• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

dg
ଉଦାହରଣ ସାଜିଥିବା ମହିଳା କୋଭିଡ୍‌ ଯୋଦ୍ଧାଙ୍କୁ ଭେଟିଲେ ପୋଲିସ୍ ଡିଜି

ସମ୍ୱଲପୁର: ସମ୍ବଲପୁରକୁ ଦିନିକିଆ ଗସ୍ତରେ ଆସି ପୋଲିସ ଡିଜି ଅଭୟ ଲକଡାଉନ ସ୍ଥିତିର ସମୀକ୍ଷା କରିଛନ୍ତି। ଗସ୍ତ ଅବସରରେ ସେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଓ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ କରିବା ସହ ଜିଲ୍ଲାରେ ଲକଡାଉନ ସ୍ଥିତି ସମ୍ପର୍କରେ ବୁଝିଥିଲେ। ପରେ ସେ ବିଭିନ୍ନ ଥାନା ପରିଦର୍ଶନ କରିଥିଲେ। ତା’ ପୂର୍ବରୁ ଡିଜିପି ୩ଜଣ ମହିଳା ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ସାକ୍ଷାତ କରିଥିଲେ। ଟାଉନ ଥାନାରେ କାର୍ଯ୍ୟରତ ଜଣେ ୯ ମାସର ଗର୍ଭବତୀ ସବଇନସ୍ପେର, […]

  • Wednesday, 14 July 2021
migh
ତଥ୍ୟରେ ରହୁନି ତାଳମେଳ, କେତେ ପ୍ରବାସୀ ଆସୁଛନ୍ତି ଦ୍ୱନ୍ଦ୍ୱରେ ପ୍ରଶାସନ

ଭୁବନେଶ୍ୱର: ବାହାର ରାଜ୍ୟରୁ ଓଡ଼ିଶାକୁ ଫେରୁଛନ୍ତି କେତେ ଲୋକ, ସେ ନେଇ ଦ୍ୱନ୍ଦରେ ପ୍ରଶାସନ। ବାହାର ରାଜ୍ୟରୁ ଭଦ୍ରକ ଜିଲ୍ଲାକୁ ଫେରୁଛନ୍ତି କେତେ ଲୋକ? ସେ ନେଇ ସଠିକ୍ ତଥ୍ୟ ନାହିଁ ଜିଲ୍ଲା ପ୍ରଶାସନ ପାଖରେ। ଯଦିଓ ତିହିଡ଼ି, ଧାମନଗର ଓ ଚାନ୍ଦବାଲି ଅଞ୍ଚଳର ୨୧ଜଣ ଶ୍ରମିକ ଆସୁଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଛି। ହେଲେ ସେମାନେ ପ୍ରକୃତରେ କିଏ ତାହା ଅସ୍ପଷ୍ଟ। କାରଣ ସେମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଆଗୁଆ ନାମ ପଞ୍ଜିକରଣ […]

  • Wednesday, 14 July 2021
bmc
କେଉଁ ସବୁ ଦୋକାନ ଭୁବନେଶ୍ୱରରେ ଖୋଲିବ? ଦ୍ୱନ୍ଦ୍ୱ ଦୂର କଲେ କମିଶନର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କେଉଁ ସବୁ ଦୋକାନ ଖୋଲିବ, ସେ ନେଇ ଦୋକାନୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଉପୁଜିଥିବା ଦ୍ୱନ୍ଦକୁ ଦୂର କରିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଦୋକାନ ଖୋଲିବା ଉପରେ ସୂଚନା ଦେବା ସହ ସାମାଜିକ ଦୂରତ୍ୱ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, “ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ସପିଙ୍ଗ ମଲ୍‌ ଓ ମାର୍କେଟ କଂପ୍ଲେକ୍ସ ଖୋଲିବ ନାହିଁ। ଯେଉଁଠି ଗୋଟିଏ ବିଲ୍‌ଡିଂରେ ୫ରୁ ଅଧିକ ଦୋକାନ ଥିବ […]

  • Wednesday, 14 July 2021
bijaya3
‘ପ୍ରବାସୀଙ୍କ ପାଇଁ ବ୍ୟବସ୍ଥା କର, ନହେଲେ ଆଗକୁ ସମସ୍ୟା ଭୟଙ୍କର ହେବ’

