• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

fireing
ରାଜଧାନୀରେ ପୁଣି ଫୁଟିଲା ଗୁଳି

ଭୁବନେଶ୍ୱର : ପୁଣି ରାଜଧାନୀରେ ଫୁଟିଲା ଗୁଳି । ଦିନ ଦ୍ୱିପ୍ରହରେ ଫୁଟିଲା ଗୁଳି । ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାର କେ-୪ ଅଞ୍ଚଳରେ ଗୁଳିକାଣ୍ଡ। ଜଣେ ଜେଲ୍‌ ଫେରନ୍ତା ଯୁବକଙ୍କୁ ଟାର୍ଗେଟ କରି ଗୁଳିମାଡ଼ କରାଯାଇଛି, ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯୁବକ, ଏକ ବାଇକରେ ଆସି ୩ ଯୁବକ ଗୁଳିମାଡ଼ କରି ଚମ୍ପଟ ହୋଇଥିବା ନେଇ ମିଳିଛି ସୂଚନା । ତେବେ ବାରମ୍ବାର ଏପରି ଭାବରେ ରାଜଧାନୀରେ ଗୁଳିକାଣ୍ଡ ହେଉଥିବାରୁ ଆଇନଶୃଙ୍ଖଳା ପରିସ୍ଥିତିକୁ […]

  • Wednesday, 14 July 2021
run
ଭୋକିଲା ପେଟରେ ମାଇଲ ମାଇଲ ବାଟ ଚାଲୁଛନ୍ତି ଖଟିଖିଆ, ତଥାପି ଯିବାକୁ ଅଛି ଅନେକ ଦୂର

ଭୁବନେଶ୍ୱର: ମାର୍ଚ୍ଚ ୨୫ରୁ ଲକଡାଉନ୍‌ ପରଠୁ ଦେଶବ୍ୟାପୀ ବନ୍ଦ ହୋଇଯାଇଛି କାମଧନ୍ଦା। ଫଳରେ ରାଜ୍ୟ ବାହାରକୁ ଦାଦନ ଯାଇଥିବା ଶ୍ରମିକଙ୍କୁ ଘରଭଡ଼ା ତ ଦୂରର କଥା, ଖାଇବାକୁ ବି ଠିକ୍‌ରେ ମିଳୁନି। ଭୟଙ୍କର ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି ସେମାନେ। ତେଣୁ ଏବେ ଭିଟାମାଟିକୁ ଫେରିବାକୁ ଚାହୁଁଛନ୍ତି। ହେଲେ ଯାନବାହନ ଚଳାଚଳ ବନ୍ଦ ଥିବାରୁ ଶହ ଶହ ମାଇଲ୍ ବାଟ ଚାଲୁଛନ୍ତି ଖଟିଖିଆ ମଣିଷମାନେ। ସେପଟେ ଔରଙ୍ଗାବାଦ ଟ୍ରେନ୍ ଟ୍ରାଜେଡି ଭଳି ବେଦନାଦାୟକ ଘଟଣାର ଯେପରି ପୁନରାବୃତ୍ତି […]

  • Wednesday, 14 July 2021
subrat-mig
ମହାସଂକ୍ରମଣ ହେବା ପୂର୍ବରୁ ପ୍ରବାସୀ ଫେରିଲେ ଭଲ

ଭୁବନେଶ୍ୱର: ପ୍ରେସମିଟ୍‌ରେ ଶ୍ରମିକ ଏବଂ ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି କୋଭିଡ-୧୯ ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ସେ କହିଛନ୍ତି ଯେ, ସର୍ବଭାରତୀୟ ସ୍ତରରେ ପ୍ରାୟ ୨୦ କୋଟି ପ୍ରବାସୀ କାମ କରୁଛନ୍ତି। ୨୦୧୧ରେ ଏହି ପ୍ରବାସୀଙ୍କ ସଂଖ୍ୟା ୧୪ କୋଟି ଥିଲା। ବର୍ତ୍ତମାନ ଏହି ପ୍ରବାସୀଙ୍କ ସଂଖ୍ୟା ପ୍ରାୟ ୨୦ କୋଟି। ଆମର ୧୨ ଲକ୍ଷ ୭୦ ହଜାର ଲୋକ ବାହାର ରାଜ୍ୟରେ କାମ କରୁଥିବାବେଳେ ଓଡ଼ିଶାକୁ ବାହାର ରାଜ୍ୟରୁ ବର୍ତ୍ତମାନ […]

