• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

naveen patnaik
କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଟ୍ରିକ୍‌ ପରୀକ୍ଷାରେ ସଫଳତା ପାଇଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଟ୍ୱିଟ୍‌ କରି ମୁଖ୍ୟମନ୍ତ୍ରୀ ମାଟ୍ରିକ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଦଶମ ବୋର୍ଡ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ସମସ୍ତଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି। Congratulate all students who matriculated today. Best wishes for your future. pic.twitter.com/BKrzMYd3H6 — Naveen Patnaik […]

  • Saturday, 10 July 2021
controll room
ପରୀକ୍ଷାର୍ଥୀଙ୍କ ଅଭିଯୋଗ ପାଇଁ ଜାରି ହେଲା କଣ୍ଟ୍ରୋଲ୍‌ ରୁମ୍‌ ନମ୍ବର

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ। ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ହୋଇଥିବା ବେଳେ ୨୮୯ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ତେବେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବୋର୍ଡ ପକ୍ଷରୁ ୨ଟି କଣ୍ଟ୍ରୋଲ୍ ରୁମ୍ ନମ୍ବର ଜାରି କରାଯାଇଛି। କଣ୍ଟ୍ରୋଲ୍ ରୁମ୍ ନଂ ହେଲା- ୦୬୭୧- ୨୪୧୨୦୫୯, ୨୪୧୨୦୬୦। ପରୀକ୍ଷାର୍ଥୀଙ୍କ ଯଦି କୌଣସି ବିଷୟକୁ ନେଇ ଅଭିଯୋଗ ଥାଏ କିମ୍ବା କୌଣସି ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ଏହି କଣ୍ଟ୍ରୋଲ୍ […]

  • Saturday, 10 July 2021
matric result
ଝାରସୁଗୁଡ଼ାରେ ଅଧିକ, କୋରାପୁଟରେ କମ୍‌

ଭୁବନେଶ୍ୱର: ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ ଆଜି ପ୍ରକାଶ ପାଇଛି। ଏଥର ପାସ୍ ହାର ୭୦.୭୮ ପ୍ରତିଶତ ରହିଛି। ତେବେ ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ହୋଇଥିବା ବେଳେ ୨୮୯ଟି ବିଦ୍ୟାଳୟରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଫଳାଫଳ ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ପାସ୍ ହାର ସର୍ବାଧିକ ରହିଛି। ଝାରସୁଗୁଡ଼ାରେ ପାସ୍ ହାର ୮୫. ୪୮ ପ୍ରତିଶତ ରହିଛି। ସେହିପରି କୋରାପୁଟରେ […]

  • Saturday, 10 July 2021
matric result
ଏଥର ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ୮୨ଟି ବିଦ୍ୟାଳୟରେ ରେଜଲ୍ଟ ଶୂନ ରହିଛି। ଫଳାଫଳ ପ୍ରକାଶ ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁ ସ୍କୁଲ୍‌ରେ ମାଟ୍ରିକ୍ ରେଜଲ୍ଟ ଖରାପ ହୋଇଛି ତା’ର ସମୀକ୍ଷା ହେବ। ରେଜଲ୍ଟ ଖରାପ ହୋଇଥିବା ସ୍କୁଲ୍‌ର ଶିକ୍ଷକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଚଳିତ ବର୍ଷ ପରୀକ୍ଷାରେ ସିସିଟିଭି ଏବଂ କପି ରୋକିବାକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ […]

  • Saturday, 10 July 2021
matric students..
ମାଟ୍ରିକ୍‌ ପରୀକ୍ଷାରେ ଝିଅଙ୍କ ବାଜିମାତ୍‌

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ମାଟ୍ରିକ୍‌ ରେଜଲ୍ଟ। ଏଥର ମୋଟ୍‌ ପାସ୍ ହାର ୭୦.୭୮ ପ୍ରତିଶତ ରହିଛି। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଝିଅମାନେ ବାଜି ମାରି ନେଇଛନ୍ତି। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ଅଛି। ଚଳିତ ବର୍ଷ ମୋଟ୍‌ ୩ ଲକ୍ଷ ୯୭ ହଜାର ୧୨୫ ମାଟ୍ରିକ୍ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୫ ହଜାର ଛାତ୍ରୀ ଥିବାବେଳେ , ୧ ଲକ୍ଷ ୯୧ ହଜାର ୬୫୫ ଛାତ୍ର ଅଛନ୍ତି। […]

