କଟକ ସେଲ୍ଟର ଛକ ଷ୍ଟେଟ୍ ବ୍ୟାଙ୍କ କଲୋନୀରେ ମାଆ ଓ ଝିଅଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଏକ ଘର ଭିତରୁ ମିଳିଛି ଉଭୟଙ୍କ ମୃତଦେହ। ମାଆର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିବାବେଳେ ବେଡ୍ ଉପରେ ପଡ଼ି ରହିଥିଲା ୭ ମାସ ଝିଅର କ୍ଷତାକ୍ତ ମୃତଦେହ।
ରାଜ୍ୟରେ ବଢିବ ଶୀତ। ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ରାତିର ତାପମାତ୍ରାରେ ୪ରୁ ୫ ଡିଗ୍ରୀ ହ୍ରାସ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ । ପ୍ରକୃତି ଏଠାରେ ନିଆରା ।କୋରାପୁଟ ରେ ଶୀତ ଆସିଲେ ହୁଏ ସୁଲୁସୁଲିଆ ପବନ ସାଙ୍ଗକୁ କୁହୁଡିର ଆସ୍ତରଣ। ଶୀତର ସ୍ପର୍ଶରେ ପୁଲକିତ ଓ ଅପରୂପ ସୌନ୍ଦର୍ଯ୍ୟରେ ଭରା କୋରାପୁଟ
'ଆମ ପାଠାଗାର' ଓଡିଶାରେ ପାଠାଗାର ଆନ୍ଦୋଳନକୁ ଉଜ୍ଜୀବିତ କରିବାକୁ ଅଭିନେତ୍ରୀ ଓ ସମାଜସେବୀ ବର୍ଷା ପ୍ରିୟଦର୍ଶିନୀଙ୍କର ଏକ ପ୍ରୟାସ। ପାଠାଗାର ଆନ୍ଦୋଳନର ଅଗ୍ରଗାମୀ ଦୂତ ଥିଲେ ଦାସିଆ ଅଜା (ସ୍ୱର୍ଗତ ଦାଶରଥୀ ପଟ୍ଟନାୟକ)
କରୋନା କଟକଣା ପରେ ପେଟପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିବା ଯୁବତୀଙ୍କୁ ଆନ୍ଧ୍ରରେ ନିର୍ଯାତନା। ସେମାନଙ୍କୁ ନଜର ବନ୍ଦୀ ରଖିବା ସହ ର୍ନିଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଭିଡିଓ ଜାରି କରି ଉଦ୍ଧାର ପାଇଁ ନିବେଦନ କରିଛନ୍ତି ନୀଳଗିରି ଅମର୍ଦ୍ଦାର କିଛି ଯୁବତୀ।
ବରିଷ୍ଠ IFS ଅଭୟକାନ୍ତଙ୍କୁ ଦିଆଯାଇପାରେ ଅବସର। ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସୁପାରିଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁପାରିଶ କରିଛନ୍ତି। କିଛି ଦିନ ତଳେ ଅଭିଯୋଗ ହୋଇଥିଲା ଯେ, ବରିଷ୍ଠ IFS ଅଭୟଙ୍କ ଆୟ ବହିର୍ଭୁତ ସଂପତ୍ତି ଠୁଳ କରିଛି ଭିଜିଲାନ୍ସ।