ଭୁବନେଶ୍ୱର: ରାଜ୍ୟକୁ ପ୍ରବାସୀ ଓଡ଼ିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ଆଗକୁ ସମସ୍ୟା ଭୟଙ୍କର ହେବ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରାଜ୍ୟକୁ ୭ରୁ ୮ ଲକ୍ଷ ପ୍ରବାସୀ ଓଡ଼ିଆ ଆସିଲେ କ୍ୱାରେଣ୍ଟାଇନରେ ରହିବେ। ଗ୍ରାମାଞ୍ଚଳରେ ଥିବା ସମସ୍ତ ସରକାରୀ ଘର ଓ କଲେଜରେ କ୍ୱାରେଣ୍ଟାଇନ୍‌ ବ୍ୟବସ୍ଥା କରାଯାଉ। ଆସିବା ପରେ ସେମାନଙ୍କ ଜୀବିକା ପାଇଁ  ଯୋଜନା ହେଉ। MGNREGAରେ ୨୦୧୮-୧୯ ଆର୍ଥିକ ବର୍ଷରେ ୧ ଲକ୍ଷ ୬୧ ହଜାର ଏବଂ ୨୦୧୯-୨୦ରେ ୪୭ ହଜାର […]

  • Wednesday, 14 July 2021
bmc-2
ଦୋକାନ ଖୋଲିବାକୁ ନେଇ ଜାରି ହେଲା ଗାଇଡ୍‌ଲାଇନ୍

ଭୁବନେଶ୍ୱର: ଟ୍ୱିନ ସିଟିରେ କଟକ ଓ ଭୁବନେଶ୍ୱରରେ ଦୋକାନ ଖୋଲିବାକୁ ନେଇ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ। ତେବେ ଦୋକାନ ଖୋଲିବାକୁ ନେଇ ବ୍ୟବସାୟୀ ଓ ଦୋକାନୀଙ୍କ ଦ୍ୱନ୍ଦ ଉପୁଜିଥିଲା।  ଏନେଇ କମିଶନର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ନୂଆ ନିୟମ ଅନୁସାରେ ଦୋକାନରେ ସାମାଜିକ ଦୂରତ୍ୱ କଡ଼ାକଡ଼ି ଭାବେ ପାଳନ କରାଯିବ।  ଦୋକାନରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ ଦୂରତ୍ୱ ସର୍ବନିମ୍ନ ୬ ଫୁଟ ରହିବ। ଦୋକାନୀମାନେ ସାମାଜିକ ଦୂରତ୍ୱ ରଖିବାକୁ ପଦକ୍ଷେପ ନେବେ। କେବଳ ଅନୁମତିପ୍ରାପ୍ତ […]

  • Wednesday, 14 July 2021
child
ଯାଜପୁରରେ ୩ ବର୍ଷର ପିଲା କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଦିନକରେ ଯାଜପୁରରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଚିନ୍ତା ବଢ଼ାଇଛି। ଆଜି ସକାଳେ ଏହି ଜିଲ୍ଲାରେ ୩ ଜଣ ଆକ୍ରାନ୍ତ ହୋଇଥିଲେ। ପରେ ଏହି ଜିଲ୍ଲାରେ ୧୪ ଜଣ ଚିହ୍ନଟ ହୋଇଥିଲେ। ୧୪ ଆକ୍ରାନ୍ତଙ୍କ ମଧ୍ୟରେ ୬ଜଣ ମହିଳା ଓ ୮ଜଣ ପୁରୁଷ ଅଛନ୍ତି। ସବୁଠାରୁ ବଡ଼ କଥା ହେଲା, ଏହି ଆକ୍ରାନ୍ତ ମଧ୍ୟରେ ଜଣେ ୩ ବର୍ଷର ପୁଅ ଓ ୧୨ […]

  • Wednesday, 14 July 2021
shop
ବିଏମ୍‌ସିର ସୂଚନାକୁ ବୁଝି ପାରୁନାହାନ୍ତି ପୋଲିସ, ଦ୍ୱନ୍ଦରେ ଦୋକାନୀ

