• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

hc
ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ମହମ୍ମଦ ରଫିକ୍

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେବେ ଜଷ୍ଟିସ ମହମ୍ମଦ ରଫିକ୍। ଏନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ କରାଯାଇଛି। ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ମହମ୍ମଦ ରଫିକଙ୍କୁ ଓଡିଶା ହାଇକୋର୍ଟଙ୍କୁ ବଦଳି କରାଯାଇଛି। ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀଙ୍କ ଅବସର ପରେ ଜଷ୍ଟିସ ସଞ୍ଜୁ ପଣ୍ଡା ଏବେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି।

  • Wednesday, 14 July 2021
truck
ରାସ୍ତାକଡ଼ରେ ଟ୍ରକ୍ ଦେଖି ସନ୍ଦେହ ବଢ଼ିଲା, ପୋଲିସ୍ ଦେଖିବା ପରେ...

ଗଞ୍ଜାମ: ଲକ୍‌ଡାଉନ୍‌ ଯୋଗୁଁ ଗାଡ଼ି ଚଳାଚଳ ଉପରେ କଟକଣା କରାଯାଇଛି। ତଥାପି ଏହା ଭିତରେ ଚାଲିଛି ବେଆଇନ୍ କାରବାର। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ବିଦେଶୀ ମଦ ଭର୍ତ୍ତି ଟ୍ରକ ଜବତ ହୋଇଛି। ଭଞ୍ଜନଗର ଥାନା କେବିରି ବ୍ରହ୍ମପୁର ଗ୍ରାମରେ ଏକ ମଦ ଭର୍ତ୍ତି ଟ୍ରକ ଠିଆ ହୋଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ମିଳିତ ଚଢାଉ କରିଥିଲେ। ଯାଞ୍ଚ ବେଳେ ଡ୍ରାଇଭରଠାରୁ ସେମିତି କୌଣସି […]

  • Wednesday, 14 July 2021
cm-sir
ନବୀନଙ୍କୁ ମର୍ମାହତ କଲା ଏହି ଘଟଣା, ନିଜକୁ ଦୁଃଖିତ ମନେକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ତଥା ରାଜ୍ୟ ବାହାରେ ଫସି ରହିଥିବା ରାଜ୍ୟର ତଥା ଅନ୍ୟ ରାଜ୍ୟର ଶ୍ରମିକଙ୍କ ସମସ୍ୟା ନେଇ ଏହି ତଥ୍ୟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ଯେ, ଆମ ରାଜ୍ୟରେ ଅନ୍ୟ ରାଜ୍ୟର ୧ ଲକ୍ଷରୁ ଅଧିକ ଶ୍ରମିକ ରହିଯାଇଛନ୍ତି। ଓଡ଼ିଶାରେ ରହି ଯାଇଥିବା ଶ୍ରମିକମାନଙ୍କ ଆମେ ଯତ୍ନ ନେଉଛୁ। ବାହାର ରାଜ୍ୟରେ ବି ଲକ୍ଷ […]

  • Wednesday, 14 July 2021
cm
ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳଙ୍କ କ୍ଷମତା, ପ୍ରବାସୀ ଓଡ଼ିଆ କ୍ୱାରେଣ୍ଟାଇନ୍‌ରେ ରହିଲେ ମିଳିବ ଟଙ୍କା

ଭୁବନେଶ୍ୱର:  ଗାଁ କରୋନା ସ୍ଥିତିକୁ ତଦାରଖ କରିବା ପାଇଁ ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳଙ୍କ କ୍ଷମତା। ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ। ସେମାନଙ୍କ ପରିବାର ଓ ବନ୍ଧୁମାନେ ପଞ୍ଚାୟତରେ ରେଜିଷ୍ଟ୍ରେସନ୍ କରିବେ। ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରଖାଯିବ। କ୍ୱାରେଣ୍ଟାଇନ୍ ଅବଧି ସରିଲେ ୨ ହଜାର ଟଙ୍କା ସହାୟତା ମିଳିବ। ଠିକରେ କାର୍ଯ୍ୟକାରୀ କରିବାକୁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି। ସଂପୃକ୍ତ ରାଜ୍ୟ ସରକାରଙ୍କ ଉଦ୍ୟମ ସତ୍ତ୍ୱେ […]

