• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

dgp
ରାଜ୍ୟରେ ଲକ୍‌ଡାଉନ୍ ସ୍ଥିତି ସମୀକ୍ଷା କଲେ ଡିଜିପି, ଏପ୍ରିଲ ୨୦ ପରେ କ'ଣ ହେବ ରୂପରେଖ?

ଭୁବନେଶ୍ୱର: ଜାରି ରହିଥିବା ଲକଡାଉନ୍ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ। ରାଜ୍ୟର ସମସ୍ତ ରେଞ୍ଜ ଆଇଜି ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଡିଜିପି ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିରେ ଲକଡାଉନର ବର୍ତ୍ତମାନ ସ୍ଥିତି ଏବଂ ଏପ୍ରିଲ ୨୦ ପରେ ସମ୍ଭାବ୍ୟ କଟକଣା କୋହଳ ନେଇ ପଦକ୍ଷେପ ସମ୍ପର୍କରେ ପୋଲିସର ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା। ଏଥିସହିତ ଲକଡାଉନ ଉଲ୍ଲଂଘନ ସମ୍ପର୍କିତ ମାମଲାଗୁଡିକର ତଦନ୍ତ ଏବଂ ଏହାର ଆଇନଗତ […]

  • Wednesday, 14 July 2021
imp
'ଆଗାମୀ ୮ରୁ ୧୦ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଘରେ ରହିଲେ ବି ସାମାଜିକ ଦୂରତା ରଖ'

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଅତ୍ୟଧିକ ବିଗିଡ଼ି ନଥିବାବେଳେ ତଥାପି ଆଗାମୀ ୧୦ ଦିନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ଉନ୍ନୟନ କମିଶନର। ମହାମାରୀ ‘କରୋନା’ ସମଗ୍ର ବିଶ୍ୱକୁ ଗ୍ରାସ କରିବାକୁ ବସିଛି। ଏହାର ପ୍ରକୋପ ଓଡ଼ିଶାରେ ପଡ଼ିଛି। ଆଜି ସୁଦ୍ଧା ଓଡ଼ିଶାରେ ‘କରୋନା’ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କ ଭିତରୁ ଗତକାଲି ସୁଦ୍ଧା ୧୯ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏଭଳି ସ୍ଥିତିରେ ଆମକୁ ଆହୁରି ସତର୍କ ରହିବାକୁ […]

  • Wednesday, 14 July 2021
violence2
ଘରୋଇ ହିଂସା ଅଭିଯୋଗ ପାଇଁ ହ୍ୱାଟ୍‌ସଆପ୍ ନମ୍ବର ଜାରି

ଭୁବନେଶ୍ୱର: ଘରୋଇ ହିଂସା ସମ୍ପର୍କିତ ମାମଲାର ଅଭିଯୋଗ ପାଇଁ ହ୍ୱାଟସ୍ଆପ୍ ନମ୍ବର ଜାରି କଲା ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ହ୍ୱାଟସଆପ୍ ନମ୍ବରଟି ହେଉଛି ୭୨୦୫୦୦୬୦୩୯।  କରୋନା ଲକଡାଉନ ସମୟରେ ଘରୋଇ ହିଂସା ବଢିବା ନେଇ ଆଶଙ୍କା କରିଛନ୍ତି ବିଶେଷଜ୍ଞ। ଏହାକୁ ଦୃଷ୍ଟିରେ ରଖି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ହ୍ୱାଟସଆପ୍ ନମ୍ବର ଜାରି କରାଯାଇଛି। ଏହି ନମ୍ବର ଜରିଆରେ ଅଭିଯୋଗକାରୀ ନିଜ ଅଭିଯୋଗ ଜଣାଇପାରିବେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏବଂ ପୋଲିସ […]

  • Wednesday, 14 July 2021
medicine
କରୋନା ଔଷଧ ବ୍ୟବହାରକୁ ନେଇ କ'ଣ କହିଲା ସ୍ୱାସ୍ଥ୍ୟ ବିଭାଗ?

