• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

covid-testing
କରୋନା: ଟେଷ୍ଟିଂ ବଢାଇବାକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର

କୋଭିଡ ଟେଷ୍ଟିଂ ବଢ଼ାଇବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିସହ ଟେଷ୍ଟିଂ ଅବଧିକୁ ଏପ୍ରିଲ ୩୦ତାରିଖ ଯାଏ ବଢ଼ାଯାଇଛି। ପୂର୍ବରୁ ଟେଷ୍ଟିଂ ଅବଧି ମାର୍ଚ୍ଚ ଶେଷ ଯାଏ ଘୋଷଣା ହୋଇଥିଲା। ତେବେ ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

  • Wednesday, 14 July 2021
siimilipal
ଜଙ୍ଗଲରେ ନିଆଁ କେମିତି ଲାଗୁଛି? ଅନୁଧ୍ୟାନ କରୁଛି କେନ୍ଦ୍ରୀୟ ଟିମ

ବାରିପଦା:  ଶିମିଳିପାଳ ଅଭୟାରଣ୍ୟରେ ଜଙ୍ଗଲ ନିଆଁ ଘଟଣାର ଅନୁଧ୍ୟାନ ପାଇଁ ଆସିଥିବା କେନ୍ଦ୍ରୀୟ ଟିମ୍ ସମୀକ୍ଷା ଆରମ୍ଭ କରିଛନ୍ତି। ଆପାରବାରାହାକାମୁଡ଼ାରେ ଥିବା ଗେଷ୍ଟ ହାଉସରେ ସମୀକ୍ଷା କରୁଛନ୍ତି କେନ୍ଦ୍ରୀୟ ଟିମ୍‌। ଏଥିରେ ଶିମିଳିପାଳ କ୍ଷେତ୍ରୀୟ ନିର୍ଦ୍ଦେଶକ ଆରସିସିଏଫ୍, ଶିମିଳିପାଳ ଉତ୍ତର ଓ ଦକ୍ଷିଣ ଉପନିର୍ଦ୍ଦେଶକ, ରେଞ୍ଜ ଅଫିସର ଓ କର୍ମଚାରୀଙ୍କ ସହ ଜଙ୍ଗଲ ନିଆଁ ସଂପର୍କରେ ସମୀକ୍ଷା କରୁଛନ୍ତି। ଏହାପରେ ଆଖାପାଖରେ ବାସ କରୁଥିବା ଗାଁ ଲୋକଙ୍କ ସହ ମଧ୍ୟ ଆଳୋଚନା କରିବେ ବୋଲି ସୂଚନା ମିଳିଛି। […]

  • Wednesday, 14 July 2021
bhimsagar-ragging
ଡାକ୍ତରୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ବୁର୍ଲାର ମେଡିକାଲ କଲେଜ ଭିମସାରରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ହୋଇଛି। ଦ୍ୱିତୀୟ ବର୍ଷ ଡାକ୍ତରୀ ଛାତ୍ରଙ୍କୁ ସିନିଅର ଛାତ୍ର ର୍ୟାଗିଂ କରିଥିବା ଅଭିଯୋଗ ହୋଇଛି। ଆଂଟି ରାଗିଂ ସେଲ୍ ନିକଟରେ ଅଭିଯୋଗ ପରେ ଏହାର ତଦନ୍ତ କରାଯାଉଛି।

  • Wednesday, 14 July 2021
LINGARAJ
ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ଉଠିଲା ମହାଦୀପ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ନିର୍ଧାରିତ ସମୟର ପାଖାପାଖି ୨୫ ମିନିଟ୍‌ ପୂର୍ବରୁ ମନ୍ଦିରର ଅଁଳା ବେଢାକୁ ଦୀପ ଉଠିଛି। ମହାପ୍ରଭୁଙ୍କ ପରମ୍ପରା ଅନୁସାରେ ଗର୍ଭ ଗୃହରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମାପ୍ତ ହେବା ପରେ ବେଢା ପରିକ୍ରମା କରିଥିଲେ ମହାପ୍ରଭୁ। ଏହାପରେ ହରିବୋଲ ଓ ହୁଳହୁଳି ଶଦ୍ଦରେ ପ୍ରକମ୍ପିତ ହୋଇଥିଲା ମନ୍ଦିର ପରିବେଶ। ଏହାପରେ ସେବାୟତମାନେ ମନ୍ଦିର ଉପରକୁ ଦୀପ ଉଠାଇଛନ୍ତି। କୋଭିଡ୍ କଟକଣା ସତ୍ତ୍ୱେ ଶିବମୟ ସାରା ଜଗତ। ଯଦିଓ ପୂର୍ବ ବର୍ଷ […]

