• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

forest damage
‘ଫୋନି’ ମାଡ଼ରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ: ବିଜୟଶ୍ରୀ ରାଉତରାୟ

ଭୁବନେଶ୍ୱର: ବାତ୍ୟା ‘ଫୋନି’ ମାଡ଼ରେ ୨୦ ଲକ୍ଷରୁ ଅଧିକ ଗଛ ନଷ୍ଟ ହୋଇଛି। ଯେତିକି ଜଙ୍ଗଲ ଉଜୁଡ଼ିଛି, ତାର ପୂର୍ବାବସ୍ଥା ଫେରାଇ ଆଣିବା ପାଇଁ ଆହୁରି ୨୦ ବର୍ଷ ଲାଗିଯିବ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି। ତଥାପି ଯୁଦ୍ଧକାଳୀନ ଭିତ୍ତିରେ ବୃକ୍ଷରୋପଣ କରି ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପୂର୍ବାବସ୍ଥା ଫେରାଇ ଅଣାଯିବାକୁ ଉଦ୍ୟମ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷେ, ‘ଫୋନି’ ପ୍ରଭାବରେ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ […]

  • Saturday, 10 July 2021
central team
ଦ୍ୱିତୀୟ ଦିନରେ ବାତ୍ୟା ବିଧ୍ୱସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ‘ଫୋନି’ର କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ୍ ଆଜି ମଧ୍ୟ ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବେ।  ଆଜି ଗୋଟିଏ ଟିମ୍ କଟକ ଏବଂ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିବେ।  ସେହିପରି ଅନ୍ୟ ଏକ ଟିମ୍ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତିର ଆକଳନ କରିବେ। ଗତକାଲି କେନ୍ଦ୍ର ଗୃହ ବିଭାଗର ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ଆସିଥିବା ୧୧ […]

  • Saturday, 10 July 2021
2121
ଦିନେ ମଞ୍ଚକୁ ଜୀବନ ଦେଉଥିଲେ, ଆଜି ମଞ୍ଚ ଦୂରେଇ ଦେଲା

ଭୁବନେଶ୍ୱର: ଯାତ୍ରା ଜଗତର ଚର୍ଚ୍ଚିତ ଖଳ ନାୟକ ଦାମ ପଣ୍ଡା। ଦିନେ ମଞ୍ଚରେ ଚିତ୍କାର ଛାଡିଲେ ଘର ଭିତରେ ପିଲା ବି ନିଦରୁ ଉଠିପଡୁଥିଲା। ହେଲେ କର୍କଟ ରୋଗ ରେ ପଡି ଏବେ ଘରେ ରହୁଛନ୍ତି । ରୋଗ ତ ଭଲହୋଇଛି ହେଲେ କାମ ମିଳୁନି ତାଙ୍କୁ। ଯୌବନରେ ପାଦ ଦେଉ ଦେଉ ଯାତ୍ରା ଜଗତକୁ ଓହ୍ଳାଇ ଆସିଥିଲେ ସେ। ଗ୍ରାଜୁଏସନ ପରେ ପରେ ଗାଁ ପୂଜାରେ ଗାଁ ଲୋକେ ମିଶି ଏକ ଯାତ୍ରା କରିଥିଲେ ନାଟକ […]

  • Saturday, 10 July 2021
bjp
ହିତାଧିକାରୀ ଚୟନରେ ୮୫ ପ୍ରତିଶତ ଦୁର୍ନୀତି !

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପିର ସାଂଘାତିକ ଅଭିଯୋଗ । ମୋଟ ୧୨ ଲକ୍ଷ ୭୫ ହଜାର ହିତାଧିକାରଙ୍କ ମଧ୍ୟରୁ ୧୦ ଲକ୍ଷ ଅଯୋଗ୍ୟ ବୋଲି ଦଳ ଅଭିଯୋଗ କରିଛି । ଅର୍ଥାତ ହିତାଧିକାରୀ ଚୟନରେ ୮୫ ପ୍ରତିଶତ ଦୁର୍ନୀତି ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ଏମିତି ଅଭିଯୋଗ କରିଛନ୍ତି ଗୋଲକ ମହାପାତ୍ର ଓ ସାରଦା ମହାପାତ୍ର । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁରରେ ଯେତେ ଲୋକ ଅଛନ୍ତି, ତାଠାରୁ ଅଧିକ ଘର […]

