• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

dig
‘ମୃତ୍ୟୁର ଘାଟି’କୁ ବୁଲି ଦେଖିଲେ ବରିଷ୍ଠ ପୋଲିସ୍‌ ଅଧିକାରୀ

ଫୁଲବାଣୀ: ଦୁଇ ଦୁଇ ଥର କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ଘଟଣାସ୍ଥଳ ବୁଲି ଦେଖିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ। ଏହି ସମୟରେ କନ୍ଧମାଳ ଏସପି, ଜିଉଦୟଗିରି ଏସଡିପିଓ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସକାଳେ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ଯାତ୍ରୀବାହୀ ବସ୍। ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଗାର୍ଡ ୱାଲରେ ପିଟି ହୋଇଯାଇଥିଲା। ଫଳରେ ବସ୍‌ରେ ଥିବା […]

  • Wednesday, 14 July 2021
bussss
କେନ୍ଦ୍ରର ଗାଇଡ୍‌ଲାଇନ୍‌ ସତ୍ତ୍ୱେ ବି ଓଡ଼ିଶାରେ ଚାଲିବନି ବସ୍‌

ଭୁବନେଶ୍ୱର: ଆସନ୍ତାକାଲି ଗଡ଼ିବନି ବସ୍। କରୋନା ପାଇଁ ହୋଇଥିବା ଗ୍ରୀନ୍ କିମ୍ବା ଅରେଞ୍ଜ ଜୋନ୍‌ରେ ବସ୍ ଗଡ଼ିବନି। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ବସ୍ ଚଳାଚଳ କରିପାରିବ ନାହିଁ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ। ଦୁଇଟି ଗ୍ରୀନ୍ ଜୋନ ଜିଲ୍ଲା ମଧ୍ୟରେ ରେଡ୍ ଜୋନ୍ ଆସୁଥିବାରୁ ବସ୍ କିଭଳି ଚାଲିବ […]

  • Wednesday, 14 July 2021
prabasi
ଖୋର୍ଦ୍ଧାରେ ପହଞ୍ଚିଲେ ପ୍ରବାସୀ ଓଡ଼ିଆ, ଏମାନେ ରହିବେ କେଉଁଠି?

ଭୁବନେଶ୍ୱର: ସୁରତରୁ ଫେରିଲେ ପ୍ରବାସୀ ଓଡ଼ିଆ। ଖୋର୍ଦ୍ଧା ବାଣପୁର ଓ ଚିଲିକା ବ୍ଲକ୍‌ର ୫୬ ଜଣ ପ୍ରବାସୀ ଓଡ଼ିଆ ସ୍ୱତନ୍ତ୍ର ବସ୍ ଯୋଗେ ଆସି ଗାଁରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରେ ବାଣପୁର ବ୍ଲକ୍‌ର ୪୭ ଜଣ ଥିବା ବେଳେ ଚିଲିକା ବ୍ଲକ୍‌ର ୯ ଜଣ ଅଛନ୍ତି। ସୁରତରୁ ଫେରିବା ପରେ ସମସ୍ତଙ୍କୁ ବିଭିନ୍ନ ପଞ୍ଚାୟତରେ ସରକାରୀ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ପ୍ରଶାସନ ପକ୍ଷରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେହିପରି ସୁରତରୁ ୨୩ ଜଣ ପ୍ରବାସୀ ଓଡ଼ିଆ […]

  • Wednesday, 14 July 2021
jump
ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡିଲେ ଯୁବକ, ଏବେ କ୍ୱାରେଣ୍ଟାଇନ୍‌ରେ