  • Wednesday, 14 July 2021
jagara
କରୋନା କଟକଣାରେ ଜାଗର ଜାଳୁଛନ୍ତି ଭକ୍ତ

କୋଭିଡ୍ କଟକଣା ସତ୍ତ୍ୱେ ଶିବମୟ ସାରା ଜଗତ। ଯଦିଓ ପୂର୍ବ ବର୍ଷ ଭଳି ଏଥର ସେତେଟା ଗହଳି ଚହଳି ନାହିଁ, ତଥାପି ଶ୍ରଦ୍ଧାଳୁମାନେ ଭକ୍ତି ଓ ଆନନ୍ଦ ମଧ୍ୟରେ ପାଳନ କରୁଛନ୍ତି ଶିବରାତ୍ରି। ସାମାଜିକ ଦୂରତା ରକ୍ଷା କରି ଜାଳିଛନ୍ତି ଜାଗର ଦୀପ ଆଉ ଅପେକ୍ଷା କରିଛନ୍ତି ମହାଦୀପ ଦର୍ଶନକୁ।

  • Wednesday, 14 July 2021
choudwar
୩ ବର୍ଷ ହେଲାଣି କିନ୍ତୁ ସରିପାରୁନାହିଁ ରାସ୍ତା କାମ

୩ ବର୍ଷରୁ ଅଧିକ ସମୟ ବିତିଲାଣି ସରିପାରୁନି କଟକ ଚୌଦ୍ୱାର ଦେଇ ଯାଇଥିବା ଏନ୍ଏଚ୍ ୫୫ର ସଂପ୍ରସାରଣ କାମ। ଫଳରେ ଯାତାୟାତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ। ତା ଛଡ଼ା ବୁଲା ଗାଇ ଗୋରୁ ଓ କୁକୁରଙ୍କ ଦୌରାତ୍ମ୍ୟ ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ।

  • Wednesday, 14 July 2021
Assembly
ଆସନ୍ତାକାଲିଠୁ ପୁଣି ବସିବ ବିଧାନସଭା: ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ସତ୍ର। ଏହି ଅବସରରେ ରାଜ୍ୟ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛନ୍ତି ବିରୋଧୀ

  • Wednesday, 14 July 2021
ctc-basti
SCB ସମ୍ପ୍ରସାରଣ ଲାଗି ମାଟିରେ ମିଶିବ ଶହେ ବର୍ଷର ପୁରୁଣା ବସ୍ତି

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) ମାଟିରେ ମିଶିବ ଶହେ ବର୍ଷର ପୁରୁଣା ବସ୍ତି। ବେଘର ହେବେ ଶହ ଶହ ବସ୍ତି ବାସିନ୍ଦା। ମାଲଗୋଦାମ ସଂଲଗ୍ନ ବେହେରା ସାହି ବସ୍ତି ଏସସିବି ମେଡିକାଲ ସଂଯୋଗ ରାସ୍ତାର ସମ୍ପ୍ରସାରଣ ଲାଗି ମାଟିରେ ମିଶିବାକୁ ଯାଉଛି। ପୁରୁଷ ପୁରୁଷ ଧରି ଏଠାରେ ରହି କାମ ଧନ୍ଦା କରି ପରିବାର ଚଳାଉଥିବା ବସ୍ତିବାସିନ୍ଦା, ରାଜ୍ୟ ସରକାରଙ୍କ ଉନ୍ନତି ମୂଳକ ପ୍ରକଳ୍ପକୁ ସ୍ୱାଗତ କରୁଛନ୍ତି ସତ, କିନ୍ତୁ ଥଇଥାନ ପାଇଁ ସଠିକ ଭାବେ ସ୍ଥାନ ଚିହ୍ନଟ କରାଯାଉନଥିବାରୁ […]

  • Wednesday, 14 July 2021
drugs IN jaleswar
ଧଳା ଜହର କବଳରେ ଯୁବପିଢି, ଖୁଲମଖୁଲା ବିକ୍ରି ହେଉଛି ବ୍ରାଉନସୁଗାର

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳ ଏବେ ଡ୍ରଗ୍ସ କାରବାରର ପେଣ୍ଠସ୍ଥଳୀ ପାଲଟିଛି। ସହରର ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର ମିଳୁଛି। ଏହା ଅନାୟସରେ ମିଳୁଥିବାରୁ ଯୁବପିଢ଼ି ଓ ଛାତ୍ରମାନେ ନିଶାଗ୍ରସ୍ତ ହେଉଛନ୍ତି। ଗତବର୍ଷ ଜଳେଶ୍ୱର ପୋଲିସ ୧ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୬ଟି ମାମଲା ରୁଜୁ କରିଥିଲା

  • Wednesday, 14 July 2021
bbsr-central-team
ଶିମିଳିପାଳରେ ନିଆଁ ଲାଗିବା ଘଟଣା; ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ ସଦସ୍ୟ

