• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

election
ଶେଷ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ପ୍ରଚାର

ନୂଆଦିଲ୍ଲୀ/ଭୁବନେଶ୍ୱର: ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଲାଗି ଆଜି ସରିବ ପ୍ରଚାର।  ଆଜି ଶେଷ ଦିନରେ ସମସ୍ତ ରାଜନୈତିକ ଦଳ ମାରାଥନ ରାଲି ଓ ରୋଡ୍‌ ଶୋ’ କରି ଭୋଟ୍‌ ଭିକ୍ଷା କରିବେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଗତକାଲିଠାରୁ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାର ବନ୍ଦ ହୋଇଯାଇଛି। ଆସନ୍ତା ୧୯ରେ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ୫୯ଟି ଲୋକସଭା ଆସନ ଲାଗି ମତଦାନ ହେବ। ପଞ୍ଜାବ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏ ଆସନ ପାଇଁ ଭୋଟ୍‌ […]

  • Saturday, 10 July 2021
bbbb
ବାଲୁକାକଳାରେ ଆତଙ୍କବାଦକୁ ବିରୋଧ

ପୁରୀ: ବିଶ୍ୱର ମୋଷ୍ଟ  ୱାଣ୍ଟେଡ ଆତଙ୍କବାଦୀ ଅବୁ ବକର ଅଲ୍ ବାଗ୍‌ଦାଦିର ମୃତ୍ୟୁକୁ ନେଇ ପୁରୀ ବେଳାଭୂମିରେ ବାଲୁକାକଳା। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଗ୍‌ଦାଦିର ମୃତ୍ୟୁକୁ ନିଜ କଳା ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି। ଏଥିରେ ବାଗ୍‌ଦାଦିର ବାଲୁକା ଚିତ୍ର ସହ ଏକ ବାର୍ତ୍ତା ମଧ୍ୟ ଦେଇଛନ୍ତି ଶିଳ୍ପୀ ସୁଦର୍ଶନ । ବିଶ୍ୱରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ ବୋଲି ସେ ତାଙ୍କ ବାର୍ତ୍ତାରେ କହିଛନ୍ତି।

  • Saturday, 10 July 2021
vote
୧୯ରେ ମୟୂରଭଞ୍ଜର ୫ଟି ବୁଥ୍‌ରେ ସାନି ମତଦାନ

ବାରିପଦା: ଆସନ୍ତା ୧୯ ତାରିଖରେ ମୟୂରଭଞ୍ଜର ୫ଟି ବୁଥ୍‌ରେ ସାନି ମତଦାନ ହେବ।  ମୟୂରଭଞ୍ଜ ଲୋକସଭା ଆସନ ଅନ୍ତର୍ଗତ ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ଭୁଗୁଡାକଟା, ପୂର୍ଣ୍ଣଚନ୍ଦ୍ରପୁର, ଖାବୁଆ, ଅଠାପଡ଼ା ବୁଥ୍‌ରେ ସାନି ମତଦାନ ହେବ। ସେହିପରି ବାଙ୍ଗିରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଖାରୁଶୋଳରେ ମଧ୍ୟ ସାନି ମତଦାନ କରାଯିବ। ଏହି ସବୁ ବୁଥ୍‌ରେ ଇଭିଏମ୍‌ରେ ତ୍ରୁଟି ଥିବାରୁ ମତଦାନ ହୋଇ ପାରିନଥିଲା। ୧୯ତାରିଖ ଦିନ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ।  ଚତୁର୍ଥ […]

  • Saturday, 10 July 2021
man with snake
ସାପ କାମୁଡ଼ିବା ପରେ ମଲା ସାପକୁ ଧରି ମେଡିକାଲ୍‌ ଆସିଲେ ଗୁରୁତର ଯୁବକ

ମାଲକାନଗିରି: ସାପ କାମୁଡ଼ି ଦେବା ପରେ ପିଟିପିଟି ମାରିଦେଲେ ସାପକୁ । ତଥାପି ମନରୁ ଭୟ ଛାଡ଼ିଲାନି। ମଲା ସାପକୁ ଧରି ମେଡିକାଲକୁ ଆସିଲେ ଜଣେ ଯୁବକ। ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମଭି-୬୩ ଡାକ୍ତରଖାନାରେ ଏଭଳି  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମଲା ସାପକୁ ଦେଖିବା ପରେ ଡାକ୍ତରଖାନାରେ ମଧ୍ୟ ଆତଙ୍କ ଖେଳି ଯାଇଥିଲା। ରୋଗୀ ଓ ତାଙ୍କ ପରିବାର ଲୋକେ ମଲା ସାପକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ। ଘଟଣା ଥିଲା ଏମିତି। ଯୁବକ ଜଣକ  ପୋଖରୀରେ […]

