• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

fire
ଭୟଙ୍କର ବିପତ୍ତିରୁ ବର୍ତ୍ତିଗଲେ ୪ଟି ପରିବାରର ଲୋକ

ବାଙ୍କୀ: ବିପଦ କେତେବେଳେ ମାଡ଼ିଆସେ ତାହା କହିହୁଏନା। ସେମିତି ଏକ ବିପଦ ୪ଟି ପରିବାରକୁ ହତାଠ୍ ମାଡିଆସିଲା। ବଜ୍ରପାତରେ ଜଳିଗଲା ଘର। କଟକ ବାଙ୍କୀ ଡମପଡ଼ା ଗୟଳବାଙ୍କ ମହାନ୍ତି ସାହିରେ ବଜ୍ରପାତରେ ୪ଟି ପରିବାରର ଘର ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଏହି ଭୟଙ୍କର ବିପତ୍ତିରୁ ପରିବାର ଲୋକେ ବର୍ତ୍ତି ଯାଇଛନ୍ତି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି ସେପଟେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଡମପଡ଼ା ତହସିଲଦାର ଓ […]

  • Wednesday, 14 July 2021
fire in temple
ଜଳିଗଲା ସମଲେଇ ମନ୍ଦିରର ଦୀପ ଘର

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା‘ ସମଲେଶ୍ୱରୀଙ୍କ ମନ୍ଦିର ପରିସରରେ ଅଗ୍ନିକାଣ୍ଡ ବିଳମ୍ବିତ ରାତିରେ ଜଳିଗଲା ଦୀପ ଘର ବିଦ୍ୟୁତ୍‌ ସର୍ଟ ସର୍କିଟ ଯୋଗୁ ନିଆ ଲାଗି ଥାଇପାରେ ବୋଲି ସନ୍ଦେହ ପୂର୍ବରୁ କେବେ ବି ଦୀପ ଘରେ ଅଗ୍ନିକାଣ୍ଡ ଘଟି ନ ଥିଲା ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା‘ ସମଲେଶ୍ୱରୀଙ୍କ ମନ୍ଦିର ପରିସରରେ ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ମନ୍ଦିର ଭିତରେ ଥିବା ଦୀପ ଘରେ କୌଣସି କାରଣରୁ ନିଆଁ ଲାଗି ଦୀପ ଘର […]

  • Wednesday, 14 July 2021
chandan'
ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା

ଭୁବନେଶ୍ୱର: ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା। ସେହିପରି ଚନ୍ଦନ ଯାତ୍ରା ବି ଶ୍ରୀମନ୍ଦିର ପରିସରରେ ହେବ। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପରେ ଗଜପତି ସୂଚନା ଦେଇଛନ୍ତି। ବିଧି ରକ୍ଷା ହେଉ ବୋଲି ଗୋବର୍ଦ୍ଧନ ମଠର ପୀଠାଧିଶ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ଆସନ୍ତା ୨୬ ତାରିଖଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଏହି ପରୀପ୍ରେକ୍ଷୀରେ ଶଙ୍କରାଚାର୍ଯ୍ୟଙ୍କ ସହ ଗଜପତି ଓ  ଶ୍ରୀମନ୍ଦିର ପରିଚାଳନା କମିଟି ଆଲୋଚନା କରିଥିଲେ। ଶ୍ରୀମନ୍ଦିରରେ ଆଗାମୀ ପୂଜାବିଧି ନେଇ ଆଲୋଚନା […]

  • Wednesday, 14 July 2021
rain
୮ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: କିଛି ଦିନର ତାତି ପରେ ଆଜିଠୁ ବଦଳିଛି ପାଣିପାଗର ମିଜାଜ୍। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ଏଭଳି ପାଗ ଆସନ୍ତା ୨୭ ତାରିଖ ଯାଏଁ ଲାଗିରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସମୁଦ୍ରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଥିବାରୁ ଏହାର ପ୍ରଭାବରେ ଏଭଳି ପାଗ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି। ବିଶେଷ କରି କଳାହାଣ୍ଡି, ମୟୁରଭଞ୍ଜ, ବାଲେଶ୍ୱର, […]