ଶିମିଳିପାଳରେ ନିଆଁ ଘଟଣାର ଯାଞ୍ଚ କରିବା ଲାଗି ଆଜି ରାଜଧାନୀ ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ୍ ସଦସ୍ୟ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମ୍ ସଦସ୍ୟ ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନୂଆଦିଲ୍ଲୀର ଆଇଜିଏଫ୍ ଡକ୍ଟର ଅମିତ୍ ମଲିକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବନ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଛି।

  • Wednesday, 14 July 2021
OTV-Portal-corona
ପୁଣି କମିଲା ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ ୨୪ ଘଣ୍ଟାରେ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

ରାଜ୍ୟରେ ପୁଣି ଧୀରେ ଧୀରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଂଟାରେ ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଂଟରରୁ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ରହିଛି ୨୫

  • Wednesday, 14 July 2021
jagara
କୋଭିଡ୍ କଟକଣା ଭିତରେ ଏଥର ଭକ୍ତ ପାଳିବେ ଜାଗର

ଆସନ୍ତାକାଲି ଜାଗର ଅର୍ଥାତ୍ ମହାଶିବ ରାତ୍ରୀ। ଦେବ ଦେବ ମହାଦେବଙ୍କୁ ଉଜାଗର ରହି ଆରାଧନା କରିବେ ଭକ୍ତ। ଏଥିପାଇଁ ବିଭିନ୍ନ ଶୈବପୀଠରେ ହୋଇଛି ବ୍ୟାପକ ବ୍ୟବସ୍ଥା। ତେବେ କୋଭିଡ୍ ଯୋଗୁଁ ପ୍ରଭୁ ଲିଙ୍ଗରାଜ ଓ ଲୋକନାଥଙ୍କ ପୀଠରେ କଟକଣା ଭିତରେ ଦର୍ଶନ ଓ ଦୀପ ଜାଳିବାକୁ ଅନୁମତି ମିଳିଛି।

  • Wednesday, 14 July 2021
jungle-fire
ନିଆଁ ଲିଭାଇବାକୁ କି ପଦକ୍ଷେପ ନେଉଛନ୍ତି ସରକାର? ଆଜିର ବର୍ଷା ଲିଭାଇଛି କି ନିଆଁ?

ବାରିପଦା: ଓଡ଼ିଶାରେ କେମିତି କାବୁ ହେବ ଜଙ୍ଗଲ ନିଆଁ ? ରାଜ୍ୟବ୍ୟାପୀ ଦାଉ ଦାଉ ଜଳୁଥିବା ବନାଗ୍ନିର ଧାସ ଆଜି ଦିଲ୍ଲୀ ଛୁଇଁଛି। ସଂସଦ ଭବନରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଭେଟି ସ୍ଥିତି ସଂପର୍କରେ ଅବଗତ କରିଛନ୍ତି, ଆଉ ଉଦବେଗ ବାଢ଼ିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟର ସବୁ ବିଜେପି ସାଂସଦ। ଟୁଇଟ୍ କରି ଧର୍ମେନ୍ଦ୍ର କହିଛନ୍ତି, କେବଳ ଶିମିଳିପାଳ ନୁହେଁ, ରାଜ୍ୟର ସବୁ ସମ୍ବେଦନଶୀଳ ଜଙ୍ଗଲରେ […]

  • Wednesday, 14 July 2021
oil
ରୋଷେଇ ଘରେ ମହଙ୍ଗା ମାଡ଼ : ୬ ମାସରେ ଦୁଇ ଗୁଣା ବଢିଲାଣି ଖାଇବା ତେଲ ଦର

ପୁଣି ରୋଷେଇ ଘରେ ମହଙ୍ଗା ମାଡ଼। ପୂର୍ବରୁ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ଗୃହିଣୀଙ୍କ ଚିନ୍ତା ବଢ଼ାଇଥିବା ବେଳେ, ଏଥର ନିଜ ଭାଉ ବଢ଼ାଇଛି ଖାଇବା ତେଲ। ସୋରିଷ, ସୂର୍ଯ୍ୟମୁଖୀଠୁ ଆରମ୍ଭ କରି ପାମୋଲିନ୍ ଯାଏଁ, ସବୁ ପ୍ରକାର ଖାଇବା ତେଲ ଦାମ୍ ଗତ କିଛି ମାସ ଧରି ଅସ୍ୱାଭାବିକ ଭାବେ ବଢ଼ିଥିବା ଦେଖିବାକୁ ମିଳିଛି

