Advertisment

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସଂଗୀତ ସମାରୋହ; ଦେଖିବାକୁ ମିଳିଲା ହଲିଉଡ୍ ସିଙ୍ଗରଙ୍କ ଜଲ୍‌ୱା

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚେୟାରମ୍ୟାନ୍ ତଥା ଏମ୍‌ଡି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ରେ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି, କିନ୍ତୁ ମାର୍ଚ୍ଚ ଠାରୁ ସେମାନଙ୍କର ବିବାହ ପୂର୍ବ ଉତ୍ସବ ପୂରା ଜୋରସୋରରେ ଚାଲିଛି।

author-image
Pramod Behera
ଅଦ୍ୟତନ ହୋଇଛି
Anant ambani radhika merchant sangeet ceremony at nmacc

Anant ambani radhika merchant sangeet ceremony at nmacc

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚେୟାରମ୍ୟାନ୍ ତଥା ଏମ୍‌ଡି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବିରେନ୍ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ଜୁଲାଇ ୧୨ରେ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି, କିନ୍ତୁ ମାର୍ଚ୍ଚ ଠାରୁ ସେମାନଙ୍କର ବିବାହ ପୂର୍ବ ଉତ୍ସବ ପୂରା ଜୋରସୋରରେ ଚାଲିଛି।

Advertisment

ଅମ୍ବାନୀ ପରିବାର ଏହି ଶୁକ୍ରବାର ଦିନ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର (NMACC) ରେ ଏହି ଯୋଡିଙ୍କ ପାଇଁ ଏକ ବିଶାଳ ସଂଗୀତ ସମାରୋହ ଆୟୋଜନ କରିଛନ୍ତି। ଏହି ଇଭେଣ୍ଟର ଡ୍ରେସ୍ ଥିମ୍ ହେଉଛି ଇଣ୍ଡିଆନ୍ ରିଗଲ୍ ଗ୍ଲାମ୍‌। ଅମ୍ବାନୀ ପରିବାର ସେମାନଙ୍କ ଅତିଥିମାନଙ୍କୁ ସ୍ୱାଗତ କରିଛନ୍ତି।

ଲୋକପ୍ରିୟ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ ଭିରଲ୍‌ ଭୟାନୀଙ୍କ ଦ୍ୱାରା ଶେୟାର କରାଯାଇଥିବା ଏକ ଭିଡିଓରେ ଏହା ଦେଖିବାକୁ ମିଳେ ଯେ କାର୍ଯ୍ୟକ୍ରମ ସ୍ଥଳକୁ ପୂରା ଲାଲ ଏବଂ ଗୋଲାପି ରଙ୍ଗରେ ସଜାଯାଇଥିଲା । କେବଳ ଏତିକି ନୁହେଁ, ସେଲିବ୍ରେଟିମାନଙ୍କ ଆଗମନ ପାଇଁ କାର୍ପେଟ୍‌ ମଧ୍ୟ ରଖାଯାଇଥିଲା । ଅନନ୍ତ ଏବଂ ରାଧିକାଙ୍କ ନାଁର ପ୍ରଥମ ଅକ୍ଷର ‘ଏ’ ଏବଂ ‘ଆର୍‌’କୁ ମିଶାଇ ଏକ ସୁନ୍ଦର ଶବ୍ଦ ପ୍ରସ୍ତୁତ କରାଯାଇଛି, ଯାହାକୁ କାନ୍ଥରେ ସଜାଯାଇଥିବାର ଦେଖାଯାଏ।

Advertisment

ଅନ୍ୟପକ୍ଷରେ, 'ବେବି', 'ସରୀ', 'ଲଭ ୟୁର୍‌ସେଲ୍ଫ' ଭଳି ଗୀତ ପାଇଁ ପ୍ରସିଦ୍ଧ ଆନ୍ତର୍ଜାତୀୟ ପପ୍ ଗାୟକ ଜଷ୍ଟିନ୍‌ ବିବର ଲସ୍‌ ଏଞ୍ଜେଲସରୁ ଆସି ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ସମାରୋହରେ କନ୍ସର୍ଟରେ ବିବର ପ୍ରଦର୍ଶନ କରିଛନ୍ତି।


 
 
 
 
 
 
 
 
 
 
 
 
 
 

A post shared by Viral Bhayani (@viralbhayani)

ବିବର ପୂର୍ବରୁ ୨୦୧୭ରେ ତାଙ୍କର ପ୍ରଥମ କନ୍ସର୍ଟ ପାଇଁ ଭାରତ ଆସିଥିଲେ। ଶୁକ୍ରବାର ଦିନ ସେ ସ୍ଥାନୀୟ ପୋଲିସ ଅଧିକାରୀ ଏବଂ ତାଙ୍କ ଟିମ୍ ସହିତ ମୁମ୍ବାଇର କାଲିନା ବିମାନ ବନ୍ଦରରୁ ବାହାରିଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଦୁଇଥର 'ଗ୍ରାମୀ' ପୁରସ୍କାର ପାଇଥିବା ବିବର ଗୋଲାପୀ ଟି-ସାର୍ଟ, ସ୍ୱେଟ୍‌ପ୍ୟାଣ୍ଟ ଏବଂ ନାଲି ଟିପି ପିନ୍ଧିଥିଲେ।

ଏହି ପ୍ରଦର୍ଶନ ପାଇଁ ବିବରଙ୍କୁ ୧ କୋଟି ଆମେରିକୀୟ ଡଲାର୍ ପ୍ରଦାନ କରାଯାଉଥିବା ଅନୁମାନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଶୀର୍ଷ ଆନ୍ତର୍ଜାତୀୟ ସଂଗୀତଜ୍ଞ ଆଡେଲି, ଡ୍ରେକ୍ ଏବଂ ଲାନା ଡେଲ୍ ରେ’ ମଧ୍ୟ ଅଂଶଗ୍ରହଣ କରିଛନ୍ତି।

Mukesh Ambani Anant Ambani Nita Ambani
Advertisment
Advertisment