• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bbsr-positive
ଭୁବନେଶ୍ୱରରେ କରୋନା ଆକ୍ରାନ୍ତ ସଂଖ୍ୟା ୪୨କୁ ଛୁଇଁଲା

ଭୁବନେଶ୍ୱର: ରାଜଧାନୀରେ କରୋନା ସ୍ଥିତି ଉଦ୍‌ବେଗଜନକ ରହିଛି। ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ୫୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୪୨ ଜଣ ରାଜଧାନୀ ଭୁବନେଶ୍ୱରର। ଗତକାଲି ଚିହ୍ନଟ ହୋଇଥିବା ୪ ନୂଆ କରୋନା ସଂକ୍ରମିତଙ୍କ ଭିତରୁ ଜଣେ ରାଜଧାନୀର ଥିବାରୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି। ରାଜଧାନୀର ସହିଦ ନଗର, ସତ୍ୟନଗରରୁ, ବମିଖାଲ, ଝାରପଡ଼ା, ସୂର୍ଯ୍ୟନଗର, ବିଜେବି ନଗରର ବଡ଼ଗଡ଼ ଗାଁ, କପିଳ ପ୍ରସାଦ, ୟୁନିଟ୍ ୪, ୟୁନିଟ୍ ୫ ଆଦି ଅଞ୍ଚଳରୁ କରୋନା ଆକ୍ରାନ୍ତ […]

  • Wednesday, 14 July 2021
rice-free
ମାଗଣାରେ ମିଳିବ ଚାଉଳ, ଡାଲି

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ଗରିବ ଲୋକେ ଯେପରି ଅସୁବିଧା ସମ୍ମୁଖୀନ ନହୁଅନ୍ତି। ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ମିଳିବ ୫ କେଜି ଚାଉଳ। ଏପ୍ରିଲ, ମେ ଓ ଜୁନ ମାସ ପାଇଁ ମାସିକ ମୁଣ୍ଡପିଛା ୫ କେଜି ଚାଉଳ ପ୍ରଦାନ କରାଯିବ। ପିଡିଏସ୍‌ ଚାଉଳ ସହିତ ଅତିରିକ୍ତ ଭାବେ ବିନା ମୂଲ୍ୟରେ ଏହି ଚାଉଳ ମିଳିବ। ସେହିପରି ୩ ମାସ ପାଇଁ ପରିବାର ପିଛା […]

  • Wednesday, 14 July 2021
travell
କେଉଁ ଅଞ୍ଚଳକୁ ଯାଇଥିଲେ ୪୯ ନମ୍ବର କରୋନା ଆକ୍ରାନ୍ତ?

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଚିହ୍ନଟ ୪୯ ଓ ୫୦ ନମ୍ବର କରୋନା ଆକ୍ରାନ୍ତଙ୍କ ତଥ୍ୟ ସାମନାକୁ ଆସିଛି। ୪୯ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। ୪୯ ନମ୍ବର ଆକ୍ରାନ୍ତ ଜଣଙ୍କ ୩୫ ବର୍ଷୀୟ ମହିଳା ହୋଇଥିବାବେଳେ ତାଙ୍କ ଘର ଭୁବନେଶ୍ୱର ୟୁନିଟ୍-୪ ମଧୁସୁଦନ ନଗର ଅ଼଼ଞ୍ଚଳର। ଏହି ମହିଳା ଜଣକ ୪୧ ନମ୍ବର ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିଲେ। ଏହି ମହିଳା ମାର୍ଚ୍ଚ ୨୦ରୁ ଏପ୍ରିଲ ୩ […]

  • Wednesday, 14 July 2021
farm-top
କେମିତି ଚାଲିବ ଚାଷ କାମ? ଅନ୍ନଦାତାଙ୍କୁ ଘାରିଛି ପୋଲିସର ଭୟ!

