• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

fani affected people
ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଅର୍ଥ ପ୍ରଦାନ କଲେ ବିଭିନ୍ନ ସଂସ୍ଥା

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଓ ପୁନଃଥଇଥାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି। ଏସାର୍‌ ଷ୍ଟିଲ ପକ୍ଷରୁ ୧୦ ଲକ୍ଷ, ଏସ୍‌ପ୍ଲାନେଡ୍ ପକ୍ଷରୁ ୧୧ ଲକ୍ଷ, ବେଙ୍ଗାଲୁରୁର କଳିଙ୍ଗ ୟୁଥ୍ ଆସୋସିଏନ ପକ୍ଷରୁ ୧ ଲକ୍ଷ, ଓଡ଼ିଶା ସରକାରୀ ପଲିଟେକ୍‌ନିକ୍‌ ଶିକ୍ଷକ ସଂଘ ପକ୍ଷରୁ ୧ ଲକ୍ଷ, ଭାନିକ୍‌ ଏଜୁକେଶନ୍‌ ଟ୍ରଷ୍ଟ ପକ୍ଷରୁ ୧ ଲକ୍ଷ ଟଙ୍କା ସମେତ ୧୧ଟି ସଂସ୍ଥା […]

  • Saturday, 10 July 2021
dgp
ଆସନ୍ତା ୨୩ରେ ଭୋଟ୍‌ ଗଣତି ନେଇ ଡିଜିପିଙ୍କ ସୁରକ୍ଷା ବୈଠକ

ଭୁବନେଶ୍ୱର: ଆସନ୍ତା ୨୩ ତାରିଖରେ ଭୋଟ୍‌ ଗଣତି ହେବ।  ଏହି ସମୟରେ ସୁରକ୍ଷାକୁ ନେଇ ପୁଲିସ୍‌ ଡିଜି ଆର୍‌.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।  ୬୨ଟି ସ୍ଥାନରେ ଭୋଟ୍‌ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନେଇ ଏକ ପ୍ରେସ୍‌ନୋଟ୍ ମାଧ୍ୟମରେ ଡିଜିପି ସୂଚନା ଦେଇଛନ୍ତି। ସେହିପରି ଗଣତି କେନ୍ଦ୍ରରେ ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହ ପୁଲିସ୍‌, OSAP ସଜାଗ ରହିବେ।  APR, OAPF, ହୋମ୍‌ଗାର୍ଡ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିବେ।  ଗଣତି […]

  • Saturday, 10 July 2021
2308976543
 'ଓଡ଼ିଶା ଉତ୍କର୍ଷ ସମ୍ମାନ’-୨୦୧୯ ପାଇଁ ଆହ୍ୱାନ

ଭୁବେନଶ୍ୱର : ଅଗ୍ରଣୀ ଖବର ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡ଼ିଆ ପକ୍ଷରୁ ବିଗତ ବର୍ଷ ଭଳି ୨୦୧୯ରେ  ମଧ୍ୟ  ‘ଓଡ଼ିଶା ଉତ୍କର୍ଷ ସମ୍ମାନ’ ପ୍ରଦାନ କରାଯିବ। ସାହିତ୍ୟ, ସମାଜସେବା, ଶିକ୍ଷା, ସ୍ୱାସ୍ଥ୍ୟ, ସଙ୍ଗୀତ, ସାମ୍ବାଦିକତା, କ୍ରୀଡା ଆଦି ମୋଟ ୨୦ ଟି ବିଭାଗରେ ଏହି ସମ୍ମାନ ପ୍ରଦାନ କରାଯିବ। ଏ ନେଇ ସୂଚନା ଦେଇଛନ୍ତି ଓଡ଼ିଆ ମିଡିଆ ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା। ୪୫ ବର୍ଷରୁ ଅଧିକ ସଫଳ, ପ୍ରସିଦ୍ଧ ତଥା ଅଣଦେଖା ହୋଇ […]

  • Saturday, 10 July 2021
Corona Virus
ଆମ ମାନଙ୍କ ଅସାବଧାନତା ପାଇଁ ଶୀଘ୍ର ପଳାଇ ଆସିବ କି କରୋନାର ତୃତୀୟ ଲହର?