  • Saturday, 10 July 2021
prabasi-odia
ସହାୟତାର ହାତ ବଢ଼ାଇଲେ ମୁମ୍ବାଇରେ ରହୁଥିବା ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ମୁମ୍ବାଇରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ରିଲିଫ ସାମଗ୍ରୀ ପଠାଇବା ପାଇଁ ଚାହୁଁଥିଲେ ମଧ୍ୟ ଓଡିଶାକୁ ପଠାଇ ପାରୁନାହାନ୍ତି।  ଓଡିଶାର ‘ଫୋନି’ ପ୍ରଭାବିତଙ୍କ ପାଇଁ ମୁମ୍ବାଇରେ ରହୁଥିବା ଓଡ଼ିଆ ଲୋକମାନେ ପ୍ରାୟ ୨୦ଟନ୍‌ ସାମଗ୍ରୀ ଏକତ୍ରିତ କରିଛନ୍ତି। ଚୁଡା, ବିସ୍କୁଟ୍‌, ପିଇବା ପାଣି, କମଳ, ମହମବତୀ, ଦିଆସିଲି, ଟର୍ଚ୍ଚ ଲାଇଟ୍‌, ଓଷଧ ସହ ଅନ୍ୟ ଜରୁରୀ ସାମଗ୍ରୀ ଏକାଠି କରାଯାଇଛି।  କିନ୍ତୁ ଏହାକୁ ରଖିବା ପାଇଁ ମୁମ୍ବାଇ ସ୍ଥିତ ଓଡିଶା ଭବନକୁ ନିଆଯାଇଥିଲା। ହେଲେ ସେଠାରେ ରଖିବା […]

  • Saturday, 10 July 2021
jagatsinghpur
ବିଦ୍ୟୁତ୍‌ ସଂଯୋଗ ଦାବିରେ ରାସ୍ତାରୋକ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବାତ୍ୟା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ପାଣି ଓ ବିଦ୍ୟୁତ୍ ସଂଯୋଗକୁ ନେଇ ଅସନ୍ତୋଷ ଦେଖାଯାଇଥିବା ବେଳେ କିଛି ସ୍ଥାନରେ ଲୋକେ ରାସ୍ତା ଉପରକୁ ମଧ୍ୟ ଓହ୍ଲାଇଛନ୍ତି। ବାତ୍ୟାର ୧୨ ଦିନ ପରେ ବି ଜଗତସିଂହପୁର ଜିଲ୍ଲାର ଅନେକ ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ଏହାର ପ୍ରତିବାଦ କରି ରାଜ ରାସ୍ତାକୁ ଲୋକେ ଓହ୍ଲାଇଛନ୍ତି। ଆଜି କଟକ-ପାରାଦୀପ ରାସ୍ତାର ରଘୁନାଥପୁର ବଜାର […]

  • Saturday, 10 July 2021
amit shah-naveen patnaik
ନିବିଡ଼ ହେଉଛି କି ବିଜେପି-ବିଜେଡି ସଂପର୍କ?

ଭୁବନେଶ୍ୱର: ନିବିଡ଼ ହେଉଛି କି ବିଜେପି-ବିଜେଡି ସଂପର୍କ? ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ନବୀନ ପଟ୍ଟନାୟକଙ୍କ ଶାସନକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପ୍ରଶଂସା ଏଭଳି ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଅମିତ ଶାହ ପ୍ରଶଂସା କରିଛନ୍ତି। ଗତକାଲି କୋଲକାତାରେ ତାଙ୍କ ଶୋଭାଯାତ୍ରା ବେଳେ ହିଂସାକାଣ୍ଡ ସମ୍ପର୍କରେ ପ୍ରତିକ୍ରିୟା ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶାହ ଭର୍ତ୍ସନା କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅମିତ ଶାହ ପ୍ରଶଂସା କରିଛନ୍ତି। ପଶ୍ଚିମବଙ୍ଗରେ ଟିଏମ୍‌ସି […]