ଭୁବନେଶ୍ୱର: ଲକ୍‌ଡାଉନ୍ ସମୟରେ ବି ଚାଲିବ ଚାଷ କାମ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ଚାଷୀକୁ ଆଶ୍ୱସ୍ତ ତ କରିଛି ହେଲେ ବାସ୍ତବରେ, ଅମଳ ହେଉ କି ମଣ୍ଡିରେ ଧାନ ବିକ୍ରି, ପାଦେ ପାଦେ ସମସ୍ୟାରେ ଧନ୍ଦି ହେଉଛି ଚାଷୀ। ଏପରିକି କିଛି ସ୍ଥାନରେ ପୋଲିସର ମାଡ଼ ଭୟରେ ଏଯାଏଁ ବିଲକୁ ଯିବାକୁ ବି ସାହସ କରିପାରୁନି ଚାଷୀ। ତେଣୁ ଏଭଳି ସ୍ଥିତିରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି […]

  • Wednesday, 14 July 2021
salini
୮୦ ପ୍ରତିଶତ ଆକ୍ରାନ୍ତଙ୍କ ଠାରେ ନାହିଁ କରୋନା ଲକ୍ଷଣ

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୫୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣହୀନ। କରୋନାର କୌଣସି ଲକ୍ଷଣ ନଥିଲେ ବି ଟେଷ୍ଟ ପରେ ପଜିଟିଭ ଚିହ୍ନଟ ହୋଇଥିବା କହିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ରାଜ୍ୟ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ବିନା ଲକ୍ଷଣରେ ମଧ୍ୟ ଶରୀରରେ କରୋନା ଥିବା ସନ୍ଦେହ କରାଯାଉଥିବାରୁ ଏବେ ବିଭିନ୍ନ ପଞ୍ଚାୟତରେ ଶିବିର କରାଯାଇ ନମୁନା ନିଆଯାଉଥିବା ସେ ସୂଚନା ଦେଇଛନ୍ତି। ଏବେ ଦୈନିକ ୩ ଶହରୁ ୪ଶହ ଟେଷ୍ଟ କରାଯାଉଛି ଏବଂ […]

  • Wednesday, 14 July 2021
police-beat
'ଡାକ୍ତରଖାନା ଯାଉଥିଲୁ, ପୋଲିସ୍ ପିଟିଲା'

ଭୁବନେଶ୍ୱର: ଗୋଟେପଟେ ଲକ୍‌ଡାଉନବେଳେ ପୋଲିସର କାମକୁ ସବୁଠି ପ୍ରଶଂସା କରାଯାଉଥିବାବେଳେ ବାଙ୍କୀରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ପତ୍ନୀଙ୍କୁ ଡାକ୍ତରଖାନା ନେବା ବାଟରେ ଯୁବକଙ୍କୁ ପୋଲିସ ମାଡ ମାରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ବାଙ୍କୀ କଚେରୀ ଛକରେ ପୋଲିସ ଜଗିଥିବାବେଳେ ଯୁବକ ଜଣଙ୍କ ନିଜର ଅସୁସ୍ଥ ପତ୍ନୀଙ୍କୁ ବାଇକ୍‌ରେ ବସାଇ ଡାକ୍ତରଖାନା ଆଣୁଥିଲେ। ରାସ୍ତାରେ ପୋଲିସ ସେମାନଙ୍କୁ ଅଟକାଇ ଗାଳି କରିବା ସହ ଯୁବକଙ୍କୁ ମାଡ଼ ମାରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଆହତ […]

  • Wednesday, 14 July 2021
terrorist
ଓଡ଼ିଶାରେ ଲୁଚିଛନ୍ତି ବାଙ୍ଗଲାଦେଶୀ ଆତଙ୍କବାଦୀ

କୋଲକାତାରୁ ୩ ବାଂଲାଦେଶୀ ଆତଙ୍କବାଦୀଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସର ସ୍ୱତନ୍ତ୍ର ଟାସ୍କ ଫୋର୍ସ । କୋଲକାତା STF ଦ୍ୱାରା ୩ ଜଣ ଜମାତ-ଉଲ ମୁଜାହିଦ୍ଦିନ ସଦସ୍ୟ ଧରାପଡ଼ିଛନ୍ତି । ସେମାନଙ୍କର ଓଡ଼ିଶା ଲିଙ୍କ ଥିବା ଜଣାପଡ଼ିଛି ।