ଭୁବନେଶ୍ୱର: ରାଜଧାନୀରେ ଦୋକାନ ବଜାର ଖୋଲିବା ନେଇ କଟକଣା କୋହଳ ପରେ ବି ଖୋଲିନି ଦୋକାନ। ଦୁଇ ଦିନରୁ ବିଏମସି ନିର୍ଦ୍ଦେଶ ପରେ ବି ଏବେ ଯାଏ ଦୋକାନ ଖୋଲିନାହିଁ। ବ୍ୟବସାୟଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି, ଯାହା ଫଳରେ ଏପରି ହୋଇଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘର ସମ୍ପାଦକ ସୁଧାକର ପଣ୍ଡା। ବିଏମସି ନିର୍ଦ୍ଦେଶ ସରଳୀକରଣ ହୋଇନି। ଦୋକାନୀଙ୍କ ପାଖରେ ସଠିକ୍ ସୂଚନା ନାହିଁ। ଯଦି ବି ଦୋକାନ ଖୋଲୁଛି ତେବେ ପୋଲିସ୍ ଏହାକୁ ବନ୍ଦ କରାଉଥିବା […]

  • Wednesday, 14 July 2021
corona
ଚିନ୍ତା ବଢାଇଲା କରୋନା, ଦିନକରେ ୧୭ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଯାଜପୁରରେ ଆଉ ୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୪ ଜଣ ଚିହ୍ନଟ ପରେ କେବଳ ଯାଜପୁରରେ ସଂଖ୍ୟା ସଂଖ୍ୟା ୩୬କୁ ବୃଦ୍ଧି ପାଇଛି।   ଆଜି ସକାଳେ ଏଠାରେ ୩ ଜଣ ଚିହ୍ନଟ ହୋଇଥିଲେ ଏହାକୁ ମିଶାଇ ରାଜ୍ୟରେ ୧୪୨ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଛନ୍ତି। ଆଜିର ଏହି ୧୪ ଜଣ ଏମାନେ […]

  • Wednesday, 14 July 2021
kota2
କୋଟାରୁ ବାହୁଡ଼ିଲେ ଓଡ଼ିଆ ଛାତ୍ରଛାତ୍ରୀ, ଏବେ ରହିବେ କେଉଁଠି?

ଭୁବନେଶ୍ୱର: ଓଡ଼ିଶା ଫେରୁଛନ୍ତି ରାଜସ୍ଥାନ କୋଟାରେ ଫସିଥିବା ୧୧୬ ଓଡ଼ିଆ ଛାତ୍ରଛାତ୍ରୀ। ନିଜ ନିଜ ବ୍ୟବସ୍ଥାରେ ସେମାନେ କୋଟାରୁ ବସ୍‌ରେ ଫେରୁଛନ୍ତି। କୋଟାର ଲ୍ୟାଣ୍ଡ ମାର୍କ ସିଟି ଏବଂ ମହାବୀର ନଗରରୁ ଚାରୋଟି ବସ୍‌ରେ ଛାତ୍ରଛାତ୍ରୀମାନେ ଆସୁଥିବା ସୂଚନା ମିଳିଛି। ଯାତ୍ରା ଆରମ୍ଭ କରିବା ପୂର୍ବରୁ ସମସ୍ତ ଛାତ୍ରଛାତ୍ରୀଙ୍କ ସ୍କ୍ରିନିଂ କରାଯାଇଥିଲା। ବସ୍‌କୁ ମଧ୍ୟ ବିଶୋଧନ କରାଯାଇଥିଲା। ଏହି ବସ୍  ମଧ୍ୟପ୍ରଦେଶ, ଛତିଶଗଡ଼, ସମ୍ବଲପୁର, ଝାରସୁଗୁଡା ଦେଇ ରାଉରକେଲାରେ ପହଞ୍ଚିବ। ରାଉରକେଲାରେ ପହଁଚିବା ପରେ ପୁଣି ଥରେ […]

  • Wednesday, 14 July 2021
light
ଭୁବନେଶ୍ୱରରେ ଲକ୍‌ଡାଉନ୍‌ କଟକଣା କୋହଳ, ଖୋଲିବ ଏସବୁ ଦୋକାନ ଓ ପ୍ରତିଷ୍ଠାନ

ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଆଉ ଟିକେ କୋହଳ ହେଲା ଲକଡାଉନ୍ କଟକଣା। ଭୁବନେଶ୍ୱରରୁ କଣ୍ଟେନମେଣ୍ଟ ହଟିବା ପରେ ଆଉ ଥରେ ସ୍ଥିତି ଅନୁଧ୍ୟାନ କରି ସହରରେ କେଉଁ ଦୋକାନ ଖୋଲିବ ଏବଂ କେଉଁ ଦୋକାନ ଖୋଲିବନି ତାର ବିସ୍ତୁତ ତାଲିକା ପ୍ରସ୍ତୁତ କରିଛି ବିଏମସି। ପୂର୍ବରୁ କୋହଳ ଥିବା ଅତ୍ୟାବଶ୍ୟକ ସେବା ସାଙ୍ଗକୁ କୋହଳ ତାଲିକା ଭିତରେ ଯୋଡ଼ି ହୋଇଛି ଆଉ କିଛି ସେବା।  ଭୁବନେଶ୍ୱରରେ ଗତ ୧୪ଦିନ ଧରି କୌଣସି ନୂଆ ସଂକ୍ରମିତ ରୋଗୀ ଚିହ୍ନଟ […]

  • Wednesday, 14 July 2021
qurar
ଘରମାଲିକଙ୍କୁ କରୋନା, ଭଡ଼ାଟିଆଙ୍କ ସହ କ୍ୱାରେଣ୍ଟାଇନ୍‌ରେ ଗଲେ ୧୧ ଜଣ ବ୍ୟାଙ୍କ କର୍ମଚାରୀ

ସୋର: ବାଲେଶ୍ୱର ସୋରରେ ଥିବା ୟୁକୋ ବ୍ୟାଙ୍କର ୧୧ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟିନ ପାଇଁ ପଠାଇଲା ପ୍ରଶାସନ।  ୟୁକୋ ବ୍ୟାଙ୍କ ଓ ବଜାରରେ ଥିବା ଏକ ଲଜ୍‌କୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ସୋର ୟୁକୋ ବ୍ୟାଙ୍କର ଜଣେ କର୍ମଚାରୀ ନିଳିଆବାଗ କଣ୍ଟେନମେଣ୍ଟ ଜୋନରେ କରୋନା ଆକ୍ରାନ୍ତଙ୍କ ଘରେ ଭଡା ନେଇ ରହୁଥିଲେ। ସେହି କର୍ମଚାରୀ ସୋର ୟୁକୋ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଯୋଗୁ ବ୍ୟାଙ୍କର ସମସ୍ତ ୧୧ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ନେଇଛି ସ୍ଥାନୀୟ ପ୍ରଶାସନ। ସେହିପରି […]

  • Wednesday, 14 July 2021
marriage
ଜୁଲାଇ ୧୫ ପରେ ଶୁଭ କାର୍ଯ୍ୟ ମନା, ବିବାହକୁ ନେଇ ଚିନ୍ତାରେ ବର-କନ୍ୟା

ଭୁବନେଶ୍ୱର: ବାହାଲଗ୍ନକୁ ଅକସ୍ମାତ୍ ରୋକିଦେଲା ଲକଡାଉନ୍। ଗଲା ଦେଢ଼ ମାସ ଭିତରେ ହଠାତ୍ ବନ୍ଦ ହୋଇଛି ରାଜ୍ୟରେ ହଜାର ହଜାର ବାହାଘର। କେଉଁଠି ବର ବାହାର ରାଜ୍ୟରେ ଫସିଛି ତ ଆଉ କେଉଁଠି କନ୍ୟା ଘରକୁ ଫେରି ପାରୁନି। ତାସହ ସାମାଜିକ ଦୂରତ୍ୱ ନିୟମ ମାନି ବି ଅନେକ ବାହାଘର ତାରିଖ ଘୁଞ୍ଚାଇବାକୁ ବାଧ୍ୟ ହୋଇଛନ୍ତି। ତେବେ ଆସନ୍ତା ଜୁଲାଇ ୧୫ ପରଠାରୁ ନଭେମ୍ବର ୨୫ ମଧ୍ୟରେ ଆଉ ମାଙ୍ଗଳିକ କାର୍ଯ୍ୟ ଯୋଗ ନାହିଁ। ତେଣୁ ଲକଡାଉନ୍ […]

