରୁ ଏହାକୁ ଜବତ କରିଛି। ଜବତ ବ୍ରାଉନସୁଗରର ଦାମ ୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ୨ ଜଣ ବ୍ୟକ୍ତି ବାଇକ୍‌ରେ ବ୍ରାଉନସୁଗର ନେଇ ଯାଉଥିଲା।   ଖବର ପାଇ STF ସେମାନଙ୍କୁ ଖଣ୍ଡଗିରି ଛକରୁ ଧରିଥିଲା।  ଦୁଇ ବେପାରୀଙ୍କୁ ଗିରଫ କରିବା ସହ ଉକ୍ତ ବାଇକକୁ ଜବତ କରିଛି STF । ଏହି ଘଟଣା ପରେ ରାଜଧାନୀରେ […]

  • Tuesday, 13 July 2021
covid
୧୪୧ କରୋନା ପଜିଟିଭ ଚିହ୍ନଟ, ୨୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୧୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ପୁଣି ୧୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମିଳିଛି। ଏଥିସହିତ ୧୨୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୯୯୧ ଜଣ ଚିକିତ୍ସି ହେଉଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ଚିହ୍ନଟ ହୋଇଥିବା ୧୪୧ ଜଣ ୧୮ ଜିଲ୍ଲାର। ଗଞ୍ଜାମ […]