  • Saturday, 10 July 2021
train
ପୁରୀରୁ ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ

ପୁରୀ: ବାତ୍ୟା ‘ଫୋନି’ର ଦଶ ଦିନ ପରେ ଆଜି ପୁରୀରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି। ନିର୍ଦ୍ଧାରିତ ସମୟରେ ସମସ୍ତ ପାସେଞ୍ଜର ଏବଂ ଦ୍ରୁତଗାମୀ ଟ୍ରେନ୍ ଆଜିଠାରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି। କୌଣସି ଟ୍ରେନ୍‌ର ସମୟ ପରିବର୍ତ୍ତନ କିମ୍ବା ଗତିପଥ ବଦଳାଯାଇ ନଥିବା ପୂର୍ବତଟ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୁରୀ ରେଳ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଇଛି। ପୁରୀ ସହରରେ ବିଜୁଳି ନ ଥିଲେ […]

  • Saturday, 10 July 2021
123121
ରିଲିଫ କ୍ୟାମ୍ପରେ ଦୀପାବଳି ପାଳିଲେ ଏସ୍‌ପି

ପାରଳାଖେମୁଣ୍ଡି: ସମସ୍ତେ ତ ପାଳୁଥିଲେ ଦୀପାବଳି। ହେଲେ ଗଜପତି ଏସ୍‌ପି ସାରା ଶର୍ମାଙ୍କ ଦୀପାବଳି ଥିଲା ନିଆରା। ବାଣ ଫୁଟାଇଲେ, ମିଠା ଖୁଆଇଲେ ହେଲେ ନିଜ ଘରେ ପରିଜନଙ୍କ ଗହଣରେ ନୁହେଁ, ରିଲିଫ କ୍ୟାମ୍ପରେ। ଗତ ଲଗାଣବର୍ଷାରେ ଗଜପତି ଜିଲ୍ଲାର ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିବା ହଜାର ହଜାର ଲୋକ ବାସହରା ହୋଇଛନ୍ତି। ସବୁକିଛି ହରାଇବା ପରେ ଲୋକେ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଗୁମ୍ମା ବ୍ଲକ […]

  • Saturday, 10 July 2021
counting vote
‘ଓଡ଼ିଶାରେ ଭୋଟ୍ ଗଣତି ପାଇଁ ଅଧିକ ସମୟ ଲାଗିପାରେ’

ଭୁବନେଶ୍ୱର: ଆସନ୍ତା ୨୩ରେ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ବେଳେ ଓଡ଼ିଶାରେ ଅଧିକ ସମୟ ଲାଗିପାରେ ଭୋଟ୍ ଗଣତି। ଆଜି ଭୁବନେଶ୍ୱରେରେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ତାଲିମ୍ ପ୍ରଦାନ ଅବସରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ଏକ ସମୟରେ ଲୋକସଭା, ବିଧାନସଭା ଭୋଟ୍ ଲାଗି ଗଣତି ହେବାକୁ ଥିବାରୁ ଏଥିପାଇଁ ଦୀର୍ଘ ସମୟ ଲାଗିବ। ୭ଟି ଟେବୁଲ୍‌ରେ ବିଧାନସଭା, ୭ଟି ଟେବୁଲ୍‌ରେ ଲୋକସଭା ଭୋଟ୍‌ ଗଣତି ହେବ। ପ୍ରତି ନିର୍ବାଚନ […]

  • Saturday, 10 July 2021
dharmendra pradhan
‘ଫୋନି’ ପ୍ରଭାବିତଙ୍କୁ ମାଗଣା କିରୋସିନି ପାଇଁ ୩କୋଟିର ଆର୍ଥିକ ସହାୟତା ଦେବ କେନ୍ଦ୍ର

