• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ । ଧ୍ୱଂସ ହୋଇଯିବ ପୂରା ବିଶ୍ୱ । ମଙ୍ଗଳ ଗ୍ରହରେ ହେବ ଯୁଦ୍ଧ । ମଣିଷ ପାଇଁ ଶକ୍ତିର ନୂଆ ଉତ୍ସ । ୟୁରୋପରେ ଦେଖାଦେବ ବଡ଼ ସଙ୍କଟ । ହ୍ରାସ ପାଇବ ବିରାଟ ଜନସଂଖ୍ୟା । ସମାଜକୁ ଫେରିବ କମ୍ୟୁନିଜିମ୍ । ଏମିତି କେତେ କ’ଣ ଭବିଷ୍ୟବାଣୀ କରିଛନ୍ତି ବାବା ଭେଙ୍ଗା ।

ଏବେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀକୁ ଆମେ ଏଥିପାଇଁ ଅଧିକ ଗୁରୁତ୍ୱ ଦେଉଛୁ କାରଣ ପୂର୍ବରୁ ବାବା ଭେଙ୍ଗାଙ୍କ ଅନେକ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି । ଏମିତିକି ଜନସମାଜ ପ୍ରତି ବିଗତ ଦିନରେ ଆସିଥିବା ବଡ଼ ବଡ଼ ବିପଦକୁ ମଧ୍ୟ ସେ ପୂର୍ବରୁ ବାରିପାରିଥିଲେ । ଆଉ ଭବିଷ୍ୟବାଣୀ କରି ଚେତାଇଥିଲେ । ଏଭଳି ବାରମ୍ବାର ତାଙ୍କ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହେବା ପରେ, ଏବେ ତାଙ୍କ କଥାକୁ ସାରା ବିଶ୍ୱ ଖୁବ୍‌ ଗୁରୁତ୍ୱ ଦେଉଛି । ତାଙ୍କ ସତର୍କବାଣୀ ଜନମାନସରେ ଛନକା ସୃଷ୍ଟି କରିଛି ।

ତେବେ ସବୁଠାରୁ ବଡ଼ କଥା ହେଲା ବାବା ଭେଙ୍ଗା ଏବେ ଆଉ ଜୀବତ ନାହାନ୍ତି । କିନ୍ତୁ ସେ ବିଶ୍ୱର ଭବିଷ୍ୟତ ନେଇ ଯାହା ଲେଖିଛନ୍ତି ତାହା ଧିରେ ଧିରେ ସାମ୍ନାକୁ ଆସୁଛି । ଆଉ ଲୋକଙ୍କୁ ଚକିତ କରୁଛି ।

ତାଙ୍କ ଭବିଷ୍ୟବାଣୀ ଅନୁସାରେ...

୨୦୨୫ରେ ୟୁରୋପ ମହାଦେଶରେ ଏକ ବଡ଼ ଧରଣର ସଂଘର୍ଷ ହେବ, ଯାହାଦ୍ୱାରା ବଡ଼ ଧରଣର ଜନସଂଖ୍ୟା ହ୍ରାସ ପାଇବ ।

୨୦୨୮- ମଣିଷ ଏକ ନୂଆ ଶକ୍ତିର ଉତ୍ସ ଖୋଜିବା ପାଇଁ ଶୁକ୍ର ଗ୍ରହରେ ପହଞ୍ଚିବ ।

୨୦୩୩- ଧ୍ରୁବୀୟ ବରଫ ତରଳିବା ଫଳରେ ସମୁଦ୍ରର ଜଳସ୍ତର ଖୁବ୍‌ ବୃଦ୍ଧି ପାଇବ ।

୨୦୭୬- ସାରା ବିଶ୍ୱରେ ପୁଣି ସାମ୍ୟବାଦ ଫେରିବ ।

୨୧୩୦- ଅନ୍ତରୀକ୍ଷରେ ରହୁଥିବା ସଭ୍ୟତା ବା ଏଲିଅନ୍‌ଙ୍କ ସହ ହେବ ଯୋଗାଯୋଗ ।

୨୧୭୦- ବିଶ୍ୱରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ।

୩୦୦୫ – ମଙ୍ଗଳଗ୍ରହରେ ଯୁଦ୍ଧ ହେବ ।

୩୭୯୭- ପୃଥିବୀର ବିନାଶ ହେବ, ଏହାସହ ସୌର ମଣ୍ଡଳର ଅନ୍ୟ ଗ୍ରହକୁ ଯିବାରେ ସକ୍ଷମ ହେବ ।

୫୦୭୯- ଧ୍ୱଂସ ପାଇବ ପୂରା ବିଶ୍ୱ ।

OTV is now on Whatsapp

Join and get latest news update delivered to you via whatsapp

Join Now