• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

results
ଆଜି ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ଆଜି ମଧ୍ୟାହ୍ନ ୧୨ଟାରେ ପ୍ରକାଶ ପାଇବ। ଭୁବନେଶ୍ୱର ସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିୟମରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀ www.chseodisha.nic.in କିମ୍ବା www.orissaresults.nic.in ୱେବସାଇଟ୍‌ରେ ରେଜଲ୍ଟ ଜାଣିପାରିବେ। ଚଳିତ ବର୍ଷ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଛନ୍ତି। ଗତବର୍ଷ ତୁଳନାରେ ଏଥର ୧୫ ଦିନ ବିଳମ୍ବରେ ରେଜଲ୍ଟ ପ୍ରକାଶ […]

  • Saturday, 10 July 2021
kalpana
ଜନ୍ମମାଟିରେ କଳ୍ପନାଙ୍କ ମରଶରୀର

ଢେଙ୍କାନାଳ: ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାଶଙ୍କ ମରଶରୀର ଜନ୍ମମାଟି ଢେଙ୍କାନାଳରେ ପହଞ୍ଚିବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ସାଧାରଣ ଜନତା ମିନି ଷ୍ଟାଡିୟମରେ ତାଙ୍କର ଶେଷ ଦର୍ଶନ କରିଛନ୍ତି। କଳ୍ପନାଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ତାଙ୍କ ଗାଁ ସାରିଆପଡ଼ାକୁ ନିଆଯାଇଛି। ସେଠାରେ ଲୋକେ ଅନ୍ତିମ ଦର୍ଶନ କରିବା ପରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ତାଙ୍କର ଶେଷ କୃତ୍ୟ କରାଯିବ। ଆଜି ସକାଳେ କଳ୍ପନାଙ୍କ ମରଶରୀର ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱରରେ […]

  • Saturday, 10 July 2021
crocodile
ଯୁବକଙ୍କୁ ଟାଣି ନେଲା କୁମ୍ଭୀର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ମଣ୍ଡପଡ଼ା ଗାଁରେ ଜଣେ ଯୁବକଙ୍କୁ କୁମ୍ଭୀର ଟାଣି ନେଇଛି। ଯୁବକଙ୍କ ନାଁ ସଞ୍ଜୟ ପ୍ରଧାନ । ଆଜି ସକାଳେ ସଞ୍ଜୟ ବ୍ରାହ୍ମଣୀ ନଦୀରେ ଗାଧୋଉ ଥିବାବେଳେ ହଠାତ୍‌ ତାଙ୍କୁ କୁମ୍ଭୀର ଟାଣି ନେଇଥିଲା। ଗାଁ ଲୋକ କୁମ୍ଭୀର ମୁହଁରୁ ତାଙ୍କୁ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ସୂଚନାଥାଉ କି, ମାର୍ଚ୍ଚ ୭ରେ ରାଜନଗର ବ୍ଳକ୍‌ ରାଜପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ କୁମ୍ଭୀର […]

  • Saturday, 10 July 2021
bbsr
ଭୁବନେଶ୍ୱର ଏସ୍‌ପ୍ଲାନେଡ୍‌ରେ ଡାଇନୋସର୍‌!

ଭୁବନେଶ୍ୱର: ଭୁବନେଶ୍ୱର ଏସ୍‌ପ୍ଲାନେଡ୍ ମଲ୍‌ରେ ଡାଇନୋସର୍‌! କଥା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ହେଲେ ଏହା କୌଣସି ସତସତିକା ଡାଇନୋସର୍‌ ନୁହେଁ ବରଂ କୃତ୍ରିମ ଡାଇନୋସର୍‌। ରାଜଧାନୀର ସବୁଠାରୁ ଏହି ବଡମଲ୍‌ରେ ଡାଇନୋସର୍‌  ବୁଲୁଥିବା ଖବର ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଖରା ଛୁଟି ଥିବାରୁ ମଲ୍‌ରେ ପିଲାଙ୍କ ଭିଡ ଜମୁଛି। ଏସ୍‌ପ୍ଲାନେଡ୍‌ ପକ୍ଷରୁ ଛୋଟ ପିଲାଙ୍କୁ ଆକର୍ଷିତ କରିବା ପାଇଁ ଏପରି କରାଯାଇଛି। ଏହାଛଡା ଏହି ବିଲୁପ୍ତ ପ୍ରାଣୀ ବିଷୟରେ ପିଲାଙ୍କୁ ଜଣାଇବା ମଧ୍ୟ […]