ଚିନ୍ତା ବଢ଼ାଇଛି ସହର, ବଜାର ଓ ପର୍ଯ୍ୟଟନ ସ୍ଥଳ। ବିପଦକୁ ଡାକୁଛି ବେପରୁଆପଣ। ବାସ୍ତବ ଚିତ୍ର ଆଖି ସାମ୍ନାରେ ଦେଖାଦେଉଛି ଜଳଜଳ କରି। ଶିମ୍ଲା, ମସୌରି ହିଲ୍ ଷ୍ଟେସନ୍ ହେଉ କି ହରିଦ୍ୱାର ଓ ବାରାଣସୀ ଆଦି ଧାର୍ମିକ ସ୍ଥଳ ସବୁଠି ଡରାଇଲା ଭଳି ଭିଡ଼। ସାମାଜିକ ଦୂରତା କଥା ଛାଡ଼ନ୍ତୁ, ମାସ୍କ ବି ସମସ୍ତଙ୍କ ମୁହଁରେ ନାହିଁ। ସ୍ଥିତି ଏଭଳି ରହିଲେ ତୃତୀୟ ଲହର ଯେ ଆଉ ବେଶି ଦୂର ନୁହେଁ, ଏଥିରେ ତିଳେ ବି ସନ୍ଦେହ ନାହିଁ।

election
ଓଡ଼ିଶାର ୩୪ଟି ବୁଥ୍‌ରେ ଚାଲିଛି ସାନି ମତଦାନ

ଭୁବନେଶ୍ୱର: ବୁଥ୍ ରିଗିଂ, ଇଭିଏମ୍ ତ୍ରୁଟି ଓ ବିଶୃଙ୍ଖଳା ଅଭିଯୋଗ ଆସିଥିବା ଓଡ଼ିଶାର ୩୪ଟି ବୁଥ୍‌ରେ ଆଜି ସାନି ମତଦାନ ହେଉଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ଭୋଟ୍ ଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୩୪ଟି ବୁଥ୍ ଭିତରୁ ଯାଜପୁର ସଂସଦୀୟ କ୍ଷେତ୍ରର ସର୍ବାଧିକ ୯ଟି ବୁଥ୍‌ରେ ସାନି ମତଦାନ ହେଉଛି। ଯେଉଁଥିରେ ବରିର ୫ଟି, ବିଞ୍ଝାରପୁରର ୨ଟି ଏବଂ ସୁକିନ୍ଦା ଓ ଧର୍ମଶାଳାର ଗୋଟିଏ ଲେଖାଏ ବୁଥ୍ ରହିଛି। କଟକର ୫ଟି ବୁଥ୍‌ […]

  • Saturday, 10 July 2021
12741
ସବ୍ୟସାଚୀ ହେଲେ ଓଡ଼ିଶା ଟେନିସ୍‌ ପ୍ରିମିୟର ଲିଗ୍‌ ବ୍ରାଣ୍ଡ ଆମ୍ବାସାଡର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରଠାରେ ଆସନ୍ତା ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ ଓଡ଼ିଶା ଟେନିସ ପ୍ରିମିୟର ଲିଗର ତୃତୀୟ ସଂସ୍କରଣ। ସର୍ବଭାରତୀୟସ୍ତରରୁ ବଛା ବଛା ଖେଳାଳି ଏହି ପ୍ରତିଯୋଗିତାରେ ଭାଗ ନେବେ । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଏହି ପ୍ରତିଯୋଗିତାରେ ୮ଟି ଦଳ ଭାଗ ନେଇଛନ୍ତି । ୫ଦିନ ଧରି ହେବାକୁ ଥିବା ଏହି ଲିଗ୍‌ର ଚାମ୍ପିୟନ ଏବଂ ରନର୍ସଅପ ଟ୍ରଫି ଉନ୍ମୋଚିତ ହୋଇଛି । ଓଲିଉଡ ଅଭିନେତା ସବ୍ୟସାଚୀ ଓଡ଼ିଶା ପ୍ରିମିୟର ଲିଗର […]