  • Wednesday, 14 July 2021
cow
ପୋଲିସ କରୁଛି ମଧ୍ୟସ୍ଥି: ଦିନରେ ଗୋରୁ ଜବତ, ରାତିରେ ମାଫିଆଙ୍କୁ ଦାନ

ଖୋର୍ଦ୍ଧା: ଦିନରେ ଲୋକଙ୍କ ଅଭିଯୋଗ ଆଧାରରେ ଜବତ ହେଉଛି ଗୋରୁ। ହେଲେ ଗୋଶାଳା ବଦଳରେ ଜନବସତି ନିକଟରେ ଛାଡିଦେଇ ପୁଣି ରାତି ଅଧରେ ମାଫିଆଙ୍କୁ ଗୋରୁ ଦେଇଦେଉଛି ପୋଲିସ୍। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ପୋଲିସ ବିରୋଧରେ। ଗତ ୧୪ ତାରିଖରେ କଡ଼ବ ଗାଁରୁ ପୋଲିସ ୫୦ଟି ଗୋରୁ ଜବତ କରି ବେଗୁନିଆ ନିକଟରେ ଛାଡିଦେଇଥିଲା ଗୋରୁଗୁଡିକୁ। ସ୍ଥାନୀୟଲୋକେ ଏବଂ କ୍ଲବ ପିଲା ଖାଇବାକୁ ପିଇବାକୁ ଦେଇ ରଖିଥିଲେ। ତେବେ ୧୬ ତାରିଖ ରାତିରେ […]

  • Wednesday, 14 July 2021
rathw
ରଥ ନିିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କର ହେବ କୋଭିଡ ଟେଷ୍ଟ

ପୁରୀ: ଘୋଷଯାତ୍ରାର ରଥ ନିିର୍ମାଣରେ ନିୟୋଜିତ ସମସ୍ତ ସେବାୟତଙ୍କର କୋଭିଡ ଟେଷ୍ଟ ହେବ। ଏପରିକି ସେମାନଙ୍କର ପରିବାର ସଦସ୍ୟଙ୍କ ମଧ୍ୟ କୋଭିଡ୍ ଟେଷ୍ଟ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା। ଏଥିପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପୁରୀ ସିଡିଏମ୍ଓଙ୍କୁ କୁହାଯାଇଛି। ତା ସହିତ ସେବାୟତଙ୍କୁ ନିୟମିତ ସଚେତନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ସ୍ୱାସ୍ଥ୍ୟ ଅଧିକାରୀମାନେ ବିଶ୍ୱକର୍ମା ଓ ଭୋଇ ସେବାୟତଙ୍କୁ ସଚେତନ କରିବେ। ଏଥିପାଇଁ ପୁରୀ ADMOଙ୍କ ନେତୃତ୍ୱରେ ୪ଟି ଟିମ୍ […]

  • Wednesday, 14 July 2021
kk
ହୁ ହୁ ହୋଇ ବଢ଼ିବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀର ଦର, ନିଦାବିଷ୍ଣୁ ସାଜିଛନ୍ତି ସରକାର

ଖାଉଟିଙ୍କ ଉପରେ ଦରଦାମ୍ ବୃଦ୍ଧିର ଚାପ ଲଗାତାର ବଢୁଥିବା ପେଟ୍ରୋଲ୍-ଡିଜେଲ୍ର ଦର ସାଙ୍ଗକୁ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଆକାଶ ଛୁଆଁ ରେଟ୍ ଲୋକଙ୍କୁ ନାକେଦମ୍ କଲାଣି ।

  • Wednesday, 14 July 2021
child
ରାଜ୍ୟରୁ ଆଖିପିଛୁଳାକେ ଗାଏବ ହେଉଛନ୍ତି ପିଲା; ନେଉଛି କିଏ ?