  • Wednesday, 14 July 2021
rent
ସଙ୍କଟ ସମୟରେ ସାଥୀ ହେଲେ ମାଲିକ, ମାଗିଲେନି ଘରଭଡ଼ା

ଭୁବନେଶ୍ୱର: କରୋନା ମୁକାବିଲା ନେଇ ଏବେ ସାରା ବିଶ୍ୱ ଏକାଠି ହୋଇଛି। ଏହି ମହାମାରୀ ବିରୋଧରେ ଲଢ଼ିବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ସମସ୍ତେ। ଏହି ସମୟରେ ନିଜ ବଦାନ୍ୟତା ଦେଖାଇଛନ୍ତି ଭୁବନେଶ୍ୱରର ସୌଦାମିନୀ ସାମନ୍ତରାୟ। ବରମୁଣ୍ଡା ଅଞ୍ଚଳର ସୌଦାମିନୀ ସାମନ୍ତରାୟ ନିଜ ଭଡ଼ାଟିଆଙ୍କ ଘର ଭଡ଼ା ଛାଡ଼ କରିଛନ୍ତି। ସୌଦାମିନୀଙ୍କ ଘରେ ୭ଟି ପରିବାର ରୁହନ୍ତି। ଏହି ସମସ୍ତଙ୍କ ମାସକର ଘର ଭଡ଼ାକୁ ଛାଡ଼ କରାଯାଇଛି। କରୋନା ଆସିବା ପରେ ଏବେ ଲୋକେ କଷ୍ଟରେ ନିଜ ଜୀବିକା […]

  • Wednesday, 14 July 2021
mada
ପୋଲିସ୍‌କୁ ମାଡ଼ ମାରିବା ମହଙ୍ଗା ପଡିଲା

ଯାଜପୁର: ଯାଜପୁର କୁଆଖିଆ ଗୋପୀନାଥପୁର ଗାଁରେ ବିଡିଓ ଏବଂ ତହସିଲଦାରଙ୍କୁ ମାଡ଼ ମାମଲା। ୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ରହିଛି ନିଜାମୁଦ୍ଦିନ୍ ଲିଙ୍କ୍। ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି। ଏହି ମାମଲାରେ ୫ ଜଣଙ୍କୁ ଗିରଫ କରିଛି କୁଆଖିଆ ଥାନା ପୋଲିସ୍। ଗତକାଲି ଜଣେ ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ନେଇ ଏହି ଦୁଇ ଜଣ ବାଇକରେ ଯାଉଥିବା ବେଳେ ଯାଞ୍ଚ ଦାୟିତ୍ୱରେ ଥିବା ବିଡିଓ ଏବଂ ତହସିଲଦାର ଅଟକାଇଥିଲେ। ମାସ୍କ ପିନ୍ଧିନଥିବାରୁ ଯୁକ୍ତିତର୍କ […]

  • Wednesday, 14 July 2021
main
ମାସ୍କ ପିନ୍ଧି ବାହା ହେଲେ, ସାନିଟାଇଜରରେ ହାତ ଧୋଇଲେ

ସୁନ୍ଦରଗଡ଼: ମାସ୍କ ପିନ୍ଧି ବିବାହ କଲେ ଦମ୍ପତି। ସୁନ୍ଦରଗଡ଼ ନୁଆଁଡିହିରେ ଏଭଳି ଦେଖିବାକୁ ମିଳିଛି। ସ୍ଥାନୀୟ ଗ୍ରାମର ଅମ୍ରିତ ଓ ଶୁଭଶ୍ରୀଙ୍କ ବିବାହ ନିରାଡମ୍ବର ଭାବେ ହୋଇଛି। ବିବାହ ବେଳେ ଦମ୍ପତି ମାସ୍କ ପିନ୍ଧିଥିଲେ। ଏହାସହ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନ୍ୟ ଅତିଥି ବି ମାସ୍କ ପିନ୍ଧି ଆସିଥିଲେ। ସାମାଜିକ ଦୂରତାକୁ ମାନି ଦୂରେଇ ବସିବା ସହ ବିବାହ କାର୍ଯ୍ୟ ବେଳେ ଏହାକୁ ଧ୍ୟାନରେ ରଖାଯାଇଥିଲା। ଖୁବ୍ କମ୍ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ବିବାହ ସରିଛି। ଏହାସହ ବିବାହ […]