ମାଲକାନଗିରି ମାଥିଲି ଥାନା ଗୋଲିଆରେ ମାଓବାଦୀଙ୍କ ବର୍ବରକାଣ୍ଡ। ଜଣେ ଠିକାଦାରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ମାଓବାଦୀ। ତାଙ୍କ ନାଁ ସୁକୁମାର ମଣ୍ଡଳ ବୋଲି ଜଣାଯାଇଛି। ଏଥିସହ ରାସ୍ତା କାର୍ଯ୍ୟରେ ନିୟୋଜିତ ୧ ବୋଲେରୋ, ୧ ପ୍ରୋକ୍ଲିନ୍ ମେସିନ୍ ସହ ୩ଟି ଗାଡ଼ି ପୋଡ଼ି ଦେଇଛନ୍ତି ମାଓବାଦୀ।
କରୋନା ଯୋଦ୍ଧାଙ୍କୁ ମିଳିବ ମାଗଣା ଟିକା । ରାଜ୍ୟର କରୋନା ଯୋଦ୍ଧାଙ୍କୁ ମାଗଣାରେ ଟିକା ମିଳିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ରାଜ୍ୟରେ ୩ଟି ପର୍ଯ୍ୟାୟଭୁକ୍ତ ଯୋଦ୍ଧାଙ୍କୁ ମାଗଣାରେ ଟିକା ମିଳିବା ନେଇ ରହିଛି ସୂଚନା । ତେବେ ଡାକ୍ତର,ସ୍ୱାସ୍ଥ୍ୟ କର୍ମୀ ଆଦି ଯୋଦ୍ଧାଙ୍କୁ ମାଗଣାରେ ଟିକା ମିଳିବ ।
ଯୁବତୀଙ୍କୁ ବିଚ୍ ରାସ୍ତାରୁ ଅପହରଣ ଅଭିଯୋଗ। ପ୍ରଥମେ ଅପହରଣ ଓ ପରେ ବଳପୂର୍ବକ ବିବାହ କରାଇବାକୁ ଉଦ୍ୟମ କରାଯାଇଛି। ଏଭଳି କିଛି ଅଭିଯୋଗ ଆସିଛି ଯାଜପୁର ଧର୍ମଶାଳା ଅଞ୍ଚଳରୁ। ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଯାଇଥିଲେ
ଅରୁଣ ବୋଥ୍ରାଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ । ପରୀ ହତ୍ୟା ଘଟଣାର ଦୋଷ ମୁଣ୍ଡାଇବାକୁ ୫ ଲକ୍ଷ ଟଙ୍କା ଯାଚିଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ପରୀ ହତ୍ୟା ମାମଲାରେ ଏସ୍ଆଇଟି ତଦନ୍ତ ଚାଲିଛି।
ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଦିନ ଦ୍ୱିପହର ରେ ଜଣେ ବ୍ୟବସାୟୀ ଙ୍କ ବାଇକ ରୁ ଅଡ଼େଇ ଲକ୍ଷ୍ୟ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଦିନ ପ୍ରାୟ ୧୨ ଟା ସମୟରେ। ବ୍ୟବସାୟୀ ଜଣଙ୍କ ଏ ନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ ପରେ ଘଟଣା ଟି ପଦାକୁ ଆସିଥିଲା।
ନିଯୁକ୍ତି ଜାଲିଆତି ଘଟଣାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାୀଙ୍କ ସହଯୋଗୀ ସର୍ବେଶ୍ୱର ରାଓଙ୍କୁ ଜେରା କରୁଛି ଏସଆଇଟି। କ୍ରାଇମବ୍ରାଞ୍ଚ ଅଫିସରରେ ସର୍ବେଶ୍ୱର ରାଓଙ୍କୁ ପଚରାଉଚରା ଚାଲିଛି। ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ପିଟରଙ୍କୁ ଜେରା ବେଳେ ସେ ସର୍ବେଶ୍ୱରଙ୍କ ନାଁ ନେଇଥିଲେ।