  • Wednesday, 14 July 2021
main
କରୋନା ବାଣ୍ଟୁଛନ୍ତି କି ସୁପର୍ ସ୍ପ୍ରେଡର? ୬୧ ନମ୍ବର ଆକ୍ରାନ୍ତଙ୍କୁ ନେଇ ବଢ଼ିଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାକୁ ଏବେ ସୁପର୍ ସ୍ପ୍ରେଡର ଚିନ୍ତା। ସପ୍ତାହକ ଭିତରେ ରାଜ୍ୟରେ ପ୍ରାୟ ଏକ ତୃତୀୟାଂଶ କେଶ୍‌ ବଢ଼ିବା ପଛରେ ରହିଛି ସୁପର ସ୍ପ୍ରେଡରଙ୍କ ବଡ଼ ଭୂମିକା। ରାଜଧାନୀର ବମିଖାଲ ଓ ସୂର୍ଯ୍ୟନଗର ପରେ ଏବେ ବାଲେଶ୍ୱର ଓ ସୁନ୍ଦରଗଡ଼ରେ ବି ସଂକ୍ରମଣ ବ୍ୟାପିବା ପଛରେ କେହି ନା କେହି ସୁପର୍ ସ୍ପ୍ରେଡର ଥିବା ଜଣାପଡ଼ିବା ପରେ ଏହା ଏବେ ପୂରା ରାଜ୍ୟ ପାଇଁ ଏବେ ଚିନ୍ତାର କାରଣ ହୋଇଛି। ଦକ୍ଷିଣ କୋରିଆର କରୋନା କେଶ୍ ନମ୍ବର […]

  • Wednesday, 14 July 2021
stone
ପଥର ତଳେ ଚାପି ହୋଇ ଚାଲିଗଲା ୩ ଜୀବନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ଅଘଟଣ। ପୁରୁଷୋତ୍ତମପୁରସ୍ଥିତ ଭାତକୁମରଡ଼ା ପଥର ଖଣିରେ ଏହି ଅଘଟଣ ଘଟିଛି। ପଥର କାଟିବା ବେଳେ ଅତଡ଼ା ଧସିବାରୁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ତିନି ଶ୍ରମିକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡିଛି। ମୃତକମାନେ ହେଲେ ଟାଙ୍ଗନାପାଲ୍ଲି ଗାଁର ପଙ୍କଜ ଦାସ ଓ ମିନତୀ ନାୟକ ଏବଂ ଖଲ୍ଲିକୋଟ ବ୍ଲକ ବିକ୍ରମପୁର ଗାଁର ଭକତ ପରିଡ଼ା। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପହଞ୍ଚି ତନାଘନା […]

  • Wednesday, 14 July 2021
ration
ରାଜ୍ୟ ଫେରନ୍ତାଙ୍କୁ ମିଳିବ ରାସନ

ଭୁବନେଶ୍ୱର: ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ମିଳିବ ରାସନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଯୋଗେ ବୈଠକ କରି କରୋନା ମୁକାବିଲା ନେଇ ନିଯୁକ୍ତ ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ଫେରୁଥିବା ସବୁ ଯୋଗ୍ୟ ଶ୍ରମିକ, ରାସନ କାର୍ଡ ଥାଉ ବା ନଥାଉ ସମସ୍ତଙ୍କୁ ଯେପରି ରାସନ ସାମଗ୍ରୀ ମିଳିବ, ଶ୍ରମିକମାନେ ଯେମିତି ଅସୁବିଧା ନଭୋଗନ୍ତି ତା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୮ରୁ ୧୦ ଦିନକୁ ଦୃଷ୍ଟିରେ ରଖି […]

  • Wednesday, 14 July 2021
patient
ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ। ସମ୍ପୃକ୍ତ ସୁସ୍ଥ ବ୍ୟକ୍ତି ଜଣକ ଭୁବନେଶ୍ୱର ଅଞ୍ଚଳର ହୋଇଥିବା ସୂଚନା। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତକାଲି ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଏମାନେ ଭୁବନେଶ୍ୱରର ବୋଲି ସୂଚନା ଦେଇଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ।ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେଶ ୭୯ ଓ କେବଳ ଭୁବନେଶ୍ୱରରେ ଆକ୍ଟିଭ କେଶ […]

  • Wednesday, 14 July 2021
dog
ନିଷ୍ଠୁର ସାଜିଲା ମଣିଷ, ଭୋକିଲା ପେଟରେ ମାଡ଼ ସହିପାରିଲାନି ଗର୍ଭବତୀ କୁକୁର