ଭୁବନେଶ୍ୱର: ବାତ୍ୟା ‘ଫୋନି’ ପ୍ରଭାବିତଙ୍କୁ କିରୋସିନି ମାଗଣାରେ ଯୋଗାଇ ଦେବା ଲାଗି ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ, ରାଜ୍ୟ ସରକାରଙ୍କୁ ୩କୋଟି ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବ। ଏହି ଅର୍ଥରେ ରାଜ୍ୟ ସରକାର ଆବଶ୍ୟକ କରୁଥିବା ୧୦୦୦ କିଲୋଲିଟର କିରୋସିନି ସଂଗ୍ରହ କରିପାରିବେ।  ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖି ଜଣାଇଛନ୍ତି। ବାତ୍ୟା ପ୍ରଭାବିତଙ୍କ ଲାଗି ମାଗଣାରେ ଅତିରିକ୍ତ ହଜାରେ କିଲୋଲିଟର କିରୋସିନି ଯୋଗାଇ […]

  • Saturday, 10 July 2021
ill
ବେଲ ପଣା ପିଇ ୪ ଅସୁସ୍ଥ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ୍ ଅନ୍ତର୍ଗତ ହାଟସାହି ଗାଁରେ ବେଲ ପଣା ପିଇ ୪ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଗତକାଲି ସମସ୍ତେ ବେଲ ପଣା ପିଇଥିଲେ। ଏହାପରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଆଜି ସକାଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

  • Saturday, 10 July 2021
231114
ଜିଲ୍ଲାପାଳଙ୍କ ନାଁରେ ଫେକ୍ ଫେସ୍‌ବୁକ୍‌ ଆକାଉଣ୍ଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାପାଳଙ୍କ ନାଁରେ ପୁଣି ଫେକ୍ ଫେସ୍‌ବୁକ୍‌ ଆକାଉଣ୍ଟ । ଏପରି ଅଭିଯୋଗ କରିଛନ୍ତି ଜିଲ୍ଲାପାଳ ଶୁଭମ୍ ସକ୍ସେନା। ଏ ନେଇ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜିଲ୍ଲାପାଳ । ଏହି ଫେକ୍ ଫେସ୍‌ବୁକ୍ ଆକାଉଣ୍ଟରୁ ବିଭିିନ୍ନ ଲୋକଙ୍କୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଯାଉଛି। ଖୋଳତାଡ଼ କରିବା ସହ ଏହା ପଛରେ କାହାର ସଂପୃକ୍ତି ରହିଛି ସେ ନେଇ ତଦନ୍ତ କରିବାକୁ ଏସ୍‌ପିଙ୍କୁ କହିଛନ୍ତି ଜିଲ୍ଲପାଳ । ସୂଚନାଥାଉ କି, କିଛି ମାସ ପୂର୍ବରୁ ଏଭଳି ଘଟଣା […]

  • Saturday, 10 July 2021
heavy rainfall
ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି। ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗତ ୨-୩ ଦିନ ହେଲା ରାଜ୍ୟର ୧୦ରୁ ଅଧିକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଥିବା ବେଳେ ବଲାଙ୍ଗିର,ସମ୍ବଲପୁର, ଝାରସୁଗୁଡା, ଟିଟିଲାଗଡ଼ ଭଳି ସ୍ଥାନରେ ପାରଦ ୪୪ରୁ ୪୫ ଡିଗ୍ରୀ ମଧ୍ୟରେ ରହୁଛି। ଏମିତି ଲାଗୁଛି ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି। ତେବେ  ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ୨ରୁ୩ ଡିଗ୍ରୀ […]

  • Saturday, 10 July 2021
Truck Meets With an Accident
ରାସ୍ତା ତଳକୁ ଖସି ପଡ଼ିଲା ଗୋରୁ ବୋଝେଇ ଟ୍ରକ୍‌; ୫ ଗୋରୁ ମୃତ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଭାରସାମ୍ୟ ହରାଇ ଗୋରୁ ବୋଝେଇ ଟ୍ରକ୍‌ ରାସ୍ତା ତଳକୁ ଖସି ଯିବାରୁ ୫ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ଢେଙ୍କନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଧନିଆନାଳି ଠାରେ ଆଜି ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌ଟି ଭଦ୍ରକ ଯାଉଥିଲା ବୋଲି ଜଣାପଡ଼ିଛି। ଦୁର୍ଘଟଣାପରେ ଟ୍ରକ୍‌ରୁ ଅନ୍ୟ ଗୋରୁ ଗୁଡ଼ିକ ବାହାରି ପଳାଇଥିଲେ। ସେହିପରି ଏହି ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ଅଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