ମେଡିକାଲ ବେଡ୍ ହେଉ କି ଗାଁ ଦାଣ୍ଡ ଆଖି ପିଛୁଳାକେ ଗାଏବ୍ ହୋଇଯାଉଛନ୍ତି ପିଲା । ଯାହାର ସଦ୍ୟତମ ଅଭିଯୋଗ ନୟାଗଡ଼ର କୁନିଝିଅ ପରୀ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଶିଶୁ ନିଖୋଜ ଘଟଣାରେ ଓଡ଼ିଶାର ସ୍ଥାନ ଦେଶରେ ତୃତୀୟ ।

  • Wednesday, 14 July 2021
mada
ମଦ ବିକ୍ରି କରି ଜେଲ ଯାଇଥିଲେ; ବାହାରିଲା ପରେ ଜେଲ ଆଗରେ ମଦ ପିଇଲେ, ଫୁଲମାଳ ପିନ୍ଧିଲେ

ବଲାଙ୍ଗିର: ବଲାଙ୍ଗିରରେ ସୋସିଆଲ୍ ମିଡିଆରେ ଏବେ ଜଣେ ବେଆଇନ ମଦ ବ୍ୟବସାୟୀଙ୍କ କାରନାମାକୁ ନେଇ ବେଶ୍ ଚର୍ଚ୍ଚା। କାରଣ ଯିଏ ଦିନେ ବେଆଇନ ମଦ ବିକ୍ରି ଅଭିଯୋଗରେ ଗିରଫ ହୋଇଥିଲେ, ସେହି ବ୍ୟକ୍ତି ଜେଲରୁ ବାହାରିବା ପରେ କରାଯାଇଛି ସେଲିବ୍ରେସନ। ମଦ ବ୍ୟବସାୟୀଙ୍କ ନାଁ ପ୍ରମୋଦ ପଟ୍ଟନାୟକ ଓରଫ ବିଦେଶୀ। ସହରରେ ବେଆଇନ ମଦ ବିକ୍ରୀ ଅଭିଯୋଗରେ ସେ ଜଣାଶୁଣା। ହେଲେ ଲକଡାଉନ ସମୟରେ, ପ୍ରମୋଦ ଘର ଉପରେ ଦୁଇରୁ ତିନିଥର ଛାପା ମାରିଥିଲା ବଲାଙ୍ଗିର ଅବକାରୀ […]

  • Wednesday, 14 July 2021
ganjam
ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ, ଜଟିଳ ହେଉଛି ଗଞ୍ଜାମର ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ଏମାନେ ସମସ୍ତେ ଗଂଜାମ ଜିଲ୍ଲାର। ସମସ୍ତ ଆକ୍ରାନ୍ତ ପୁରୁଷ ଓ ବୟସ  ୧୬ ବର୍ଷରୁ ୪୫ ବର୍ଷ ବୟସର। ଏମାନେ ସମସ୍ତେ ସୁରତରୁ ଫେରିଥିଲେ। ସମସ୍ତେ କ୍ୱାରେଣ୍ଟିନ୍‌ରେ ଥିଲେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ କରିଛି।  ଦିନକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଜଣ ଚିହ୍ନଟ ହେଲେଣି। ତେବେ ସବୁଠାରୁ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି। ଏହି ଜିଲ୍ଲା ଆକ୍ରାନ୍ତଙ୍କ ସଂଖ୍ୟା […]

  • Wednesday, 14 July 2021
Dhenkanal
ବୁଦା ମୂଳରୁ ଉଦ୍ଧାର ହେଲେ ୩ ଶିଶୁ

ବୁଦା ଭିତରୁ ଉଦ୍ଧାର ହେଲେ ତିନି ଶିଶୁ । ଢେଙ୍କାନାଳ ଟାଉନଥାନା ନିକଟ ଏକ ବୁଦା ଭିତରେ ତିନି ଜଣ ଶିଶୁ ଅସହାୟ ଅବସ୍ଥାରେ ପଡିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ସେମାନଙ୍କୁ ଉଦ୍ଧାର କରିଛି ।