  • Saturday, 10 July 2021
result announced
ବାହାରିଲା ମାଟ୍ରିକ୍‌ ରେଜଲ୍ଟ; ପାସ୍ ହାର ୭୦.୭୮ ପ୍ରତିଶତ

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଆଜି ସକାଳ ୯ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି। ତେବେ ରେଜଲ୍ଟ ଘୋଷଣା ହେବାର କିଛି ସମୟ ପରେ ୱେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହୋଇଥିଲା। ବର୍ତ୍ତମାନ ଛାତ୍ରଛାତ୍ରୀମାନେ ୱେବ୍‌ସାଇଟ୍‌ରେ ସେମାନଙ୍କର ରେଜଲ୍ଟ ଦେଖି ପାରିବେ। ରେଜଲ୍ଟ ଉପଲବ୍ଧ ହେବାକୁ ଥିବା ୱେବସାଇଟ୍ ହେଲା-www.bseodisha.ac.in, www.bseodisha.nic.in। ଏଥିସହ SMS ଜରିଆରେ ବି ରେଜଲ୍ଟ ଜାଣି ହେବ। ସେଥିପାଇଁ ମୋବାଇଲ୍‌ରେ OR10 ଲେଖି, ତା ପରେ ରୋଲ୍‌ ନମ୍ବର […]

  • Saturday, 10 July 2021
a man stoned to death
ପଥରରେ ଛେଚି ନିର୍ମମ ହତ୍ୟା

ରାଉରକେଲା: ରାଉରକେଲା ବୀରମିତ୍ରପୁରରେ ଜଣେ ବ୍ୟକ୍ତିଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ନାଁ କବିବର ଜୟପୁରିଆ। ଗତକାଲି ବିଳମ୍ବିତ ରାତିରେ ବୀରମିତ୍ରପୁର ଡେଲି ମାର୍କେଟ୍‌ରେ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। କବିବର ବିଭିନ୍ନ ହୋଟେଲ୍‌କୁ ପାଣି ଯୋଗାଇ ଗୁଜରାଣ ମେଣ୍ଟାଉଥିଲେ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି।

  • Saturday, 10 July 2021
Nandankanan
ଆଜି ଖୋଲିବ ନନ୍ଦନକାନନ

ଭୁବନେଶ୍ୱର: ୧୯ ଦିନ ପରେ ଆଜି ଖୋଲିବ ନନ୍ଦନକାନନ। ନନ୍ଦନକାନନ ସଂଲଗ୍ନ ବଟାନିକାଲ୍‌ ଗାର୍ଡେନ ବି ଆଜି ଖୋଲିବ। ବାତ୍ୟା ‘ଫୋନି’ରେ ନନ୍ଦନକାନନ ସହ ବଟାନିକାଲ୍‌ ଗାର୍ଡେନ କ୍ଷତିଗ୍ରସ୍ତ ହୋଇଥିଲା। ଭାଙ୍ଗି ଯାଇଥିବା ଗଛ ଓ ତାର ଜାଲି, ବାଡ଼ ମରାମତି ପରେ ନନ୍ଦନକାନନ ଖୋଲିବ। ‘ଫୋନି’ ତାଣ୍ଡବରେ ନନ୍ଦନକାନନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଚିଡିଆଖାନାର ବହୁ ଖୁଆଡ଼ରେ ଗଛ ଉପୁଡ଼ି ପଡିଥିଲା। ତେବେ ଚିଡିଆଖାନାକୁ ପୁଣି ଥରେ ସଜାଡ଼ିବାକୁ ଯୁଦ୍ଧକାଳୀନ ଭିତ୍ତିରେ ନନ୍ଦନକାନନ କର୍ତ୍ତୃପକ୍ଷ କାମ ଆରମ୍ଭ […]