  • Saturday, 10 July 2021
representational image
ଶାଗୁଆନ ଗଛରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗିର: ଶାଗୁଆନ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବଲାଙ୍ଗିର ରେଲୱେ ଷ୍ଟେସନର ପ୍ଲାଟ୍‌ଫର୍ମ ନମ୍ବର ୧ର ପଛପଟେ ଥିବା ଏକ ଶାଗୁଆନ ଗଛରୁ ଏହି ମୃତଦେହକୁ ଜିଆର୍‌ପି ପୁଲିସ୍‌ ଉଦ୍ଧାର କରିଛି। ମହିଳା ଜଣଙ୍କ ବିବାହିତ ବୋଲି ଜଣାପଡ଼ିଛି। କାହିଁକି ନା ତାଙ୍କ ମୁଣ୍ଡରେ ସିନ୍ଦୂର ଓ ହାତରେ ଶଙ୍ଖା  ଲଗାଇଥିବା ଦେଖିବାକୁ ମିଳିଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ମହିଳାଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।

  • Saturday, 10 July 2021
11111111
ଦୀପାବଳି ନ ପାଳି ଅନ୍ୟକୁ ଆଲୋକ ଦେଉଥିବା ମଣିଷମାନେ

ଭୁବନେଶ୍ୱର: ଦୀପାବଳି ଆଲୋକର ପର୍ବ। ରଙ୍ଗୀନ ଆଲୁଅରେ ହସୁଛି ସହରର ଗଳିକନ୍ଦି। ଘରେ ଘରେ ଆତସବାଜି, ପିଠାପଣାର ସମ୍ଭାର। ଉତ୍ସବର ମାହୋଲ। ହେଲେ ଏମାନେ ଏମିତି ମଣିଷ, ଯିଏ ଅନ୍ୟକୁ ଆଲୋକ ଦିଏ ସିନା, ନିଜେ ରହଯାଏ ଅନ୍ଧାରରେ। ଦୀପାବଳିର ଆଲୋକ ଦେଖିପାରେନି କି ପିଠାପଣା ମହକ ଜାଣି ପାରେନି। ଏମାନେ ଆମ ବିଦ୍ୟୁତ୍‌ ବିଭାଗର ଲାଇନ ମ୍ୟାନ। ପର୍ବପର୍ବାଣୀ ପଡ଼ିଲେ ଏମାନଙ୍କ ବେଶିକାମ। ପ୍ରତି ମୁହୂର୍ତ୍ତରେ ଚାହିଁ ରହିଥିବେ କାଳେ କେଉଁଠି ଅଘଟଣ ହେବ ! […]

  • Saturday, 10 July 2021
32223
ପ୍ରଚଣ୍ଡ ଶବ୍ଦରେ ଫାଟିଗଲା କାନ୍ଥ, ଉଡ଼ିଗଲା ଛାତ

ଧର୍ମଗଡ଼: ବେଆଇନ ପଥର ବ୍ଲାଷ୍ଟିଂକୁ ନେଇ ଲୋକେ ତାତିବା ପରେ କଳାହାଣ୍ଡି ଜିଲ୍ଲା ଜୟପାଟଣା କାଶିବାହାଲର ବାଷ୍ଟିଂ ସ୍ଥଳ ସିଲ୍ କରିଛି ପ୍ରଶାସନ। ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ଅଭିଯୋଗର ତଦନ୍ତ କରୁଛନ୍ତି। ପଥରବ୍ଲାଷ୍ଟିଂ ଯୋଗୁଁ ଆଖପାଖ ଗାଁର ଘରେ ଫାଟ ହୋଇଥିବା ଲୋକେ ଅଭିଯୋଗ କରିଥିଲେ । ଗତ ରାତିରେ ଗାଁ ନିକଟ ଲାଣ୍ଡିମୁଣ୍ଡି ପାହାଡ଼ରେ ଭୟଙ୍କର ବିସ୍ଫୋରଣ ସହ ପଥର ବ୍ଲାଷ୍ଟିଂ କରାଯାଇଥିଲା। ଏହାର ପ୍ରଭାବରେ ସାରା ଗାଁ ଥରହର ହେବା ସହ ଆତଙ୍କିତ […]