  • Wednesday, 14 July 2021
high-court
ସରପଞ୍ଚଙ୍କୁ ସୁରକ୍ଷା ଦେବେ ଏସପି

ନୟାଗଡ : ସୁରକ୍ଷା ଦରକାର ଥିଲେ ନୟାଗଡ ଏସ୍ପିଙ୍କୁ ଜଣାଅ । ପରୀ ହତ୍ୟା ମାମଲାରେ ସୁରକ୍ଷା ନେଇ ଲକ୍ଷ୍ମୀପ୍ରସାଦ ସରପଂଚ ସୌମ୍ୟରଂଜନ ପ୍ରଧାନ ହାଇକୋର୍ଟରେ ଆବେଦନ କରିଥିଲେ। ତେବେ  ଆଜି ହାଇକୋର୍ଟ କହିଛନ୍ତି, ସୁରକ୍ଷା ନେଇ ୧୫ ଦିନ ଭିତରେ ନୟାଗଡ଼ ଏସ୍ପିଙ୍କୁ ଜଣାନ୍ତୁ  । ଯଦି ସୁରକ୍ଷା ଆବଶ୍ୟକ , ତେବେ  ୭ ଦିନ ଭିତରେ ଏସପି ପଦକ୍ଷେପ ନେବେ । ପରୀ ହତ୍ୟା ମାମଲାରେ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ହାଇକୋର୍ଟ […]

  • Wednesday, 14 July 2021
cure
ରେଡ୍‌ ଜୋନ୍‌ର ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନେ ସମସ୍ତେ ରେଡ୍‌ ଜୋନ୍‌ରୁ ଚିହ୍ନଟ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏମାନଙ୍କ ମଧ୍ୟରେ ଅଛନ୍ତି ବାଲେଶ୍ୱରର ୪ଜଣ ଓ ଯାଜପୁରର ଜଣେ ବୋଲି ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୮ରେ ପହଞ୍ଚିଛି। ରାଜ୍ୟରେ ଏବେବି ୨୧୯ ଆକ୍ଟିଭ କେଶ ରହିଛନ୍ତି । ଏମାନେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। […]

  • Wednesday, 14 July 2021
test
ଆଉ ଗୋଟିଏ ଜିଲ୍ଲାକୁ ଛୁଇଁଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ପ୍ରଥମ ଥର ପାଇଁ ନୟାଗଡ ଜିଲ୍ଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ କରୋନା ସଂକ୍ରମିତ ଜିଲ୍ଲାରେ ସାମିଲ ହୋଇଛି କରୋନା। ଆକ୍ରାନ୍ତ ଜଣକ ୪୦ ବର୍ଷ ବୟସର ଯୁବକ। ସେ ସୁରତରୁ ଫେରିଥିଲେ ଓ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଆଉ ଜମେ ଗଞ୍ଜାମରୁ ଚିହ୍ନଟ ହେଇଛନ୍ତି। ସେ ଗଂଜାମ ଜିଲ୍ଲାର ୨୬ ବର୍ଷିୟ ଯୁବକ ହୋଇଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ […]

  • Wednesday, 14 July 2021
sarapanch
କର୍ତ୍ତବ୍ୟ ଠାରୁ ଆଉ ପାଦେ ଆଗେଇଗଲେ ସରପଞ୍ଚ

କେନ୍ଦ୍ରାପଡା: କରୋନା ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ବିଭିନ୍ନ କ୍ୱାରେଣ୍ଟିନ୍ ସେଣ୍ଟରରେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇବାକୁ ସରକାର ଦାୟିତ୍ୱ ଦେଇଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ବେଡ୍, ସାନିଟାଇଜ, ପାନୀୟଜଳ ଓ ଆଲୋକର ସୁବବ୍ୟବସ୍ଥା କରିବାକୁ ଦାୟିତ୍ୱ ଦିଆଯାଇଛି। ହେଲେ ଏସବୁ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବା ସହ ଆଉ ପାଦେ ଆଗକୁ ଯାଇଛନ୍ତି ଜଣେ ସରପଞ୍ଚ। ସେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ବାରୁଣା ପଂଚାୟତର ସରପଞ୍ଚ ଉତ୍ତମ କୁମାର ସେନାପତି। କାନ୍ଧରେ ହ୍ୟାଣ୍ଡ […]