  • Saturday, 10 July 2021
12344321
କଳିଙ୍ଗ ବାଲିଯାତ୍ରାକୁ ନେଇ ଘନେଇଲା ବିବାଦ

ପାରାଦୀପ: ପାରାଦୀପ କଳିଙ୍ଗ ବାଲିଯାତ୍ରାକୁ ନେଇ ଉଠିଥିବା ବିବାଦ କ୍ରମେ ଘନେଇବାରେ ଲାଗିଛି । ଉଭୟ ବିଜେପି ଓ ବିଜେଡି ଏହାକୁ ନେଇ ପାରାଦୀପରେ ମୁହାଁମୁହିଁ ହୋଇଛନ୍ତି । ପୌରପାଳିକା ଏବଂ କଳିଙ୍ଗ ବାଲିଯାତ୍ରା କମିଟିରେ ବିଜେଡିର ଏକଚାଟିଆ ପ୍ରାଦୁର୍ଭାବ ଓ ଦୁର୍ନୀତି କଥା ଉଠାଇ ବିଜେପି ୪ ଦିନ ହେଲାଣି ପୌରପାଳିକା ନିକଟରେ ଧାରଣା ଦେଇଛି । ଜିଲ୍ଳାପାଳ ତଦନ୍ତ କରି ପୌର ନିର୍ବାହୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି । […]

  • Saturday, 10 July 2021
12332
ଆଜି ଅଁଳା ନବମୀ, ରାଧାପାଦ ଦର୍ଶନ କଲେ ଶ୍ରଦ୍ଧାଳୁ

ପୁରୀ: ଆଜି ପବିତ୍ର ଅଁଳା ନବମୀ। ଏହି ଅବସରରେ ଆଜି ଭକ୍ତ କରିବେ ରାଧା ପାଦ ଦର୍ଶନ। ଏଥିପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଆଜି ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି। ଆଜି  ଶ୍ରୀରାଧାଙ୍କୁ ପାରମ୍ପରିକ ଗହଣା, ସୁବର୍ଣ୍ଣ କିରିଟୀ, ଦ୍ରାବିଡ଼ ଚନ୍ଦ୍ର, ମଥାମଣି, ମୟୂର ବସାଗୁଣା, ନୁଥ, ଚାପସରି,  ଡେଉଁରିଆ, ପଣସକଣ୍ଟା, ଖଡୁ, ପାଉଁଜି, ପାଦପଦ୍ମ ଝୁଣ୍ଟିଆ ପ୍ରଭୃତି ଲାଗି କରାଯାଇଛି। ଭିତର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ବେଶ […]

  • Saturday, 10 July 2021
ssssssssssssssssss
କୁନି ବୈଜ୍ଞାନିକଙ୍କୁ ମିଳିଲା ନାସାରୁ ନିମନ୍ତ୍ରଣ

ଅନୁଗୁଳ: ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଥାଏ ସବୁ ବାଧା, ସବୁ ପ୍ରତିବନ୍ଧକ। ଇଚ୍ଛାଶକ୍ତି ଥିଲେ ଯେ କୌଣସି ପରିସ୍ଥିତିରେ ବି ମିଳେ ସଫଳତା।  ଏହି ପଂକ୍ତିକୁ ଏବେ ସତ କରି ଦେଖାଇଛନ୍ତି ଅନୁଗୁଳର କୁନି ଇଞ୍ଜିନିୟର୍ ଶୁଭ୍ରାଂଶୁ ନାୟକ। ନବମ ଶ୍ରେଣୀରେ ପଢ଼ନ୍ତି, ହେଲେ କୌଣସି ଇଞ୍ଜିନିୟଙ୍କଠାରୁ ସେ କମ ନୁହନ୍ତି। ଶୁଭ୍ରାଂଶୁଙ୍କ ଉଭାବନ ପାଇଁ ଏବେ ତାଙ୍କୁ ବିଶ୍ୱର ସବୁଠୁ ବଡ଼ ସ୍ପେଶ ଏଜେନ୍ସି NASA ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ନାସା ପକ୍ଷରୁ […]