3-baby
ଏକାସଙ୍ଗେ ୩ଟି ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା

କଟକ: ଏସ୍‌ସିବି ମେଡିକାଲରେ ୩ଟି ଶିଶୁକନ୍ୟାକୁ ମହିଳା ଜନ୍ମ ଦେଇଛନ୍ତି। ଯାଜପୁର ବିଞ୍ଝାରପୁର ଅଞ୍ଚଳର ଜଣେ ମହିଳା ୧୦ ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେ ଏକାସଙ୍ଗେ ୩ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ମାଆ ଓ ଶିଶୁଙ୍କ ଅବସ୍ଥା ସୁସ୍ଥ ରହିଛି। ଏକାସଙ୍ଗେ ୩ଟି ଶିଶୁକନ୍ୟାକୁ ପାଇ ଘର ଲୋକେ ବେଶ ଖୁସି ଅଛନ୍ତି। ତେବେ ଲକ୍‌ଡାଉନ୍ ଚାଲିଥିବାରୁ ତାଙ୍କୁ ମେଡିକାଲ୍‌ରେ ହିଁ କିଛି ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। ସ୍ୱାମୀ ପାଖରେ ନଥିବାରୁ ମହିଳାଙ୍କ […]

  • Wednesday, 14 July 2021
144-impose
ଏସବୁ ସ୍ଥାନରେ ଜାରି ହେଲା ୧୪୪ ଧାରା, ୪ରୁ ଅଧିକ ଲୋକଙ୍କୁ ଏକାଠି ହେବା ମନା

ଜଗତସିଂହପୁର: ପ୍ରସିଦ୍ଧ ଝାମୁ ଯାତ୍ରା ଓ ପଣାସଂକ୍ରାନ୍ତିକୁ ଆଖି ଆଗରେ ରଖି ତିର୍ତ୍ତୋଲ ଥାନା ଅନ୍ତର୍ଗତ ଝଙ୍କଡର ମା’ ଶାରଳାଙ୍କ ମନ୍ଦିର ଏବଂ ବାଲିକୁଦା ଥାନା ଅନ୍ତର୍ଗତ  ପରାହାଟ ଭଗବତୀ ମନ୍ଦିରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ବିଶେଷ କରି ସାମାଜିକ ଦୂରତ୍ୱ ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ଦୁଇ ପୀଠରେ ୧୪୪ ଧାରା ଲଗାଯାଇଛି। ଏପ୍ରିଲ ୧୨ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଧାରା ବଳବତ୍ତର ରହିବ  ବୋଲି କହିଛି ଜିଲ୍ଲା […]

  • Wednesday, 14 July 2021
bookstore
ମୋବାଇଲ ଆପ୍‌ରେ ପାଠପଢ଼ା ସମ୍ଭବ ନୁହେଁ, ବହି ଦୋକାନ ଖୋଲା କର

ଭୁବନେଶ୍ୱର: ପିଲାମାନଙ୍କ ପାଠପଢ଼ାକୁ ନେଇ ଘାରିଲାଣି ଚିନ୍ତା। କରୋନାର ପ୍ରଭାବରେ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ଥିବାବେଳେ ପିଲାମାନଙ୍କ ସ୍କୁଲ ଜୁନ୍ ୧୭ ପର୍ଯ୍ୟନ୍ତ ବନ୍ଦ ରହିଛି। ଏହି ସମୟରେ ପିଲାଙ୍କ ପାଠ ପଢ଼ା ନେଇ ବଡ ସମସ୍ୟା ଦେଖାଦେଇଛି। କେତେକ ଘରୋଇ ସ୍କୁଲ ମୋବାଇଲ ଆପ୍ ଦ୍ୱାରା ପିଲାଙ୍କୁ ପାଠ ପଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା ସମସ୍ତଙ୍କ ପାଇଁ ଏବଂ ସବୁଠି ସମ୍ଭବପର ନୁହେଁ ବୋଲି ଘରୋଇ ସ୍କୁଲ ଆସୋସିଏସନ ସଂଘ ପକ୍ଷରୁ କୁହାଯାଇଛି। ଏପରିକି […]