  • Wednesday, 14 July 2021
qurntine
କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୩୫ ଜଣ ଫେରାର

ରାୟଗଡା: ରାୟଗଡ଼ା କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୨ ଦିନରେ ୩୫ ଜଣ ଫେରାର। କେରୋନା ଓ ଅମ୍ବାଦଳା କ୍ୱାରେଣ୍ଟାଇନ୍‌ ସ୍ଥଳୀରେ ଘଟିଛି। ଏହି ଘଟଣା  ଅମ୍ବାଦଳା କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୬ ଶ୍ରମିକ ଚମ୍ପଟ୍ ମାରିଛନ୍ତି। ଏମାନେ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡିର ବୋଲି ଜଣାପଡିଛି। ସେହିପରି ଗତ ୨୨ ତାରିଖରେ କେରଡ଼ା ସ୍ଥିତ କ୍ୱାରେଣ୍ଟାଇନ୍‌ ଆଶ୍ରୟସ୍ଥଳରୁ ୧୯ ଜଣ ବ୍ୟକ୍ତି ଝରକା ଭାଙ୍ଗି ଚମ୍ପଟ ମାରିଥିଲେ। ଏମାନଙ୍କ ମଧ୍ୟରୁ ୧୭ ଜଣ ପଞ୍ଜାବର ଓ ୨ ଜଣ ଉତ୍ତର ପ୍ରଦେଶର […]

  • Wednesday, 14 July 2021
lingaraj-temple
ଏକାମ୍ର କ୍ଷେତ୍ରରେ ବନ୍ଦ ହେଲା ଚନ୍ଦନ ଯାତ୍ରା

ଭୁବନେଶ୍ୱର: କରୋନା ଲକଡାଉନ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୬ରେ ହେବାକୁ ଥିବା ଚନ୍ଦନ ଯାତ୍ରା ବନ୍ଦ ପାଇଁ ଭୁବନେଶ୍ୱର ମହାନଗର ନିଗମ, ଲିଙ୍ଗରାଜ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବା ପରେ ଏବେ ବିକଳ୍ପ ଚିନ୍ତା କରାଯାଉଛି। ଏନେଇ ଶ୍ରୀ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ବୈଠକ ହୋଇଯାଇଛି। ଏଥିରେ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବିଏମସି ଅତିରିକ୍ତ କମିଶନରଙ୍କ ସହ ୪ ନିଯୋଗ ସଂପାଦକ, ଟ୍ରଷ୍ଟବୋର୍ଡ ସଦସ୍ୟ ମନ୍ଦିର […]

  • Wednesday, 14 July 2021
amblance
ସୀମା ଭିତରକୁ ଆସିବାର ଗଳାବାଟ ଆମ୍ୱୁଲାନ୍ସ!

ଭୁବନେଶ୍ୱର: କରୋନା ଲକଡାଉନ ବେଳେ ଆମ୍ବୁଲାନ୍ସ ଜରିଆରେ ପଡ଼ୋଶୀ ରାଜ୍ୟରୁ ଆମ ରାଜ୍ୟ ମଧ୍ୟକୁ ଅନେକ ପଶିଆସିଛନ୍ତି। ପ୍ରେସମିଟରେ ଏଭଳି ସୂଚନା ଦେଇଛନ୍ତି କୋଭିଡ-୧୯ ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଉଦାହରଣ ଭାବେ ସୀମାରେ ଥିବା ଏକ ଚେକଗେଟ୍‌ରେ ଏକ ଆମ୍ବଲାନ୍ସରେ କିଭଳି ଆସୁଥିଲେ ଜଣେ ବ୍ୟକ୍ତି ତାହା ବଖାଣିଥିଲେ। ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ବୋହୂ ଓ ପୁଅକୁ ଆଣି ଆସୁଥିଲେ।  ଆମ୍ବୁଲାନ୍ସରେ ଲୁଚାଛପା ଭାବେ ଆସିବା ବେଳେ ସେମାନେ ଧରାପଡ଼ିଥିଲେ। ଏଭଳି […]

  • Wednesday, 14 July 2021
odisha
କେନ୍ଦ୍ର ଆଗରେ ଓଡିଶାର ଦାବି, କୋଭିଡ୍ ପରୀକ୍ଷଣ ପାଇଁ କିଟ୍ ଯୋଗାଅ