  • Saturday, 10 July 2021
training
ଭୋଟ୍‌ ଗଣତି ପୂର୍ବରୁ ଟ୍ରେନିଂ ନେଲେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର: ଆସନ୍ତା ୨୩ରେ ହେବାକୁ ଥିବା ସାଧାରଣ ନିର୍ବାଚନର ଭୋଟ୍ ଗଣତିକୁ ନେଇ ଭୁବନେଶ୍ୱରରେ ରିଟଣ୍ଣିଂ ଅଫିସରଙ୍କ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ନିର୍ବାଚନ କମିଶନଙ୍କ ଦ୍ୱାରା ଆୟୋଜିତ ଏହି  କାର୍ଯ୍ୟକ୍ରମ ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ଚାଲିବ। ଜୟଦେବ ଭବନରେ ଆୟୋଜିତ ସ୍ୱତନ୍ତ୍ର ମଡେଲ୍‌ ଭୋଟ୍‌ ଗଣତି କେନ୍ଦ୍ରରେ ଆଜି ୧୪ଟି ଜିଲ୍ଲାର ୧୧୨ ରୁ ୧୧୫ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳମାନେ ମଧ୍ୟ ଉପସ୍ଥିତ ରହିଛନ୍ତି। କେମିିତି […]

  • Saturday, 10 July 2021
khurda
ନିଖୋଜ ନାବାଳକର ମୃତଦେହ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ କୋଦୁଅବେରେଣୀ ଗାଁର ଏକ ବୁଦାମୂଳରୁ ଆଜି ଜଣେ ନିଖୋଜ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ବିଶ୍ୱଜିତ୍ ମହାପାତ୍ର (୧୬)। ତାଙ୍କ ବୟସ ୧୪ରୁ ୧୫ ବର୍ଷ ହେବ ବୋଲି ଜଣାପଡ଼ିଛି। ସେ କୋଦୁଅବେରେଣୀ ଗାଁର ରବି ମହାପାତ୍ରଙ୍କ ପୁଅ। ବିଶ୍ୱଜିତ୍ ୫ ଦିନ ହେଲା ନିଖୋଜ ଥିଲେ। ବିଶ୍ୱଜିତ୍‌ଙ୍କ ମୃତଦେହ ମିଳିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। […]

  • Saturday, 10 July 2021
patkura
ପାଟକୁରା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି

କେନ୍ଦ୍ରାପଡ଼ା: ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି। ୧୩ ନମ୍ବର ଜୋନ୍‌ରେ ବିଜେପି ଓ ବିଜୟ ସେନାର କର୍ମୀ ଜନମତାଧିକାର ଯାତ୍ରା କରିଛନ୍ତି। ତିନି ମୁହାଣୀ ରାମମନ୍ଦିର ଛକରୁ ଶୋଭାଯାତ୍ରା ଆରମ୍ଭ ହୋଇ ତାହା ଗୁଆଳସିଂ, କୋଶିଆପଳ, ଠାକୁର ପାଟଣାରେ ଶେଷ ହୋଇଥିଲା। ବାତ୍ୟା ‘ଫୋନି’ ବାହାନାରେ ପ୍ରଶାସନିକ ଷଡ଼ଯନ୍ତ୍ର କରି ପାଟକୁରାରେ ନିର୍ବାଚନ ଘୁଞ୍ଚା ଯାଇଛି ବୋଲି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ସମର୍ଥକମାନେ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ପାଟକୁରା ନିର୍ବାଚନମଣ୍ଡଳୀର ସବୁ […]

  • Saturday, 10 July 2021
khurda
‘ଫୋନି’ ପରେ ମାଛି ଆତଙ୍କ, ବଢ଼ୁଛି ଅସ୍ୱାସ୍ଥ୍ୟକର ପରିବେଶ