  • Wednesday, 14 July 2021
fishermen
ବୋଟ୍‌ ଭିତରେ ବନ୍ଧା ପଡିଛି ୩ଶହରୁ ଅଧିକ ଓଡ଼ିଆ ମତ୍ସଜୀବୀଙ୍କ ଜୀବନ

କର୍ଣ୍ଣାଟକ: କର୍ଣ୍ଣାଟକର ମେଙ୍ଗାଲୁରୁରେ ଓଡ଼ିଶାର ୩ ଶହରୁ ଅଧିକ ମତ୍ସ୍ୟଜୀବୀ। ଗଞ୍ଜାମ, ବାଲେଶ୍ୱର ଓ ଭଦ୍ରକର ମତ୍ସ୍ୟଜୀବୀମାନେ ଫସି ରହିଛନ୍ତି। ମାର୍ଚ୍ଚରେ ଲକଡାଉନ ଆରମ୍ଭ ପରଠାରୁ ମାଛ ମରା ବନ୍ଦ ରହିଛି। ପାଖରେ ଯାହା ଟଙ୍କା ପଇସା ଥିଲା, ଖାଇବା ପିଇବାରେ ସବୁ ସରିଗଲାଣି। ଏଣୁ ଏବେ ସମସ୍ୟାରେ ପଡ଼ିଛନ୍ତି ଫସି ରହିଥିବା ମତ୍ସ୍ୟଜୀବୀ। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ପାତିସୁନାପୁର, ରାମେୟପାଟଣା ସମେତ ଆଖାପାଖ ୧୦ଟି ଗାଁର ୧୫୦ରୁ ଅଧିକ ମତ୍ସ୍ୟଜୀବୀ ସେଠାରେ ଅଛନ୍ତି। ଅନ୍ୟ […]

  • Wednesday, 14 July 2021
ratna pathara
ରତ୍ନ ପଥରକୁ ନେଇ ତେଜୁଛି ରାଜନୀତି, ପୁଣି ୨ ଜଣଙ୍କୁ ଗିରଫ କଲା ପୋଲିସ

ରାୟଗଡାରେ ରତ୍ନପଥର ଜବତ ଘଟଣାକୁ ନେଇ ତେଜୁଛି ରାଜନୀତି । କଂଗ୍ରେସ ପରେ ବିଜେପି ପକ୍ଷରୁ ମନ୍ତ୍ରୀ ଓ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି।  ରତ୍ନପଥର ଚୋରାଚାଲାଣରେ ମନ୍ତ୍ରୀ ତଥା ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଓ ସାଂସଦ ଏନ.ଭାସ୍କର ରାଓଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି ।

  • Wednesday, 14 July 2021
police
ଯୁବତୀଙ୍କ ଗର୍ଭନଷ୍ଟ କରାଇ ରାଜଧାନୀର ପୋଲିସ୍ ବାବୁ ଫେରାର!

ଭୁବନେଶ୍ୱର: ପୁଣି ଖାକିରେ ଦାଗ। କ୍ୟାପିଟାଲ ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ରାକେଶ ସାମଲଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଫେସବୁକରେ ବନ୍ଧୁତା ପରେ ରାକେଶ ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରିରୀକ ସଂପର୍କ ରଖିଥିବା ସେ ଅଭିଯୋଗ କରିଛନ୍ତି। ସେ ପୂର୍ବରୁ ଗର୍ଭବତୀ ହୋଇ ଏସ୍ଆଇ ବାଧ୍ୟ କରିବାରୁ ଗର୍ଭନଷ୍ଟ କରିଥିବା ଓ ପରେ ରାକେଶ ତାଙ୍କୁ ଧୋକା ଦେଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ଲକ୍ଷାଧିକ […]