ଭୁବନେଶ୍ୱର: ଲକ୍‌ଡାଉନ୍ ସମୟରେ ଦୁଇ ମୁଠା ଖାଇବା ପାଇଁ ପଶୁ ଜନ୍ତୁମାନେ ଡ଼ହଳବିକଳରେ ଆଉଟୁପାଉଟୁ ହେଉଛନ୍ତି। ଏପରି ସଙ୍କଟ ସମୟରେ ତାଙ୍କ ପ୍ରତି ଦୟା ମନୋଭାବ ନ ଦେଖାଇ ମଣିଷ ସାଜିଲା ଘାତକ।  କରୋନା ସମୟରେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରୁଥିବା ବେଳେ ନିଷ୍ଠୁର ମଣିଷ ଗର୍ଭବତୀ କୁକୁରକୁ ପିଟିପିଟି ହତ୍ୟା କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି, ଭୁବନେଶ୍ୱର ସାମନ୍ତରାପୁରସ୍ଥିତ ଶ୍ରୀରାମ ନଗର ୧୦ ନମ୍ବର ଲେନ୍‌ରେ। ଗର୍ଭବତୀ କୁକୁରକୁ ଆକ୍ରମଣ ପରେ କୁକୁରର […]

  • Wednesday, 14 July 2021
liquor
ବାହାର ବନ୍ଦ ଭିତରେ ବେପାର, ଧରିଲା ପୋଲିସ୍

ଦିଗପହଣ୍ଡି: ବାହାର ପଟେ ସିଲ, ହେଲେ ପଛ ପଟେ ଚାଲିଥିଲା ଚୋରା ମଦ ଭାଟି। ପୋଲିସର ଚଢ଼ାଉ କରି ବିପୁଳ ପରିମାଣର ମଦ ଓ ପୋଚ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମ ନିକଟରେ ଏକ ଦେଶୀମଦ ଭାଟିକୁ କିଛି ଦିନ ତଳେ ଅବକାରୀ ବିଭାଗ ପକ୍ଷରୁ ସିଲ  କରାଯାଇଥିଲା। ହେଲେ ଆଗ ପାଖେ ସିଲ ଥିବା ବେଳେ ମଦ ଭାଟି ପଛପଟୁ […]

  • Wednesday, 14 July 2021
3-districts
କରୋନା ସଂକ୍ରମିତ ଅଞ୍ଚଳରେ ଚାଲିଛି ସ୍ୱାବ ସଂଗ୍ରହ, ଆହୁରି ଅଛନ୍ତି ପଶ୍ଚିମବଙ୍ଗ ଫେରନ୍ତା

ଭଦ୍ରକ: ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ଆଜି ବାସୁଦେବପୁରରୁ ୨ ଓ ବନ୍ତ ବ୍ଲକର ଜଣକଠାରେ ପଜିଟିଭ୍ ରିପୋର୍ଟ ଆସିଛି। ଏହି ୩ ଜଣ ଅଲଗା ଅଲଗା ପଞ୍ଚାୟତର ଓ ସେହି ପଞ୍ଚାୟତକୁ ତତକ୍ଷଣାତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ବୋଲି ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ କହିଛନ୍ତି। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ୩୨ଟି ପଞ୍ଚାୟତକୁ ଇଣ୍ଟେନସିଭ୍ ସର୍ଭେଇଲାନ୍ସ ଜୋନ୍ କରାଯାଇଛି। ଏହି ଅଞ୍ଚଳରେ ୧୦ […]

  • Wednesday, 14 July 2021
police
ପୋଲିସ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ପୋଲିସ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ରାଜ୍ୟରେ କୋଭିଡ୍ ସହ ଲଢେଇ କରୁଥିବା ପୋଲିସ୍‌ କର୍ମଚାରୀଙ୍କ ଏହି ସମୟରେ ସେମାନଙ୍କ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏନେଇ ପୋଲିସ ଡିଜି ଅଭୟ ଟ୍ୱିଟ୍ ଜରିଆରେ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟମାନଙ୍କ ଭଳି ରାଜ୍ୟର ପୋଲିସ କର୍ମଚାରୀମାନେ ବି କୋଭିଡ ସହ ଲଢେଇ କରିବାରେ ଆଗଧାଡ଼ିରେ ରହୁଥିବାରୁ ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର।