କ୍ଷେତରେ ହସୁଛି ସବୁଜ ପନିପରିବା ବାଇଗଣ, ବିଲାତି, କୋବି, ବିନ୍ସ। ଭଳି କି ଭଳି ପରିବା ମୁଣ୍ଡ ଝାଳ ତୁଣ୍ଡେ ମାରି ତଟକା ପରିବା ଉପୁଜାଇଛି ଚାଷୀ। ସୁନ୍ଦରଗଡ଼ ନୂଆ ଗାଁ ଅଞ୍ଚଳର ଶୀତ ଋତୁରେ ଭଲ ଦୁଇପଇସା ରୋଜଗାର ଆଶାରେ ଚାଷୀ ଲାଗିପଡ଼ିଛନ୍ତି କାମରେ।
କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଉନ୍ନତ ମାନର କୃଷି ଯନ୍ତ୍ରପାତି କିଣିବା ପାଇଁ ଆତ୍ମା ଯୋଜନା ମାଧ୍ୟମରେ ସବସିଡି ଯୋଗାଇ ବି ଦେଉଛନ୍ତି। ହେଲେ କୃଷି ବିଭାଗର ଆସିଷ୍ଟାଣ୍ଟ ଟେକ୍ନୋଲେଜି ମ୍ୟାନେଜର୍ କୃଷି ଉପକରଣ ଯୋଗାଇ ଦେବା ନାଁରେ ଗରିବ ଚାଷୀଙ୍କୁ ଠକି ଟଙ୍କା ଲୁଟ୍ କରୁଥିବା ଅଭିଯୋଗ ହୋଇଛି
ଜନବସତି ଆଡ଼କୁ ମାଡ଼ି ଆସୁଛି ହାତୀ ପଲ। ୩୦ ଟିକିଆ ହାତୀ ପଲ ଚୌଦ୍ୱାର ଅଞ୍ଚଳରେ ଘୁରି ବୁଲୁଛନ୍ତି।ବର୍ତମାନ ସମୟରେ ଯାହାକୁ ନେଇ ଏବେ ଆତଙ୍କିତ ଗାଁ ଲୋକେ। ସ୍ଥାନୀୟ ଶାଳଙ୍ଗା ପଞ୍ଚାୟତରେ ଧାନ ବିଲ୍ ଓ ଗାଁ ନିକଟରେ ହାତୀ ପଲକୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଆଗ୍ରହାଟ, ନଖରା ଗାଁ ଆଖପାଖ ଅଞ୍ଚଳରେ ହାତୀ ବୁଲୁଥିବା ନେଇ ସୂଚନା ମିଳିଛି।
ଝାରସୁଗୁଡା-ସୁନ୍ଦରଗଡ ରାସ୍ତାରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର ହୋଇଥିବା ଯୁବକଙ୍କ ହାତଗୋଡ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି। ଏଥିସହ ଯୁବକଙ୍କ ମୁଣ୍ଡ ଉପରେ ଗାଡି ଚଢି ଯାଇଛି। ଯୁବକଙ୍କୁ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ ରାସ୍ତାରେ ପକାଇ ଦିଆଯାଇଥିବା ସନ୍ଦେହ କରାଯାଉଛି।
ପରୀ ମୃତ୍ୟୁକୁ ନେଇ ଥମିବାରେ ନା ନେଉନାହିଁ ରାଜନୀତି। କଂଗ୍ରେସ ଓ ବିଜେପି ପକ୍ଷରୁ ଜୋରଦାର କରାଯାଉଛି ଆନ୍ଦୋଳନ। କିଏ ଧାରଣା ଦେଉଛି ତ କିଏ ପରୀ ନ୍ୟାୟ ରଥ ବୁଲାଉଛି । ତେବେ ଏହାରି ମଧ୍ୟରେ ଅନେକ ପ୍ରଶ୍ନ ବି ଉଠୁଛି । ପରୀ ମୃତ୍ୟୁ କିପରି ହେଲା ?