ରାଉଲକେଲା: ରାଉରକେଲା ଷ୍ଟେସନରେ ଶ୍ରମିକଙ୍କୁ ନେଇ ଫେରୁଥିବା ସ୍ୱତନ୍ତ୍ର ଟ୍ରେନ୍ ନ ଅଟକିବାରୁ ଟ୍ରେନ୍‌ରୁ ଡେଇଁଲେ ଯୁବକ। ରାଉରକେଲା ଷ୍ଟେସନଠାରୁ ୭ କିଲୋମିଟର ଦୂର ବନ୍ଧମୁଣ୍ଡା ଷ୍ଟେସନ ନିକଟରେ ଯୁବକ ଜଣକ ଟ୍ରେନ୍‌ରୁ ଡେଇଁପଡ଼ିଛନ୍ତି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଆହତ ଯୁବକଙ୍କ ନାଁ ଶୁକ୍ରୁ ଗୌଡ଼। ତାଙ୍କ ଘର ରାଉରକେଲା ରାଜଗାଙ୍ଗପୁରରେ। ସେ ଜଣେ କାର୍ ଡ୍ରାଇଭର। ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ସେ ତାଙ୍କ ମାଲିକଙ୍କୁ ମାର୍ଚ୍ଚ ୨୩ ତାରିଖରେ ରାଜସ୍ଥାନ ନେଇ ଯାଇଥିଲେ। […]

  • Wednesday, 14 July 2021
fm
୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କର, ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଆସନ୍ତା ଜୁଲାଇ ମାସରେ ୪ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ସରୁଛି। ସେହିପରି ଅଗଷ୍ଟ ମାସରେ ମଧ୍ୟ ଆଉ ୨ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେଉଛି। କିନ୍ତୁ କରୋନା ମୁକାବିଲାରେ ସରକାର ଏବେ ବ୍ୟସ୍ତ ରହିଥିବାରୁ ଏହି ସମସ୍ତ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ଚୟନ ଓ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ନିମନ୍ତେ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଜୁଲାଇ ମାସରେ ୪ଟି ବିଶ୍ୱବିଦ୍ୟାଳୟ ଓ ଅଗଷ୍ଟରେ ଆଉ […]

  • Wednesday, 14 July 2021
border
ସୀମାନ୍ତ ଜିଲ୍ଲାରେ ୧୨ଟି ଚେକ୍ ପଏଣ୍ଟ, ଜାରି ହେଲା ଏସ୍‌ଓପି

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ହଜାର ହଜାର ପ୍ରବାସୀ ଓଡିଶା ଫେରୁଛନ୍ତି। ତେବେ କରୋନା ସଂକ୍ରମଣକୁ ଆଶଙ୍କା କରି ରାଜ୍ୟ ସରକାର ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ  ୧୨ଟି ଚେକ୍‌ ପଏଣ୍ଟ ସ୍ଥାପନ କରିଛନ୍ତି। ଏହାସହ ରାଜ୍ୟ ଏସ୍‌ଆରସି(ସ୍ୱତନ୍ତ୍ର ରିଲିଫ କମିଶନର୍) ପକ୍ଷରୁ ଗାଇଡ୍‌ଲାଇନ୍‌ ତଥା ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର) ଜାରି ହୋଇଛି। ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନେ କେବଳ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ଏହି ୧୨ଟି ବର୍ଡର ଚେକ୍ ପଏଣ୍ଟ ଦେଇ ରାଜ୍ୟ ଭିତରକୁ ପ୍ରବେଶ କରିପାରିବେ। ରାଜ୍ୟର ସୀମାବର୍ତ୍ତୀ […]

  • Wednesday, 14 July 2021
media
କରୋନା ସଂକ୍ରମଣ ହୋଇପାରେ! ପ୍ରବାସ ଫେରନ୍ତା ପାଖକୁ ଗଣମାଧ୍ୟମ ଯିବା ମନା

