ଭୁବନେଶ୍ୱର: ଓଡ଼ିଶାରେ ଆଉ ୭୧୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଚିହ୍ନଟ ନୂଆ ୭୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୯ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୩୯ ରହିଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୧୧୦ ରେ ପହଞ୍ଚିଛି। ସେଥିମଧ୍ୟରୁ ୧୦,୮୭୭ଜଣ ସୁସ୍ଥ ହୋଇଥିବାବେଳେ ୫,୧୨୪ ଜଣ ଚିକିତ୍ସାଧୀନ ଅଛନ୍ତି।
ଆହୁରି ପଢ଼ନ୍ତୁ:କରୋନା ନେଲା ଆଉ ୪ ଜୀବନ