  • Wednesday, 14 July 2021
weather
କାଳବୈଶାଖୀ ରଚିଲା ତାଣ୍ଡବ: ଛପର ଉଡ଼ାଇନେଲା, ଗଛ ଜାଳିଦେଲା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ସହ ବର୍ଷା ହୋଇଛି। ରାଜଧାନୀରେ ସନ୍ଧ୍ୟା ସମୟରେ ବର୍ଷା ଓ ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ପବନ ହୋଇଥିଲା। ଗଂଜାମ ଜିଲ୍ଲା ସାନଖେମୁଣ୍ଡିର ଖଲିଙ୍ଗି ଗାଁରେ କାଳବୈଶାଖୀ ଯୋଗୁଁ ଘଡଘଡି ମାରିବା ସହ ପ୍ରବଳ ଝଡ ତୋଫାନ ହୋଇଥିଲା। ଘଡଘଡିରେ ଏକ  ନଡିଆ ଗଛ ଜଳିଯାଇଥିଲା। ପ୍ରାୟ ୫ରୁ ୭ମିନିଟ ଧରି  ନଡିଆ ଗଛଟି ଜଳିଥିଲା। ଅପରାହ୍ଣରେ ବାଲେଶ୍ୱରରେ ମଧ୍ୟ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା, ପବନ […]

  • Wednesday, 14 July 2021
covid
ବରଗଡ଼ରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ କୋଭିଡ ହସ୍ପିଟାଲ୍

ବରଗଡ଼: ଖୁବ୍ ଶୀଘ୍ର ବରଗଡ଼ରେ ଆରମ୍ଭ ହେବ କୋଭିଡ ହସ୍ପିଟାଲ୍। ଆଜି ଏହାକୁ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ବରଗଡ଼ ଗସ୍ତରେ ଯାଇ କୋଭିଡ ହସ୍ପିଟାଲରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ। ଏକ ଘରୋଇ ହସ୍ପିଟାଲର ସହଯୋଗରେ ଜିଲ୍ଲା ହସ୍ପିଟାଲ୍ ପରିସରରେ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରିବ କୋଭିଡ ହସ୍ପିଟାଲ୍। ୧୦୦ ଶର୍ଯ୍ୟା, ୮ଟି ଆଇସିୟୁ ସହ ଅନ୍ୟ ବ୍ୟବସ୍ଥା ଏହି ହସ୍ପିଟାଲରେ ରହିଛି। ଆସନ୍ତା ୨୦ […]

  • Wednesday, 14 July 2021
vimsar
କାଲିଠୁ ଭିମସାରରେ ଆରମ୍ଭ ହେବ କୋଭିଡ୍ ସାମ୍ପଲ ଟେଷ୍ଟ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ବୁର୍ଲା ଭିମସାରରେ ହେବ କୋଭିଡ ସାମ୍ପଲ ଟେଷ୍ଟ। ପୁଲ ଟେଷ୍ଟକୁ ପ୍ରାଧାନ୍ୟ ଦିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଆଜି ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇଟି ସିଫ୍ଟରେ ୯୦ଟି ସାମ୍ପଲ ଟେଷ୍ଟ କରାଯିବ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ବଢାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଭିମସାରର ମାଇକ୍ରୋ ବାୟୋଲୋଜି ବିଭାଗରେ ଟେଷ୍ଟ କରାଯିବାର ବ୍ୟବସ୍ଥା କରାଯାଇଛି। ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ବୁର୍ଲା ଗସ୍ତ କରି ସମସ୍ତ ବିଭାଗୀୟ […]

  • Wednesday, 14 July 2021
odisha-corona
ଓଡ଼ିଶାର ଆଉ ଗୋଟିଏ ଜିଲ୍ଲାକୁ ବ୍ୟାପିଲା କରୋନା

ଭୁବନେଶ୍ୱର: ଓଡ଼ଶାର ଆଉ ଗୋଟିଏ ଜିଲ୍ଲାକୁ ବ୍ୟାପିଲା କରୋନା। ଓଡ଼ିଶାରେ ଆରୋଗ୍ୟ ସଂଖ୍ୟା ବଢୁଥିବା ନେଇ ଲୋକେ ଆଶ୍ୱସ୍ତ ଥିବା ବେଳେ ଏବେ ଚିନ୍ତାଜନକ ଖବର ଆସିଛି। ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ବାଲେଶ୍ୱର ଜିଲ୍ଲାର ୫୮ ବର୍ଷିୟ ବୟସ୍କ ବ୍ୟକ୍ତି। ତେବେ ସମ୍ପୃକ୍ତ ଜିଲ୍ଲାର ଏହା ପ୍ରଥମ କରୋନା କେସ୍ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌ କରାଯାଇଛି। […]