  • Saturday, 10 July 2021
murder in bbsr
ରାଜଧାନୀରେ ମର୍ଡର! ପେଟି ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ମର୍ଡର! ଭୁବନେଶ୍ୱର ନୟାପଲ୍ଲୀ ଥାନା ହର୍ଟିକଲ୍ଚର୍ ଅଫିସ୍ ନିକଟରୁ ଏକ ପେଟି ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଦିଲୀପ ସାହୁ। ତାଙ୍କ ଘର ନୟାଗଡ଼ ଜିଲ୍ଲା କଣ୍ଟିଲୋରେ ବୋଲି ଜଣାପଡ଼ିଛି। ଏକ ଅଟାକଳରେ ସେ କାମ କରୁଥିଲେ।  ଏହି ଘଟଣାରେ ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତାଙ୍କ ନାଁ ପ୍ରକାଶ ଜେନା। ପ୍ରକାଶ ମଧ୍ୟ ସେହି ଅଟାକଳରେ କାମ କରୁଥିଲେ ଯେଉଁଠି ଦିଲୀପ କାମ କରୁଥିଲେ। ପାରିପାର୍ଶ୍ୱିକ ପରିସ୍ଥିତିରୁ […]

  • Saturday, 10 July 2021
Nor’wester rain
କାଳବୈଶାଖୀ ଭାଙ୍ଗିଦେଲା ଘର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଗତ କିଛିଦିନ ଧରି କିଛି ସ୍ଥାନରେ ଅପରାହ୍ନରେ କାଳବୈଶାଖୀ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ। ଗତକାଲି ସଂଧ୍ୟାରେ ରାଉରକେଲା ଓ ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ମଧ୍ୟ ହୋଇଛି। ଫଳରେ ବିଭିନ୍ନ ସ୍ଥାନରେ […]

  • Saturday, 10 July 2021
stray dogs attacked
ବୃଦ୍ଧାଙ୍କୁ ମାରିଦେଲେ ବୁଲା କୁକୁର

ଧର୍ମଗଡ଼(ଇଙ୍ଗିତ ପଣ୍ଡା): କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ଥାନା ଅନ୍ତର୍ଗତ ବିଞ୍ଜବାହାଲ ଗାଁରେ ଜଣେ ବୁଦ୍ଧାଙ୍କୁ ବୁଲା କୁକୁର ପଲ ଝୁଣି ମାରି ଦେଇଛନ୍ତି। ମୃତ ବୃଦ୍ଧାଙ୍କ ନାଁ ଭୂମିସୂତା ମାଝୀ। ଆଜି ସକାଳେ ଭୂମିସୂତା ଶୌଚ ପାଇଁ ପୋଖରୀକୁ ଯାଉଥିବା ବେଳେ ୮ରୁ ୧୦ଟି ବୁଲା କୁକୁର ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ, ଗତ ଦୁଇ ମାସ ତଳେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଥିଲା। ଜିଲ୍ଲାର […]

  • Saturday, 10 July 2021
exam result
ଜୁନ୍ ୩ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ଜୁନ୍ ୩ରେ ପ୍ରକାଶ ପାଇବ। ଦିନ ୧୨ଟା ବେଳେ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ଭବନରେ ପରୀକ୍ଷା ଫଳ ପ୍ରକାଶ କରାଯିବ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ପରୀକ୍ଷାର୍ଥୀମାନେ www.chseodisha.nic.in ଓ www.orissaresults.nic.in ୱେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ। ଏଥର ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୭ ତାରିଖରୁ ଆରମ୍ଭ ହୋଇଥିଲା। ଏହା ମାର୍ଚ୍ଚ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ତେବେ ବାଣିଜ୍ୟ […]