  • Wednesday, 14 July 2021
bus
ସୁରତରୁ ଗଡ଼ିଲା ବସ୍‌, ଫେରିଲେ ଓଡ଼ିଆ

ସୁରତ:  ଗୁଜୁରାଟ ସୁରତରୁ ଗଂଜାମ ବାହାରିଲା ୪ ବସ୍। ଗୁଜରାଟ ସୁରତରୁ ୪ଟି ବସ୍ ଓଡ଼ିଶା ବାହାରିଛି। ସୁରତରେ ଫସିଥିବା ଓଡ଼ିଆ ଲୋକଙ୍କୁ ଧରି ବାହାରିଲା ବସ୍। ପ୍ରତି ବସ୍‌ରେ ୫୦ରୁ ଅଧିକ ଯାତ୍ରୀଙ୍କୁ ଧରି ଗାଡ଼ି ଛାଡ଼ିଲା। ଯାତ୍ରୀ ଓ ବସ୍‌କୁ ଯିବାକୁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇଛନ୍ତି। ଯାତ୍ରୀମାନେ ନିଜ ଖର୍ଚ୍ଚରେ ବସ୍ ରିଜର୍ଭ କରି ଆସୁଥିବା ଜଣାପଡିଛି। ସମସ୍ତ ଯାତ୍ରୀ ଗଂଜାମ ଜିଲ୍ଲାକୁ ଆସୁଛନ୍ତି। ତେବେ ଦୀର୍ଘ ଦିନ ପରେ ନିଜ ମାଟିକୁ […]

  • Wednesday, 14 July 2021
contement
ଷ୍ଟାଫନର୍ସ କରୋନା ଆକ୍ରାନ୍ତ ପରେ କୋରାପୁଟରେ କଣ୍ଟେନମେଣ୍ଟ

କୋରାପୁଟ: ଷ୍ଟାଫନର୍ସ କରୋନା ଆକ୍ରାନ୍ତ ପରେ କୋରାପୁଟରେ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ଦଶମନ୍ତପୁର ବ୍ଲକ ପୋଡ଼ାଗଡ଼ ପଞ୍ଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି। ପୋଡ଼ାଗଡ଼ର ୩ କିମି ପରିଧି ଅଞ୍ଚଳ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହିପରି ୭ କିମି ପରିବ୍ୟାପ୍ତ ଅଞ୍ଚଳ ବଫର ଜୋନ୍ ଘୋଷଣା କରାଯାଇଛି। ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ହେଉଥିବା କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରକାଶଥାଉକି,  ରାଜ୍ୟରେ ଆଜି ଗୋଟିଏ ଦିନରେ  ୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୁରୁତ୍ୱପୂଣ୍ଣ କଥା ହେଲା, […]

  • Wednesday, 14 July 2021
city
କଟକ ପାଇଁ କ'ଣ ରହିଛି କଟକଣା? CMC ଦେଲା ତାଲିକା

କଟକ: କରୋନା କଟକଣା ସମୟରେ କଟକ ସହରରେ ସକାଳ ୭ରୁ ୧୧ଟା ଯାଏ ଖୋଲିବ ହୋଲସେଲ୍ ଓ ରିଟେଲ ଦୋକାନ। ସେହିଭଳି ଗଳି ଦୋକାନ, ଗୋଟିକିଆ ଦୋକାନ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି। ଏନେଇ ସିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସବୁ ଦୋକାନ ୩ ଫୁଟର ସାମାଜିକ ଦୂରତ୍ୱ ବଜାୟ ରଖିବା ଜରୁରୀ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ସେହିଭଳି ଦୋକାନ ଖୋଲିବା ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ କୁହାଯାଇଛି। ଖିଲାପ କଲେ ଆଇନ ଅନୁଯାୟୀ […]

  • Wednesday, 14 July 2021
rain
ଦାନା ବାନ୍ଧୁଛି ଲଘୁଚାପ! ଉପକୂଳରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ଡିପ୍ରେସନ୍ ରୂପ ନେଇପାରେ। କାଳକ୍ରମେ ଘନୀଭୂତ ହୋଇ ଆଣ୍ଡାମାନରୁ ମିଆଁମାର ଆଡ଼କୁ ମୁହାଁଇପାରେ। ଏପ୍ରିଲ ୩୦ରୁ ମେ ୩ ମଧ୍ୟରେ ମିଆଁମାର ମୁହାଁ ହେବା ସମ୍ଭାବନା ରହିଛି। ଫଳରେ ଏପ୍ରିଲ ୩୦ରୁ ମେ ୩ ତାରିଖ ମଧ୍ୟରେ  ଆଣ୍ଡାମାନ […]

  • Wednesday, 14 July 2021