ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଗତ ୧୮ ନଭେମ୍ବରରେ ଭିଡିଓ କନଫରେନସିଂରେ ହାଇକୋର୍ଟରେ ହାଜର ହୋଇଥିଲେ ପୋଲିସ ଡିଜିପି
ଭୁବନେଶ୍ୱର : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।୨ ପୋଲିସ ଅଧିକାରୀ ଏବେ କେଉଁଠି ? ପୋଲିସ କର୍ମଚାରୀଙ୍କୁ କ୍ରାଇମବ୍ରାଞ୍ଚ ଧରି ପଚରାଉଚରା କଲାଣି କି ? ବର୍ତ୍ତମାନ ସମୟରେ କେଉଁଠାରେ ପୋଲିସ କର୍ମୀ। ପୋଲିସ ଏମାନଙ୍କୁ ଚିହ୍ନଟ କଲାଣି କି? ଏନେଇ କ୍ରାଇମବ୍ରାଞ୍ଚ କାହିଁକି ସ୍ପଷ୍ଟ କରୁନାହିଁ ତାକୁ ନେଇ ଉଠିଛି ପ୍ରଶ୍ନ। ଏହି ଘଟଣାରେ ପୋଲିସ କର୍ମଚାରୀଙ୍କ ସଂପୃକ୍ତି ଥିବା ଖୋଦ ଭୁବନେଶ୍ୱର ଡିସିପି କହିଥିଲେ। ଅଭିଯୋଗକାରୀଙ୍କ ବୟାନ […]
SCPCRରେ ବିଜେପି, କଂଗ୍ରେସର ବିକ୍ଷୋଭ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ । ପରୀ ଓ ଶିଶୁ ନିଖୋଜ ପ୍ରସଙ୍ଗରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ । ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ।
ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗରେ ହାଜର ହେଲେ ଓଟିଭି ଏମଡି । ଭିଡିଓ କନଫରେନସିଂ ଜରିଆରେ ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡା ହାଜର ହୋଇଛନ୍ତି ।
ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫଦାରି ଘଟଣା । ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । କହିଲେ, ଏମିତି ଗିରଫଦାରି ଅନ୍ୟାୟ
ଜିଲ୍ଲାରେ ଧର୍ମାନୁଷ୍ଠାନ ଖୋଲିବ ନା, ନାହିଁ ସେ ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ହାତରେ ରହିଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ
ଭୁବନେଶ୍ୱର ନାବାଳିକ ଗଣଦୁଷ୍କର୍ମ ମାମଲାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ୪ ଜଣଙ୍କୁ ଗିରଫ କରାଯାଇଛି । ତେହବ ଏହାରି ମଧ୍ୟରେ ଓଟିଭିର କର୍ମଚାରୀ ମଧ୍ୟ ରହିଛନ୍ତି
ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରୁ ନାବାଳିକା ନିଖୋଜ ଘଟଣାର ପର୍ଦ୍ଦାଫାସ । ପରକୀୟା ପ୍ରୀତି ସମ୍ପର୍କରେ ଜାଣି ଯିବାରୁ ନାବାଳିକାକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି
ତେବେ ବିଜେପି ପକ୍ଷରୁ କୃଷି ଆଇନ ସପକ୍ଷରେ ଲୋକଙ୍କୁ ସଚତେନ କରିବା ଲାଗି ନିଷ୍ପତ୍ତି ହୋଇଛି। ସାରା ଦେଶରେ ୭୦୦ ସାମ୍ବାଦିକ ସମ୍ମିଳନୀ ଓ କୃଷକଙ୍କ ସହ ବୈଠକ କରି, କୃଷି ଆଇନର ଫାଇଦା ସଂପର୍କରେ ଚାଷୀଙ୍କୁ ବୁଝାଇବ ବିଜେପି
ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗତକାଲି ରାତି ଅଧରେ କ୍ରାଇମବ୍ରାଞ୍ଚ ଚଢାଉ କରି ଏହି ୪ ଜଣଙ୍କୁ ଗିରଫ କରିଛିି ।
କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରୁ କର୍ମଚାରୀଙ୍କ ଦ୍ୱାରା ବାଲି ଚୋରିର ପୁନଃ ତଦନ୍ତ କଲା ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ । ବାଲି ଚୋରି ଅଭିଯୋଗ ଆସିବା ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥା ଓଡିଶା ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ପୁନର୍ବାର ଏହି ଘଟଣାର ଅନୁସନ୍ଧାନ କରିଛନ୍ତି