  • Saturday, 10 July 2021
ambulance
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଆମ୍ବୁଲାନ୍ସ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଉପକଣ୍ଠ କାଠପାଳ ନିକଟରେ ଆଜି ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ତେବେ ଡ୍ରାଇଭର ଓ ଫାର୍ମାସିଷ୍ଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କର କିଛି କ୍ଷତି ହୋଇନି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଆଜି ସକାଳେ ଆମ୍ବୁଲାନ୍ସଟି ଜଣେ ରୋଗୀଙ୍କୁ ଛାଡ଼ିବାକୁ ବାରିପଦା ଡାକ୍ତରଖାନାକୁ ଆସିଥିଲା। ସେଠାରୁ ଫେରିଲା ବେଳେ କାଠପାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ପରେ କ୍ରେନ୍‌ ଆସି ଆମ୍ବଲାନ୍ସକୁ […]

  • Saturday, 10 July 2021
sabysachi panda 1
ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ ସଜା

ବ୍ରହ୍ମପୁର: ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡାଦେଶ। ଆଇପିସି ଧାରା ୨୧ରେ ଦେଶଦ୍ରୋହ ଅପରାଧରେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌-୧ ସଞ୍ଜୟ ସାହୁ ଏହି ରାୟ ଶୁଣାଇଛନ୍ତି। ବିଭିନ୍ନ ମାଓବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ସବ୍ୟସାଚୀ ପଣ୍ଡା ୨୦୧୪  ଜୁଲାଇରେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତେବେ ତାଙ୍କ ମାମଲାର ଶୁଣାଣି କରି ବ୍ରହ୍ମପୁର ଏଡିଜେ-୧ ଆଜି ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସବ୍ୟସାଚୀ ପଣ୍ଡାଙ୍କ ନାଁରେ ୧୩୫ରୁ ଅଧିକ ଅପରାଧିକ ମାମଲା ଥିଲା। ଏଥିରୁ ୫୨ଟିରେ […]

  • Saturday, 10 July 2021
7654678
ଟେଣ୍ଡର ପୂର୍ବରୁ ବାଲିଯାତ୍ରା ପଡ଼ିଆରେ ନିର୍ମାଣ କାମ ଆରମ୍ଭ !

ପାରାଦୀପ: ପାରାଦୀପ କଳିଙ୍ଗ ବାଲିଯାତ୍ରାରେ ଡେକରେସନ୍ ଟେଣ୍ଟ୍ ଓ ଷ୍ଟଲ୍ ନିର୍ମାଣରେ ଅନିୟମିତତା ଅଭିଯୋଗ ହୋଇଛି। ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ନିର୍ଦ୍ଦିଷ୍ଟ ଏକ ଟେଣ୍ଟ ହାଉସ୍ ବାଲିଯାତ୍ରା ପଡ଼ିଆରେ ଅଧାରୁ ଅଧିକ କାମ ସରିଲାଣି। ହେଲେ ଟେଣ୍ଡର ପୂର୍ବରୁ  କିପରି କାମ ଆରମ୍ଭ ହେଲା ସେ ନେଇ ପ୍ରଶ୍ନ କରିଛି ବିଜେପି । ଏହାର ତଦନ୍ତ କରିବା ସହ ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଦଳ ପକ୍ଷରୁ ପାରାଦୀପ ପୌରପାଳିକା […]

  • Saturday, 10 July 2021
accident
ବସ୍‌ ଓଲଟି ୧୦ ଆହତ

ବଣାଇ(ରଣଜିତ୍ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଦର୍ଜି ନିକଟ ୧୪୩ ନମ୍ୱର ଜାତୀୟ ରାଜପଥରେ  ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ଟି ପାଲଲହଡ଼ାରୁ ରାଉରକେଲା ଯାଉଥିଲା। ବସ୍‌ର ଏକ୍ସେଲ ପତି ଭାଙ୍ଗି ଯିବାରୁ ତାହା ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା। ଖବର ପାଇ ପୁଲିସ୍‌ ଓ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି […]