  • Saturday, 10 July 2021
paddy-procurement
ଧାନ ମଣ୍ଡିକୁ ନେଇ ଚାଷୀ ଅସନ୍ତୋଷ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍‌ରେ ଧାନ ମଣ୍ଡିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଚଳିତ ବର୍ଷ ଜିଲ୍ଲାରେ ରବି ଋତୁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇ ପାରିନାହିଁ। ଫଳରେ ଚାଷୀମାନେ ଧାନ ବିକ୍ରି କରି ନପାରି ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଧାର କରଜ କରି ଫସଲ ଅମଳ କରିଥିବା ଚାଷୀ ବାଧ୍ୟ ହୋଇ କମ୍‌ ମୂଲ୍ୟରେ ଦଲାଲମାନଙ୍କୁ ଧାନ ବିକ୍ରି କରୁଛନ୍ତି। ରବି ଋତୁ ଆରମ୍ଭରୁ ଜିଲ୍ଲା ଖାଦ୍ୟ ଯୋଗାଣ […]

  • Saturday, 10 July 2021
road block
ସବ୍ ରେଜେଷ୍ଟ୍ରି ଅଫିସ କାର୍ଯ୍ୟକ୍ଷମ ଦାବିରେ ହୋଇଥିବା ରାସ୍ତାରୋକ ହଟିଲା

ଆନନ୍ଦପୁର(ମୁନା ସିଂ): କେନ୍ଦୁଝର ଜିଲ୍ଲା ସାଇଁକୁଳରେ ନବ ନିର୍ମିତ ସବ୍ ରେଜେଷ୍ଟ୍ରି ଅଫିସ କାର୍ଯ୍ୟକ୍ଷମ କରିବା ଦାବିରେ ହୋଇଥିବା ରାସ୍ତାରୋକ ହଟିଛି। ଘଟଣାସ୍ଥଳରେ ପ୍ରାଶାସନିକ ଅଧିକାରୀ ଓ ପୁଲିସ୍‌ ପହଞ୍ଚି ବୁଝାସୁଝା କରିବା ପରେ ଗାଁ ଲୋକେ ଆନ୍ଦୋଳନରୁ ଓହରିଥିଲେ। ସାଇଁକୁଳରେ ନିର୍ମିତ ନୂଆ କୋଠାରେ ସବ୍ ରେଜେଷ୍ଟ୍ରି ଅଫିସ କାର୍ଯ୍ୟକ୍ଷମ କରିବା ଦାବିରେ ଗାଁ ଲୋକେ ଆଜି ୨୦ ନମ୍ବର ଜାତୀୟ ରାଜପଥ ଉପରେ ବସି ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ […]

  • Saturday, 10 July 2021
representational image
ହାତୀ ଛୁଆର ମୃତଦେହ ଉଦ୍ଧାର

କଟକ: କଟକ ବନଖଣ୍ଡ ଅନ୍ତର୍ଗତ ଡାଲିଯୋଡ଼ା ରେଞ୍ଜର ଜାମଣା ଗାଁ ନିକଟରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।  ହାତୀ ଛୁଆର ବୟସ ଆନୁମାନିକ ୧ ମାସ ହେବ ବୋଲି ବନବିଭାଗ କର୍ତ୍ତୃପକ୍ଷ କହିଛନ୍ତି। ଚନ୍ଦକା ଅଭୟାରଣ୍ୟରୁ ଗତ କିଛି ଦିନ ତଳେ ୧୭ଟି ହାତୀ ଡାଲିଯୋଡା ରେଞ୍ଜ ମଧ୍ୟକୁ ପଶି ଆସିଥିଲେ। ଗତକାଲି ଏହି ହାତୀପଲ ମଧ୍ୟରେ ଥିବା ଛୁଆ ହାତୀଟିର ଦଳାଚକଟାରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବନବିଭାଗର ଅଧିକାରୀ ପହଞ୍ଚି […]