ଭୁବନେଶ୍ୱର: ସାଧାରଣ କାଶ, ଥଣ୍ଡା ହେଲେ ଲୋକେ ଡାକ୍ତରଙ୍କ ବିନା ପରାମର୍ଶରେ ମେଡିସିନ ସେବନ କରୁଛନ୍ତି। କୋଭିଡ-୧୯ ଔଷଧ ବ୍ୟବହାର ନେଇ ଆଡଭାଇଜରି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏହି ରୋଗ ପାଇଁ ବିନା ପ୍ରେସ୍କ୍ରିପ୍ସନରେ କୌଣସି ପ୍ରକାର ଔଷଧ ସେବନ ନକରିବାକୁ କୁହାଯାଇଛି। ତାସହ ହାଇଡ୍ରୋକ୍ସିକ୍ଲୋରେକ୍ୱିନ ଏକ ଡାକ୍ତରୀ ପରାମର୍ଶଜନିତ ଔଷଧ ଅଟେ ଯାହାକି କେବଳ ଲକ୍ଷଣବିହୀନ ସ୍ୱାସ୍ଥ୍ୟକର୍ମୀ ଓ ଲାବୋରେଟାରୀରେ ପରୀକ୍ଷଣ ଦ୍ୱାରା ଚିହ୍ନଟ ରୋଗୀଙ୍କୁ ବ୍ୟବହାର ପାଇଁ ଦିଆଯାଏ। କୌଣସି ଗୁରୁତର […]

  • Wednesday, 14 July 2021
review
୩ ଜିଲ୍ଲାର କରୋନା ସ୍ଥିତି ସମୀକ୍ଷା କଲେ ସଚିବ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଉଛି। ଏହି କ୍ରମରେ କେନ୍ଦୁଝର ନିକଟ ରାଙ୍କି ଠାରେ କୋଭିଡ୍  ହସ୍ପିଟାଲକୁ ବୁଲି ଦେଖିଥିଲେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ମୁଖ୍ୟ ଶାସନ ସଚିବଙ୍କ 5T ସଚିବ ଭି. କେ. ପାଣ୍ଡିଆନ ମଧ୍ୟ କୋଭିଡ୍ ହସ୍ପିଟାଲର ସ୍ଥିତି ପରଖିଛନ୍ତି। ଖୁବଶୀଘ୍ର ଏଠାରେ ୨ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ। ଏହି ହସ୍ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଭେଣ୍ଟିଲେଟର ଏବଂ ଆଇସିୟୁ ସୁବିଧା […]

  • Wednesday, 14 July 2021
covid-hosp
ସୁବର୍ଣ୍ଣପୁରରେ ଖୋଲିଲା କୋଭିଡ୍ ହସ୍ପିଟାଲ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଖୋଲିଛି ଜିଲ୍ଲା କୋଭିଡ ହସ୍ପିଟାଲ୍। ସରକାରୀ ଆଇଟିଆଇକୁ କୋଭିଡ ସେଣ୍ଟର ଭାବେ ପରିଣତ କରାଯାଇଛି। ଏଠି ୨ ଶହ ବେଡ୍‌ର ବ୍ୟବସ୍ଥା କରାଯାଇଥିବାବେଳେ ୪୬ ଜଣ କ୍ଷମତା ବିଶିଷ୍ଟ ଆଇସୋଲେସନ ରଖିବାର ବ୍ୟବସ୍ଥା ହୋଇଛି। ସେହିଭଳି ୫୦ଟି ଅକ୍ସିଜେନର ବ୍ୟବସ୍ଥା ବି ଏଠାରେ କରାଯାଇଛି। ସେହିପରି ୪ ଜଣ ଡାକ୍ତର, ୧୦୫ ନର୍ସ, ୩୪ ଜଣ ପାରା ମେଡିକାଲ୍ ଷ୍ଟାପ୍ ରହିଛନ୍ତି। ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହାକୁ କାର୍ଯ୍ୟକ୍ଷମ […]

  • Wednesday, 14 July 2021
book-tentgh
ବଦଳିଲା ଦଶମ ଶ୍ରେଣୀ ବହି

ଭୁବନେଶ୍ୱର: ବଦଳିଲା ଦଶମ ଶ୍ରେଣୀ ବହି। ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ଦଶମ ଶ୍ରେଣୀ ବହି ବଦଳିଲା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ୮ଟି ବହି ବଦଳିଥିବା ନେଇ ବୋର୍ଡ ସମ୍ପାଦକଙ୍କ ସୂଚନା ଦେଲେ। ୨୦୨୦-୨୧ରେ ରାଜ୍ୟ ବୋର୍ଡର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନୂଆ ବହି ପଢ଼ିବେ। ମୋଟ ୧୪ଟି ବିଷୟରୁ ୮ଟି ବିଷୟ ବଦଳିଛି। ଲକଡାଉନ ପରେ ଏହି ବହି ବିକ୍ରି ହେବ ବୋଲି ସୂଚନା ଦିଆଯାଇଛି।

  • Wednesday, 14 July 2021
domestc
ତାଲାବନ୍ଦ ବେଳେ ଘରୋଇ ହିଂସା ଆଶଙ୍କା ବଢ଼ୁଛି କି?