ଭୁବନେଶ୍ୱର: ଆଉ ୧୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସୁନ୍ଦରଗଡର ୭, ଖୋର୍ଦ୍ଧାର ୫, ଭଦ୍ରକର ୩, ବାଲେଶ୍ୱର ୨ଜଣ ଅଛନ୍ତି। ତେବେ ଏମାନଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୮୫ରେ ପହଞ୍ଚିଛି। Another 17 COVID cases have recovered and tested negative for #COVID19. They are being discharged. The cases include: 7 cases of Sundergarh 5 cases of Khordha 3 cases of […]
ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟ ଉପରେ ପୋଲିସର ଚଢାଉ ପ୍ରସଙ୍ଗରେ ମୁହଁ ଖୋଲିଛି ବାର ଆଣ୍ଡ ରେଷ୍ଟୁରାଣ୍ଟ ସଂଘ । ଦୀର୍ଘ ୯ ମାସ ଧରି ବାର୍ ଓ ହୋଟେଲ ବନ୍ଦ ରହିବା ଯୋଗୁଁ କର୍ମଚାରୀ ମାନଙ୍କୁ ଦରମା ଓ ଘର ଭଡ଼ା ଦେବାରେ ଅସୁବିଧା ହେଉଛି । ଯେଉଁ ବାର୍ ମାଲିକମାନେ ମଦ ପରସି ବିକ୍ରି କରୁଛନ୍ତି, ସେମାନେ କେବଳ ବଞ୍ଚିବା ପାଇଁ କରୁଛନ୍ତି ବୋଲି ସଂଘ କହିଛି । ସରକାର […]
ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମିଳିଥିବା ସୂଚନା ଅନୁସାରେ, ଯାଜପୁର ପାଣିକୋଇଲି ଥାନା ଆଖୁଆପଦା ନିକଟ ବୈତରଣୀ ନଦୀ ବ୍ରିଜ ଉପରେ ଚଢ଼ି ଜଣେ ମହିଳା ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ
ଭୁବନେଶ୍ୱର: ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ। କରୋନା ସଂକ୍ରମଣ ରୋକିବାକୁ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ଲକଡାଉନ୍ ଉଠିବା ପରେ ପୁନଃ ବିମାନ ସେବା ଆରମ୍ଭ ହେବା ବେଳେ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଲକଡାଉନ୍ ଉଠିବା ପରେ ସରକାରଙ୍କ ନିର୍ଦ୍ଦେଶ ପରେ ସ୍ୱାଭାବିକ ହୋଇପାରେ ବିମାନ ଯାତ୍ରା। ହେଲେ ଏବେଠୁ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀ ଓ ବିମାନ ବନ୍ଦର କର୍ମଚାରୀଙ୍କ […]
ପୁରୀ ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି। ଗତ ନଭେମ୍ବର ୧୮ରେ ବାଶେଳି ସାହି ଥାନାରେ କେ.ରମେଶଙ୍କ ହାଜତ ମୃତ୍ୟୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ଆଣିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।
ଡାଃ ସାହୁ କହିଛନ୍ତି କରୋନା ଏବେ ବି ଅଛି, ଯୁଦ୍ଧ ରେ ସମ୍ପୂର୍ଣ୍ଣ ଭାବରେ ଆମେ ଜିତି ନାହୁଁ । ଆମେରିକା ର ସ୍ଥିତି ଏବେ ବି ସଙ୍ଗୀନ । ପ୍ରତ୍ୟକ ଦିନ ଦୁଇ ଲକ୍ଷ ରୁ ଅଧିକ କେସ୍ ସାମ୍ନାକୁ ଆସୁଛି । ମୃତ୍ୟୁ ସଂଖ୍ୟା ଦୈନିକ ୩,୦୦୦ ରୁ ଅଧିକ ରହୁଛି
ଅନୁଗୁଳ: ଅହମ୍ମଦବାଦରୁ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଟ୍ରେନ୍ରେ ଅଭାବନୀୟ ଘଟଣା। ଟ୍ରେନ୍କୁ ଅଟକାଇ ପ୍ରବାସୀଙ୍କ ଖସିଯିବାକୁ ଉଦ୍ୟମ। ଏଭଳି ଘଟଣା ଘଟିଛି ଅନୁଗୁଳ ମଝିକା ନିକଟରେ। ଚେନ ପୁଲିଂ କରି ଖସି ଯିବାକୁ ଟ୍ରେନ ଅଟକାଇଥିବା ଅଭିଯୋଗ ହୋଇଛି। ତେବେ ୭ ଜଣଙ୍କୁ ଅଟକ ରଖି କ୍ୱାରେଣ୍ଟାଇନ କେନ୍ଦ୍ରକୁ ନେଲା ପ୍ରଶାସନ। ଏମାନେ ଅହମ୍ମଦାବାଦରୁ ଓଡ଼ିଶା ଆସୁଥିଲେ। ଅନୁଗୁଳ ମଝିକା ନିକଟରେ ୭ ଜଣଙ୍କୁ ଧରାଯାଇଛି। ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଟ୍ରେନ୍ ଯୋଗେ ଘରମୁହାଁ ହୋଇଛନ୍ତି […]