  • Wednesday, 14 July 2021
help1
ଗରିବଙ୍କ ଆଶାବାଡ଼ି ସାଜିଲେ ଏହି ମୁସଲମାନ ପରିବାର

ଭୁବନେଶ୍ୱର: ଆଜିବି ବଞ୍ଚିରହିଛି ମଣିଷପଣିଆ। କୁହାଯାଏ ମାନବ ସେବା ହିଁ ମାଧବ ସେବା। ସେବା ଜାତି ଓ ଧର୍ମ ଠାରୁ ବହୁ ଉର୍ଦ୍ଧ୍ୱରେ। ଏପରି ଜଣେ ପରିବାର ଯିଏ ଆଜିର ସଂକଟ ସମୟରେ ଗରିବ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି। ଲକ୍ ଡାଉନ୍ ପାଇଁ ଗରିବ ଲୋକେ ରୋଜଗାର ହରାଇ ଆବଶ୍ୟକ ସାମଗ୍ରୀ କିଣିନପାରି ହଇରାଣ ହେଉଥିବାବେଳେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଜଣେ ମୁସଲମାନ ପରିବାର। ନବରଙ୍ଗପୁର ସହରର ଭାଟିଶାଳାଗୁଡା ସାହିରେ ରହୁଥିବା ମହମ୍ମଦ ରଫି ଓ […]

  • Wednesday, 14 July 2021
pariba2
ପୋଲିସ୍ ଜୁଲମ୍‌ ପ୍ରତିବାଦରେ ପରିବା ଦୋକାନ ବନ୍ଦ

ବାରିପଦା: ବାରିପଦାରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଅଭିଯୋଗ କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ପରିବା ବ୍ୟବସାୟୀ। ଘଟଣାର ପ୍ରତିବାଦରେ ଆଜି ସ୍ଥାନୀୟ ପରିବା ବ୍ୟବସାୟୀ ସଂଘ କାରବାର ବନ୍ଦ ରଖିଛି। ଫଳରେ ଲୋକେ ନାହିଁନଥିବା ହଇରାଣ ହୋଇଛନ୍ତି। ଗତକାଲି ସକାଳୁ ବାରିପଦା ସହରର ମୁଖ୍ୟ ପରିବା ବଜାରରେ ସାମାଜିକ ଦୂରତା ରକ୍ଷା କରୁନଥିବା ଦର୍ଶାଇ ପୋଲିସ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ଘଉଡ଼ାଇ ଦେଇଥିଲା। ତାସହ ଦୋକାନ ସବୁକୁ ପୋଲିସ ବନ୍ଦ କରିଦେଇଥିବା ଅଭିଯୋଗ କରିଛି ବ୍ୟବସାୟୀ […]

  • Wednesday, 14 July 2021
moooo-buss
'ମୋ ବସ୍‌' ଯୋଗାଉଛି ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଜୋନରେ ଲୋକଙ୍କୁ ଅତ୍ୟବାଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି। ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ ପକ୍ଷରୁ ମୋ ବସ୍ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯୋଗାଇ ଦିଆଯାଇଛି। ଭୁବନେଶ୍ୱରରେ ୫ଟି କଣ୍ଟେନମେଣ୍ଟ ଜୋନ୍ ଥିବାବେଳେ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବମିଖାଲ୍ ଓ ସୂର୍ଯ୍ୟନଗରରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଯାଇଛି। ସକାଳେ ମୋ ବସ୍‌ରେ ବିଭିନ୍ନ ବ୍ୟବସାୟୀଙ୍କୁ ନିଆଯାଇ କ୍ଷୀର, […]

  • Wednesday, 14 July 2021
cobas-machine
କରୋନା ସାମ୍ପୁଲ ଟେଷ୍ଟିଂ ବଢ଼ାଇବା ପାଇଁ ଓଡ଼ିଶାକୁ ଆସିଲା ଏହି ମେସିନ୍