ଭୁବନେଶ୍ୱର: ପ୍ରବାସ ଫେରନ୍ତାଙ୍କ ପାଖକୁ ମିଡିଆ ଯିବା ମନା। ପ୍ରବାସୀ ଓଡ଼ିଆ ଫେରିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନାମା। ଗଣମାଧ୍ୟମ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ପ୍ରବାସ ଫେରନ୍ତାଙ୍କ ପହଞ୍ଚିବା ସ୍ଥଳକୁ ଯିବା ପାଇଁ ମିଡିଆକୁ ବାରଣ କରାଯାଇଛି। ରେଳ ଷ୍ଟେସନ କିମ୍ବା ଚେକ୍ ପଏଣ୍ଟ ସହିତ କ୍ୱାରେଣ୍ଟିନ ଓ ଆଇସୋଲେସନ କେନ୍ଦ୍ରକୁ ଯିବା ପାଇଁ ମଧ୍ୟ ମିଡିଆକୁ ବାରଣ କରାଯାଇଛି। ମିଡିଆ କର୍ମୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବଂ ସମ୍ଭାବ୍ୟ ସଂକ୍ରମଣ […]

  • Wednesday, 14 July 2021
sur
ସୁରତରୁ ଘରକୁ ଫେରିବା ପାଇଁ ହଜାର ହଜାର ଓଡ଼ିଆଙ୍କ ଭିଡ଼

ସୁରତ: ସୁରତରୁ ଘରକୁ ଫେରିବା ପାଇଁ ହଜାର ହଜାର ପ୍ରବାସୀ ଓଡ଼ିଆ ଅପେକ୍ଷାରତ। କିଏ ବସ୍‌ରେ ଫେରିବାକୁ ଅପେକ୍ଷା କରି ରହିଛନ୍ତି ତ ଆଉ କିଏ ଟ୍ରେନ୍‌ରେ। ଏ ହେଉଛି ଅପେକ୍ଷା ବେଳର ଦୃଶ୍ୟା ଲମ୍ବା ଲାଇନ୍ ଲଗାଇ ଛିଡ଼ା ହୋଇଛନ୍ତି ସମସ୍ତେ। ସୁରତ ପାଣ୍ଡେସରା ସ୍ଥିତ ବନ୍ଦୋଡ୍ ଇଲାକାର ଏ ହେଉଛି ଏକ ସେତେବେଳର ଫଟୋ। ଯେଉଁଠି ଲୋକେ ସାମାଜିକ ଦୂରତ୍ୱ ମାନି ନିଜ ନିଜ ବସ୍‌କୁ ଅପେକ୍ଷା କରି ରହିଛନ୍ତି। ଅବଶ୍ୟ ଏମାନଙ୍କ ମଧ୍ୟରେ […]

  • Wednesday, 14 July 2021
desk
ଗାଁ ପରେ ସହରକୁ ବ୍ୟାପିଲା ଡେଙ୍ଗୁ, ୪୪ ପଜିଟିଭ ଚିହ୍ନଟ

ରାୟଗଡା: ଗ୍ରାମାଞ୍ଚଳ ପରେ ଏବେ ରାୟଗଡ଼ା ସହରରେ କାୟା ମେଲାଉଛି ଡେଙ୍ଗୁ। ଡେଙ୍ଗୁର ହଟସ୍ପଟ ପାଲଟିଥିବା ମୁନିଗୁଡା ଟିକରପଡାରେ ୪୪ ଡେଙ୍ଗୁ ପଜିଟିଭ ବାହାରିବା ପରେ ଏବେ ସହରର ୪ ଓ ୫ ନମ୍ବର ୱାର୍ଡରେ ଦେଖାଦେଇଛି ଡେଙ୍ଗୁ ଆତଙ୍କ। ହରିଜନ ସାହି, ମାରୁତି କଲୋନୀ, ଝୋଡିଆ ସାହି, ମେହେନ୍ତର ସାହି, ମେଦିରି ସାହି ଭଳି ଅଞ୍ଚଳରେ ବ୍ୟାପୁଛି ଡେଙ୍ଗୁ। ଏସବୁ ଅଞ୍ଚଳରେ ୩ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। […]