  • Saturday, 10 July 2021
matric exam
ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ

କଟକ: ଆଜି ପ୍ରକାଶ ପାଇବ ମାଟ୍ରିକ୍‌ ରେଜଲ୍ଟ। ସକାଳ ୯ଟାରେ ବୋର୍ଡ ଅଫିସରେ ରେଜଲ୍ଟ ପ୍ରକାଶ ପାଇବା ପରେ ଦିନ ୧୧ଟାରେ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ। ରେଜଲ୍ଟ ଉପଲବ୍ଧ ହେବାକୁ ଥିବା ୱେବସାଇଟ୍ ହେଲା www.bseodisha.ac.in, www.bseodisha.nic.in। ଏଥିସହ SMS ଜରିଆରେ ବି ରେଜଲ୍ଟ ଜାଣି ହେବ। ସେଥିପାଇଁ ମୋବାଇଲ୍‌ରେ OR10 ଲେଖି, ତା ପରେ ରୋଲ୍‌ ନମ୍ବର ଲେଖି 5676750କୁ ପଠାଇଲେ ରେଜଲ୍ଟ ଦେଖି ହେବ। ଚଳିତ ବର୍ଷ ୫ ଲକ୍ଷ ୮୭ ହଜାର ୭୮୦ […]

  • Saturday, 10 July 2021
jual oram
ଓଡ଼ିଶାରେ ବିଜେପି ସରକାର ଗଠନ କରିବ: ଜୁଏଲ୍‌ ଓରାମ

ଭୁବନେଶ୍ୱର: ବିଭିନ୍ନ ଗଣମାଧ୍ୟମ ଏବଂ ଏଜେନ୍ସି ପକ୍ଷରୁ ଏକଜିଟ୍ ପୋଲ୍ ପ୍ରକାଶ ପରେ ବିଭିନ୍ନ ଦଳର ରାଜନୈତିକ ନେତାମାନେ ସେମାନଙ୍କର ପ୍ରତିକ୍ରିୟା ରଖିଛନ୍ତି। ଏକ୍‌ଜିଟ୍ ପୋଲ ଆକଳନକୁ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଉଭୟ ଦିଲ୍ଲୀ ଓ ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ଜୁଏଲ କହିଛନ୍ତି। ସେ କହିଛନ୍ତି, ‘ଓଡ଼ିଶାରେ ବିଜେପି ୭୦ରୁ ଅଧିକ ଆସନ ଜିତି ସରକାର ଗଠନ କରିବ। ସେହିପରି ୧୮ରୁ ଅଧିକ ଲୋକସଭା ଆସନ ଦଳକୁ […]

  • Saturday, 10 July 2021
damodar rout
‘ବିଜେଡି ମ୍ୟାଜିକ୍‌ ନମ୍ବର ଛୁଇଁବା ସମ୍ଭବ ନୁହେଁ’

ଭୁବନେଶ୍ୱର:୨୦୧୯ ସାଧାରଣ ନିର୍ବାଚନ ପାଇଁ ଗତକାଲି ମତଦାନ ସରିଯାଇଥିବା ବେଳେ ଆସନ୍ତା ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ହେଲେ ତା’ପୂର୍ବରୁ ଏକଜିଟ୍ ପୋଲ୍‌ ଆକଳନକୁ ନେଇ ଭିନ୍ନ ଭିନ୍ନ ପୂର୍ବାନୁମାନ କରାଯାଉଛି । ତେବେ ଏକ୍‌ଜିଟ୍ ପୋଲ ଆକଳନକୁ ନେଇ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ପ୍ରତିକ୍ରିୟା ରଖିଛନ୍ତି। ନିଜ ପୂର୍ବ ଆକଳନକୁ ଦୋହରାଇ ଦାମ ରାଉତ କହିଛନ୍ତି ଯେ, ଏଥର ଝୁଲା ବିଧାନସଭା ହେବ। ଓଡ଼ିଶାରେ ବିଜେପି ୫୫ରୁ ଅଧିକ, କଂଗ୍ରେସ ୨୫ରୁ […]