ଭୁବନେଶ୍ୱର: ଦେଶରେ ଏବେ କରୋନା ସଂକ୍ରମଣ ଷ୍ଟେଜ୍-୩କୁ ଯାଇନାହିଁ। ଦେଶବାସୀଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି। କରୋନା ସ୍ଥିତି ନେଇ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଏହା କହିଛନ୍ତି କେନ୍ଦ୍ର  ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଭିଡିଓ କନ୍ଫରେନ୍ସିଂ ଜରିଆରେ କେନ୍ଦ୍ରମନ୍ତ୍ରୀ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। ନିଜ ରାଜ୍ୟରେ କରୋନାର ସ୍ଥିତି ସମସ୍ତ ସ୍ୱାସ୍ଥ୍ୟମନ୍ତ୍ରୀ ଅନୁଧ୍ୟାନ କରନ୍ତୁ। ରାଜ୍ୟର ସହଯୋଗ ପାଇଁ କେନ୍ଦ୍ରରୁ ବରିଷ୍ଠ ଅଧିକାରୀଙ୍କୁ ପଠାଯାଇଛି। ଯଦି ଲକଡାଉନ୍ କୋହଳ ଯୋଗୁ […]

  • Wednesday, 14 July 2021
lightening
ମାଛ ଧରିବାକୁ ଯାଇଥିଲେ, ଆସିଲା ମରଣ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ୬ଜଣଙ୍କ ମୃତ୍ୟୁ ଓ ଜଣେ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ବଡ଼କଥରା ଗାଁରେ ଆଜି ବଜ୍ରପାତ ଘଟି ୩ ଯୁବକଙ୍କ ମୃତ୍ୟୁ ହୋଇଛି। କରୋନା ପାଇଁ କଟକଣା ସତ୍ତ୍ୱେ ଘରୁ ବାହାରି ଏମାନେ ଏକାଠି ହୋଇ ଗାଁ ପାଖ ଗାଡ଼ିଆରେ ମାଛ ଧରୁଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଡପଥରା ଗାଁର କୈଶିଷ ମହାନ୍ତ, ଦିବ୍ୟଶଙ୍କର […]

  • Wednesday, 14 July 2021
raja
'ବାହାର ଯାତ୍ରା ସମ୍ଭବ ନୁହେଁ, ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବ ପରିଚାଳନା କମିଟି'

ଭୁବନେଶ୍ୱର:  ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ, ତାହା ଉପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ନଜର। ତେବେ ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ମିଳିଥିବା ଚିଠି ନେଇ ଆଜି ବୈଠକ ବସିଥିଲା। ଶ୍ରୀମନ୍ଦିର ପର୍ବପର୍ବାଣି ସଂପର୍କରେ ଏହି ବୈଠକ ବସିଥିଲା। ଆଉ ୨ ଦିନ ପରେ ଅକ୍ଷୟ ତୃତୀୟା। ସେଦିନ ମହାପ୍ରଭୁଙ୍କ ରଥ ନିର୍ମାଣ ହେବା କଥା କିନ୍ତୁ ଲକ୍ […]

  • Wednesday, 14 July 2021
corona testing
ଆଉ ୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଭଦ୍ରକ ଜିଲ୍ଲାର। ଏହାକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬କୁ ଛୁଇଁଲା। ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଟପିଲା। ଏମାନେ ଧାମନଗର ଓ ତିହିଡ଼ି ଅଞ୍ଚଳର। ଏମାନେ ସମସ୍ତେ ବେଙ୍ଗଲରୁ ଫେରିଥିବା ଜଣାପଡ଼ିଛି।  ଆକ୍ରାନ୍ତଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି । ସକାଳେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଆକ୍ରାନ୍ତ ଜଣକ ଭଦ୍ରକ […]

  • Wednesday, 14 July 2021
dgp
ସଟ୍‌ଡାଉନ୍‌: 'ଘରୁ ବାହାରନି, ନମାନିଲେ କାର୍ଯ୍ୟାନୁଷ୍ଠାନ'