  • Saturday, 10 July 2021
puri
ଆଜି ବଡ଼ଦାଣ୍ଡରେ ଜଳିବ ବିଦ୍ୟୁତ୍‌ ଆଲୋକ

ପୁରୀ: ବାତ୍ୟା ‘ଫୋନି’ ମାଡ଼ ହେବାର ୧୨ ଦିନ ପରେ ପୁରୀ ସହରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ବାଲିଘାଟ ଗ୍ରୀଡ୍‌କୁ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଆଜି ସକାଳେ ଶ୍ରୀରାମନଗର ସବ୍ ଷ୍ଟେସନକୁ ବିଦ୍ୟୁତ୍ ସଂଯୋଗ କରାଯାଇଛି। ଏହାପରେ କଚେରୀ, ଅଠରନଳା, ଚାରିନଳା ଓ ବଳିଆପଣ୍ଡା ଅଞ୍ଚଳକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ଜଣାପଡ଼ିଛି। ତେବେ କୌଣସି ଘରକୁ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନାହିଁ। ଆଜି ପ୍ରଥମେ ବଡ଼ଦାଣ୍ଡକୁ ବିଦ୍ୟୁତ୍ ସଂଯୋଗ ସହ ଲାଇଟ୍ […]

  • Saturday, 10 July 2021
fani damage
ବାତ୍ୟା ‘ଫୋନି’ରେ ରାଜ୍ୟର ୧୧ ହଜାର ୯୪୨ କୋଟି ଟଙ୍କାର କ୍ଷତି

ଭୁବନେଶ୍ୱର: ବାତ୍ୟା ‘ଫୋନି’ ଦ୍ୱାରା ରାଜ୍ୟର ୧୧ ହଜାର ୯୪୨ କୋଟି ଟଙ୍କାର କ୍ଷତି ହୋଇଛି। କ୍ଷୟକ୍ଷତି ନେଇ ଜିଲ୍ଲାପାଳ ମାନଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏହି ପ୍ରାଥମିକ ଆକଳନ କରିଛନ୍ତି। ଏ ନେଇ ଏକ ରିପୋର୍ଟ କେନ୍ଦ୍ରୀୟ ଟିମ୍‌କୁ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ସଚିବାଳୟରେ ଆଜି କେନ୍ଦ୍ରୀୟ ଟିମ୍‌ ସହ ଆଲୋଚନା ବେଳେ ବାତ୍ୟା ‘ଫୋନି’ ଦ୍ୱାରା ରାଜ୍ୟର କ୍ଷୟକ୍ଷତି ସମ୍ପର୍କରେ ଅବଗତ କରାଯିବ। ବାତ୍ୟାରେ ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ରାଜ୍ୟ ସରକାର […]

  • Saturday, 10 July 2021
kuldiha reserve forest
କୁଲଡିହା ସଂରକ୍ଷିତ ଜଙ୍ଗଲରୁ ୫ ଶିକାରୀ ଗିରଫ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରିର କୁଲଡିହା ସଂରକ୍ଷିତ ଜଙ୍ଗଲରୁ ୫ଜଣ ଶିକାରୀଙ୍କୁ ଗିରଫ କରାଯାଇଛି।  ସେମାନଙ୍କ ନିକଟରୁ ବନ ବିଭାଗ ୧୦ କେଜିରୁ ଅଧିକ ହରିଣ ମାଂସ ସହ ୨ଟି ଦେଶୀ ବନ୍ଧୁକ ଜବତ କରିଛି। କୁଲଡିହା ଅଭୟାରଣ୍ୟର ସିନ୍ଦୁରଗୌରି ଅଞ୍ଚଳରେ ୨ ଶିକାରୀଙ୍କ ନିକଟରୁ ହରିଣ ମାଂସ ସହ ଗୋଟିଏ ଦେଶୀ ବନ୍ଧୁକ ଜବତ ହୋଇଥିବା ବେଳେ ତେଣ୍ଡା ଅଞ୍ଚଳରୁ ୨ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ ହୋଇଛି। ସେହିପରି […]

  • Saturday, 10 July 2021
kalahandi
କଳାହାଣ୍ଡିରେ ମାଓବାଦୀଙ୍କ ଲଙ୍କାକାଣ୍ଡ; ରାସ୍ତା କାମକୁ ବିରୋଧ କରି ପୋଡ଼ି ଦେଲେ ଗାଡ଼ି