  • Saturday, 10 July 2021
Untitled-1
୧୬ ବର୍ଷ ପରେ ଘରକୁ ଫେରିଲେ ମା’

କୋରାପୁଟ: ଦୀର୍ଘ ୧୬ ବର୍ଷ ବିତିଗଲା। ହଜି ଯାଇଥିବା ମାନସିକ ଭିନ୍ନକ୍ଷମ ମା’କୁ ଖୋଜି ଖୋଜି ହତାଶ ହୋଇପଡ଼ିଥିଲେ ପରିବାର ସଦସ୍ୟ ।  ହତାଶ ହୋଇ ମା’ ଙ୍କୁ ଫେରି ପାଇବାର ଆଶା ଛାଡ଼ି ଦେଇଥିଲେ । ଏମିତି ମା’ ଆଉ ନାହାନ୍ତି ବୋଲି ସେମାନେ ଭାବି ନେଇଥିଲେ। ଏତେ ଦିନ ପରେ ଘରକୁ ଫେରି ଆସିଛନ୍ତି ମା’। ତାଙ୍କୁ ଦେଖି ପରିବାରରେ ଖେଳି ଯାଇଛି ଖୁସିର ଲହରୀ। ମା’ଙ୍କୁ ଫେରି ପାଇବାରେ ମୁଖ୍ୟ ଭୂମିକା ଗ୍ରହଣ […]

  • Saturday, 10 July 2021
representational image
ରେଳ ଧାରଣାରୁ ଯୁବକ, ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ଅନୁଗୁଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା କୁମଣ୍ଡ ନିକଟ ରେଳ ଧାରଣାରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ବଅଁରପାଳର ଚଉରିଡ଼ିହ ଗାଁର ବିଭୂତି ସାହୁ ବୋଲି ଜଣାପଡ଼ିଛି। ତେବେ ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ। ବିଭୂତି କିଛି ବର୍ଷ ହେବ ତାଙ୍କ ଗାଁକୁ ଯାଉ ନଥିଲେ। ସେ କୁମଣ୍ଡରେ ତାଙ୍କ ମାମୁଙ୍କ ଘରେ ରହୁଥିଲେ। ହେଲେ ଗତକାଲି ସନ୍ଧ୍ୟାରେ ସେ ଏକ ବାଇକ୍‌ରେ ରେଲୱେ […]

  • Saturday, 10 July 2021
6
ଦେବଦୂତ ସାଜିଲେ ଆମ୍ବୁଲାନ୍ସ କର୍ମଚାରୀ, ଦେଢ କିମି ରାସ୍ତା ରୋଗୀଙ୍କୁ କାନ୍ଧରେ ବୋହିଲେ

ସମ୍ବଲପୁର: ଦୁର୍ଗମ ଗାଁରେ ଜୀବନ ଯନ୍ତ୍ରଣାର ଦୁଃଖ ଅସରନ୍ତି। ଏଠି ନାଁ ଗାଁକୁ ଅଛି ରାସ୍ତାଟିଏ, ନାଁ ଏଠାକୁ ଆସିପାରେ ଗାଡ଼ିଟିଏ । ରୋଗର ପଡ଼ିଲେ ତ କେବଳ ଭଗବାନ ହିଁ ଭରସା। ଆମ ଏଠି କହୁଛୁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୁସୁରମାଲ ପଞ୍ଚାୟତ ଝାଟକିମାଲ ଗାଁର କଥା। ହେଲେ ଏଇ ଦୁର୍ଗମ ଅଞ୍ଚଳର ଦୁର୍ଦ୍ଦଶା ଭିତରେ ଆପଣ ଅନୁଭବ କରିପାରିବେ ଏଠି ଲୋକଙ୍କ ଭିତରେ ଥିବା ମାନବିକତା, ସଦ୍‌ଭାବ ଆଉ ସାହାଯ୍ୟ କରିବାର ମାନସିକତାକୁ, […]