ଭୁବନେଶ୍ୱର: ସଟଡାଉନ ଘୋଷଣା ପରେ ତିନି ଜିଲ୍ଲାବାସୀଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନିବେଦନ। ରାଜ୍ୟ ସରକାରଙ୍କ ପକ୍ଷରୁ ସଟଡାଉନ ଘୋଷଣା ହୋଇଥିବାରୁ ଏହାକୁ ପାଳନ କରିବା ଲାଗି ତିନି ଜିଲ୍ଲାବାସୀଙ୍କୁ ସେ ନିବେଦନ କରିଛନ୍ତି। ଏହାସହ ସଟଡାଉନ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି ପୋଲିସ ଦୃଢ଼ ପଦକ୍ଷେପ ନେବ। ଯେଉଁମାନେ ଏହାର ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି କହିଛନ୍ତି। ଏଣୁ ସଟଡାଉନ ପିରିଅଡ୍‌ରେ ଅର୍ଥାତ ଆଜି ରାତି ୧୦ଟାରୁ […]

  • Wednesday, 14 July 2021
bengal
ବିପଦ ସାଜିଛନ୍ତି ବେଙ୍ଗଲ ଫେରନ୍ତା, ଗଳାବାଟକୁ ବନ୍ଦ କଲା ପୋଲିସ୍

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରୁ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ୩୭ଟି ରାସ୍ତାକୁ ପୋଲିସ ପକ୍ଷରୁ ସିଲ୍ କରିଦିଆଯାଇଛି। ଗାଡ଼ି ଚଳାଚଳ କରିପାରୁଥିବା ୩୭ଟି ରାସ୍ତାରେ ବ୍ୟାପକ ପୋଲିସ ମୁତୟନ ସହ ବନ୍ଦ କରାଯାଇଛି ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି। ଏହିସବୁ ସଂଯୋଗ ପଥରେ ବ୍ୟାରିକେଡ୍ ଲଗାଯାଇଛି କେତେକ ରାସ୍ତାରେ ବାଉଁଶ ବାନ୍ଧି ବନ୍ଦ କରାଯାଇଛି। ସେହିପରି ମୟୂରଭଞ୍ଜରୁ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ୨୨ଟି ରାସ୍ତାକୁ ମଧ୍ୟ ସିଲ୍ କରାଯାଇଛି। କରୋନାର କରିଡର୍ ସାଜିଥିବା ଭଦ୍ରକ, ଯାଜପୁର ଏବଂ […]

  • Wednesday, 14 July 2021
rain-fall
କାଲିଠୁ ରାଜ୍ୟରେ ପ୍ରବଳ ବର୍ଷିବ, ୧୩ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଏଥିପାଇଁ ଅଧିକାଂଶ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି। ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ଢେଙ୍କାନାଳ, ଅନୁଗୁଳ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଦ, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ କଳାହାଣ୍ଡି ଆଦି ୧୩ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ତାମଧ୍ୟରୁ ଗଞ୍ଜାମ, କନ୍ଧମାଳ, ଅନୁଗୁଳ, ଯାଜପୁର, ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାରେ […]

  • Wednesday, 14 July 2021
shut
୬୦ ଘଣ୍ଟା ପାଇଁ ଏହି ୩ ଜିଲ୍ଲା ସଟ୍‌ଡାଉନ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ହୋଇଥିବାବେଳେ ୩ ଜିଲ୍ଲାକୁ କରାଗଲା ସମ୍ପୂର୍ଣ୍ଣ ସଟ୍‌ଡାଉନ୍। ଭଦ୍ରକ, ବାଲେଶ୍ୱର, ଯାଜପୁରରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଥିବାରୁ ଏହି ୩ଜିଲ୍ଲାକୁ୬୦ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। କିଛି ଦିନ ଧରି ଏହି ୩ ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ବିଶେଷକରି ୬୧ରୁ ୮୯ ନମ୍ବର କେସ୍ ମଧ୍ୟରୁ ୨୮ଟି କେସ୍ […]