  • Wednesday, 14 July 2021
coron
ଓଡ଼ିଶାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ପୁଣି ସୁସ୍ଥ ହେଲେ ୩

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ପଟେ କରୋନାକୁ ନେଇ ଆଶ୍ୱାସନାର ଖବର ଆସିଥିବାବେଳେ ଅନ୍ୟପଟେ ଚିନ୍ତାଜନକ ଖବର ଆସିଛି। ପୁଣି ୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ସୁସ୍ଥ ହୋଇଥିବା ୩ ଜଣ ଭୁବନେଶ୍ୱରର ବୋଲି ସୂଚନା ମିଳିଛି। ତେବେ ଏହାରି ଭିତରେ ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଆକ୍ରାନ୍ତ ହୋଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ବାଲେଶ୍ୱର ଜିଲ୍ଲାର ୫୮ ବର୍ଷିୟ ବୟସ୍କ ବ୍ୟକ୍ତି। ତେବେ ସମ୍ପୃକ୍ତ ଜିଲ୍ଲାର ଏହା ପ୍ରଥମ […]

  • Wednesday, 14 July 2021
luv
'ଗତ ୧୪ ଦିନରେ ଓଡ଼ିଶାର ଦୁଇ ସଂକ୍ରମିତ ଜିଲ୍ଲାରେ ବାହାରିନି କରୋନା ‌ପଜିଟିଭ'

ଭୁବନେଶ୍ୱର: ଭାରତର ୨୩ ରାଜ୍ୟର ସଂକ୍ରମିତ ହୋଇଥିବା ୪୭ ଜିଲ୍ଲାରେ ଗତ ୧୪ ଦିନରେ କୌଣସି ନୂଆ ‘କରୋନା’ ପଜିଟିଭ ଆସିନି।  ଉକ୍ତ ୪୭ ଜିଲ୍ଲା ଭିତରେ ଓଡ଼ିଶାର ୨ ଜିଲ୍ଲା ରହିଛି। ଓଡ଼ିଶାର ପୁରୀ ଓ ଭଦ୍ରକ ଜିଲ୍ଲାରେ ୧୪ ଦିନ ହେଲାଣି ପଜିଟିଭ ନାହିଁ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ। ତବଲିଗି ଜମାତ୍ ପାଇଁ ଦେଶରେ ୨୯.୮ ପ୍ରତିଶତ କରୋନା ଆକ୍ରାନ୍ତ ହୋଇଛନ୍ତି ଦେଶରେ ଚିହ୍ନଟ ହୋଇଥିବା […]

  • Wednesday, 14 July 2021
labour
ଲକ୍‌ଡାଉନ୍‌: ନିୟମ ମାନି କାମ କରିବେ ଶ୍ରମିକ

ଭୁବନେଶ୍ୱର: ସରକାରୀ ଓ ବେସରକାରୀ ନିର୍ମାଣ ସ୍ଥାନରେ କୋଭିଡ୍-୧୯କୁ ରୋକିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ପାଳନ କରିବାକୁ ନିର୍ଦ୍ଦେଶ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ମାଣ କାର୍ଯ୍ୟରେ ଜଡ଼ିତ ଶ୍ରମିକ, ଟେକ୍ନିସିଆନ, ସୁପରଭାଇଜର ଏବଂ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ଷେତ୍ରରେ ସାମାଜିକ ଦୂରତା ନିର୍ଦ୍ଦେଶାବଳୀଗୁଡିକ କଡ଼ାକଡ଼ି କାର୍ଯ୍ୟକାରୀ କରାଯିବ। ସବୁ ବ୍ୟକ୍ତି ମାସ୍କ କିମ୍ବା ମୁହଁରେ ରୁମାଲ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଶ୍ରମିକମାନେ କାର୍ଯ୍ୟ କ୍ଷେତ୍ରରେ ଏକାଠି […]