  • Saturday, 10 July 2021
heat wave
ଆସନ୍ତା ୩ଦିନ ପର୍ଯ୍ୟନ୍ତ ତାତିରୁ ନାହିଁ ତ୍ରାହି; ୮ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ସାରା ରାଜ୍ୟରେ ଅସମ୍ଭାଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଲାଗୁଛି ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଲୋକେ କଲବଲ ହେଉଛନ୍ତି। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବି ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଏବେ ଆଉ ଦିନ ୧୦ଟା ନୁହେଁ ବରଂ ସକାଳ ୮ଟା ପରଠୁ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅପରାହ୍ନ ୫ଟା ଯାଏ ବି ଘରୁ ବାହାରିବା ମୁସ୍କିଲ। କାରଣ ଦିନ […]

  • Saturday, 10 July 2021
representational image
ଚିକିତ୍ସାଧୀନ ଅବସ୍ଥାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: ବୁର୍ଲା ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରଞ୍ଜିତ ପଟ୍ଟନାୟକ। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବୁର୍ଲା ମେଡିକାଲ୍‌ର ହୃଦରୋଗ ବିଭାଗରୁ ତାଙ୍କ ମୃତଦେହକୁ ‌ଅଣାଯାଇ ବ୍ୟବଚ୍ଛେଦ କରାଯାଇଛି। ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ରଞ୍ଜିତଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ବିଚାର ବିଭାଗୀୟ ତଦନ୍ତ ଦାବି କରିବା ସହ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବେ ବୋଲି ରଞ୍ଜିତଙ୍କ ପରିବାର ଲୋକେ କହିଛନ୍ତି। ସୂଚନା […]

  • Saturday, 10 July 2021
exam
ଓଡ଼ିଶାରେ ଆଜି ନିଟ୍‌ ପରୀକ୍ଷା

ଭୁବନେଶ୍ୱର: ଆଜି ଓଡ଼ିଶାରେ ସର୍ବଭାରତୀୟ ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଦିନ ୧ଟାରେ ଶେଷ ହେବ। ମେ’ ୫ ତାରିଖରେ ନିଟ୍ ପରୀକ୍ଷା ହେବାକୁ ଥିବା ବେଳେ ବାତ୍ୟା ‘ଫୋନି’ ପାଇଁ ଏହାକୁ ମେ’ ୨୦ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଓଡ଼ିଶା ବ୍ୟତୀତ ଅନ୍ୟ ରାଜ୍ୟରେ ଏହି ପରୀକ୍ଷା ସରିଥିବା ବେଳେ ବାତ୍ୟା ‘ଫୋନି’ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟକୁ ରାଜ୍ୟ ସରକାର ଚିଠି ଲେଖି ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ […]

  • Saturday, 10 July 2021
businessman
ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଲୁଟ୍‌

ସୋର(ଶଶିକାନ୍ତ ବେହେରା): ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କ ଠାରୁ ଟଙ୍କା, ସୁନା ଓ ରୁପା ଲୁଟି ନେଲେ ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ସାଲୋ ବଜାରରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ମହେଶ ପ୍ରସାଦ ସାହୁଙ୍କର ସାଲୋ ବଜାରରେ ଏକ ଗହଣା ଦୋକାନ ରହିଛି। ଗତକାଲି ରାତିରେ ସେ ଦୋକାନ ବନ୍ଦ କରି ନିଜ ମୋଟର ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ଅଧା ରାସ୍ତାରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। […]