  • Wednesday, 14 July 2021
covid
କୋଭିଡ୍ ଯୋଦ୍ଧାଙ୍କୁ ବାଣ୍ଟିଲେ ରନ୍ଧା ଖାଦ୍ୟ

ଭୁବନେଶ୍ୱର: କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହ ଉତ୍ସାହିତ କରିବା ପାଇଁ ନାଲକୋ ଫାଉଣ୍ଡେସନର ଉଦ୍ୟମ। ଭୁବନେଶ୍ୱରର ବିଭିନ୍ନ ଛକମାନଙ୍କରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ୧୫୦୦ ରନ୍ଧା ଖାଦ୍ୟ ପ୍ୟାକେଟ୍ ନାଲକୋ ପକ୍ଷରୁ ବଣ୍ଟନ କରାଯାଇଛି। ଏନେଇ ୧୨୦ ବାଟାଲିଅନ୍ ଛକ, ନାଲକୋ ଛକ, ଡମଣା ଆଦି ସ୍ଥାନ ମାନଙ୍କରେ ନାଲକୋ ମହିଳା ସମିତିର ଅଧ୍ୟକ୍ଷା ସସ୍ମିତା ପାତ୍ର, ସଂପାଦିକା ପ୍ରତିଭା ମିଶ୍ରଙ୍କ ସମେତ ନାଲକୋ ଫାଉଣ୍ଡେସନର ଅନ୍ୟ ଅଧିକାରୀମାନେ ପୋଲିସ କର୍ମୀଙ୍କୁ ଖାଦ୍ୟ ପ୍ୟାକେଟ୍ ଦେଇଛନ୍ତି। […]

  • Wednesday, 14 July 2021
jaja
କରୋନା ସଂକ୍ରମଣରେ ଭୁବନେଶ୍ୱରକୁ ଟପିଗଲା ଯାଜପୁର, କଟିକଟା ରାଜ୍ୟର ନୂଆ ହଟସ୍ପଟ୍‌

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏହି ଜିଲ୍ଲାର କଟିକଟା ଅଞ୍ଚଳ ହୋଇଛି ରାଜ୍ୟର ନୂଆ ହଟସ୍ପଟ୍‌। ଏନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି। ଯାଜପୁରରେ ଗତ କିଛି ଦିନ ଧରି ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶେଷ କରି କଟିକଟା ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହିଛି। ସକାଳେ ୭ଟା, ଅପରାହ୍ଣରେ ଜଣଙ୍କୁ ମିଶାଇ ଦିନକରେ […]

  • Wednesday, 14 July 2021
china
ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ପରେ ୧ ନମ୍ବରରେ ଯାଜପୁର

ଭୁବନେଶ୍ୱର: ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ। ତାଙ୍କ ଘର ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ହୋଇଥିବା ଜଣାପଡିଛି। ସକାଳେ ୭ଟା, ଅପରାହ୍ଣରେ ଜଣଙ୍କୁ ମିଶାଇ ଦିନକରେ ୮ଜଣ ଚିହ୍ନଟ ହେଲେଣି। ଏପର୍ଯ୍ୟନ୍ତ କେବଳ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୪୮ରେ ଛୁଇଁଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଞ୍ଚିଛି। ତେବେ ଯାଜପୁର ସମେତ ଭଦ୍ରକ ଓ ବାଲେଶ୍ୱରକୁ ରେଡ୍ ଜୋନ୍‌ରେ ରଖାଯାଇଛି। ସେହିପରି କଟିକଟା ଅଞ୍ଚଳକୁ ହଟ୍‌ସ୍ପଟ୍ ଭାବେ ଚିତ୍ରଣ କରାଯାଇଛି।