ଭୁବନେଶ୍ୱର: ରାଜ୍ୟରେ ସାମ୍ପୁଲ ଟେଷ୍ଟିଂ ବଢ଼ାଇବା ପାଇଁ ଆଉ ଏକ ବଡ଼ ପଦକ୍ଷେପ ସ୍ୱରୂପ RMRCକୁ ଅତ୍ୟାଧୁନିକ କୋବାସ୍ ମେସିନ୍ ଅଣାଯାଇଛି। ନ୍ୟାସ୍‌ନ୍ୟାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ବାୟୋଲୋଜିକାଲ୍ସ-NIB ନୋଏଡା ପରେ ଦେଶର ଦ୍ୱିତୀୟ ପ୍ରତିଷ୍ଠାନ ଭାବେ RMRCକୁ ମିଳିଛି ଏହି ଅତ୍ୟାଧୁନିକ ମେସିନ୍। ଏହାଦ୍ୱାରା ଦିନକୁ ପାଖାପାଖି ହଜାରେଟି ସାମ୍ପୁଲ ପରୀକ୍ଷା କରାଯାଇପାରିବ। ସେହିପରି SCB ପରେ ବ୍ରହ୍ମପୁର ଏମ୍‌କେସିଜିରେ ୧୩ରୁ ଓ ବୁର୍ଲା ଭିମ୍‌ସାରରରେ ଆସନ୍ତା ୧୫ ତାରିଖରୁ ସାମ୍ପୁଲ ଟେଷ୍ଟ ପାଇଁ ଯୋଜନା ରହିଛି। […]

  • Wednesday, 14 July 2021
travel
ଗାଁ ସାଙ୍ଗଙ୍କ ସହିତ ମିଳାମିଶା କରିଥିଲେ ୪୫ ନମ୍ବର କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟର ୪୫ ନମ୍ବର କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଜାରି କରିଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ। କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ୍ ବେହେରାଗୁଡ଼ାର ଏହି ୨୦ ବର୍ଷୀୟ ଯୁବକ ମାର୍ଚ୍ଚ ୨୦ ଓ ୨୧ ତାରିଖ ଅପରାହ୍ଣରେ ଗାଁରେ କିଛି ସାଙ୍ଗଙ୍କ ସହ ମିଳାମିଶା କରିଥିଲେ। ମାର୍ଚ୍ଚ ୨୨ରୁ ୨୪ ତାରିଖ ଯାଏଁ ଘରେ ରହିଥିଲେ। ମାର୍ଚ୍ଚ ୨୫ ତାରିଖରେ ଗାଁରେ ଥିବା ଗ୍ରୋସରୀ ଦୋକାନକୁ ଯାଇଥିଲେ। ତେବେ ମାର୍ଚ୍ଚ ୨୬ରୁ ଏପ୍ରିଲ […]

  • Wednesday, 14 July 2021
harsh
କରୋନା ମୁକାବିଲା: ଅଧିକ ଆର୍ଥିକ ସହାୟତା ଦାବି କଲା ଓଡ଼ିଶା

ଭୁବନେଶ୍ୱର: କରୋନାର ମୁକାବିଲା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ଅଧିକ ଆର୍ଥିକ ସହାୟତା ଲାଗି ଓଡ଼ିଶା ଦାବି କରିଛି। ଉକ୍ତ ବୈଠକରେ ରାଜ୍ୟରେ କରୋନାର ମୁକାବିଲା ପାଇଁ କଣ ପଦକ୍ଷେପ ନିଆଯାଉଛି ସେ ନେଇ ଆଲୋଚନା ହୋଇଥିଲା। ଏଥିରେ ଭିଡିଓ କନଫେରେନ୍ସି ମାଧ୍ୟମରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଆଲୋଚନା କରିଥିଲେ।ଓଡିଶାରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ବୈଠକରେ ଯୋଗ ଦେଇଥିଲେ। କରୋନାର ମୁକାବିଲା ରାଜ୍ୟର ଆବଶ୍ୟକତା ସମ୍ପର୍କରେ ସେ କେନ୍ଦ୍ରକୁ ଜଣାଇଥିଲେ। […]