  • Saturday, 10 July 2021
122
ମାଡିବସି ନାବାଳିକାଙ୍କୁ ବିଷ ପିଆଇଦେଲେ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସୋରଡ଼ାର ଏକ ସୋରିଷ ବିଲିରେ ଘଟିଛି ଏକ ଅଭାବନୀୟ ଘଟଣା । ପୂର୍ବ ଶତ୍ରୁତାକୁ ନେଇ ଜଣେ ନାବାଳିକାଙ୍କୁ ପଛପଟୁ ଅତର୍କିତ ଆସିଲେ ଆଉ ମାଡିବସି ବିଷ ପିଆଇ ଦେଲେ। ଫଳରେ ନାବାଳିକାଙ୍କ ମୃତ୍ୟ ଘଟିଥିଲା।  ଗତ ୧ ତାରିଖରେ ଏହି ଘଟଣା ଘଟିଛି । ନାବାଳିକା ଜଣକ ତାଙ୍କ ଘର ପଛପଟେ ବାସନ ମାଜୁଥିଲେ। ହଠାତ୍‌ ସେହି ଗାଁର ଜଗୁ ସେଠୀ ନାମକ ଜଣେ ଯୁବକ ଆସି ଜୋର ଜବରଦସ୍ତ ତାଙ୍କୁ […]

  • Saturday, 10 July 2021
summer
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଅସମ୍ଭାଳ ତାତି!

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାତି ଅସମ୍ଭାଳ ହେବ ବୋଲି ଓଡ଼ିଶା ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି(ଓସ୍‌ଡମା) ପୂର୍ବାନୁମାନ କରିଛି। ଆଗାମୀ ୫ ଦିନ ପ୍ରାୟ ସବୁ ସ୍ଥାନରେ ପାରଦ ୪୦ରୁ ୪୫ ଡିଗ୍ରୀ ପର୍ଯ୍ୟନ୍ତ ରହିବ ବୋଲି ଓସ୍‌ଡମା ପୂର୍ବାନୁମାନ କରିଛି। ଫଳରେ ଲୋକେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଛଟପଟ ହେବା ଛଡ଼ା ଆଉ ନିସ୍ତାର ନାହିଁ। ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ଜନଜୀବନ […]

  • Saturday, 10 July 2021
plantation of trees
ସବୁଜ ବଳୟର ପୁନରୁଦ୍ଧାର ଓ ବନୀକରଣ ପାଇଁ ଯୋଜନା

ଭୁବନେଶ୍ୱର: ଉପକୂଳ ଅଞ୍ଚଳରେ ସବୁଜ ବଳୟର ପୁନରୁଦ୍ଧାର ଓ ବନୀକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆରମ୍ଭ ହେବାକୁ ଯାଉଛି ୫ବର୍ଷିଆ ଯୋଜନା । ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆସନ୍ତା ୫ ବର୍ଷ ମଧ୍ୟରେ  ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ସହ ଏହାକୁ ମିଶନ ମୋଡ୍‌ରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୫ ବର୍ଷ ମଧ୍ୟରେ ୮ ହଜାର ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷ ରୋପଣ କରାଯିବ। ‘ଫୋନି’ କ୍ଷତିଗ୍ରସ୍ତ ଅଞ୍ଚଳରେ ଚଳିତ […]

  • Saturday, 10 July 2021
bulbul-bengal
ଏଇ ଦୁଇ ଜିଲ୍ଲାକୁ ବେଶି ରହିଛି ବୁଲ୍‌ବୁଲ୍‌ ଭୟ

ଭୁବନେଶ୍ୱର: ବୁଲ୍‌ବୁଲ୍‌କୁ ନେଇ ରାଜ୍ୟବାସୀଙ୍କ ଚିନ୍ତା ବଢିବାରେ ଲାଗିଛି। ବେଳକୁ ବେଳ ପାଗ ମଧ୍ୟ ଗମ୍ଭୀର ହେବାରେ ଲାଗିଛି। ଉପକୂଳବର୍ତ୍ତୀ ଅନେକ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଗଲାଣି। ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା ଅନୁଯାୟୀ, ପୁରୀ, କେନ୍ଦ୍ରାପଡା, ଜଗତ୍ସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଆଦି ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ। ଖୋଦ୍ଧାରେ ମଧ୍ୟ ବର୍ଷାର ପ୍ରଭାବ ରହିବ। ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ଅଧିକ ବର୍ଷିବ। ପବନର ବେଗ ୯୦ କିମି […]

