• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବ୍ୟାଙ୍କରେ ଚାକିରି କରିବାକୁ ଇଛା ଓ ଜରୁରୀ ଯୋଗ୍ୟତା ଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ପଞ୍ଜାବ ନେସ୍‌ନାଲ୍ ବ୍ୟାଙ୍କ(PNB) ଏହି ସୁଯୋଗ ନେଇଆସିଛି। ଏନେଇ PNB ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଅନେକ ପଦବୀ ପୂରଣ ହେବ। ଆପଣ ଯଦି ଏହି ବ୍ୟାଙ୍କରେ ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଏହି ନିଯୁକ୍ତି ମାଧମରେ ଆପ୍ରେଣ୍ଟିସ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଗ୍ରାଜୁଏସନ୍ କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟରେ ୨୫୦୦ରୁ ଅଧିକ ପଦବୀ ପୂରଣ ହେବ।

ଅଧିକ ପଢ଼ନ୍ତୁ: SSC MTS Havaldar Recruitment 2024: ପୂରଣ ହେବ ୮ ହଜାରରୁ ଅଧିକ ପଦବୀ; ଦଶମ ପିଲା ନେବେ ସୁଯୋଗ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ PNB ର ଅଫିସିଆଲ୍ ୱେବ୍‌ସାଇଟ୍‌ pnbindia.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ PNB Apprentice Recruitment apply for 2700 Posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୩୦ ଜୁନ୍ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୪ ଜୁଲାଇ ୨୦୨୪
  • ପରୀକ୍ଷା – ୨୮ ଜୁଲାଇ ୨୦୨୪

ଖାଲି ପଦବୀ:

  • ସାଧାରଣ ବର୍ଗ – ୧୧୮୩ଟି ପୋଷ୍ଟ୍
  • SC –୪୮୧ଟି ପୋଷ୍ଟ୍
  • ST – ୧୬୭ଟି ପୋଷ୍ଟ୍
  • OBC – ୬୧୪ଟି ପୋଷ୍ଟ୍
  • EWS – ୨୫୫ଟି ପୋଷ୍ଟ୍
  • ମୋଟ୍ – ୨,୭୦୦ଟି ପୋଷ୍ଟ୍

ଅଧିକ ପଢ଼ନ୍ତୁ: IBPS Clerk Recruitment: ବ୍ୟାଙ୍କ୍‌ରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁଯୋଗ; ପୂରଣ ହେବ ୬ ହଜାରରୁ ଅଧିକ ପଦବୀ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ୍
  • ସ୍ଥାନୀୟ ଭାଷାରେ ଜ୍ଞାନ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୦ ବର୍ଷ
  • ସର୍ବାଧିକ ବୟସ – ୨୮ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ନିଯୁକ୍ତ ହୋଇଥିବା କ୍ଷେତ୍ର ଅନୁଯାୟୀ ଦରମା ମିଳିବ
  • ଗ୍ରାମାଞ୍ଚଳ କିମ୍ବା ସେମି-ଅର୍ବାନ – ୧୦,୦୦୦ ଟଙ୍କା
  • ଅର୍ବାନ – ୧୨୦୦୦ ଟଙ୍କା
  • ମେଟ୍ରୋ – ୧୫୦୦୦ ଟଙ୍କା

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC – ୯୪୪ ଟଙ୍କା
  • SC/ST/ମହିଳା – ୭୦୮ ଟଙ୍କା
  • PWBD – ୪୭୨ ଟଙ୍କା

ଚୟନ ପ୍ରକ୍ରିୟା:

  • ଅନ୍‌ଲାଇନ୍ ଲିଖିତ ପରୀକ୍ଷା
  • ସ୍ଥାନୀୟ ଭାଷା ପରୀକ୍ଷା
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ pnbindia.in କୁ ଯାଆନ୍ତୁ
  • "Apply Online" ଉପରେ କ୍ଲିକ୍ କରନ୍ତୁ
  • "Career/Opportunity" କୁ ଯାଇ "PNB Apprentice Recruitment 2024" ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ସ୍କାନ୍ ହୋଇଥିବା ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ
  • ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ ଏବଂ ଏକ ପ୍ରିଣ୍ଟ ଆଉଟ୍ ନିଅନ୍ତୁ

ଅଧିକ ପଢ଼ନ୍ତୁ: HCL Recruitment 2024: HCLରେ ପୂରଣ ହେବ ଜୁନିଅର ମ୍ୟାନେଜର ପଦବୀ; ଦରମା ୧ ଲକ୍ଷ ୨୦ ହଜାର

 

OTV is now on Whatsapp

Join and get latest news update delivered to you via whatsapp

Join Now