  • Wednesday, 14 July 2021
minister
କେବେ ହେବ କଲେଜ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା? ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ଜୁନ୍ ୧୭ରେ ବିଶ୍ୱବିଦ୍ୟାଳୟ ଖୋଲିବା ପରେ ଯେକୌଣସି ସମୟରେ ହୋଇପାରେ ପରୀକ୍ଷା। ଆଜି ଉଚ୍ଚ ଶିକ୍ଷା ବିଭାଗର ସମୀକ୍ଷା ପରେ ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ଏହି ସମୟ ମଧ୍ୟରେ ପଢ଼ା ଉପରେ ଧ୍ୟାନ ଦିଅନ୍ତୁ। ଜୁନ୍ ୧୭ରେ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ପରେ ପରୀକ୍ଷା ହୋଇପାରେ। ତେବେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ପରୀକ୍ଷା ହେବ ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ସେହିପରି ପିଜି ଏକକ ପ୍ରବେଶିକା ପରୀକ୍ଷା […]

  • Wednesday, 14 July 2021
ola
ଟ୍ୟାକ୍ସି ସେବା ଯୋଗାଇବେ ଓଲା, ଉବେର

ଭୁବନେଶ୍ୱର: ଲକଡାଉନ ବେଳେ ଟ୍ୟାକ୍ସି ସେବା ଯୋଗାଇ ପାରିବେ ଓଲା, ଉବେର ସଂସ୍ଥା। ତେବେ ଏମାନେ କେବଳ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ। କଟକ, ଭୁବନେଶ୍ୱର ଓ ରାଉରକେଲାର କିଛି ଅନୁମତିପ୍ରାପ୍ତ ହସ୍ପିଟାଲକୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ନେବା ଆଣିବା କରିପାରିବେ। ଗାଡ଼ିର ଡ୍ରାଇଭର ଯାତ୍ରୀଙ୍କ ଫଟୋ ଓ ପରିଚୟପତ୍ର ମଧ୍ୟ ଅପଲୋଡ୍ କରିବେ। ଏହି ନିୟମର ଉଲ୍ଲଂଘନ ହେଉଛି କି ନାହିଁ, ତାହା ଭୁବନେଶ୍ୱର ଆରଟିଓ ଓ୍ୱାନ ଠାରେ ଥିବା […]

  • Wednesday, 14 July 2021
coronavirus-mosaic-india-ma
ଦିନକରେ ଦେଶରୁ ୧୦୭୬ ନୂଆ ପଜିଟିଭ, ଓଡ଼ିଶା ସମେତ ୧୯ ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ହାର

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଯୋଗୁ ୩୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ନୂଆ ୧୦୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୪୫୨କୁ ବୃଦ୍ଧି ହୋଇଛି। ସେହିଭଳି ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୮୩୫ରେ ପହଞ୍ଚିଛି। ସେଥିରୁ ୧୧ ହଜାର ୬୧୬ ଜଣଙ୍କ ଚିକିତ୍ସା ହେଉଥିବା ବେଳେ ୧୭୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ ଦେଶ ପାଇଁ ଆସିଛି ଆଶ୍ୱାସନାର […]

  • Wednesday, 14 July 2021
shop
ଭଦ୍ରକରେ ଖୋଲିବ ବହି ଓ ଷ୍ଟେସ୍‌ନାରୀ ଦୋକାନ

ଭଦ୍ରକ: ଭଦ୍ରକରେ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ ବହି ଦୋକାନ। ଲକଡାଉନ ନିୟମକୁ କୋହଳ କରି ବହି ଓ ଷ୍ଟେସନାରୀ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ। ପ୍ରତି ରବିବାର ସକାଳ ୬ରୁ ଦିନ ୧ଟା ଯାଏଁ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନ ଅବଧି ଶେଷ ହେଉଥିବା ମେ ୩ ଯାଏଁ  ଏସବୁ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଜିଲ୍ଲାପାଳ। ସେହିପରି ଅଟୋ ଚାଳକଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି […]

  • Wednesday, 14 July 2021
patient
ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶା ପାଇଁ ଆଶ୍ୱାସନାର ଖବର। ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନେ ଉଭୟ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଏହାକୁ ମିଶାଇ ଆରୋଗ୍ୟଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। କେବଳ ଭୁବନେଶ୍ୱରେ ସୁସ୍ଥହେବା ସଂଖ୍ୟା ୧୪ରେ ପହଞ୍ଚିଛି। ସେହିପରି ଗତ ଦୁଇ ଦିନ ଭିତରେ ରାଜ୍ୟରେ ଜଣେ ହେଲେ ବି ଚିହ୍ନଟ ହୋଇ ନାହାନ୍ତି କରୋନା ପଜିଟିଭ୍। ଗତ ୧୫ ତାରିଖରେ […]