  • Saturday, 10 July 2021
relief rice
ବାତ୍ୟା ପାଇଁ ଆସିଥିବା ରିଲିଫ ଚାଉଳ ହଡ଼ପ ଅଭିଯୋଗ

କଟକ: ବାତ୍ୟା ପାଇଁ ଆସିଥିବା ରିଲିଫ ଚାଉଳ ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଛି। କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ବିଲିପଦା ଗାଁରୁ ଏହି ଅଭିଯୋଗ ଆସିଛି। ଏକ ଗାଡ଼ିରେ ୫ କ୍ୱିଣ୍ଟାଲରୁ ଅଧିକ ଚାଉଳ ବିଲିପଡ଼ାରୁ ନିଆଯାଉଥିବା ବେଳେ ସାହାଡ଼ାପଦା ଗୌଡ଼ ସାହି ନିକଟରେ ଲୋକମାନେ ଗାଡ଼ିକୁ ଅଟକାଇ ଥିଲେ। ଏଥିସହ ପୁଲିସ୍‌କୁ ମଧ୍ୟ ଖବର ଦେଇଥିଲେ। ଚାଉଳ ବସ୍ତାରେ ଓଡ଼ିଶା ଷ୍ଟେଟ୍‌ ସପ୍ଲାଏ କର୍ପୋରେସନ ଲେଖା ଯାଇଛି। ତେଣୁ ବାତ୍ୟା ପାଇଁ ଏହି […]

  • Saturday, 10 July 2021
exam
ଆଜି OJEEରେ ୨୦ଟି ସହରରେ ପରୀକ୍ଷା ଦେଉଛନ୍ତି ୩୦ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ରେ ଆଜି ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ୨୦ଟି ସହରର ୫୩ଟି କେନ୍ଦ୍ରରେ ଅଫ୍‌ଲାଇନ୍‌ ଏଣ୍ଟ୍ରାନ୍ସ ହେଉଛି। ସକାଳ ୯ ଟାରୁ ୧୨ଯାଏ ଗୋଟିଏ ସିଟିଂରେ ବି. ଫାର୍ମ ଏବଂ ୯ଟାରୁ ୧୦ ଯାଏ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ୍ ଏଣ୍ଟ୍ରି ଟୁ ବି.ଫାର୍ମ, ଏଣ୍ଟ୍ରି ଟୁ ବି.ଟେକ୍ ପରୀକ୍ଷା ହୋଇଥିଲା। ସେହିପରି ଦ୍ୱିତୀୟ ସିଟିଂ ୨ଟାରୁ ୪ଟା ଯାଏ ହେବ। ଏଥିରେ ଲାଟେରାଲ୍ ଏଣ୍ଟ୍ରି ଟୁ ବି.ଟେକ୍ ଫର୍ […]

  • Saturday, 10 July 2021
87
ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡା ଉଦିତନଗରର ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଛି। ପାଲଲହଡ଼ା ଇଲେକ୍ଟ୍ରି ଅଫିସ୍‌ ଛକରେ ଘଟିଛି ଏହି ଘଟଣା। ନିହତ ଯୁବକଙ୍କ ନାଁ ନରେନ୍ଦ୍ର ବେହେରା । ନରେନ୍ଦ୍ର ଆଜି ସକାଳେ ଚା ପିଇବା ପାଇଁ ଏହି ଛକକୁ ଆସିଥିଲେ। ପୂର୍ବରୁ ଛକି ରହିଥିବା କିଛି ଲୋକ ଏକ ଧାରୁଆ ଅସ୍ତ୍ରରେ  ତାଙ୍କ ଛାତିକୁ ଅତର୍କିତ ଆକ୍ରମଣ କରିଥିଲେ । ନିଜ ଜୀବନ ବଞ୍ଚାଇବା ପାଇଁ ନରେନ୍ଦ୍ର ବିକଳରେ ପାଖରେ ଥିବା […]