  • Saturday, 10 July 2021
konark temple
କୋଣାର୍କ ମନ୍ଦିରରେ ପୁଣି ଆରମ୍ଭ ହେଲା ଲାଇଟ୍ ଏଣ୍ଡ ସାଉଣ୍ଡ ବ୍ୟବସ୍ଥା

କୋଣାର୍କ: ବାତ୍ୟା ‘ଫୋନି’ରେ କ୍ଷତିଗ୍ରସ୍ତ ହୋଇଥିବା ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିରର ଲାଇଟ୍ ଏଣ୍ଡ ସାଉଣ୍ଡ ବ୍ୟବସ୍ଥା ମରାମତି ପରେ ପୁଣିଥରେ ଗତକାଲିଠୁ ଆରମ୍ଭ ହୋଇଛି। ‘ଫୋନି’ ତାଣ୍ଡବର ୨୮ ଦିନ ପରେ କୋଣାର୍କ ମନ୍ଦିର ପରିସରରେ ଏହି ଲାଇଟ୍‌ ଏଣ୍ଡ ସାଉଣ୍ଡ ବ୍ୟବସ୍ଥା ଆରମ୍ଭ ହୋଇଛି। ମନ୍ଦିର ପରିସରରେ ପ୍ରତିଦିନି ସନ୍ଧ୍ୟା ସାଢ଼େ ୭ଟାରୁ ରାତି ୮ଟା ୧୦ ଏବଂ ରାତି ୮ଟା ୨୦ରୁ ୯ ପର୍ଯ୍ୟନ୍ତ ଦୁଇଟି ଶୋ’ ଅନୁଷ୍ଠିତ ହେବ। ବିଶ୍ୱ ଐତିହ୍ୟକୁ […]

  • Saturday, 10 July 2021
admission
ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି, ଜୁନ୍‌ ୬ରୁ ମିଳିବ ଆବେଦନ ପତ୍ର

ଭୁବନେଶ୍ୱର: ରାଜ୍ୟରେ ଯୁକ୍ତ ୨ରେ ନାମଲେଖା ନେଇ DHSE (ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୬ ତାରିଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୩ ଶହ ଟଙ୍କା, ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୨ ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜାଣନ୍ତୁ ଯୁକ୍ତ ୨ରେ ନାମଲେଖା ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ… ୧. ଅନ୍‌ଲାଇନ୍‌ ଆପ୍ଲିକେସନ୍‌ ଫର୍ମ(ଆବେଦନ ପତ୍ର) www.samsodisha.gov.in […]

  • Saturday, 10 July 2021
surya
ସୂର୍ଯ୍ୟ ପାତ୍ର ହେଲେ ବିଧାନସଭା ବାଚସ୍ପତି

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାମ ପ୍ରସ୍ତାବ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ସମର୍ଥନ କରିଥିଲେ। ତା’ପରେ ବାଚନିକ ଭୋଟ୍‌ରେ ତାଙ୍କୁ ବାଚସ୍ପତି ଭାବେ ନିର୍ବାଚିତ କରାଯାଇଥିଲା। ଏହା ସହିତ ସେ ବିଧାନସଭାର ୨୨ତମ ବାଚସ୍ପତି ହୋଇଛନ୍ତି। ତେବେ ବାଚସ୍ପତି ନିର୍ବାଚନ ବେଳେ ବିଜେପି ସଦସ୍ୟମାନେ ଗୃହରେ ଅନୁପସ୍ଥିତ ଥିଲେ। ଏଥରକୁ ମିଶାଇ […]

  • Saturday, 10 July 2021
women-fire
କଲେଜ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲେ ସହପାଠୀ

କୋରାପୁଟ: କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ଗାନ୍ଧିନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ କଲେଜ ଛାତ୍ରୀଙ୍କ ଉପରେ ତାଙ୍କ ସହପାଠୀ ଛାତ୍ର ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ନିଆଁ ଲଗାଇ ଦେଇଥିବା ଯୁବକଙ୍କ ଘର ନନ୍ଦପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଗତକାଲି ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଛାତ୍ର ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ଛାତ୍ରୀଙ୍କ ଦେହରେ ପେଟ୍ରୋଲ ଢାଳି ଦେଇଥିଲେ ଓ ଏହାପରେ […]