ଭବାନୀପାଟଣା: କଳାହାଣ୍ଡିରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଠିକାଦାରଙ୍କ ଗାଡ଼ି ପୋଡ଼ି ଦେଇଛନ୍ତି। କଳାହାଣ୍ଡି-କନ୍ଧମାଳ ଜିଲ୍ଲା ସୀମାବର୍ତ୍ତୀ ମଦନପୁର ରାମପୁର ଥାନା ଅଞ୍ଚଳର ନୂଆମୁଣ୍ଡାରେ ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଏହି ଲଙ୍କାକାଣ୍ଡ ଘଟାଇଛନ୍ତି। ଉର୍ଲାଦାନୀରୁ ଲହାଡ଼ିକୁ ସଂଯୋଗ କରୁଥିବା ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଉଛି। ତେବେ ରାସ୍ତା ନିର୍ମାଣ କାମରେ ନିୟୋଜିତ ଠିକାଦାରଙ୍କ ୫ଟି ଟ୍ରାକ୍ଟର, ୨ଟି ଜେସିବି ଓ ମିକ୍ସର ମେସିନ୍‌ ମାଓବାଦୀ ପୋଡ଼ି ଦେଇଛନ୍ତି। ନୂଆମୁଣ୍ଡାରେ […]

  • Saturday, 10 July 2021
bolangir
ରେଲୱେ ଷ୍ଟେସନ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼; ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼। ମୃତ ମହିଳା ପୁଷ୍ପାଞ୍ଜଳି ବାରିକଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୋମବାର ଦିନ ପୁଷ୍ପାଞ୍ଜଳିଙ୍କ ମୃତଦେହ ବଲାଙ୍ଗିର ରେଲୱେ ଷ୍ଟେସନ ପଛପଟୁ ଉଦ୍ଧାର ହୋଇଥିଲା। ତାଙ୍କ ସ୍ୱାମୀ ମାଟିଆ ବାରିକଙ୍କ ଫୋନ୍‌ ସୁଇଚ ଅଫ ଥିବା ବେଳେ ସେ ଫେରାର ଅଛନ୍ତି।  ତେଣୁ ସେ ହିଁ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ପୁଷ୍ପାଞ୍ଜଳିଙ୍କ ପରିବାର ଲୋକ ଅଭିଯୋଗ […]

  • Saturday, 10 July 2021
central team
କ୍ଷୟକ୍ଷତି ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ରାଜ୍ୟରେ ବାତ୍ୟା ‘ଫୋନି’ ଜନିତ କ୍ଷୟକ୍ଷତି ନେଇ କେନ୍ଦ୍ରୀୟ ଟିମ୍‌ ଆଜି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ। ଏହା ପରେ ମୁଖ୍ୟ ଶାସନ ସଚିବଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରି ଦିଲ୍ଲୀ ଫେରିଯିବେ। ଓଡ଼ିଶା ଗସ୍ତରେ ଆସିଥିବା ଏହି ଟିମ୍ ଗତକାଲି ପୁରୀ ଏବଂ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିଥିଲେ। ଗୋଟିଏ ଟିମ୍ ପୁରୀ ଜିଲ୍ଲାର ନିମାପଡ଼ା, ସତ୍ୟବାଦୀ, ବଳପୁର ଏବଂ ସାରଙ୍ଗଯୋଡି ଅଞ୍ଚଳକୁ ଯାଇ କ୍ଷୟକ୍ଷତିର ଆକଳନ […]

  • Saturday, 10 July 2021
deer
ହରିଣଙ୍କୁ ଖୋଜିବ ଡ୍ରୋନ୍ କ୍ୟାମେରା

ପୁରୀ: ‘ଫୋନି’ ମାଡ଼ରେ ଧ୍ୱସ୍ତ ବିଧ୍ୱସ୍ତ ପୁରୀର ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣମାନଙ୍କୁ ଖୋଜିବା ଲାଗି ଡ୍ରୋନ୍ କ୍ୟାମେରା ବ୍ୟବହାର କରାଯିବ। ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ଅଭୟାରଣ୍ୟର କୋର୍ ଏରିଆରେ ହରିଣଙ୍କୁ ଖୋଜାଯିବ ବୋଲି ମୁଖ୍ୟ ବନ୍ୟ ପ୍ରାଣୀ ଓ୍ୱାର୍ଡେନ ଅଜୟ ମହାପାତ୍ର କହିଛନ୍ତି। ଗତ ୩ ତାରିଖରେ ଆସିଥିବା ସାମୁଦ୍ରିକ ଝଡ଼ ‘ଫୋନି’ ପୁରୀରେ ଲ୍ୟାଣ୍ଡଫଲ୍ କରିବା ପରେ ବାଲୁଖଣ୍ଡ ଅଭୟାରଣ୍ୟ ବେଶୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲା। ଅଭୟାରଣ୍ୟରେ ୪୦୦୦ରୁ ଅଧିକ ବିରଳ ଚିତ୍ରା ହରିଣ ସହ […]

  • Saturday, 10 July 2021
youth found dead
ପଥରରେ ଛେଚି ଯୁବକଙ୍କୁ ହତ୍ୟା!