  • Saturday, 10 July 2021
123456-aaa
ବୁଲ୍‌ବୁଲ୍‌ ପାଇଁ ଆତଙ୍କିତ ଅସ୍ତରଙ୍ଗବାସୀ

ପୁରୀ: ପୁରୀ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳ ଅସ୍ତରଙ୍ଗରେ ବୁଲ୍‌ବୁଲ୍‌କୁ ନେଇ ଭୟର ବାତାବରଣ ଦେଖାଦେଇଛି। ସମୁଦ୍ର କୂଳଠାରୁ ମାତ୍ର ୧୦୦ ମିଟର ଦୂରରେ ରହିଛି ଉଦୟକଣି ଗାଁ। ସାମୁଦ୍ରିକ ଝଡ ଅନେକ ଥର ଏହି ଗାଁକୁ ବିଦୀର୍ଣ୍ଣ କରି ଦେଇଛି। ପୁଣି ଏବେ ବୁଲ୍‌ବୁଲ୍‌ ଭୟ। ଅନେକ ବାତ୍ୟାକୁ ସାମ୍ନା କରିଥିବା ଏହି ଗାଁର ଲୋକେ ଏବେ ପାଗ ଓ ପବନର ବେଗକୁ ଦେଖି ଘରଦ୍ୱାର ଛାଡ଼ି ରେଡକ୍ରସ ପାଖକୁ ଚାଲି ଯାଇଛନ୍ତି। ଝିପିଝିପି ବର୍ଷା ସହ […]

  • Saturday, 10 July 2021
Bijayant-jay-panda_news18
ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବୈଜୟନ୍ତ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କର ଆଜି ଜନ୍ମଦିନ । ତାଙ୍କ ଜନ୍ମଦିନ ଅବସରରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଶୁଭେଚ୍ଛା ଜଣାଇଛନ୍ତି । ବୈଜୟନ୍ତ ଆଜି ସକାଳେ ଆଡ଼ଭାନୀଙ୍କ ବାସଭବନକୁ ଯାଇ ଜନ୍ମଦିନର ଶୁଭେଛା ଜଣାଇଥିଲେ। ଏଥିସହ  ଟ୍ୱିଟ୍ କରି ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଆଡଭାନୀ ଜଣେ ସ୍ନେହୀ, ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ବୋଲି ବୈଜୟନ୍ତ ଟ୍ୱିଟ କରି କହିବା ସହ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।

  • Saturday, 10 July 2021
6a
ବିସ୍ମିତାଙ୍କ ବିସ୍ମୟ କୃତୀ, ଦେଖିଲେ ଆଖି ଲାଖିଯିବ

ଜୟପୁର:କିଏ ଅଳିଆ କହି ଫୋପାଡି ଦେଉଥିଲା, କିଏ ଆବର୍ଜନା କହି। ଆଉ ଏସବୁ ଗୋଟାଇ ରଖୁଥିଲେ ବିସ୍ମତା। ଏହି ଅଦରକାରୀ ବସ୍ତୁକୁ ନେଇ ଗଢିଥିଲେ ଏକ ବିସ୍ମୟ ଦୁନିଆ। ସେଇ ଦୁନିଆରେ ଥିଲା ଅଦକାରୀ ଜିନିଷରେ ଗଢା ସୁନ୍ଦର ଘରସଜା ସାମଗ୍ରୀ। ନିଜର ଏହି ବିସ୍ମୟ କୃତି ପାଇଁ ଚର୍ଚ୍ଚାକୁ ଆସିଛନ୍ତି ବିସ୍ମିତା । ଜୟପୁର ସହର ଜୟନଗରର ବିସ୍ମିତା ସାହୁ। ଅଦରକାରୀ, ଅବ୍ୟବହୃତ ସାମଗ୍ରୀକୁ ନେଇ ତିଆରି କରନ୍ତି ସୁନ୍ଦର ସୁନ୍ଦର ଜିନିଷ। ଭଳିକି ଭଳି […]