ଚର୍ଚ୍ଚାରେ ବଲାଙ୍ଗିର ଜିଲ୍ଲା କାରାଗାର। ଜେଲ୍ ଭିତରେ ଅନେକ ହାର୍ଡକୋର ଅପରାଧି ରହୁଥିବା ବେଳେ ଜେଲ୍ କର୍ତ୍ତୃପକ୍ଷଙ୍କୁ ଘାରିଛି ସୁରକ୍ଷା ଚିନ୍ତା । କର୍ମଚାରୀଙ୍କ ଅଭାବ ଯୋଗୁଁ କମ ସଂଖ୍ୟକ କର୍ମଚାରୀରେ ସୁରକ୍ଷା ଯୋଗାଇବା ବଡ ଚ୍ୟାଲେଜଂ ସୃଷ୍ଟି ହୋଇଛି
କୃଷକ ସମାବେଶ କରି କେନ୍ଦ୍ର କୃଷି ଆଇନ ସମ୍ପର୍କରେ ଚାଷୀଙ୍କୁ ବୁଝାଇବା ବିଜେପି । କଟକ, ବରଗଡ଼, ଢେଙ୍କାନାଳ, ବାଲେଶ୍ୱର, ଜୟପୁର ରେ କୃଷକ ସମାବେଶ କରିବ ଦଳ ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ
ଡିସେମ୍ବର ୨୬ରେ ୨୩ ତମ ପ୍ରତିଷ୍ଠା ଦିବସ ପାଳିବ ବିଜେଡି । ତେବେ ଏନେଇ ସୂଚନା ଦେଇଛନ୍ତି ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର । ତେବେ ଏହା ପୂର୍ବରୁ ଆସନ୍ତା ୨୦ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୧ରେ ରାଜ୍ୟ ପରିଷଦ ବେଠକ ଅନୁଷ୍ଠିତ ହେବ
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ। କେଉଁଠି ବଜ୍ରପାତରେ ଜୀବନ ଯାଇଛି ତ ଆଉ କେଉଁଠି ଝଡ଼ପବନରେ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କେଶଡିହା ପୁରୁଣାପାଣି ଗାଁରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି। ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏମାନେ ସମସ୍ତେ ଏକ ଇଟାଭାଟିରେ କାମ କରୁଥିବାବେଳେ ବଜ୍ରପାତର ଶୀକାର ହୋଇଥିଲେ। ସେପଟେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ […]
ଚାଷୀ ସମସ୍ୟା ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ନେତା ତାରା ବାହିନୀପତି । କହିଲେ, କଂଗ୍ରେସ ଚାଷୀଙ୍କ ପାଖକୁ ଯାଇ ମଣ୍ଡିରେ ପହଞ୍ଚିବ ଓ ସଚେତନ କରିବ ବୋଲି କହିଲେ ତାହା ।
ଗଞ୍ଜାମ: ସରକାରୀ ସହାୟତା ଅପେକ୍ଷାରେ ଗଞ୍ଜାମ ପୋଲସରା ବ୍ଲକ ବୁଢାପଙ୍କା ସଙ୍ଗରୋଧ କେନ୍ଦ୍ରରେ ଥାଇ ପ୍ରାଣ ହରାଇଥିବା ପ୍ରଫୁଲଙ୍କ ବେହେରାଙ୍କ ପରିବାର ଲୋକେ। ଗତ ୬ ତାରିଖରେ ଅନ୍ୟ ୬୯ ଜଣଙ୍କ ସହ ସୁରତରୁ ଫେରି ପୋଲସରା ବ୍ଲକ୍ ମଧୁପାଲି ଗାଁର ପ୍ରଫୁଲ କ୍ୱାରେଣ୍ଟିନରେ ଥିଲେ। ତେବେ ସେହିଠାରେ ହିଁ ତାଙ୍କର ଅଚାନକ ଦେହାନ୍ତ ହୋଇଥିଲା। ଘରେ ପ୍ରଫୁଲଙ୍କର ୪ ଝିଅ, ବିଧବା ସ୍ତ୍ରୀ ଓ ବୁଢୀ ମା। ଏଭଳି ସ୍ଥିତିରେ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି […]
ଗଞ୍ଜାମ: ପୁଣି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ୨ ସରପଞ୍ଚ। ଗଞ୍ଜାମ ପୋଲସରା ବ୍ଲକ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତର ସରପଞ୍ଚ ସେମାନଙ୍କ ପଞ୍ଚାୟତକୁ ୭ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି। କୋଭିଡ-୧୯ ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି। ଏହି କ୍ଷମତା ଆଧାରରେ ମଧୁପଲ୍ଲୀ ଓ ମନ୍ଦାର ପଞ୍ଚାୟତକୁ ସଟଡାଉନ୍ ଘୋଷଣା କରାଯାଇଛି। ଗତକାଲି ଗଞ୍ଜାମ ବୁଗୁଡ଼ାର ମାଣିତରା ପଞ୍ଚାୟତକୁ ସଟଡାଉନ କରିଥିଲେ ସରପଞ୍ଚ।