ନୟାଗଡ଼: ପଥରରେ ଛେଚି ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ। ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ବଡ଼ଧଡ଼ା ଗାଁରେ ଏହି ଘଟଣା ଘଟିଛି। ତାଙ୍କ ନାଁ ଜିତୁ ନାୟକ। ତାଙ୍କ ଘର କୋରଡ଼ା ଗାଁରେ। କେହି ଦୁର୍ବୁତ୍ତ ଜିତୁଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ତ୍ରିନାଥ ମନ୍ଦିର ପରିସରରେ ମୃତଦେହକୁ ଫୋପାଡ଼ି ଦୁର୍ବୁତ୍ତ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ନୂଆଗାଁ ପୁଲିସ୍‌ ପହଞ୍ଚି […]

  • Saturday, 10 July 2021
train
ଟ୍ରେନ୍‌ ଆଗକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସାବିରା ରେଲୱେ ଷ୍ଟେସନ୍‌ରେ ଟ୍ରେନ୍ ଆଗକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଉକ୍ତ ଯୁବତୀଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଆଜି ସକାଳେ ସବିରା ଷ୍ଟେସନ୍‌ରେ ଯୁବତୀ ଜଣଙ୍କ ଗୁରୁଦେବ […]

  • Saturday, 10 July 2021
fire
ଜଳିଗଲା ମାଛ ଦୋକାନ

ପାରାଦୀପ: ପାରାଦୀପ ସ୍ଥିତ କୁଜଙ୍ଗ ଥାନା ଅନ୍ତର୍ଗତ ମାଳହୁଙ୍କା ବଜାରରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ଟି ମାଛ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ଗତରାତିରେ ଏହି ଅଘଟଣ ଘଟିଛି। ସ୍ଥାନୀୟ ଲୋକ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ। ଏଥିରେ ଲକ୍ଷାଧିକ ଟଙ୍କାର ମାଛ ଓ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେହି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି […]

  • Saturday, 10 July 2021
matric exam
ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

କଟକ: ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦର ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି। ରେଜଲ୍ଟକୁ ନିର୍ଭୁଲ୍‌ ଓ ତ୍ରୁଟିଶୂନ୍ୟ କରିବାକୁ ସମୟ ଲାଗୁଛି ବୋଲି ହାଜରା କହିଛନ୍ତି। ତେବେ କେତେ ତାରିଖରେ ମାଟ୍ରିକ୍‌ ରେଜଲ୍ଟ ବାହାରିବ ସେନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି। ସୂଚନାଯୋଗ୍ୟ, ଫେବୃଆରୀ ୨୨ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖରେ ଶେଷ ହୋଇଥିଲା। ଚଳିତ ବର୍ଷ ୫ […]

  • Saturday, 10 July 2021
surat
‘ଫୋନି’ ପ୍ରଭାବିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଓଡିଶାର ‘ଫୋନି’ ପ୍ରଭାବିତଙ୍କ ପାଇଁ ସହାୟତାର ହାତ ବଢ଼ାଇଲା ସୁରତରେ ଥିବା ପ୍ରବାସୀ ଓଡ଼ିଆ ପରିବାର। ସୁରତରେ ରହୁଥିବା ପ୍ରବାସୀ ଓଡିଆ ରିଲିଫ ସାମଗ୍ରୀ ସଂଗ୍ରହ କରି ଟ୍ରେନ୍‌ରେ ପୁରୀ ପଠାଇଛନ୍ତି। ପ୍ରଭାବିତ ଲୋକଙ୍କ ପାଇଁ ପାଣି ବୋତଲ, ଚୁଡ଼ା, ଚିନି ଓ ବିସ୍କୁଟ୍‌ ପଠାଯାଇଛି। ଓଡ଼ିଶାଠାରୁ ଦୂରରେ ଥିଲେ ମଧ୍ୟ ପ୍ରଭାବିତଙ୍କ ଅସୁବିଧାକୁ ନଜରରେ ରଖି ରିଲିଫ ସାମଗ୍ରୀ ପଠାଯାଇଛି। ସାମୁଦ୍ରିକ ଝଡ଼ ‘ଫୋନି’ ପ୍ରଭାବରେ ଓଡିଶାର ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ପୁରୀ […]