  • Saturday, 10 July 2021
malkangiri
ବିସ୍ଫୋରଣ କରି ପଞ୍ଚାୟତ ଅଫିସ ଉଡ଼ାଇ ଦେଲେ ମାଓବାଦୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ମାଥିଲି ଥାନା ଅନ୍ତର୍ଗତ ଟିମୁରପାଲି ପଞ୍ଚାୟତ ଅଫିସକୁ ମାଓବାଦୀମାନେ ଉଡ଼ାଇ ଦେଇଛନ୍ତି । ଗତକାଲି ରାତିରେ ୩୦ରୁ ୪୦ ଜଣ ମାଓବାଦୀ ଆସି ବିସ୍ଫୋରଣ କରି ପଞ୍ଚାୟତ ଅଫିସକୁ ଉଡ଼ାଇ ଦେଇଥିଲେ। ଏଥିସହ ମାଓବାଦୀମାନେ ଅଫିସ୍‌ରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ। ବିସ୍ଫୋରଣରେ ପଞ୍ଚାୟତ ଅଫିସର ଘର ଭାଙ୍ଗି ଯାଇଥିବା ବେଳେ ନିଆଁ ଲାଗି ଅଫିସ୍‌ ଭିତରେ ଥିବା ଜିନିଷପତ୍ର ଗୁଡ଼ିକ ନଷ୍ଟ ହୋଇଯାଇଛି। ତେବେ ବିସ୍ଫୋରଣରେ ମୃତାହତ […]

  • Saturday, 10 July 2021
elephant
ହାତୀ ଆକ୍ରମଣରେ ଦୁଇ ମୃତ

ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହି ଅଞ୍ଚଳରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ସୋସୋ ଥାନା ଅନ୍ତର୍ଗତ କାନପୁର ଗାଁର ସଞ୍ଜୁଲତା ରାଉତ ଓ ନୂଆଗୁରୁଡ଼ି ଗାଁର ଜଗା ମଲ୍ଲିକ। ସଞ୍ଜୁଲତା ରାଉତ ଆମ୍ବ ବଗିଚାକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ସେହିପରି ଗତକାଲି ସଂଧ୍ୟାରେ ଜଗା ବାଇକ୍‌ରେ ଯାଉଥିବାବେଳେ ହଠାତ୍‌ ଜଙ୍ଗଲ ଭିତରୁ ଏକ ହାତୀ ବାହାରି ଆସି ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ସେ ବାଇକ୍‌ରୁ […]

  • Saturday, 10 July 2021
vehicle burn
ପାର୍କିଂରେ ଜଳିଗଲା ୭ଟି ଗାଡ଼ି

ଭୁବନେଶ୍ୱର: ଭୁବନେଶ୍ୱର ଝାରପଡ଼ା ଜଗନ୍ନାଥନଗରରେ ନିଆଁ ଲାଗି ୭ଟି ଗାଡ଼ି ଜଳି ଯାଇଛି। ହେରିଟେଜ୍ ବିଲ୍‌ଡିଂ ତଳେ ପାର୍କିଂ ହୋଇଥିବା ୨ଟି କାର୍ ଓ ୫ଟି ବାଇକ୍ ଜଳିଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କେହି ଦୁବୃର୍ତ୍ତ ନିଆଁ ଲଗାଇ ପଳାଇଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡରେ ବିଲ୍‌ଡିଂର କୌଣସି କ୍ଷତି ହୋଇନାହିଁ। ଏହି ଘଟଣାକୁ ନେଇ ହେରିଟେଜ୍ ବିଲ୍‌ଡିଂରେ ରହୁଥିବା […]

