• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବ୍ୟାଙ୍କରେ ଚାକିରି କରିବାକୁ ଇଛା ଓ ଜରୁରୀ ଯୋଗ୍ୟତା ଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। UCO ବ୍ୟାଙ୍କ ଏହି ସୁଯୋଗ ନେଇଆସିଛି। ଏନେଇ UCO ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଅନେକ ପଦବୀ ପୂରଣ ହେବ। ଆପଣ ଯଦି ଏହି ବ୍ୟାଙ୍କରେ ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଏହି ନିଯୁକ୍ତି ମାଧ୍ୟମରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ୍ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୫୦୦ରୁ ଅଧିକ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: PNB Recruitment: ପଞ୍ଜାବ ନେସ୍‌ନାଲ୍ ବ୍ୟାଙ୍କରେ ପୂରଣ ହେବ ୨୫୦୦ରୁ ଅଧିକ ପଦବୀ; ଜାଣନ୍ତୁ କେଉଁମାନେ ନେବେ ସୁଯୋଗ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ UCO ର ଅଫିସିଆଲ୍ ୱେବ୍‌ସାଇଟ୍‌ ucobank.com କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ UCO Bank Recruitment apply for 544 Posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୨ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୬ ଜୁଲାଇ ୨୦୨୪
  • ପରୀକ୍ଷା – ୨୮ ଜୁଲାଇ ୨୦୨୪

ଖାଲି ପଦବୀ:

  • ସାଧାରଣ ବର୍ଗ – ୨୭୮ଟି ପୋଷ୍ଟ୍
  • SC –୮୨ଟି ପୋଷ୍ଟ୍
  • ST – ୩୭ଟି ପୋଷ୍ଟ୍
  • OBC – ୧୦୬ଟି ପୋଷ୍ଟ୍
  • EWS – ୪୧ଟି ପୋଷ୍ଟ୍
  • ମୋଟ୍ – ୫୪୪ ପୋଷ୍ଟ୍
  • ଏହି ନିଯୁକ୍ତି ପ୍ରକ୍ରିୟାରେ ଅନେକ ରାଜ୍ୟରେ ପ୍ରାର୍ଥୀ ପୂରଣ ହେବେ। ଓଡ଼ିଶାରେ ୪୪ଟି ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: IBPS Clerk Recruitment: ବ୍ୟାଙ୍କ୍‌ରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁଯୋଗ; ପୂରଣ ହେବ ୬ ହଜାରରୁ ଅଧିକ ପଦବୀ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍
  • ସ୍ଥାନୀୟ ଭାଷାରେ ଜ୍ଞାନ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୨୮ ବର୍ଷ
  • ବୟସ ଗଣନା ୦୧।୦୭।୨୦୨୪ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଷ୍ଟାଇପେଣ୍ଡ୍‌:

  • ଟ୍ରେନିଂ ସମୟରେ ଷ୍ଟାଇପେଣ୍ଡ ମିଳିବ
  • ବ୍ୟାଙ୍କ୍‌ ତରଫରୁ – ୧୦,୫୦୦ ଟଙ୍କା
  • ସରକାର ତରଫରୁ – ୪,୫୦୦ ଟଙ୍କା
  • ମୋଟ – ୧୫,୦୦୦

ଚୟନ ପ୍ରକ୍ରିୟା:

  • ବ୍ୟକ୍ତିଗତ ସାକ୍ଷାତକାର
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: Bank Of Baroda Recruitment 2024: BOBରେ ପୂରଣ ହେବ ମ୍ୟାନେଜର୍‌ ପଦବୀ; ଗ୍ରାଜୁଏସନ୍ କରିଥିଲେ ସୁଯୋଗ

 

OTV is now on Whatsapp

Join and get latest news update delivered to you via whatsapp

Join Now