  • Wednesday, 14 July 2021
mkcg
ବ୍ରହ୍ମପୁରରେ ଖୋଲିବ ୨୦୦ ଶଯ୍ୟାର କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ନେଇ ବ୍ରହ୍ମପୁରରେ ୨୦୦ ଶଯ୍ୟା ଓ ୧୫ ଆସିୟୁର କୋଭିଡ ହସ୍ପିଟାଲ ହେବ। ଏମ୍‌କେସିଜିରେ କୋଭିଡ-୧୯ ଟେଷ୍ଟ ପାଇଁ ଆଇସିଏମ୍‌ଆର୍ ଅନୁମତି ଦେଇଛି। ଏସ୍‌ସିବି ପରେ ରାଜ୍ୟରେ ଟାଟା ଷ୍ଟିଲ ସହାୟତାରେ ୨ୟ ସରକାରୀ ମେଡିକାଲରେ ହେବ କରୋନା ଟେଷ୍ଟ। ମୁମ୍ବାଇରୁ ୪ ହଜାର କିଟ୍‌ ପରୀକ୍ଷଣ ପାଇଁ ଭୁବନେଶ୍ୱର ପହଞ୍ଚିଛି ବୋଲି ସୁବ୍ରତ ବାଗ୍‌ଚୀ କହିଛନ୍ତି। ରାଜ୍ୟରେ ଅଧିକରୁ ଅଧିକ ସ୍ଥାନରେ କରୋନା ପାଇଁ ସାମ୍ପୁଲ ଟେଷ୍ଟ କରିବାକୁ ରାଜ୍ୟ ସରକାରଙ୍କ […]

  • Wednesday, 14 July 2021
dmet
ରାଜ୍ୟରେ ଗୋଷ୍ଠୀ ସଂକ୍ରମଣକୁ ନେଇ କ'ଣ କହିଲେ ଡିଏମ୍‌ଇଟି?

ଭୁବନେଶ୍ୱର: କରୋନାକୁ ନେଇ ସୋସାଲ ମିଡିଆ ଓ ସାଧାରଣରେ ଅନେକ କଥା ଚର୍ଚ୍ଚା ହେଉଛି। ଓଡ଼ିଶାରେ କରୋନା ସ୍ଥିତି କଣ ସେ ଆଜି ସ୍ପଷ୍ଟ ହୋଇଛି। ରାଜ୍ୟରେ କରୋନା ଏଯାଏଁ କୌଣସି ଗୋଷ୍ଠୀ ସଂକ୍ରମଣ ଆଡକୁ ଯାଇନାହିଁ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ସଂକ୍ରମଣ ଷ୍ଟେଜ୍-୨ରେ ହିଁ ରହିଛି। ତେବେ ଆଗକୁ ଯଦି ନମୂନା ଟେଷ୍ଟ ସଂଖ୍ୟା ବଢ଼ିଲେ ହୁଏତ ଆହୁରି ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି ଡିଏମ୍ଇଟି ଡାକ୍ତର ସିବିକେ ମହାନ୍ତି। ଡାକ୍ତର ସିବେକେ ମହାନ୍ତିଙ୍କ […]

  • Wednesday, 14 July 2021
seized
ଲକ୍‌ଡାଉନ୍‌ରେ ବଳବତ୍ତର ରହିବ ଗାଡି ସିଜ୍! ହାଇକୋର୍ଟଙ୍କ ରାୟରେ ସଂଶୋଧନ

ଭୁବନେଶ୍ୱର: କରୋନା ଲକଡାଉନବେଳେ ଗାଡ଼ି ଜବତ ଘଟଣା ନେଇ ହାଇକୋର୍ଟଙ୍କ ରାୟରେ ସଂଶୋଧନ। ଅଣ୍ଡରଟେକିଂ ଲେଖି ନେଇ ଗାଡ଼ି ଛାଡ଼ିବା ଲାଗି ଗତକାଲି କୋର୍ଟ ଯେଉଁ ରାୟ ଦେଇଥିଲେ ସେଥିରେ ସଂଶୋଧନ କରାଯାଇଛି। କେବଳ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ବ୍ୟକ୍ତି ଗାଡ଼ି ନେଇ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ବଜାରକୁ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ତିନିଥର ଯାଏ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କୋହଳ କରାଯିବ ଓ ଅଣ୍ଡରଟେକିଂ ନେଇ ଛାଡ଼ି ଦିଆଯିବ। ସେହିପରି […]

  • Wednesday, 14 July 2021
dhenkanal
ଢ଼େଙ୍କାନାଳର କରୋନା ଆକ୍ରାନ୍ତଙ୍କ ନିଜାମୁଦ୍ଦିନ ଲିଙ୍କ୍!