  • Saturday, 10 July 2021
surya
ସୂର୍ଯ୍ୟ ନାରାୟଣ ପାତ୍ର ହେବେ ରାଜ୍ୟର ୨୨ତମ ବାଚସ୍ପତି

ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିର ପ୍ରଥମ ବିଧାନସଭା ଅଧିବେଶନ ଆରମ୍ଭ ହୋଇଯାଇଛି। ଏବେ କାମଚଳା ବାଚସ୍ପତି ବିଧାନସଭା ଚଳାଉଥିବା ବେଳେ ଆଜି ହେବ ବାଚସ୍ପତି ନିର୍ବାଚନ। ବରିଷ୍ଠ ନେତା ତଥା ସାତ ଥର ବିଧାୟକ ହୋଇଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଶାସକ ବିଜେଡି ବାଚସ୍ପତି ପ୍ରାର୍ଥୀ କରିଛି। ଗତ ଗୁରୁବାର କାମଚଳା ବାଚସ୍ପତି ଅମର ଶତପଥୀ ବିଧାୟକମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଷୋଡ଼ଶ ବିଧାନସଭାର ବାଚସ୍ପତି ତଥା ରାଜ୍ୟର ୨୨ତମ ବାଚସ୍ପତି ଭାବେ […]

  • Saturday, 10 July 2021
monsoon
ରଜ ସରିଲେ ଆସିବ ମୌସୁମୀ!

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ଚାଷୀକୁଳ ନିର୍ଭର କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ କେବେ ପହଞ୍ଚିବ, ତାକୁ ନେଇ ସସପେନ୍ସ ଜାରି ରହିଛି। ଆସନ୍ତା ୬ ତାରିଖରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ନେଇ ଭାରତୀୟ ପାଣିପାଗ ବିଭାଗ କହୁଥିବା ବେଳେ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି କହିଛି। ଏଥିରେ ଗୋଟିଏ ବା ଦୁଇଦିନ ଆଗ ପଛ ମଧ୍ୟ ହୋଇପାରେ ବୋଲି ସଂସ୍ଥା ଅନୁମାନ କରିଛି। ଅନ୍ୟପକ୍ଷରେ କେରଳ ଛୁଇଁବାର ୧୦ରୁ ୧୨ […]

  • Saturday, 10 July 2021
akshaya mohanty wife
ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପତ୍ନୀଙ୍କ ପରଲୋକ

ଭୁବନେଶ୍ୱର: ଲୋକପ୍ରିୟ ସଂଗୀତଜ୍ଞ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା ମହାନ୍ତିଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଗତକାଲି ରାତିରେ ପ୍ରବୀଣା ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ହସ୍‌ପିଟାଲ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।  ତାଙ୍କ ମରଶରୀରକୁ କଟକ ଶେଖବଜାର ସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଛି।

  • Saturday, 10 July 2021
encounter
ବ୍ରହ୍ମପୁରରେ ଏନ୍‌କାଉଣ୍ଟର; ୨ ଅପରାଧୀ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଏନ୍‌କାଉଣ୍ଟର। ବ୍ରହ୍ମପୁର ଗୋଳନ୍ଥରା ଅଞ୍ଚଳରେ ପୁଲିସ୍‌ର ଏନ୍‌କାଉଣ୍ଟରରେ ୨ ଜଣ ଅପରାଧୀ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଗଣେଶ ନାୟକ ଓ ହୃଷି ପାତ୍ର। ସେମାନଙ୍କ ନିକଟରୁ ୨ ଟି ପିସ୍ତଲ ସହିତ ଅଫୁଟା ଗୁଳି, ଗୋଟିଏ ବାଇକ୍‌ ପୁଲିସ୍‌ ଜବତ କରିଛି। ଘଟଣାସ୍ଥଳରୁ ଅନ୍ୟ ୩ ଜଣ ଖସି ପଳାଇଥିବା ନେଇ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ […]