  • Wednesday, 14 July 2021
bank
ବଦଳିଲା ବ୍ୟାଙ୍କ ଖୋଲିବା ସମୟ

ଭୁବନେଶ୍ୱର: କରୋନା ମୁକାବିଲା ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ୬ଟି ସହର ଛାଡ଼ି ରାଜ୍ୟର ସମସ୍ତ ସ୍ଥାନରେ ବ୍ୟାଙ୍କଗୁଡ଼ିକର ସମୟରେ ପରିବର୍ତ୍ତନ କରାଯାଇଛି। ସକାଳ ୮ଟାରୁ ଅପରାହ୍ଣ ୨ଟା ଯାଏ ବ୍ୟାଙ୍କ ଖୋଲା ରହିବ। ତେବେ ସକାଳ ୮ଟାରୁ ଦିନ ଗୋଟାଏ ଯାଏ ଗ୍ରାହକ ସେବା ଚାଲିବ। ଏହି ବ୍ୟାଙ୍କ ସମୟ ପରିବର୍ତ୍ତନ ନେଇ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୮ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ରହିବ। ତେବେ […]

  • Wednesday, 14 July 2021
quarntine
ବାହାର ରାଜ୍ୟରୁ ଆସିଲେ, କ୍ୱାରେଣ୍ଟାଇନ୍‌ରେ ଠକିଲେ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବିଶେଷ କରି ୩ ଜିଲ୍ଲାରେ ସ୍ଥିତି ବିଗିଡିବା ଆଶଙ୍କା କରାଯାଉଛି। ଅନ୍ୟ ରାଜ୍ୟରୁ ଲୋକେ ଆସିବା ପରେ ଅବସ୍ଥା ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ଜିଲ୍ଲାପାଳଙ୍କ ସୂଚନା ସାଧାରଣରେ ଆହୁରି ଚିନ୍ତା ବଢାଇଛି। ଲକଡାଉନ ସତ୍ତ୍ୱେ ଗତ ମାସ ୨୯ ଓ ୩୦ ତାରିଖ ପରେ ପ୍ରାୟ ୬ଶହରୁ ୭ଶହ ଲୋକେ ପଶ୍ଚିମବଙ୍ଗରୁ ଯାଜପୁର ଅଞ୍ଚଳକୁ ଆସିଛନ୍ତି। ସରପଞ୍ଚମାନଙ୍କ ଜରିଆରେ ସେମାନଙ୍କ ଚିହ୍ନଟ କାର୍ଯ୍ୟ […]

  • Wednesday, 14 July 2021
test
ଆଉ ୨ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ। ଯାଜପୁରରେ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହେବାର କିଛି ସମୟର ବ୍ୟବଧାନ ମଧ୍ୟରେ ରାଜ୍ୟରେ ଆଉ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ୨ ଜଣ ବାଲେଶ୍ୱର ଅଞ୍ଚଳର ହୋଇଥିବା ରାଜ୍ୟ ଡିଷ୍ଟ୍ରିକ୍ଟ କରୋନା ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ଉକ୍ତ ଜିଲ୍ଲାରେ ୧୦ କରୋନା ଆକ୍ରାନ୍ତ ହୋଇଛନ୍ତି। ପୂର୍ବରୁ ଜିଲ୍ଲାରେ ୮ ଜଣ ଆକ୍ରାନ୍ତ ଥିବାବେଳେ ଆଜି ଆଉ ୨ ଜଣଙ୍କଠାରେ ପଜିଟିଭ୍ ଆସିଛି। […]

  • Wednesday, 14 July 2021
bhut
ସ୍ୱଦେଶ ଫେରିଲେ ଓଡ଼ିଶାରେ ଫସିଥିବା ବିଦେଶୀ

ଭୁବନେଶ୍ୱର: କରୋନା କଟକଣା ପାଇଁ ଲକଡାଉନ୍ ପରଠୁ ଓଡ଼ିଶାରେ ଫସିଯାଇଥିବା ଭୁଟାନ୍ ନାଗରିକ ସ୍ୱଦେଶ ଫେରୁଛନ୍ତି। ପ୍ରାୟ ୨୬ ଜଣ ଭୂଟାନ ଅଧିବାସୀ ଆଜି ଭୁଟାନ ଅଭିମୁଖେ ବାହାରିଛନ୍ତି। ଭୁଟାନ୍ ସରକାର ପଠାଇଥିବା ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରୁ ଏମାନେ ସ୍ୱଦେଶ ଫେରୁଛନ୍ତି। ଏହି ବିମାନଟି ଦେଶର ଅନ୍ୟ ରାଜ୍ୟରେ ଥିବା ଭୁଟାନବାସୀଙ୍କୁ ମଧ୍ୟ ନେଇକି ଯିବ। ଦୀର୍ଘ ଦିନ ଧରି ଭୟ ଆଉ ଆତଙ୍କରେ ଓଡ଼ିଶାରେ ରହିଯାଇଥିବା ଏହି ଭୁଟାନବାସୀଙ୍କ ମଧ୍ୟରୁ କିଛି […]