ଖୋର୍ଦ୍ଧା: ବାତ୍ୟା ‘ଫୋନି’ ପରେ ଏବେ ମାଛି ଆତଙ୍କ। ମାଛି ଉପଦ୍ରବରେ ଗତ ୭ରୁ ୮ ଦିନ ହେଲା ଲୋକେ ଖାଇ-ଶୋଇ ପାରୁ ନାହାନ୍ତି। ଖାଦ୍ୟଠାରୁ ପାଣି ପର୍ଯ୍ୟନ୍ତ ସବୁଥିରେ ମାଛିଙ୍କ ଉତ୍ପାତ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ୍‌ ଅନ୍ତର୍ଗତ କନ୍ତିଆ ଗାଁରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ଗାଁ ନିକଟରେ ୨ଟି ବଡ଼ ବଡ଼ କୁକୁଡା ଫାର୍ମ ବାତ୍ୟାରେ ଭାଙ୍ଗିଯିବା ପରେ ଶତାଧିକ ମଲା କୁକୁଡା ପଡି ରହିଥିବାରୁ ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। […]

  • Saturday, 10 July 2021
1111
ସ୍ପିଲୱେ ନିର୍ମାଣକୁ ବିରୋଧ କଲେ ହୀରାକୁଦ ଚାଷୀ

ହୀରାକୁଦ: ହୀରାକୁଦ ଡ୍ୟାମର ଦକ୍ଷିଣ ପାର୍ଶ୍ୱରେ ପ୍ରସ୍ତାବିତ ସ୍ପିଲୱେ ନିର୍ମାଣ ପାଇଁ ଜଳ ସଂପଦ ବିଭାଗ ପକ୍ଷରୁ ସର୍ଭେ କାମ ଆରମ୍ଭ ହୋଇଛି। ବିଭାଗ ପକ୍ଷରୁ ଡ୍ରୋନ କ୍ୟାମେରାରେ ଏହି ଅଞ୍ଚଳର ଚିତ୍ର ଉତ୍ତୋଳନ କରାଯାଇଛି। ଏହାକୁ ଦେଖିବା ପରେ ହୀରାକୁଦ ଅଞ୍ଚଳ ଚାଷୀଙ୍କ ମଧ୍ୟରେ ଛନକା ପଶିଛି । ଚାଷୀ ଏଠାରେ ସ୍ପିଲ ୱେ ନିର୍ମାଣକୁ ବିରୋଧ କରୁଛନ୍ତି। ଏଠାରେ ସ୍ପିଲ ୱେ ନିର୍ମାଣ ହେଲେ ଚାଷୀ ପୁଣିଥରେ ସେମାନେ ବିସ୍ଥାପିତ ହେବେ, ଚାଷଜମି ହରାଇବେ। […]

  • Saturday, 10 July 2021
journalist attack
ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ପ୍ରଫୁଲ୍ଲ କୁମାର ମାଝୀ। ଘରକୁ ଫେରୁଥିବା ବେଳେ ଗରଡ଼ି ଛକରେ ଚୋରା କାଠ ମାଫିଆମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। କୁଳଡିହା ସଂରକ୍ଷିତ ଜଙ୍ଗଲରେ କାଠ ମାଫିଆଙ୍କ କାରନାମା ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏହି ଖବରକୁ ଆଧାର କରି ବନ ବିଭାଗ ଚଢ଼ାଉ କରି ଚୋରା କାଠ ଜବତ କରିଥିଲା। […]

  • Saturday, 10 July 2021
central team
‘ଫୋନି’ କ୍ଷୟକ୍ଷତିର ଆକଳନ କରିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ‘ଫୋନି’ର କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଗସ୍ତରେ ଆସିଛନ୍ତି। ଅତିରିକ୍ତ ସଚିବ ବିବେକ ଭରଦ୍ୱାଜଙ୍କ ନେତୃତ୍ୱରେ ୧୧ ଜଣିଆ ଟିମ୍ ୨ ଭାଗ ହୋଇ ‘ଫୋନି’ ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ। ଟିମ୍ ପ୍ରଥମେ ସଚିବାଳୟରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସହ ଆଲୋଚନା କରିବେ। ସେଠାରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ କେନ୍ଦ୍ରୀୟ ଟିମ୍‌କୁ ଅବଗତ କରାଇବେ। ଏସ୍ଆର୍‌ସି  ବାତ୍ୟା ‘ଫୋନି’ ନେଇ ଆଇଏମ୍‌ଡିର ପୂର୍ବାନୁମାନ ଅନୁସାରେ କ’ଣ ପଦକ୍ଷେପ ଗ୍ରହଣ କରିଛି, […]