  • Wednesday, 14 July 2021
for-dp
କେଉଁ ବ୍ୟକ୍ତିଙ୍କଠୁ ନିଆଯିବ ନମୂନା? ସହଯୋଗ ନକଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନାର ହଟସ୍ପଟ୍ ରାଜଧାନୀ ଭୁବନେଶ୍ୱର। ରାଜ୍ୟରେ ଏଯାଏଁ ସଂକ୍ରମିତ ହୋଇଥିବା ୬୦ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରର ସଂଖ୍ୟା ୪୬। ଏଠି ଜଣଙ୍କର ଜୀବନ ବି ନେଇଛି କରୋନା ଚିକିତ୍ସା ପରେ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ଆକ୍ଟିଭ୍ କେଶ୍ ରହିଛି ୩୩। ବଢୁଥିବା ସଂକ୍ରମଣକୁ ଚେକ୍ ଦେବାକୁ ଭୁବନେଶ୍ୱର ପାଇଁ ସରକାର କରିଛନ୍ତି ସ୍ପେଶାଲ୍ ଷ୍ଟ୍ରାଟେଜି। ଏହା ଅନୁଯାୟୀ ଆସନ୍ତା ସପ୍ତାହେ ଭିତରେ ଭୁବନେଶ୍ୱରେ ୫ ହଜାର ଯାଏଁ ନମୁନା […]

  • Wednesday, 14 July 2021
odisha-corona
ଓଡ଼ିଶାର କରୋନା ସ୍ଥିତିକୁ ନେଇ କ'ଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ?

ନୂଆଦିଲ୍ଲୀ: ଦେଶରେ ୧୩,୩୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧୦୦୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି। ଦେଶବ୍ୟାପୀ ମୃତ୍ୟୁ ସଂଖ୍ୟା ୪୩୭ରେ ପହଞ୍ଚିଛି। ସେହିଭଳି ଏପର୍ଯ୍ୟନ୍ତ ୧୭୪୯ ସୁସ୍ଥ ହୋଇଛନ୍ତି। ଭାରତରେ ସୁସ୍ଥ ହାର ୧୩.୦୬ ପ୍ରତିଶତ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ସୂଚନା ଦେଇଛନ୍ତି। ଦେଶରେ ପଜିଟିଭ କେସ୍ ଦ୍ୱିଗୁଣିତ ହାର ହ୍ରାସ ପାଇଥିବା ସେ କହିଛନ୍ତି। […]

  • Wednesday, 14 July 2021
rama-didi3
ସେବା ଆଗରେ ହାର ମାନିଲା କ୍ୟାନ୍‌ସର, କରୋନା ମୁକାବିଲାରେ ଯୋଦ୍ଧା ସାଜିଛନ୍ତି ରମା ଦିଦି

ଭୁବନେଶ୍ୱର: କୋଭିଡ୍ ମୁକାବିଲାରେ ଯୋଦ୍ଧା ସାଜିଛନ୍ତି ଅଙ୍ଗନବାଡି ଦିଦି। ଘରକୁ ଘର ବୁଲି ଲୋକଙ୍କୁ କରୋନା ପ୍ରତିଷେଧକ କଥାକୁ ବୁଝାଉଛନ୍ତି। କିନ୍ତୁ ଏମିତି ଜଣେ ଦିଦି ଯିଏ ନିଜର ସ୍ୱାସ୍ଥ୍ୟ କଥା ଭୁଲି କରୋନାକୁ ମାତ୍ ଦେବା ପାଇଁ ଘରକୁ ଘରକୁ ବୁଲି ଲୋକଙ୍କୁ ବୁଝାଉଛନ୍ତି। ଏପରିକି ନିଜେ କ୍ୟାନସରରେ ଆକ୍ରାନ୍ତ ହୋଇ ବି ହାର ମାନିନାହାନ୍ତି। କରୋନା କିଭଳି ତାଙ୍କ ଅଞ୍ଚଳରେ ନ ବ୍ୟାପିବ, ସେଥିପାଇଁ ପରିଶ୍ରମ କରି ଆଜି ସାରା ରାଜ୍ୟରେ ପ୍ରଶଂସିତ ହୋଇପାରିଛନ୍ତି […]