  • Wednesday, 14 July 2021
min
ରାଜ୍ୟରେ ଦିନକୁ ହେବ ୩ ହଜାର କରୋନା ଟେଷ୍ଟ

ଭୁବନେଶ୍ୱର: ଏପ୍ରିଲ ଶେଷ ସୁଦ୍ଧା ଦିନକୁ ୩ ହଜାର କରୋନା ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ବଲାଙ୍ଗିର, ବାଲେଶ୍ୱର, ବାରିପଦା ଓ କୋରାପୁଟ ଏହିଭଳି ୪ଟି ମେଡିକାଲ କଲେଜରେ ଟେଷ୍ଟିଂ ଲ୍ୟାବ ପ୍ରସ୍ତୁତ କରାଯିବ। ଏଥିସହ ଭୁବନେଶ୍ୱରସ୍ଥିତ ଓୟୁଏଟିରେ ମଧ୍ୟ ହେବ କରୋନା ନମୂନା ପରୀକ୍ଷା। ଜୀବ ବିଜ୍ଞାନ ପ୍ରତିଷ୍ଠାନ-ILS ରେ ଦିନକୁ ୪୫୦ଟି ନମୂନା ଟେଷ୍ଟ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ମୁକାବିଲାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଅନୁଷ୍ଠିତ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ପରେ […]

  • Wednesday, 14 July 2021
sealed
ମନ୍ତ୍ରୀ କହିଲେ, ସୀମାକୁ ସିଲ୍ କରିବା ସମ୍ଭବପର ନୁହେଁ

ଭୁବନେଶ୍ୱର: ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ସମ୍ପୂର୍ଣ୍ଣ ସିଲ୍ କରିବା ସମ୍ଭବ ନୁହେଁ। ପଶ୍ଚିମବଙ୍ଗ ସୀମା ଅଧିକ ଲମ୍ବା ଥିବାରୁ ଏହାକୁ ସିଲ୍ କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟ କରିଛନ୍ତି। କିନ୍ତୁ ସୀମାନ୍ତରେ ଚେକିଂ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ବାବଦରେ ତଥ୍ୟ ରଖିବାକୁ ପଞ୍ଚାୟତ ସ୍ତରରେ ପଦକ୍ଷେପ ନିଆଯାଉଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳର ସରପଞ୍ଚଙ୍କ ଅଧ୍ୟକ୍ଷତାରେ ୫ଜଣିଆ କମିଟି କରାଯିବ। […]

  • Wednesday, 14 July 2021
patient
ଚିନ୍ତା ବଢ଼ାଇଲା କରୋନା, ଆଉ ୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ। ଏମାନେ ସମସ୍ତେ ଯାଜପୁର ଅଞ୍ଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ୱେବସାଇଟର ସୂଚନା ଅନୁସାରେ ଯାଜପୁରରେ ଆଉ ୪ ପଜିଟିଭ୍ ଯାଜପୁରର। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବାରୁ ଜିଲ୍ଲାରେ ଆକ୍ଟିଭ କେଶ୍ ୧୧ ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୩ ଜଣ ମହିଳା ଓ ଜଣେ […]