  • Wednesday, 14 July 2021
fake
ପୁଣି OTV ଲୋଗୋ ଲଗାଇ ଫେକ୍‌ ନ୍ୟୁଜ୍ ଭାଇରାଲ, ଥାନାରେ ୨ ଅଟକ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଫେକ୍ ନ୍ୟୁଜ ଛାଡିବା ଅଭିଯୋଗରେ ୨ ଯୁବକଙ୍କୁ ଅଟକ ରଖିଛି ବରଗଡ଼ ପୋଲିସ। ସେମାନେ ଏହି ଘଟଣାରେ ସମ୍ପୃକ୍ତ ଥିବା ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଛନ୍ତି। OTVର ଲୋଗୋ ଓ ଗ୍ରାଫିକ୍ସ ପ୍ଲେଟ୍ ଲଗାଇ ସୋସିଆଲ ମିଡିଆରେ ଫେକ୍‌ନ୍ୟୁଜ ଅପଲୋଡ କରାଯାଇଥିଲା। ଫେକ୍ ଗ୍ରାଫିକ୍ସ ପ୍ଲେଟ୍‌ରେ ବରଗଡ଼ ଜିଲ୍ଲାକୁ ଛୁଇଁଲା କରୋନା ଲେଖା ରହିଥିଲା। ବରଗଡ଼ ପୋଲିସ୍‌ ନିକଟରେ ଏନେଇ ମାମଲା ହେବା ପରେ ୨ ଯୁବକଙ୍କୁ ଅଟକ ରଖିଛି ପୋଲିସ୍। […]

  • Wednesday, 14 July 2021
survey
ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଉଚିତ ପଦକ୍ଷେପ କି? କଣ କହୁଛି, OTVର ସର୍ଭେ ରିପୋର୍ଟ

ଭୁବନେଶ୍ୱର: ସାରା ଦେଶରେ ଲକଡାଉନ ଅବଧି ଆଉ ୨ ସପ୍ତାହ ବୃଦ୍ଧି କରିବା ପାଇଁ ଗତକାଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଉଚିତ୍ ପଦକ୍ଷେପ ନା ନାହିଁ ସେନେଇ ଓଟିଭିର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜନମତ ସର୍ଭେ କରାଯାଇଛି। ଏଯାଏ ମିଳିଥିବା ଲୋକଙ୍କ ମତାମତ ଅନୁଯାୟୀ ଅଧିକାଂଶ ଲକଡାଉନ ବୃଦ୍ଧି ସପକ୍ଷରେ ଅଛନ୍ତି। ଫେସବୁକ୍‌ରେ ହୋଇଥିବା ସର୍ଭେରେ ଏବେ ସୁଦ୍ଧା ୧୧ ହଜାରରୁ ଅଧିକ ନିଜ ମତ ଦେଇଥିବା ବେଳେ […]

  • Wednesday, 14 July 2021
yedddurappa
କର୍ଣ୍ଣାଟକରୁ ଫେରିବେ ଓଡ଼ିଆ, ୟେଦୁରପ୍ପାଙ୍କ ସହ କଥା ହେଲେ ନବୀନ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପାଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲକଡାଉନ୍‌ରେ କର୍ଣ୍ଣାଟକରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କ ବିଭିନ୍ନ ସମସ୍ୟା ନେଇ ନବୀନ ଭିଡିଓ କନ୍ଫରେନ୍ସିଂରେ ୟେଦୁରପ୍ପାଙ୍କ ସହ କଥା ହୋଇଛନ୍ତି। କର୍ଣ୍ଣାଟକରେ ଥିବା ପ୍ରବାସୀ ଓଡ଼ିଆଙ୍କର ଯେପରି କୌଣସି ଅସୁବିଧା ନହୁଏ ଏବଂ ସେମାନେ କିପରି ଓଡ଼ିଶା ଫେରିପାରିବେ, ସେନେଇ ବ୍ୟବସ୍ଥା କରିବାକୁ ନବୀନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଭିଡିଓ କନ୍ଫରେନ୍ସିଂରେ ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ […]