  • Saturday, 10 July 2021
3-year-old girl critical
ଗରମ ପାଣି ପଡ଼ି ୩ ବର୍ଷର ଶିଶୁ କନ୍ୟା ଗୁରୁତର

ସୋନପୁର: ଗରମ ପାଣି ପଡ଼ି ୩ ବର୍ଷର ଶିଶୁ କନ୍ୟା ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ କେଞ୍ଝିରିଆପାଲି ପଞ୍ଚାୟତର ଜଟିଆପାଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି।ଗୁରୁତର ଶିଶୁକନ୍ୟା ପଞ୍ଚାନନ ମହାକୁରଙ୍କ ଝିଅ ପ୍ରୀତିମୟୀ। ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଜଟିଆପାଲି ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା, ପ୍ରୀତିମୟୀଙ୍କୁ ଘରୁ ଡାକି ନେଇଥିଲେ। ହେଲେ କିଛି ସମୟ ପରେ ପ୍ରୀତିମୟୀଙ୍କ ଦେହରେ ଗରମ ପାଣି ପଡ଼ି ଯାଇଥିବା ନେଇ ଖବର ମିଳିଥିଲା। ଏହା ଜାଣିବା […]

  • Saturday, 10 July 2021
fisherman
ଜୀବନ ଜୀବିକାକୁ ନେଇ ଚିନ୍ତାରେ ଚିଲିକା ମତ୍ସ୍ୟଜୀବୀ

ଭୁବନେଶ୍ୱର: ବାତ୍ୟା ‘ଫୋନି’କୁ ୧୧ ଦିନ ବିତିଲାଣି। ପ୍ରଳୟଙ୍କାରୀ ‘ଫୋନି’ ପ୍ରଭାବରେ ସବୁ କିଛି ଛାରଖାର ହୋଇଯାଇଛି। ଚିଲିକା କୂଳରେ ବସବାସ କରୁଥିବା ଗ୍ରାମବାସୀ ବାତ୍ୟାରେ ଅଧିକ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ମତ୍ସ୍ୟଜୀବୀ ପରିବାର ଗୁଡ଼ିକର ଅବସ୍ଥା ନ କହିଲେ ଭଲ। ଅଣଚାଷ ପବନ ଆସି ସେମାନଙ୍କ ଡଙ୍ଗା ଭାଙ୍ଗି ଦେବା ସହ ଜାଲ ମଧ୍ୟ ଉଡ଼ାଇ ନେଇଛି। ଫଳରେ ଏବେ ସବୁ କିଛି ହରାଇ  ମୁଣ୍ଡରେ ହାତ ଦେଇ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି […]

  • Saturday, 10 July 2021
congress
‘ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ’

ଭୁବନେଶ୍ୱର: ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲା କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏବେବି ରାଜଧାନୀ ଭୁବନେଶ୍ୱରର ଅନେକ ଅଞ୍ଚଳରେ ବିଦ୍ୟୁତ୍‌ ଆସିନଥିବା ବେଳେ ରାଜ୍ୟ ସରକାର ଭୁଲ୍‌ ତଥ୍ୟ ଦେଉଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଏଭଳି ଅନେକ ସଙ୍ଗୀନ ଅଭିଯୋଗ ଆଣିଛି। ପୁରୀରେ ଟ୍ରକ୍‌ ଟ୍ରକ୍‌ ରିଲିଫ ସାମଗ୍ରୀ ବିଭିନ୍ନ ସ୍ଥାନରେ ରଖାଯାଇଥିବା ବେଳେ ଅନ୍‌ଲୋଡ୍‌ କରିବାକୁ ଲୋକ ନାହାନ୍ତି ବୋଲି ଦଳ ଅଭିଯୋଗ କରିଛି। ଗାଁ ଗୁଡିକରେ ଗଛ କାଟିବାକୁ ସରକାରୀ […]

  • Saturday, 10 July 2021