ପୁଣି ଶିଶୁ ନିଖୋଜ । ମିଳିଥିବା ସୂଚନା ଅନୁସାରେ, ଗଜପତି ଜିଲ୍ଲା କାଶୀନଗର ଏନଏସି କୁମୁଟି ସାହିର ଜଣେ ଶିଶୁ ନିଖୋଜ ହୋଇଯାଇଛି। ଗତକାଲି ଯାମ୍ମି ମନ୍ମଧାଙ୍କ ପୁଅ ଯାମ୍ମୀ ହାର୍ଦ୍ଦିକ ଖେଳୁଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା। ଦୁଇ ଜଣ ଅଜଣା ବ୍ୟକ୍ତି ବାଇକରେ ଆସି ଯାମ୍ମୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି।
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆଜି ସରୁଛି ୨ ଦିନିଆ ରିମାଣ୍ଡ। ଏହି ଦୁଇଦିନ ଭିତରେ କ୍ରାଇମବ୍ରାଞ୍ଚ ଏସଆଇଟି ତାଙ୍କ ଠାରୁ ଟାଟା ନିଯୁକ୍ତି ଠକେଇ ସଂପର୍କରେ ଜେରା କରି ପ୍ରମାଣ ସଂଗ୍ରହ କରିଥାଇପାରେ। ଦୁଇ ଦିନ ଧରି ତାଙ୍କୁ କଟକରେ ଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଜେରା କରାଯାଇଥିଲା
ପାଟଣାଗଡ ଖପ୍ରାଖୋଲ ବ୍ଲକର ରେଙ୍ଗାଲି ଗାଁରେ କଲରାପତରିଆ ବାଘ ଆତଙ୍କ। ଗାଁ ମୁଣ୍ଡରେ ଥିବା ଏକ କୁୁକୁଡା ଦୋକାନରେ କଲରାପତରିଆ ବାଘ ପଶି ଶହେରୁ ଅଧିକ କୁକୁଡା ମାରି ଖାଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ ରେଙ୍ଗାଲି ତଥା ଆଖପାଖ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ସ୍କୁଲ ତ ନୁହେଁ ସତେ ଯେପରି ପାର୍କ। ପିଲାଙ୍କୁ ପ୍ରାକୃତିକ ପରିବେଶ ଦେବାକୁ ପ୍ରୟାସ କରିଛନ୍ତି ଶିକ୍ଷକ। ସ୍କୁଲ ଅଗଣାରେ ଉଦ୍ୟାନ ଓ ତା ସାଙ୍ଗକୁ ଫାଉଣ୍ଟେନ୍। ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ସମେଲଇଚୁଆଁ ହାଇସ୍କୁଲରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ। ସ୍କୁଲରେ ଗଢ଼ି ଉଠିଛି ଉଦ୍ୟାନ
ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ । ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା, ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ସ୍ଥାନାନ୍ତର ସୂଚନା ।
ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ସମସ୍ତଙ୍କୁ ସୁରକ୍ଷିତ ବାସଗୃହ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଏହି ଚିଠି ଲେଖିଛନ୍ତି। PMAY ଯୋଜନାରେ ଫନି ପ୍ରଭାବିତ ୧୪ ଜିଲ୍ଲାକୁ ୭ କୋଟି ୮୭ ଲକ୍ଷ ଘର ଦାବି କରିଛନ୍ତି ନବୀନ।
ପରୀକୁ ନ୍ୟାୟ ପ୍ରଦାନ ଦାବିରେ ଆସନ୍ତା ୨୦ ତାରିଖରୁ ପରୀ ପଦଯାତ୍ରା ଆରମ୍ଭ କରିବ ବିଜେପି। ଲିଙ୍ଗରାଜ ମନ୍ଦିରରୁ ଏହି ପଦଯାତ୍ରା ବାହାରିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି। ଏକ ପ୍ରେସମିଟରେ ସେ କହିଛନ୍ତି ବିଜେପିର ପଦଯାତ୍ରା ଲିଙ୍ଗରାଜ ମନ୍ଦିରରୁ ବାହାରି ପରୀର ଗାଁ ନୟାଗଡ଼ର ଯଦୁପୁର ଯିବ
ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ହାଇକୋର୍ଟରେ ହାଜର ହେଲେ ଏଡିଜି ।କ୍ରାଇମବ୍ରାଞ୍ଚ ଭିଡିଓ କନ୍ଫରେନ୍ସିଂରେ ସେ ହାଜର ହୋଇ ପକ୍ଷ ରଖିଛନ୍ତ। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ଜଣାଇଛନ୍ତି ଏଡିଜି ଏବଂ ତଦନ୍ତ ଚାଲୁ ରହିଥିବା ଜଣାଇଛନ୍ତି।