  • Wednesday, 14 July 2021
pari
ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ ବିଜେପି ରାଜ୍ୟ ପ୍ରଭାରୀ

ନୟାଗଡ ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦିଅନ୍ତୁ ,ନଚେତ୍ ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ନ୍ତୁ ।  ଆଜି କିଛି ଏଭଳି ଢଙ୍ଗରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ । ସେ ଅଭିଯୋଗ କରିଛନ୍ତି ଯେ,  ଅଭିଯୁକ୍ତଙ୍କୁ  ସୁରକ୍ଷା ଦେଉଛନ୍ତି ମନ୍ତ୍ରୀ ଅରୁଣ ସାହୁ

  • Wednesday, 14 July 2021
gst
ସାମ୍ବାଦିକଙ୍କ ନାଁ ଜିଏସଟି ଫାଙ୍କି ଅଭିଯୋଗ

ହାଜର ହେବାକୁ ଲଟକାରେ ଉଲ୍ଲେଖ ରହିଛି ।

  • Wednesday, 14 July 2021
cmc
ଉଚ୍ଛେଦ ବେଳେ ଉତ୍ତେଜନା

କଟକରେ ସିଏମ୍ସି ପକ୍ଷରୁ ଉଚ୍ଛେଦ ବେଳେ ଉତ୍ତେଜନା । ରାସ୍ତା ଉପରେ ଧାରଣା ଦେଲେ ବସ୍ତି ବାସିନ୍ଦା ଓ ବ୍ୟବସାୟୀ । ଜଗତପୁର ଗୋଲେଇ ଛକରୁ ନିମପୁର ପଡିଆ ଯାଏଁ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରଶସ୍ତିକରଣ କାମ ପାଇଁ ଆଜି ଉଚ୍ଛେଦ କରାଯାଉଥିଲା

  • Wednesday, 14 July 2021
harsh
କେନ୍ଦ୍ରମନ୍ତ୍ରୀ କହିଲେ, ଆଗାମୀ ଦିନରେ ଓଡ଼ିଶା ହେବ କରୋନା ହଟସ୍ପଟ୍

ଭୁବନେଶ୍ୱର: ଆଗାମୀ ଦିନରେ ଦେଶରେ କରୋନା ହଟ୍‌ସ୍ପଟ ହେବାକୁ ଯାଉଛି ଓଡ଼ିଶା। ଆଜି ଏହି ଆଶଙ୍କା ପ୍ରକାଶ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ। ଓଡ଼ିଶା, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶକୁ ବାହାର ରାଜ୍ୟରୁ ପ୍ରଚୁର ସଂଖ୍ୟାରେ ପ୍ରବାସୀ ଫେରୁଥିବାରୁ ଆଗାମୀ ଦିନରେ ଏହି ତିନି ରାଜ୍ୟ ଭାରତର ପ୍ରମୁଖ କରୋନା ହଟସ୍ପଟ୍‌ ବନିପାରନ୍ତି ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ତିନି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସ ବେଳେ ସ୍ଥିତି ସମୀକ୍ଷା କରିବା ସହ କେନ୍ଦ୍ର […]

  • Wednesday, 14 July 2021
truck on fire
ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଲା ଟ୍ରକ୍

ବଲାଙ୍ଗୀର : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା ମାଲ ବୋଝେଇ ଟ୍ରକ୍ । ବଲାଙ୍ଗିର-ସମ୍ବଲପୁର ୨୬ ନମ୍ବର ରାଜରାସ୍ତାର ଖମାରମୁଣ୍ଡା ଛକରେ ହଠାତ ଏକ ମାଲବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା । ଟ୍ରକ୍ ଟାୟାର ଫାଟିଯିବାରୁ ତାପାଖ ଦେଇ ଯାଉଥିବା ଦୁଇ ଜଣ ବାଇକ ଆରୋହୀ ମଧ୍ୟ ଆହତ ହୋଇଥିବା ନେଇ ମିଳିଛି ସୂଚନା ।  ସେମାନଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଏପଟେ ଟ୍ରକରେ ଥିବା ଗହମ, ଡାଲି, […]