  • Wednesday, 14 July 2021
faer
ପଶ୍ଚିମବଙ୍ଗ ଲୁଚାଇଛି କରୋନା ସମ୍ପର୍କିତ ସାଂଘାତିକ ତଥ୍ୟ, ଓଡ଼ିଶାରେ ବଢ଼ିଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟାରେ ଦୁଇଗୁଣରୁ ଅଧିକ ବୃଦ୍ଧି। ଏପ୍ରିଲ୍ ୧୮ରେ ମାତ୍ର ୬୧ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ଆଜି ଦିନରେ ଏହି ସଂଖ୍ୟା ୧୪୯ରେ ପହଞ୍ଚିଛି। ଆଉ ଏଇ ସଂଖ୍ୟାବୃଦ୍ଧିରେ ପଶ୍ଚିମବଙ୍ଗର ସବୁଠୁ ବଡ଼ ଭୂମିକାକୁ ନେଇ ଚିନ୍ତା। ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ଭିତରୁ ୫୦ ପ୍ରତିଶତଙ୍କର ରହିଛି ବଙ୍ଗ ଲିଙ୍କ। ତେବେ ବଡ଼ କଥା ହେଉଛି, ସେଇ ପଶ୍ଚିମବଙ୍ଗ ସରକାରଙ୍କ ବିରୋଧରେ କରୋନା ତଥ୍ୟ ଲୁଚାଉଥିବାର ସାଂଘାତିକ ଅଭିଯୋଗ ଆଣି […]

  • Wednesday, 14 July 2021
ko
ଚିନ୍ତା ବଢାଉଛି କରୋନା: ଦିନକରେ ଯେତିକି ସୁସ୍ଥ ହେଲେ, ୪ଗୁଣା ପଜିଟିଭ ବାହାରିଲେ

ଦେଶରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୧୦୦ ଅତିକ୍ରମ କରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ପାର୍ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୧୯୯୩ଟି ପଜିଟିଭ୍ ଆସିଥିବାବେଳେ ୫୬୪ ଜଣ ସୁସ୍ଥ ହୋଇଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଦେଶରେ ଏବେ ୨୫ ହଜାର ୧୪୮ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅଛନ୍ତି। ତେବେ ୯୦୬୪ ଜଣ ସୁସ୍ଥ ହୋଇଥିବାବେଳେ ୧୧୫୨ ଜଣ ପ୍ରାଣ ହରାଇଛନ୍ତି। ଦେଶ ଭିତରେ ମହାରାଷ୍ଟ୍ରର ସ୍ଥିତି […]

  • Wednesday, 14 July 2021
text
ପୁଣି ୨ ସପ୍ତାହ ପାଇଁ ବଢିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦେଶରେ ବଢ଼ିଲା ଲକଡାଉନ୍‌। ମେ ୪ରୁ ଆଉ ୨ ସପ୍ତାହ ଲକ୍ ଡାଉନ୍ ବଢ଼ିଲା। ୨ ସପ୍ତାହ ଲକ୍ ଡାଉନ୍ ବୃଦ୍ଧି ନେଇ ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି। ତେବେ ଘୋଷଣା ଅନୁସାରେ ମେ ୧୭ ଯାଏ ଲକ୍‌ଡାଉନ୍ କାର୍ଯ୍ୟକାରୀ ହେବ। A limited number of activities will remain prohibited across India, irrespective of the zone, including travel by air, rail, metro & inter-State movement by road; […]

  • Wednesday, 14 July 2021
virus
ବଢୁଛି ସଂଖ୍ୟା: ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଯାଜପୁରରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ।  ସେ ହେଉଛନ୍ତି ୩୫ ବର୍ଷୀୟ ମହିଳା। ତାଙ୍କ ଘର ଯାଜପୁର ଜିଲ୍ଲା ବାସୁଦେବପୁର ଅଞ୍ଚଳର ବୋଲି ସୂଚାନା ଓ ଲୋକ ସଂପର୍କ ସୂଚନା ଦେଇଛି। ପୂର୍ବରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ତାଙ୍କର ଟ୍ରାଭେଲ ହିଷ୍ଟ୍ରି ଜଣାପଡ଼ିନାହିଁ, କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ଜଣାପଡ଼ିଛି। ଯାଜପୁରରୁ ଏହି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ଛୁଇଁଛି। ସକାଳେ ୩ଟା, ଅପରାହ୍ଣରେ ଗୋଟିଏ। […]