ଭୁବନେଶ୍ୱର: ଲକଡାଉନ ବେଳେ ଓଡ଼ିଶାରେ ବି ଘରୋଇ ହିଂସା ମାମଲା ଘଟିବା ଆଶଙ୍କା ଥିବାରୁ ଏଭଳି ଅପରାଧୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ନୂଆ ନିମୟମାବଳି ଜାରି କରାଯାଇଛି। ପୋଲିସ ଡିଜି ଓଡ଼ିଶାରେ ଏଭଳି ଅପରାଧ ବଢୁଥିବାର ନଜିର ନଥିଲେ ବି ଏଥିପାଇଁ ପୋଲିସ ବାହିନୀ ସତର୍କ ରହିବ। ଉକ୍ତ ମାମଲାକୁ ଅଧିକ ଗୁରୁତ୍ୱର ସହ ନେବ। ପୋଲିସ ଷ୍ଟେସନ ହେଲପଲାଇନ୍ ଓ ଜିଲ୍ଲା କଣ୍ଟ୍ରୋଲ ରୁମକୁ ମିଶାଇ ୬୦୦ ହେଲପ […]

  • Wednesday, 14 July 2021
blood-donate
ଦେଶ ପାଇଁ ରକ୍ତଦାନ କଲେ ଯବାନ

ଭୁବନେଶ୍ୱର: କରୋନା ଚିକିତ୍ସା ପାଇଁ ରକ୍ତର ଆବଶ୍ୟକତା ରହିଛି। ଏହି ପରିସ୍ଥିତିରେ ଓଡ଼ିଶାରେ ଥିବା ଯବାନମାନେ ରକ୍ତଦାନ କରିବା ପରି ମହତ୍ ଉଦ୍ୟମ କରିଛନ୍ତି। ଭୁବନେଶ୍ୱର ୧୨୦ ବାଟାଲିୟନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।  ଆଜି ସକାଳ ୯ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧିକାରୀ ଓ ଯବାନଙ୍କୁ ମିଶାଇ ୫୦ଜଣ ରକ୍ତଦାନ କରିଥିଲେ। ସାରା ଦେଶରେ ଭାରତୀୟ ସେନା ପକ୍ଷରୁ ଚାଲିଥିବା ଅପରେସନ ନମସ୍ତେ କରୋନା ଚିକିତ୍ସା ପାଇଁ ଦେଶରେ […]

  • Wednesday, 14 July 2021
travel
ପଳାଶୁଣି, ରସୁଲଗଡ଼, କେସୁରା ହାଟ ବୁଲିଥିଲେ ୬୦ ନମ୍ବର ‘କରୋନା’ ଆକ୍ରାନ୍ତ

ଭୁବନେଶ୍ୱର: ଝାରପଡ଼ାର ୬୦ ନମ୍ବର ସମେତ ୫୭, ୫୮, ୫୯ନଂ ‘କରୋନା’ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ୬୦ ନମ୍ବର ଆକ୍ରାନ୍ତ ଜଣକ ୨୨ ମାର୍ଚ୍ଚରୁ ୧୩ ତାରିଖ ପର୍ଯ୍ୟନ୍ତ ଝାରପଡ଼ା ନୀଳାଦ୍ରିନଗର ସ୍ଥିତ ଘରେ ରହିଥିଲେ। ପରିବା ଓ ଗ୍ରୋସରୀ ପାଇଁ ସେ ପଳାଶୁଣି, ରସୁଲଗଡ଼ ଓ କେସୁରା ହାଟ ଯାଇଥିଲେ। ଆଜି ସାମ୍ପଲ ପଜିଟିଭ ଆସିବା ପରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି। ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ଜଣଙ୍କ […]