  • Wednesday, 14 July 2021
train2
ସୁରତରୁ ଆସିଥାନ୍ତା ୩ଟି ଟ୍ରେନ୍, ବାତିଲ୍ କଲେ ସରକାର

ସୁରତ: ସୁରତରୁ ଏବେ ଆସିବନି ଟ୍ରେନ୍। ସୁରତରୁ ଆସନ୍ତାକାଲି ଆସିବାକୁ ଥିବା ୩ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ସୁରତରୁ ଆସନ୍ତାକାଲି ବାହାରିବାକୁ ଥିବା ୩ଟି ଯାକ ଟ୍ରେନ୍‌କୁ ବାତିଲ କରିଛନ୍ତି ଓଡ଼ିଶା ସରକାର। ଆଜି ଏନେଇ ସୂଚନା ଦେଇଛନ୍ତି ସୁରତ ଜିଲ୍ଲାପାଳ ଧବଳ କୁମାର ପଟେଲ। ଟ୍ରେନ୍‌ର ଆସିବାକୁ ଥିବା ଯାତ୍ରୀଙ୍କୁ ଏନେଇ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଟ୍ରେନ୍ ବାତିଲ କରିଛନ୍ତି। ତେବେ ପ୍ରବାସ ଫେରନ୍ତାଙ୍କ […]

  • Wednesday, 14 July 2021
salini
ଦିନକୁ ହେଉଛି ୩ହଜାର କୋଭିଡ୍‌ ଟେଷ୍ଟ, ଆଗକୁ ସଂଖ୍ୟା ଆହୁରି ବଢିବ

ଭୁବନେଶ୍ୱର: ଏବେ ରାଜ୍ୟରେ ଦିନକୁ ହେଉଛି ୩ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ୍। ୮ଟି ଲ୍ୟାବ୍‌ରେ ଦିନକୁ ୩ ହଜାରରୁ ଅଧିକ ଟେଷ୍ଟ କରାଯାଉଥିବା ସୂଚନା ଦେଇଛନ୍ତି NHM ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ସେ କହିଛନ୍ତି, ୨ ମାସ ତଳେ କେବଳ ଭୁବନେଶ୍ୱର ସ୍ଥିତ RMRCରେ ଦିନକୁ ୧୦ଟି ଟେଷ୍ଟ ହେଉଥିଲା। ମାସେ ତଳେ ୨୫୦ ଓ ୧୫ ଦିନ ତଳେ ଏହି ସଂଖ୍ୟା ୧ ହଜାରକୁ ବୃଦ୍ଧି ପାଇଥିଲା। ତେବେ ବର୍ତ୍ତମାନ ଦିନକୁ ୩ […]

  • Wednesday, 14 July 2021
ratha
ଘୋଷଯାତ୍ରା ପାଇଁ ଆଶା ବଢ଼ିଲା, ରଥ ନିର୍ମାଣକୁ ମିଳିଲା ଅନୁମତି

ଭୁବନେଶ୍ୱର: ଜଗନ୍ନାଥ ପ୍ରେମୀଙ୍କ ଲାଗି ଖୁସି ଖବର। ଶ୍ରୀଜୀଉ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ ଅନୁମତି ଦେଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ତେବେ ଏଥିଲାଗି କିଛି ସର୍ତ୍ତ ରଖାଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ମନ୍ତ୍ରଣାଳୟ କହିଛି। ରଥ ନିର୍ମାଣ ବେଳେ ସାମାଜିକ ଦୂରତ୍ୱ ନିୟମର ଯେଭଳି କଡ଼ା ଅନୁପାଳନ ହେବ ତାହା ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ତେବେ ରଥଯାତ୍ରା ହେବକି ନାହିଁ ସେ ସମୟର ପରିସ୍ଥିତିକୁ ଦେଖି […]

  • Wednesday, 14 July 2021