ଭୁବନେଶ୍ୱର: ଢେଙ୍କାନାଳରୁ ଚିହ୍ନଟ କରୋନା ରୋଗୀଙ୍କ ସହ ଦିଲ୍ଲୀ ନିଜାମୁଦ୍ଦିନ ଲିଙ୍କ ମିଳଛି। ସେ ବାହାରକୁ ଯାଇନଥିଲେ ହେଲେ ନିଜାମୁଦ୍ଦିନରୁ ଫେରିଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ମାର୍ଚ୍ଚ ୧୮ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ସେ ତାଙ୍କ ଘରେ ରହିଥିଲେ। ଏପ୍ରିଲ ୩ ତାରିଖରେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା। ତାଙ୍କଠାରେ ଲକ୍ଷଣ ଜଣାପଡ଼ିନଥିଲେ ବି ତାଙ୍କୁ ସର୍ଭିଲାନ୍ସରେ ରଖାଯାଇଥିଲା। ୮ ତାରିଖରେ ତାଙ୍କ ସାମ୍ପୁଲ ଟେଷ୍ଟ ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଥିଲା। […]

  • Wednesday, 14 July 2021
goods
ମାଲବାହୀ ଗାଡ଼ି ଦେବେନି ଟିକସ

ଭୁବନେଶ୍ୱର: ଦେଶ ଓ ରାଜ୍ୟରେ ଲକ୍‌ଡାଉନ୍‌ ଯୋଗୁ ମାଲବାହୀ ଯାନ ଟିକସ ଦେବା ଉପରେ ସାମୟିକ ସ୍ଥଗିତ ରଖିଛି ବାଣିଜ୍ୟ ଓ ପରିବହନ ବିଭାଗ। ମାଲବାହୀ ଯାନକୁ ୩ ମାସ ଟିକସ କୋହଳ କରାଯାଇଛି। ଏପ୍ରିଲ ୩୦ ଯାଏ ଲକ୍‌ଡାଉନ୍ ଅବଧି ବୃଦ୍ଧି ହେବା ପରେ ଏଣିକି ଏପ୍ରିଲରୁ ଜୁନ୍ ଯାଏଁ ମାଲବାହୀ ଗାଡ଼ି କୌଣସି ଟିକସ ଦେବେନି। ଏହି ସମୟରେ କୌଣସି ଅତିରିକ୍ତ ଶୁଳ୍କ ମଧ୍ୟ ଆଦାୟ କରାଯାଇପାରିବନି। ଏ ନେଇ ବାଣିଜ୍ୟ ଓ ପରିବହନ […]

  • Wednesday, 14 July 2021
corona-patients
ଆମ୍ୱୁଲାନ୍ସରେ ଆସିବାବେଳେ ବାଟରେ ଚା’ ପିଇଥିଲେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟର ୪୪ତମ କରୋନା ଆକ୍ରାନ୍ତ ପଶ୍ଚିମବଙ୍ଗ ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଇଛନ୍ତି ସରକାର। ପଶ୍ଚିମବଙ୍ଗ ମେଦିନିପୁର ଆକ୍ରାନ୍ତ ଆପୋଲୋ ହସ୍ପିଟାଲରେ ଥିଲେ। ସେ ଏପ୍ରିଲ ୭ରେ ଆପୋଲୋ ହସ୍ପିଟାଲକୁ ଆମ୍ବୁଲାନ୍ସରେ ବାହାରିଥିଲେ। ଆସିବା ବେଳେ ବାଲେଶ୍ୱର ବାଇପାସ୍‌ରେ ଚା’ ଷ୍ଟଲରେ ଅଟକିଥିଲେ। ୮ ତାରିଖ ସକାଳେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୯ରେ ପଜିଟିଭ ଆସିବା ପରେ କିମ୍ସ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର ହୋଇଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସଂପର୍କ […]

  • Wednesday, 14 July 2021
violators
ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କଲେ ଭୋଗିବେ ଜେଲ୍‌ ଦଣ୍ଡ