  • Wednesday, 14 July 2021
exam
ଲକ୍‌ଡାଉନ୍ ଯୋଗୁଁ ଘୁଞ୍ଚିଲା ଓଜେଇଇ

ଭୁବନେଶ୍ୱର: ଲକଡାଉନ୍ ଯୋଗୁଁ  ଘୁଞ୍ଚିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(OJEE)। ଆସନ୍ତା ମେ ପ୍ରଥମ ସପ୍ତାହରେ ଚଳିତ ବର୍ଷର ଓଜେଇଇ ହେବାର ଥିଲା। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲକଡାଉନ୍ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇବା ପରେ ଓଜେଇଇକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏ ନେଇ ସୂଚନା ଦେଇଛନ୍ତି  OJEE ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ। ପରୀକ୍ଷା ନେଇ ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।  […]

  • Wednesday, 14 July 2021
covid
ଆଉ ୫ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ସଂଖ୍ୟା ୬୦ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଆଉ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ। ପରୀକ୍ଷା କରାଯାଇଥିବା ନମୁନା ମଧ୍ୟରୁ ୫ ଜଣଙ୍କଠାରେ କରୋନା ପଜିଟିଭ୍ ଆସିଛି । ଏନେଇ ପ୍ରେସମିଟରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଯାଜପୁରର ଓ ଅନ୍ୟ ୪ ଭୁବନେଶ୍ୱର ବମିଖାଲ ଅଞ୍ଚଳର। ଏହାକୁ ମିଶାଇ  ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚିଲା। ତେବେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ଜଣେ ପ୍ରାଣ ହରାଇଥିବାବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି […]

  • Wednesday, 14 July 2021
books
ପିଲାଙ୍କ ଘରେ ପହଞ୍ଚିବ ପାଠପଢ଼ା ବହି

ଭୁବନେଶ୍ୱର: ସାରା ରାଜ୍ୟରେ ଲକ୍‌ଡାଉନ୍‌ ହେବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ବିଭିନ୍ନ ସମସ୍ୟା ଦେଖାଦେଇଛି। ଏନେଇ ସମସ୍ୟା କିପରି ଦୂର ହେବ, ସେନେଇ ପଦକ୍ଷେପ ନେବେ ସରକାର। ସେଥିପାଇଁ ପିଲାମାନଙ୍କ ଘରେ ପାଠ୍ୟପୁସ୍ତକ ପହଞ୍ଚାଇବେ ଶିକ୍ଷକ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଘରେ ଶିକ୍ଷକ ବହି ପହଞ୍ଚାଇବେ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।  ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ବହି ବ୍ଲକ ଓ ସ୍କୁଲରେ ପହଞ୍ଚି ସାରିଛି। […]

  • Wednesday, 14 July 2021
final
କାଲିଠୁ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍, ଏସବୁ କାର୍ଯ୍ୟରେ ପଡ଼ିବନି ତାଲା

ଭୁବନେଶ୍ୱର: ଆସନ୍ତା ୧୫ରୁ ରାଜ୍ୟରେ ଲାଗୁ ହେବ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ। ତେବେ କରୋନା ସଂକ୍ରମଣ ରୋକିବା ସହ ଅର୍ଥନୈତିକ କାର୍ଯ୍ୟକଳାପ ଜାରି ରହିବା ବି ନିହାତି ଜରୁରୀ। ସେଥିଲାଗି ରାଜ୍ୟ ସରକାର ଲକ୍‌ଡାଉନ୍‌ରେ ଅନେକ ଅତ୍ୟାବଶ୍ୟକ କାର୍ଯ୍ୟକୁ କୋହଳ କରିଛନ୍ତି। ତେବେ କୃଷି କାର୍ଯ୍ୟକୁ ସମ୍ପୂର୍ଣ୍ଣ କୋହଳ କରାଯାଇଥିବାବେଳେ ସାମାଜିକ ଦୂରତ୍ୱ କଟକଣା ସହ ଆଦୌ ସାଲିସ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ଜାଣନ୍ତୁ, କେଉଁ କେଉଁ ଦିଗ ପ୍ରତି […]

  • Wednesday, 14 July 2021
heat-wave
ତାତିରେ ସିଝୁଛି ଅଧା ଓଡ଼ିଶା: ଭୁବନେଶ୍ୱର, ଟିଟିଲାଗଡ଼ ସର୍ବାଧିକ ଉତ୍ତପ୍ତ