  • Saturday, 10 July 2021
dharmendra
ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୨ ଓଡ଼ିଆଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ୱ

ଭୁବନେଶ୍ୱର: ଗୁରୁବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ନରେନ୍ଦ୍ର ମୋଦି ଆଜି ତାଙ୍କ ଟିମ୍‌ରେ କାହାକୁ କେଉଁ ବିଭାଗ ମିଳିଛି, ତାହା ଘୋଷଣା କରିଛନ୍ତି। ମୋଦିଙ୍କ ସମେତ ଏନଡିଏ-୨ ସରକାରରେ ୫୮ ଜଣ ସଦସ୍ୟ ରହିଛନ୍ତି। ମୋଦିଙ୍କୁ ମିଶାଇ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ଥିବା ବେଳେ ୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ମିଳିଛି। ତେବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆଙ୍କୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର […]

  • Saturday, 10 July 2021
monsoon
ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ମୌସୁମୀ କେରଳ ଛୁଇଁବା ସମ୍ଭାବନା

ଭୁବନେଶ୍ୱର: ଚଳିତ ବର୍ଷ ମୌସୁମୀ ଆସିବାରେ ବିଳମ୍ବ ହେଉଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ପରିବେଶ ଅନୁକୂଳ ନ ଥିବାରୁ ମୌସୁମୀ ବାୟୁ ଆଣ୍ଡାମାନ ଉପକୂଳରେ ସ୍ଥିର ରହିଛି। ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ଏହା କେରଳ ଉପକୂଳ ଛୁଇଁବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବର୍ତ୍ତମାନ ପାଇଁ ତାତିରୁ ନିସ୍ତାର ନାହିଁ। ପଶ୍ଚିମ ଓଡ଼ିଶାରେ ଆହୁରି ଦୁଇ ତିନି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। […]

  • Saturday, 10 July 2021
bjp..
ଦିଲ୍ଲୀରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ୨ ମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ଆଜି ଦିଲ୍ଲୀର ହଜ୍‌ଖାସ୍‌ରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଆଜି ସକାଳେ ସେମାନେ ମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ମୋଦି ସରକାରର ଦ୍ୱିତୀୟ ପାଳିରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ, ଓ ଇସ୍ପାତ ମନ୍ତ୍ରୀ […]

  • Saturday, 10 July 2021
labourer
ଦୁବାଇରେ ଫସିଛନ୍ତି ୧୦ ଦାଦନ ଶ୍ରମିକ; ଫେରାଇ ଆଣିବାକୁ ପ୍ରଶାସନକୁ କଲେ ନିବେଦନ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପୁଣି ସାମନାକୁ ଆସିଲା ଦାଦନ ଦୁଃଖ। ପରିବାର ପୋଷଣ ପାଇଁ ଯାଇ ଦୁବାଇରେ ଫସି ରହିଛନ୍ତି ୧୦ଦାଦନ ଶ୍ରମିକ। ୧୧ମାସ ହେଲା ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ପରିବାର ଲୋକେ ସରକାରଙ୍କ ପାଖରେ ନେହୁରା ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ା କୁରୁଡାଙ୍ଗିର ୨ ଜଣ ଶ୍ରମିକ ଥିବାବେଳେ ରାଜ୍ୟର ଅନ୍ୟ ଅଞ୍ଚଳର ୮ଜଣ ଶ୍ରମିକ ଅଛନ୍ତି। ନୟାଗଡ଼ର ୨ ଶ୍ରମିକ ହେଲେ ପ୍ରକାଶ ମହାରଣା ଓ ଗୁମାନ ମହାରଣା। ଏହି ଶ୍ରମିକଙ୍କୁ ଦଲାଲ […]

  • Saturday, 10 July 2021
fire
ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୫୦ରୁ ଅଧିକ ବଖରା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଜାଲକଣା ଗାଁରେ ୩୩ଟି ପରିବାରର ୫୦ରୁ ଅଧିକ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଦୁଇ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମହାକାଳପଡ଼ା, କେନ୍ଦ୍ରାପଡା ଓ ମାର୍ଶାଘାଇ ସମେତ ୬ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସ୍ଥାନୀୟ ବାସିନ୍ଦା ଅଜୟ ପ୍ରଧାନଙ୍କ ପାଳ ଗଦାରେ ନିଆଁ ଲାଗି ପୂରା ଗାଁକୁ ବ୍ୟାପି ଯାଇଥିଲା […]