  • Wednesday, 14 July 2021
loading
ରାସ୍ତା ମଝିରେ ପାସେଞ୍ଜର ଉଠାଇବା ମନା

ଭୁବନେଶ୍ୱର: ଏପ୍ରିଲ ୨୦ରୁ ଲକଡାଉନ୍ କୋହଳ ହୋଇଥିବାରୁ ମାଲ ପରିବହନ, ଶ୍ରମିକ ନିୟୋଜନ ଓ ଗାଡ଼ି ମରାମତି ଦୋକାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି। ଏ ନେଇ ସବୁ ଜିଲ୍ଲାପାଳ, CP ଓ ମ୍ୟୁନିସିପାଲ କମିଶନରଙ୍କୁ SRCଙ୍କ ପକ୍ଷରୁ ଚିଠି କରାଯାଇଛି। ଏହା ଅନୁସାରେ ଶ୍ରମିକଙ୍କ ପାଇଁ କମ୍ପାନୀ ଦେଇଥିବା ଆଇ କାର୍ଡ ଗ୍ରହଣଯୋଗ୍ୟ ଡକ୍ୟୁମେଣ୍ଟ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ କର୍ମଚାରୀଙ୍କୁ ଅନୁମତି ପତ୍ର ଦେଇପାରିବେ। ଶ୍ରମିକମାନେ କାର୍ଯ୍ୟକ୍ଷେତ୍ରକୁ ଚାଲି ଚାଲି ବା […]

  • Wednesday, 14 July 2021
labour
କାମ ନ ମିଳିଲେ ଘରକୁ ପଳାଇବାର ଚେତାବନୀ ଦେଲେ ପ୍ରବାସୀ ଶ୍ରମିକ

ପାରାଦୀପ: କାମ ଦିଅ ନଚେତ୍  ଘରକୁ ପଠାଇବାର ବ୍ୟବସ୍ଥା କର। ଲକଡାଉନ ଘୋଷଣା ପରଠୁ ପାରାଦୀପରେ ଫସି ରହିଥିବା ବାହାର ରାଜ୍ୟର ଶ୍ରମିକ ମାନେ ଏଭଳି ଦାବି କରିଛନ୍ତି। ଏମାନଙ୍କ ମଧ୍ୟରୁ ଗତକାଲି ବିଳମ୍ବିତ ରାତ୍ରିରେ ଟିଟିଲାଗଡର 19 ଜଣ ଶ୍ରମିକ ପାଦରେ ଚାଲି ଚାଲି ପାରାଦୀପରୁ ପଳାଇଥିବା ଅଭିଯୋଗ ହୋଇଛି। ଅବଶିଷ୍ଟ 68 ଶ୍ରମିକ କୋଷ୍ଟଗାର୍ଡ ଆବାସିକ କଲୋନୀ ଫାଟକ ସମ୍ମୁଖରେ ଏକତ୍ରିତ ହୋଇଛନ୍ତି। କଲୋନୀ ଭିତରେ ନିର୍ମାଣାଧିନ କୋଠାରେ ଶ୍ରମିକ ଭାବେ କାମ କରିବାକୁ […]

  • Wednesday, 14 July 2021
final
କାମକୁ ନୁହଁ ସୀମା ସିଲ୍, ଲୋକେ ଜାଣିଛନ୍ତି ଗଳାବାଟ କେଉଁଠି!

ଭୁବନେଶ୍ୱର: ଗତ ୨ ଦିନରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଛି। ଏଥିରୁ ଅଧିକାଂଶ ବାହାର ରାଜ୍ୟର ଲିଙ୍କ୍। ତେବେ ସିଲ୍‌ ସତ୍ତ୍ୱେ କେମିତି ଆସୁଛନ୍ତି ବାହାର ରାଜ୍ୟର ଥିବା ଲୋକ? ଲକଡାଉନ କଡ଼ାକଡ଼ି ସତ୍ତ୍ୱେ ଓଡ଼ିଶା ସୀମାନ୍ତରେ ବିଭିନ୍ନ ରାଜ୍ୟରୁ ଲୋକେ ଗଳାବାଟ ଦେଇ ପ୍ରବେଶ କରୁଥିବା ଅଭିଯୋଗ ପରେ ସବୁ ସୀମାନ୍ତରେ କଡ଼ାକଡ଼ି ଯାଞ୍ଚ ହେଉଛି। ରାଜ୍ୟରେ ଆଜି ଆଉ ୫ ନୂଆ କରୋନା ଆକ୍ରାନ୍ତ ପୁଣି ସେ ସମସ୍ତେ ବାଲେଶ୍ୱରର। ତିନି […]

  • Wednesday, 14 July 2021