ଭୁବନେଶ୍ୱର: ସାରା ରାଜ୍ୟକୁ ଅସ୍ତବ୍ୟସ୍ତ କରୁଛି ତାତି। ରାଜଧାନୀ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧. ୫ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଭୁବନେଶ୍ୱର ସହ ଟିଟିଲାଗଡ଼ରେ ମଧ୍ୟ ତାପମାତ୍ରା ୪୧. ୫ ଡିଗ୍ରୀ ରେକର୍ଡ ହୋଇଛି। ଏହି ଦୁଇ ସହର ସହ ରାଜ୍ୟର ୧୨ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଚାନ୍ଦବାଲିର ସର୍ବାଧିକ ତାପମାତ୍ରା ୪୦. ୭ ଡିଗ୍ରୀ, କଟକର ୪୦. ୧, ଅନୁଗୁଳ ୪୦. ୭ ଡିଗ୍ରୀ ଏବଂ […]

  • Wednesday, 14 July 2021
sill-1
ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ କଟକଣା

ଭୁବନେଶ୍ୱର: ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ହଟାଇ ଦିଆଯାଇଛି। ଏଠାରେ ଚିହ୍ନଟ ହୋଇଥିବା ଜଣେ କରୋନା ଆକ୍ରାନ୍ତ ନେଗେଟିଭ୍ ରିପୋର୍ଟ ଆସିବା ପରେ ବିଏମ୍‌ସି ପକ୍ଷରୁ ଏହି କଟକଣା ଉଠାଇ ଦିଆଯାଇଛି। କିନ୍ତୁ ଏହି ସ୍ଥାନରେ ଲକ୍‌ଡାଉନ୍ ବଳବତ୍ତର ରହିବ। ଭୁବନେଶ୍ୱର ମହାନଗର ନଗମ (ବିଏମ୍‌ସି) ଅଞ୍ଚଳର କପିଳପ୍ରସାଦ ଅଞ୍ଚଳରେ ଜଣେ ‘କରୋନା’ ଚିହ୍ନଟ ପରେ ସୁନ୍ଦରପଦା ଓ ଯଦୁପୁରକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଥିଲା। ଏପରିକି ଉକ୍ତ ଅଞ୍ଚଳର ପ୍ରବେଶ ଓ […]

  • Wednesday, 14 July 2021
chin
ରାଜଧାନୀରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଭୁବନେଶ୍ୱର ବମିଖାଲ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖା ୫୫କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ମୁଖପାତ୍ର ସୁବ୍ରତ ବାଗଚୀ। ଆକ୍ରାନ୍ତଙ୍କ ବୟସ ବୟସ ୩୫ ବର୍ଷ ହେବ। ସେ ବମିଖାଲର ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବାଗ୍‌ଚୀ ସୂଚନା ଦେଇଛନ୍ତି। ଏହାସହ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ସେ […]

  • Wednesday, 14 July 2021
content
ଆଉ ୩ଟି ସ୍ଥାନରୁ ଉଠିଲା କଣ୍ଟେନମେଣ୍ଟ କଟକଣା

କଟକ: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକର ଗୋଟିଏ ଗାଁ ଏବଂ ସାଲେପୁର ତହସିଲର ୨ଟି ଗାଁ କଣ୍ଟେନମେଣ୍ଟ ଜୋନ ମୁକ୍ତ। ନିଶ୍ଚିନ୍ତକୋଇଲର ଜୟୀରାମପୁର ପଞ୍ଚାୟତର ୧ ନମ୍ବର ଓ୍ୱାର୍ଡ ଓ ସାଲେପୁର ବ୍ଲକ ମିର୍ଜାପୁରର ୧୨ ନମ୍ବର ଓ ୧୩ ନମ୍ବର ଓ୍ୱାର୍ଡରୁ କଟକଣା ଉଠିଲା। କରୋନା ଆକ୍ରାନ୍ତ ଓ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ଜିଲ୍ଲା ପ୍ରଶାସନ ନେଲା ନିଷ୍ପତ୍ତି। କଟକ ଜିଲ୍ଲାପାଳ ୨ ଅଞ୍ଚଳରୁ କଣ୍ଟେନମେଣ୍ଟ ପ୍ରତ୍ୟାହାର କରିଛନ୍ତି ସିଡିଏମ୍ଓ […]