  • Wednesday, 14 July 2021
hand
ବାହାରୁ ଆସୁଥିବା ଯାତ୍ରୀଙ୍କ ହାତରେ ଲାଗିବ ଷ୍ଟାମ୍ପ୍‌

ଭୁବନେଶ୍ୱର: ଯେଉଁମାନେ ବାହାରୁ ଫେରିବେ ସେମାନଙ୍କ ରେଜିଷ୍ଟ୍ରେସନ ନିହାତି ଜରୁରୀ। ଲୋକେ ଟ୍ରେନରେ କିମ୍ବା ଚାଲି ଚାଲି ଯେଉଁଥିରେ ଆସନ୍ତୁ ନା କାହିଁକି, ୱେବସାଇଟରେ ରେଜିଷ୍ଟ୍ରେସନ କରିବାକୁ ପଡିବ। ବର୍ତ୍ତମାନ ୱେବସାଇଟ ଜରିଆରେ ଲୋକେ ରେଜିଷ୍ଟ୍ରେସନ କରୁଛନ୍ତି। ରାସ୍ତାରେ ୧୧ଟି ଚେକ୍ ପଏଣ୍ଟରେ ଓଡ଼ିଶାକୁ ଆସିପାରିବେ। ସବୁ ଚେକ୍ ପଏଣ୍ଟରେ ଓଡ଼ିଶାର ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ସେଠି ଡାଟା ଚେକ୍ ହେବା ପରେ ଯଦି ରେଜିଷ୍ଟ୍ରେସନ କରିନଥିବେ, ତେବେ ରେଜିଷ୍ଟ୍ରେସନ କରିପାରିବେ। ଭିଡ଼ ଦୃଷ୍ଟିରୁ ଆସିବା ପୂର୍ବରୁ […]

  • Wednesday, 14 July 2021
test
ରାଜ୍ୟ ପାଇଁ ଆଶ୍ୱସ୍ତି ଖବର, ଆଉ ୧୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।   ଏହି ୧୪ ଜଣଙ୍କୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୫ରେ ପହଞ୍ଚିଲା। ସୁସ୍ଥ ୧୪ ଜଣଙ୍କ ମଧ୍ୟରେ କେନ୍ଦ୍ରାପଡାର ଜଣେ, ଭୁବନେଶ୍ୱରର ୩ଜଣ, ବାଲେଶ୍ୱରରେ ୩, ଭଦ୍ରକରେ ୭ଜଣ ଅଛନ୍ତି। ତେବେ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହେବା ପରେ କେନ୍ଦ୍ରାପଡ଼ା କରୋନା ମୁକ୍ତ ହୋଇଛି।  ତେବେ ରାଜ୍ୟରେ ଆକ୍ଟିଭ କେଶ […]

  • Wednesday, 14 July 2021
ambulance-jajpur
କରୋନା ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

କଟକ: ମଝି ରାସ୍ତାରେ ଓଲଟିଲା ଆମ୍ବୁଲାନ୍ସ। ରୋଗୀ ନେଇ ଆସୁଥିବା ବେଳେ କଟକ ଚାଉଳିଆଗଞ୍ଜ ଓଭରବ୍ରିଜ ନିକଟରେ ଓଲଟି ପଡିଛି ଏକ ଆମ୍ବୁଲାନ୍ସ। ଡିଭାଇଡରରେ ପିଟି ହୋଇ ଆମ୍ବୁଲାନ୍ସଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ଆମ୍ବୁଲାନ୍ସଟି ଯାଜପୁରରୁ ରୋଗୀ ନେଇ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଦୁର୍ଘଟଣାଗ୍ରସ୍ତ ଆମ୍ବୁଲାନ୍ସରେ ଗୋଟିଏ ପରିବାରର ୩ ଜଣ ଥିବା ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ତେବେ ଆମ୍ବୁଲାନ୍ସରେ ଥିବା କାହାରି କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।  ଦୁର୍ଘଟଣା […]