  • Saturday, 10 July 2021
representationl image
ଖାକିରେ ଲାଗିଲା କଳଙ୍କ! ୪ ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ ଗଣଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ଖାକିରେ ଲାଗିଲା କଳଙ୍କ! ଜାମସେଦପୁରର ଜଣେ ୧୫ ବର୍ଷର ନାବାଳିକାକୁ ୪ଜଣ ପୁଲିସ୍‌ କର୍ମଚାରୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକାଙ୍କୁ ଝାରସୁଗୁଡ଼ା ଏବଂ ରାୟପୁରର ବିଭିନ୍ନ ସ୍ଥାନକୁ ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଜାମସେଦପୁର ଟୋଲକୋ ଥାନାରେ ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକାଙ୍କୁ ଝାଡ଼ଖଣ୍ଡର ବାଗବେଡ଼ା ପୁଲିସ୍‌ ଉଦ୍ଧାର କରିବା ସହ ପୂର୍ବ ସିଂହଭୁମ ଜିଲ୍ଲାର ବାଲ୍ କଲ୍ୟାଣ ସମିତିକୁ ହସ୍ତାନ୍ତର କରିଥିଲା। ନାବାଳିକାଙ୍କୁ ତା’ର ଭିଣୋଇ ଦେହ ବ୍ୟବସାୟରେ […]

  • Saturday, 10 July 2021
333
ଉତ୍କଳ ଆଲୁମିନା ପ୍ଲାଣ୍ଟ ପରିସରରେ ଥମୁନି ଉତ୍ତେଜନା

ରାୟଗଡ଼ା: ରାୟଗଡ଼ା ଟିକିରି ଉତ୍କଳ ଆଲୁମିନା ପ୍ଲାଣ୍ଟ ନିକଟରେ ଗତ କାଲିଠାରୁ ଲାଗି ରହିଥିବା ଉତ୍ତେଜନା ଆଜି ବି ଥମିନି। ପରିସ୍ଥିତି ସ୍ୱାଭାବିକ କରିବାକୁ ପ୍ରଶାସନ ଉଦ୍ୟମ ଜାରି ରଖିଛି। ଉପଜିଲ୍ଲାପାଳ ଓ ଏସ୍‌ପି ଲୋକଙ୍କ ସହ ଆଲୋଚନା କରୁଛନ୍ତି ।କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ କମ୍ପାନୀ ଅଞ୍ଚଳରେ ଏବେ ବି ୧୪୪ ଧାରା ଜାରି ରହିଛି । ସୂଚନା ଅନୁଯାୟୀ, ଉତ୍କଳ ଆଲୁମିନା ପ୍ଲାଣ୍ଟଠୁ ୫୦ ମିଟର ଦୂରତାରେ ରହିଛି ଡିମୁଣ୍ଡି ଗାଁ।  କମ୍ପାନୀ […]

  • Saturday, 10 July 2021
Untitled-1
ରକ୍ତ ଦେଇ ଶିଶୁର ଜୀବନ ବଞ୍ଚାଇଲେ ଏସ୍‌ପି

ଫୁଲବାଣୀ: ପୋଲିସ ବାବୁଙ୍କର ଉଗ୍ର ରୂପ ଆମେ ଅନେକ ଦେଖିଛେ। ହେଲେ ପୋଲିସର ଖାକି ବର୍ଦ୍ଦି ତଳେ ସେମାନଙ୍କର ବି ଗୋଟିଏ ନରମ ହୃଦୟ ଅଛି, ସେଠି ଶ୍ରଦ୍ଧା, ସମ୍ମାନ ଭାବପ୍ରବଣତା ରହିଛି-ଏହାର ପ୍ରମାଣ ଦେଇଛନ୍ତି କନ୍ଧମାଳ ଏସ୍‌ପି।  ସିକିଲ୍‌ସେଲ ରୋଗରେ ଆକ୍ରାନ୍ତ ଜଣେ ୭ ବର୍ଷର ଶିଶୁକୁ ରକ୍ତ ଦେଇ ଜୀବନ ବଞ୍ଚାଇଛନ୍ତି ଏସ୍‌ପି ପ୍ରତୀକ ସିଂ। ଫୁଲବାଣୀ ବ୍ରାହ୍ମଣୀ ଗାଁର ରାଲୁ ଦିଗାଲଙ୍କ  ୭ ବର୍ଷର ଝିଅ ସିକିଲ୍‌ସେଲ୍‌ ରୋଗରେ ଆକ୍ରାନ୍ତ। ଝିଅର ଦେହ […]

  • Saturday, 10 July 2021