  • Wednesday, 14 July 2021
pattapol
କଟକ ପଟ୍ଟାପୋଲରୁ ହଟିଲା କଣ୍ଟେନମେଣ୍ଟ କଟକଣା

କଟକ: କଟକ ପଟ୍ଟାପୋଲ ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣା ହଟାଇଲା ସିଏମ୍‌ସି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପଟ୍ଟାପୋଲ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ବା ଆବଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା। ତେବେ ସେହି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଏବଂ ଲକ୍ଷଣ ଥିବା ବ୍ୟକ୍ତିଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେଠାରେ ସ୍ଥାନୀୟ ସଂକ୍ରମଣ ହୋଇନଥିବା ସ୍ପଷ୍ଟ ହୋଇଛି। ତେଣୁ ଗତ ୪ ତାରିଖରୁ ଆବଦ୍ଧାଞ୍ଚଳ ଭାବେ ଲାଗିଥିବା କଟକଣାକୁ ପ୍ରତ୍ୟାହାର କରିଛି। କଟକ ମହାନଗର […]

  • Wednesday, 14 July 2021
main
କରୋନା ସୁପରସ୍ପ୍ରେଡର କିଏ? ଗବେଷଣା କହୁଛି ସଂକ୍ରମିତ ନୁହଁନ୍ତି!

ଭୁବନେଶ୍ୱର: ବିଶ୍ୱକୁ ଘାରିଛି ମହାମାରୀ ଚିନ୍ତା। ସାରା ବିଶ୍ୱରେ ସାଂଘାତିକ ସ୍ଥିତିରେ ପହଞ୍ଚିଛି କରୋନା ସଂକ୍ରମଣ। ଦିନକୁ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୦ ହଜାର ପାଖାପାଖି ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୧୮ ଲକ୍ଷ ପାଖାପାଖି ପହଞ୍ଚିଲାଣି। ବିଶେଷ କରି ଆମେରିକା, ସ୍ପେନ, ଇଟାଲୀ ଏବଂ ଫ୍ରାନ୍ସରେ ସ୍ଥିତି ଅଧିକ ସଂଗୀନ ରହିଛି। ସେହିପରି ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତି […]

  • Wednesday, 14 July 2021
heat
୪୦ ଡିଗ୍ରୀ ଉପରେ ୧୦ ସହର

ଭୁବନେଶ୍ୱର: ଅସହ୍ୟ ତାତିରେ ସାରା ରାଜ୍ୟ କଲବଲ। ଆଜି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ତେବେ ଆଜି ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼। ସେଠାରେ ତାପମାତ୍ରା ୪୧ ଡିଗ୍ରୀ ରହିଛି। ଏଥିସହ ଭୁବନେଶ୍ୱରରେ ୪୦ .୨, କଟକରେ ୪୦, ଚାନ୍ଦବାଲିରେ ୪୦.୮, ଭବାନୀପାଟଣାରେ ୪୦. ୫, ବଲାଙ୍ଗିରରେ ୪୦.୫, ବୌଦ୍ଧରେ ୪୦. ୫, ସୋନପୁରରେ ୪୦.୨, ତାଳଚେରରେ ୪୦. ୧ ଓ ମାଲକାନଗିରିରେ ୪୦ ଡିଗ୍ରୀ ରହିଛି। ୬ଟି […]

  • Wednesday, 14 July 2021
nijamuddin
ରାଜ୍ୟରେ ଆଉ ୨ଜଣଙ୍କ ନିଜାମୁଦ୍ଦିନ ଲିଙ୍କ୍

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଚିହ୍ନଟ ହୋଇଥିବା ୪ ନୂଆ କରୋନା ପଜିଟିଭଙ୍କ ଟ୍ରାଭେଲ ବିବରଣୀ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨ଜଣଙ୍କର ରହିଛି ନିଜାମୁଦ୍ଦିନ ଲିଙ୍କ୍। ୨ ଜଣ ଯାକ ସୁନ୍ଦରଗଡ଼ର। ଆଜି ସେମାନଙ୍କ ସହ ମୋଟ ୫ଜଣଙ୍କ ଗସ୍ତ ବିବରଣୀ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯିବା ପରେ ଏନେଇ ସ୍ପଷ୍ଟ ହୋଇଛି। ୫୧ ନମ୍ବର ଆକ୍ରାନ୍ତ ସୁନ୍ଦରଗଡ଼ ବିଶ୍ରାର ଜଣେ ୬୭ ବର୍ଷୀୟ ବୃଦ୍ଧ। ସେ ମାର୍ଚ୍ଚ ୫ ତାରିଖରେ ରାଉରକେଲାରୁ ଉତ୍କଳ ଏକ୍ସପ୍ରେସରେ […]