  • Wednesday, 14 July 2021
dengue
କରୋନା ସହ ଚିନ୍ତା ବଢାଇଲା ଡେଙ୍ଗୁ, ୪୨ ଜଣ ଆକ୍ରାନ୍ତ

ରାୟଗଡ଼ା: ମହାମାରୀ କରୋନା କାୟା ଭିତରେ ରାୟଗଡ଼ା ଜିଲ୍ଲାରେ ଚିନ୍ତା ବଢ଼ାଇଛି ଡେଙ୍ଗୁ। ମୁନିଗୁଡ଼ା ବ୍ଲକ ସମେତ ବିଭିନ୍ନ ସ୍ଥାନରେ ରୋଗ ବ୍ୟାପିଥିଲେ ବି ଟିକରପଡ଼ାରେ ସଂଗୀନ ସ୍ଥିତି ସୃଷ୍ଟି କରିଛି। ଏହି ଗାଁରେ ଗତ ୧୧ରୁ ୨୯ ତାରିଖ ଭିତରେ ୪୨ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବାକି ଜିଲ୍ଲାର ଅନ୍ୟ ସ୍ଥାନମାନଙ୍କରୁ ୭ଟି ପଜିଟିଭ୍ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ କହିଛି। ଏହି ଘଟଣା ପରେ କୋରାପୁଟ ମେଡିକାଲ କଲେଜରୁ ଏକ ବିଶେଷଜ୍ଞ ଟିମ୍ ଟିକରପଡ଼ା ଯାଇ […]

  • Wednesday, 14 July 2021
palani
ତାମିଲନାଡୁରୁ ଫସିଥିବା ଓଡ଼ିଆ କେମିତି ଫେରିବେ, ପଲାନିସ୍ୱାମୀଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ତାମିଲନାଡୁରେ ଫସିଥିବା ଓଡ଼ିଆଙ୍କ ଫେରିବା ନେଇ ଆଜି ସେଠାକାର ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ୱାମୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଭିଡ଼ିଓ କନଫରେନ୍ସିଂ ଆଲୋଚନାରେ ସାମିଲ ହୋଇଥିଲେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲକଡାଉନ୍ ସମୟରେ ତାମିଲନାଡୁରେ ଅସୁବିଧାରେ ଥିବା ଓଡ଼ିଆଙ୍କ ଯତ୍ନ ନେଇଥିବାରୁ ପଲାନିସ୍ୱାମୀଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ। ତାସହ ଓଡ଼ିଶା ଫେରିବାକୁ ଚାହୁଁଥିବା ଲୋକେ ଯେପରି ସୁବିଧାରେ ଫେରି ପାରିବେ ସେ ନେଇ ସହଯୋଗ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। […]

  • Wednesday, 14 July 2021
test
କରୋନାରୁ ସୁସ୍ଥ ହେଲେ ଆଉ ୨ ଜଣ

ଭୁବନେଶ୍ୱର: କରୋନାରୁ ସୁସ୍ଥ ହେଲେ ଆଉ ୨ଜଣ। ଏମାନେ ରାଉଲକେଲା ଅଞ୍ଚଳର ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ରେ ସମୁଦାୟ ୧୦ ଜଣ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁନ୍ଦରଗଡ଼ରେ ଆକ୍ଟିଭ କେଶ୍ ୫ ରହିଛି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪୧ରେ ପହଞ୍ଚଲା। ସେହିପରି ରାଜ୍ୟରେ ଆକ୍ଟିଭ କେଶ୍ ୧୦୦ ରହିଛି। Two #COVID19 cases from Rourkela have recovered. Number of COVID-19 […]

  • Wednesday, 14 July 2021