  • Saturday, 10 July 2021
protest
‘ଫୋନି’ର ୧୦ ଦିନ ପରେ ବି ରାଜଧାନୀର ସବୁ ଅଞ୍ଚଳକୁ ବିଦ୍ୟୁତ୍‌ ଆସିନି

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଯିବାର ୧୦ ଦିନରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ଏବେବି ସ୍ୱାଭାବିକ ଅବସ୍ଥା ଫେରି ନାହିଁ। ସବୁ ଅଞ୍ଚଳକୁ ବିଦ୍ୟୁତ୍‌କୁ ସଂଯୋଗ ହୋଇନଥିବା ବେଳେ ଏସବୁକୁ ନେଇ ଲୋକେ ଧୈର୍ଯ୍ୟ ହରା ହୋଇଗଲେଣି। ଯେଉଁ ଅଞ୍ଚଳରେ ବିଦ୍ୟୁତ୍‌ ଆସିନାହିଁ, ସେଠାକାର ଲୋକଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ଏପରିକି ସେମାନେ ରାଜରାସ୍ତାକୁ ମଧ୍ୟ ଓହ୍ଲାଇଲେଣି। ତୁରନ୍ତ ବିଦ୍ୟୁତ୍‌ ଯୋଗାଇ ଦେବା ଦାବିରେ ଗତକାଲି ଅପରାହ୍ନରେ ଭୁବନେଶ୍ୱର ଜାଭିୟର ଛକ […]

  • Saturday, 10 July 2021
434343
ଜାଲ୍‌ ଆକାଉଣ୍ଟ ଖୋଲି ୧୩୮ କୋଟିର ଜିଏସ୍‌ଟି ଠକେଇ

ରାଉରକେଲା: ରାଜ୍ୟରେ ବଡ ଧରଣର ଜିଏସ୍‌ଟି ଘୋଟାଲାର ପର୍ଦ୍ଦାଫାସ୍ ହୋଇଛି। ୧୩୮ କୋଟି ଜିଏସଟି ଠକେଇ ଅଭିଯୋଗରେ ୪ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ଓଡ଼ିଶା ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର କମିଶନରେଟ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ।ଏମାନେ ହେଲେ ମାଷ୍ଟର ମାଇଣ୍ଡ ରାଉରକେଲାର ଅତୁଲ ବଂଶଲ, ରାଉରକେଲାର ଦୀନଦୟାଲ ଅଗ୍ରଓ୍ବାଲ, ଆଦିତ୍ୟ ନାୟକ ଓ ଯାଜପୁରର ରାମଚନ୍ଦ୍ର ମଲ୍ଲିକ। GST କମିଶନର ସୁଶିଲ ଲୋହାନୀ ଏକ ପ୍ରେସମିଟରେ ସୂଚନା ଦେଇ କହିଛନ୍ତି ଯେ, ଏକ […]

  • Saturday, 10 July 2021
12112
ଏଣିକି ବ୍ୟାଙ୍କରେ ରହିବନି ସରକାରୀ ଟଙ୍କା

ଭବନେଶ୍ୱର:ଏଣିକି ବ୍ୟାଙ୍କରେ ରହିବନି ସରକାରୀ ଟଙ୍କା।  ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅର୍ଥ ସଚିବ।  ରାଜ୍ୟ ସରକାରଙ୍କ ସମସ୍ତ ବିଭାଗକୁ ଚିଠି ଲେଖି ଏ ବିଷୟରେ ଅବଗତ କରାଇଛନ୍ତି। ଅର୍ଥ ସଚିବ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି, ଯେତେବେଳେ ଲୋକଙ୍କ ପାଇଁ ଖର୍ଚ୍ଚ କରିବାର ଆବଶ୍ୟକତା ପଡୁଛି, ସେତେବେଳେ ଟ୍ରେଜେରୀରୁ ଟଙ୍କା କାଢ଼ି ସିଧାସଳଖ ଖର୍ଚ୍ଚ କର।  ବ୍ୟାଙ୍କରେ ଯେମିତି ସରକାରୀ ଟଙ୍କା ପାର୍କିଂ ନହୁଏ, ତା ଉପରେ ବିଭାଗୀୟ କର୍ତ୍ତୃପକ୍ଷ […]

  • Saturday, 10 July 2021