  • Wednesday, 14 July 2021
dead-body
କରୋନା ଭୟରେ ଗର୍ଭବତୀଙ୍କ ମୃତଦେହକୁ ପୂରାଇ ଦେଲେନି ଗାଁ ଲୋକେ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋରରେ ଅଭାବନୀୟ ଘଟଣା ଘଟିଛି। ଟ୍ରେଜେରୀ ଅଫିସରଙ୍କ ପତ୍ନୀଙ୍କ ମୃତଦେହକୁ ଗାଁ ମଶାଣିକୁ ଆଣିବା ପାଇଁ ବାରଣ କରିଛନ୍ତି ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଏକତାଳି ଗାଁ ଲୋକେ। ମୃତକ ହେଲେ ଏକତାଳି ଗାଁର ମହେନ୍ଦ୍ର ହାଁସଦାଙ୍କ ପତ୍ନୀ ସୁନୀତା ବାସ୍କେ। ସେ ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଟ୍ରେଜେରୀ ଅଫିସର ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଗର୍ଭବତୀ ଥିବାରୁ ଜଳେଶ୍ୱର କୋର୍ଟରେ କିରାଣୀ ଭାବେ କାର୍ଯ୍ୟରତ ସ୍ୱାମୀ ମହେନ୍ଦ୍ର ହାଁସଦାଙ୍କ ପାଖକୁ ଯାଇଥିଲେ। […]

  • Wednesday, 14 July 2021
electric
ଲକ୍‌ଡାଉନ୍‌ରେ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ମିଳିବ ରିହାତି

ଭୁବନେଶ୍ୱର: ଲକଡାଉନ୍ ସମୟରେ ରାଜ୍ୟର ବିଜୁଳି ଉପଭୋକ୍ତାଙ୍କ ପାଇଁ ରିହାତି ଘୋଷଣା। ଏପ୍ରିଲ ଓ ମେ ମାସର ବିଲ ପେମେଣ୍ଟ ପାଇଁ ସବୁ ଘରୋଇ ଉପଭୋକ୍ତାଙ୍କୁ ମିଳିବ ଅତିରିକ୍ତ ୪ ପ୍ରତିଶତ ରିହାତି। ଏ ନେଇ ସେସୁ, ନେସ୍କୋ, ସାଉଥକୋ ଓ ୱେସ୍କୋକୁ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଉପଭୋକ୍ତାମାନେ ପାଇବାକୁ ଥିବା ଅନ୍ୟ ରିହାତି ସମେତ ଦୁଇ ମାସର ବିଲ ବାବଦରେ ମଧ୍ୟ ୪ ପ୍ରତିଶତ ରିହାତି ମିଳିବ। ଖାଉଟିମାନେ ଯେକୌଣସି ମାଧ୍ୟମରେ ଏହି […]

  • Wednesday, 14 July 2021
balasore
କ୍ୟାନ୍‌ସର ରୋଗୀଙ୍କୁ ମିଳିଲା ଯନ୍ତ୍ରଣା, ଘରେ ପୂରାଇ ଦେଲେନି ମାଲିକ

ବାଲେଶ୍ୱର: ଦେଶରେ ଏପରି ସଂକଟ ସମୟରେ  କରୋନାକୁ ଭୟ ନକରି ଅନ୍ୟ ପ୍ରତି ସହୃଦୟ ହେବା ପାଇଁ ପ୍ରଧାନମନ୍ତ୍ରୀ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି। ବିଶେଷ କରି ଘର ମାଲିକମାନେ ନିଜ ଭଡ଼ାଟିଆଙ୍କ ପ୍ରତି ଉଦାରତା ହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେବି ଏକ ଦୁଃଖଦ ଘଟଣା ବାଲେଶ୍ୱରେ ଦେଖିବାକୁ ମିଳିଛି। ଜଣେ ଭଡ଼ାଟିଆ ଭୁବନେଶ୍ୱରରୁ ଆସିବାରୁ   ଘର ଘରମାଲିକର ହତାଦରର ଶିକାର ହେବାକୁ ପଡ଼ିଛି। କ୍ୟାନସର ରୋଗୀଙ୍କୁ ଘର ମାଲିକ ଘରେ ପଶିବାକୁ ଅନୁମତି […]

  • Wednesday, 14 July 2021