  • Wednesday, 14 July 2021
covid-hos2
ନବରଙ୍ଗପୁରରେ ଖୋଲିବ କୋଭିଡ୍ ହସ୍ପିଟାଲ

ନବରଙ୍ଗପୁର: କରୋନା ମୁକାବିଲା ପାଇଁ ନବରଙ୍ଗପୁର ହିରଲି ଗ୍ରାମ ସ୍ଥିତ ବିଇଡି କଲେଜ ଠାରେ ଦୁଇ ଶହ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ଼ ଚିକିତ୍ସାଳୟ ସ୍ଥାପନ ହେବ। ଏଥିଲାଗି ତୃତୀୟ ପକ୍ଷ ଭାବେ ସମସ୍ତ ଆର୍ଥିକ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନ ସହ ଚୁକ୍ତି ସ୍ୱାକ୍ଷର କରିଛି। ଦାମନଯୋଡି ସ୍ଥିତ ନାଲକୋ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଦ୍ୱିତୀୟ ପକ୍ଷ ଥିବା ଖ୍ରୀଷ୍ଟିଆନ ହସ୍ପିଟାଲକୁ ଏହାର ଦାୟିତ୍ୱ ଦେଇଛି। MOU ସ୍ୱାକ୍ଷର ହେଲା ପରେ ଜିଲ୍ଲାପାଳ ଡକ୍ଟର ଅଜିତ […]

  • Wednesday, 14 July 2021
ola-final
କଟକ, ଭୁବନେଶ୍ୱରରେ ଚାଲିଲା 'ଓଲା' କ୍ୟାବ୍

ଭୁବନେଶ୍ୱର: ଆଜିଠାରୁ ଟୁଇନ୍ ସିଟିରେ ଉପଲବ୍ଧ ହେବ ଓଲା କ୍ୟାବ୍ସ ସେବା। ଲକ୍ଡାଉନ୍ ସମୟରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଓଲାକୁ ପାସ୍ ମିଳିଛି। ଭୁବନେଶ୍ୱର ଓ କଟକ ପାଇଁ ୧୦୦ଟି ଓଲା କାରକୁ ପାସ୍ ଦିଆହୋଇଛି। କେବଳ ମେଡିକାଲ ଏମର୍ଜେନ୍ସି ଲୋକଙ୍କୁ ନେଇପାରିବେ। ସାମାଜିକ ଦୂରତ୍ୱ ନିୟମ ମାନି କାରରେ କେବଳ ୨ ଜଣ ଯାତ୍ରୀ ପରିବହନ କରିପାରିବେ। ଭୁବନେଶ୍ୱର ଡିସିପିଙ୍କ ଅଫିସ୍‌ ଏହି ସ୍ୱତନ୍ତ୍ର ଏମର୍ଜେନ୍ସି ଓଲା ପାସ୍ ଦିଆହୋଇଛି। […]

  • Wednesday, 14 July 2021
danda2
ବନ୍ଦ ହେଲା ଦଣ୍ଡ ମେଳଣ, ଫିକା ପଡ଼ିବ ମେରୁ ସଂକ୍ରାନ୍ତି

ଗଞ୍ଜାମ: କରୋନା ପାଇଁ  ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡ ଯାତ୍ରା ବନ୍ଦ ରହିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଦଣ୍ଡ ମେଳଣ ଆୟୋଜନ ଉପରେ ରୋକ ଲଗାଇବା ପରେ ଦଣ୍ଡଯାତ୍ରା ବନ୍ଦ ରହିଛି। ଆସନ୍ତାକାଲି ମେରୁ ସଂକ୍ରାନ୍ତି  ପରମ୍ପରା ଅନୁସାରେ ଦଣ୍ଡ ଦଳ ସଂକ୍ରାନ୍ତି ପୂର୍ବରୁ ୧୩ଦିନ ଧରି ନୀତି ପାଳନ କରି ମନ୍ଦିର ଭିତରେ ବନ୍ଦ ହୋଇ ରହିଥିବା ପାଟ ଭୋକ୍ତାଙ୍କୁ ପଞ୍ଚାମୃତରେ ସ୍ନାନ କରାଇ ମେରୁ ଖୁଣ୍ଟର ଅଗ୍ନିକୁଣ୍ଡରେ ଝୁଲାଇଥାନ୍ତି। କିନ୍ତୁ ଏଥର […]

  • Wednesday, 14 July 2021