ଭୁବନେଶ୍ୱର: ରାଜ୍ୟରେ ପ୍ରଚଳିତ ଏପିଡେମିକ୍ ଡିଜିଜ୍ ଆକ୍ଟ -୧୮୯୭ର ସଂଶୋଧନ ଅଧ୍ୟାଦେଶକୁ କ୍ୟାବିନେଟ୍ ମଂଜୁରୀ ପୂର୍ବରୁ ପ୍ରଚଳିତ ଆଇନରେ ଦଣ୍ଡବିଧାନ କୋହଳ ଥିବାରୁ ସଂଶୋଧିତ ଆଇନରେ ଉଲ୍ଲଂଘନକାରୀଙ୍କୁ ସର୍ବନିମ୍ନ ୧୦ ହଜାର ଜରିମାନା ଏବଂ ୨ ବର୍ଷ ଜେଲଦଣ୍ଡ ବ୍ୟବସ୍ଥା ରହିଛି। ଏହି ଆକ୍ଟ ଅନୁଯାୟୀ ଅପରାଧକୁ ଗୁରୁତର ଅପରାଧ ଭାବେ ବିବେଚନା କରାଯିବ ଏବଂ ଏହା ଜାମିନଯୋଗ୍ୟ। ସେକ୍ସନ ୩ ଅନୁସାରେ ଅପରାଧୀ କେବଳ ଜରିମାନା ଦେଇ ମଧ୍ୟ ଜେଲଦଣ୍ଡ କୋହଳ କରିପାରିବେ ବୋଲି ମୁଖ୍ୟ […]

  • Wednesday, 14 July 2021
bulb
ଲକ୍‌ଡାଉନ୍‌ ପରେ ବିଦ୍ୟୁତ୍ ବିଲ୍ ପୈଠ କଲେ ବି ମିଳିବ ରିହାତି

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁ ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ବିଲ୍ ପୈଠ ନେଇ ଆଶ୍ୱସ୍ତି ମିଳିଛି। ଲକଡାଉନ୍ ଯୋଗୁ ମାର୍ଚ୍ଚ ମାସରେ ବିଦ୍ୟୁତ ଦେୟ ପୈଠ କରିପାରିନଥିବା ଉପଭୋକ୍ତାମାନେ ଲକଡାଉନ୍ ଅବଧି ହଟିବାପରେ ନିଜର ବିଦ୍ୟୁତ୍ ବିଲ୍ ପୈଠ କରି ଆବଶ୍ୟକ ରିହାତି ପାଇପାରିବେ। ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ଲାଗୁ ହୋଇଥିବାବେଳେ ବିଦ୍ୟୁତ ଉପଭୋକ୍ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଶ୍ୱସ୍ତି ମିଳିଛି। ଉଭୟ କ୍ଷୁଦ୍ର ଶିଳ୍ପ ସଂସ୍ଥା ଓ ଘରୋଇ ଉପଭୋକ୍ତାମାନଙ୍କୁ ଏହି […]

  • Wednesday, 14 July 2021
Jay-panda
ଲକ୍‌ଡାଉନ୍‌ ଅବଧି ବୃଦ୍ଧିକୁ ବୈଜୟନ୍ତଙ୍କ ସ୍ୱାଗତ

ଭୁବନେଶ୍ୱର: ଲକଡାଉନ ସମୟସୀମା ବୃଦ୍ଧି ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସରକାରଙ୍କ ଏହି ନିଷ୍ପତ୍ତିକୁ ପାଳନ କରିବା ପାଇଁ ବିଜେପି ନିଶ୍ଚିତ ସହଯୋଗ କରିବ ବୋଲି ବୈଜୟନ୍ତ କହିଛନ୍ତି। ସରକାରୀ ନିୟମ ଓ ଗାଇଡଲାଇନ୍ସ ପାଳନ କରିବା ସହ ଘରୁ ବାହାରିଲେ ମୁହଁରେ ମାସ୍କ କିମ୍ବା କପଡା ବ୍ୟବହାର କରିବା ପାଇଁ ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ତେବେ ରାଜ୍ୟରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଯୋଗୁ ଉପୁଜୁଥିବା […]

  • Wednesday, 14 July 2021