  • Saturday, 10 July 2021
anubhav mohanty
ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗୁଜୁରାଟରୁ ଗିରଫ

କଟକ: କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଧମକ ଦେବା ଘଟଣାରେ ପୁଲିସ୍‌ ଜଣକୁ ଗିରଫ କରିଛି। ଅଭିଯୁକ୍ତଙ୍କୁ ସ୍ପେଶାଲ ସ୍କ୍ୱାଡ୍ ପୁଲିସ୍‌ ଗୁଜୁରାଟରୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଅନୁଭବଙ୍କୁ ହ୍ୱାଟସ୍‌ଆପ୍‌ରେ ମେସେଜ ପଠାଇ ୧୦ ଲକ୍ଷ ଟଙ୍କା ମାଗିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଗତ ୨୯ ତାରିଖରେ କଟକ ପୁରୀଘାଟ ଥାନାରେ ଅନୁଭବ ଏଫ୍ଆଇଆର ଦାଏର କରିଥିଲେ। ଏହି ଘଟଣାର ଛାନ୍‌ଭିନ୍‌ କରି ପୁଲିସ୍‌ […]

  • Saturday, 10 July 2021
1234
ଭିଜିଲାନ୍ସ ଟ୍ରାପ୍‌ରେ ଜିଲ୍ଲା ଶ୍ରମ ଅଧିକାରୀ

ଫୁଲବାଣୀ: ଶ୍ରମିକ ନେତାଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ ରଂଜନ କିଶୋର ବେହେରା। ଭିଜିଲାନ୍ସ ପୋଲିସ ତାଙ୍କୁ ଗିରଫ କରିଛି। ଶ୍ରୀ ବେହରା ୪ ଜଣ ଶ୍ରମିକଙ୍କ ମୃତ୍ୟୁକାଳୀନ ଅନୁକମ୍ପା ରାଶି ବାବଦରେ ବିଲ୍ କରିବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।ଏହି ସମୟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍‌। କିନ୍ତୁ  ଶ୍ରମ ଅଧିକାରୀ ଲାଞ୍ଚ ଟଙ୍କାକୁ ଗିଳି ଦେବାକୁ ଚେଷ୍ଟା କରିଥିଲେ । […]

  • Saturday, 10 July 2021
summer
ଡହଡହ ଖରାରେ ସିଝୁଛି ସାରା ଓଡ଼ିଶା; ସରବତ ଓ ତରଭୁଜ ଦୋକାନରେ ଲୋକଙ୍କ ଭିଡ଼

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଦେପାଦେ ଅଂଶୁଘାତର ଭୟ ରହୁଛି। ଅସହ୍ୟ ତାତି ବଲାଙ୍ଗିରବାସୀଙ୍କୁ ନାକେଦମ୍ କରିସାରିଲାଣି। ଦିନ ୧୦ଟା ପରେ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ିଛି। ରାସ୍ତାଘାଟ ଖାଁଖାଁ ରହୁଥିବା ବେଳେ ମୁହଁରେ କପଡା ବାନ୍ଧି ଲୋକେ ଘରୁ ବାହାରୁଛନ୍ତି। ଅନ୍ୟପକ୍ଷେ, ତାତିରୁ ଟିକେ ତ୍ରାହି ପାଇବା ପାଇଁ ଲସି, ସରବତ ଓ ତରଭୁଜ ଦୋକାନରେ ଲୋକଙ୍କ ଭିଡ଼ ଜମୁଛି। […]

  • Saturday, 10 July 2021