  • Saturday, 10 July 2021
man killed wife
ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

ଜଳେଶ୍ୱର(ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ସ୍ତ୍ରୀକୁ ସ୍ୱାମୀ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍‌ ସ୍ୱାମୀ କମଳାକାନ୍ତଙ୍କୁ ଗିରଫ କରିଛି। କମଳାକାନ୍ତଙ୍କ ଘର ପଶ୍ଚିମବଙ୍ଗର ରାମନଗରରେ। ସୂଚନା ଅନୁସାରେ, କମଳାକାନ୍ତ କମର୍ଦ୍ଦା ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ। ଗତକାଲି ରାତି ପ୍ରାୟ ୧ଟା ସମୟରେ କମଳାକାନ୍ତ ନିଜ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଥିଲେ। ସ୍ତ୍ରୀର […]

  • Saturday, 10 July 2021
naveen patnaik
ବିଜେପୁର ପାଇଁ ପ୍ୟାକେଜ୍‌ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବିଜେପୁରରେ ଥିବା ୩୪ ହଜାର କଚା ଘର ପକ୍କା ଘର ହେବା ସହ ଜିଲ୍ଲାରେ ୧୧୨୦ କୋଟିର ୨ଟି ପାଇପ୍ ଜଳ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଫଳରେ ଜିଲ୍ଲାର ୫୦୫ଟି ଗାଁର ୮ ଲକ୍ଷ ଲୋକ ଏହା ଦ୍ୱାରା ଉପକୃତ ହେବେ। ଏଥିସହ ୨ବର୍ଷ ମଧ୍ୟରେ ବିଜେପୁରର ପ୍ରତି ଘରକୁ ପାଇପ ଜଳ ଯୋଗାଣ ହେବ। ଗାଇସିଲଟ ବ୍ଲକ୍‌ରେ […]

  • Saturday, 10 July 2021
petrol pump
କୋଚିଂ ସେଣ୍ଟର ଓ ପେଟ୍ରୋଲ ପମ୍ପରେ ଚଢ଼ାଉ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ସୁନ୍ଦରଗଡ଼ ସହରର ପ୍ରାୟ ୮ଟି କୋଚିଂ ସେଣ୍ଟର ଏବଂ ୩ଟି ପେଟ୍ରୋଲ ପମ୍ପରେ ଚଢ଼ାଉ କରାଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଚଢ଼ାଉ ସମୟରେ କୌଣସି କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି। ସମସ୍ତ କୋଚିଂ ସେଣ୍ଟର ମାଲିକଙ୍କୁ ତାଗିଦ କରିବା ସହ ଯଥା ଶୀଘ୍ର ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ଏବଂ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପାଇଁ ଆବେଦନ […]

  • Saturday, 10 July 2021
cm
ସଚିବାଳୟର ସେଇ ଲକି ଚେୟାର ଓ ନବୀନ...

ଭୁବନେଶ୍ୱର: ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଗାଦି ଦଖଲ ପଛରେ କାରଣ ଯାହା ଥାଉନା କାହିଁକି, ସଚିବାଳୟରେ ନିଜ ଅଫିସରେ ସେ ଯେଉଁ ଚେୟାରେ ବସୁଛନ୍ତି ସେହି ଚେୟାର୍ କିନ୍ତୁ ତାଙ୍କ ପାଇଁ ଲକି ଚେୟାର।  ଏକଥା ଆମେ କହୁନୁ, ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହୁଛନ୍ତି। ସେ ଯେଉଁ ସଫଳତା ପାଇଛନ୍ତି, ସେଥିପାଇଁ ସେ ତାଙ୍କ ଚୌକିକୁ ଲକି ଚେୟାର୍ ବୋଲି କହିଛନ୍ତି। ଗତକାଲି ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ […]

  • Saturday, 10 July 2021