  • Wednesday, 14 July 2021
karanjia-rain
ଶିମିଳିପାଳ ଅଭୟାରଣ୍ୟରେ ବର୍ଷା

ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍‌ଣରେ କୁଆପଥର ସହ ଝିପିଝିପି ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି। ତେବେ ଆଜି ସେଠାରେ ହୋଇଥିବା ବର୍ଷା ପାହାଡରେ ଲାଗିଥିବା ନିଆଁକୁ ଆୟତ୍ତ କରିପାରେ ବୋଲି କୁହାଯାଉଛି।

corona
ପୁଣି କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୬୯ ଜଣ ଆକ୍ରାନ୍ତ ହେଲେ ଚିହ୍ନଟ

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କମିଛି ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଂଟାରେ ରାଜ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି।

CENTRAL TEAM
ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ

ଜଙ୍ଗଲ ନିଆଁ ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଓଡ଼ିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏନେଇ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଓଡ଼ିଶା ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ଜାଭଡେକର ଟ୍ୱିଟ୍‌ କରିଛନ୍ତି

lingaraja
ପ୍ରଶାସନ ସହ ଆଲୋଚନା ପରେ ଲିଙ୍ଗରାଜ ମନ୍ଦିରରେ ଆରମ୍ଭ ହେଲା ନୀତି

ଆରମ୍ଭ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି। ପ୍ରଶାସନ ସହ ବୈଠକ ପରେ ଲିଙ୍ଗରାଜ ମନ୍ଦିରରେ ନୀତି ଆରମ୍ଭ ହୋଇଥିବା ନେଇ ମିଳିଛି ସୂଚନା। ସେବାୟତ, ଜିଲ୍ଲାପାଳ ଓ ଦେବୋତ୍ତର କମିଶନଙ୍କ ମିଟିଂ ପରେ ନୀତି ଆରମ୍ଭ ହୋଇଛି। ନୀତି ଆରମ୍ଭ ହୋଇଥିବା ନେଇ କହିଛନ୍ତି ବ୍ରାହ୍ମଣ ନିଯୋଗ ସଂପାଦକ ବିରଞ୍ଚି ପତି।

  • Wednesday, 14 July 2021
akamra
"ଐତିହ୍ୟ ଓ ପରମ୍ପରାକୁ ନଷ୍ଟ କରାନଯାଉ"

ଭୁବନେଶ୍ୱର: ରାଜ୍ୟରେ ଐତିହ୍ୟସ୍ଥଳ ସହ ମଠ ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ କରଯାଉ ହେଲେ ଏଥିପାଇଁ ବୁଲଡୋଜର ଲଗାନଯାଉ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନଷ୍ଟ ନକରି ବିକାଶ କରାଯିବା ସମସ୍ତେ ଚାହାନ୍ତି। ହେଲେ ଏହାକୁ ନେଇ ରାଜନୀତି ନହେଉ ବୋଲି କହିଛନ୍ତି ଅପରାଜିତା। ଏକ ଅଣରାଜନୈତିକ ସଂଗଠନ ସମର୍ଥ ପକ୍ଷରୁ ଆୟୋଜିତ ଐତିହ୍ୟ ପଦଯାତ୍ରାରେ ଯୋଗ ଦେଇ ଅପରାଜିତା ଆହୁରି ମଧ୍ୟ କହିଛନ୍ତି, ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଐତିହ୍ୟ […]

  • Wednesday, 14 July 2021
puri-rakta-chhita
ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା: ଶ୍ରୀଜିଉଙ୍କର ହେଲା ମହାସ୍ନାନ

ରକ୍ତଛିଟା ଦେଖିବାରୁ ମହାସ୍ନାନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ହେଲା ମହାସ୍ନାନ ଭିତରକାଠ ନିକଟରେ ରକ୍ତଛିଟା ଦେଖିବାରୁ ଠାକୁରଙ୍କ ମହାସ୍ନାନ ମହାସ୍ନାନ ଯୋଗୁଁ ଠାକୁରଙ୍କ ସକାଳ ନୀତିରେ ସାମାନ୍ୟ ବିଳମ୍ବ ମହାସ୍ନାନ ସରିବା ପରେ ଭକ୍ତଙ୍କୁ ପୁଣି ମିଳିଲା ଦର୍ଶନ ଅନୁମତି ଭିତରକାଠ ନିକଟରେ କେଉଁଠୁ ଆସିଲା ରକ୍ତଛିଟା ତାହା ଅସ୍ପଷ୍ଟ ପୁରୀ(ମଧୁସୂଦନ ମିଶ୍ର) ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା ଦେଖିବା ପରେ ଶ୍ରୀଜିଉଙ୍କର ମହାସ୍ନାନ ହୋଇଛି। ଫଳରେ ସକାଳ ନୀତିରେ ସାମାନ୍ୟ ବିଳମ୍ବ ହୋଇଥିଲା। ମହାସ୍ନାନ ନୀତି ସମ୍ପର୍ଣ୍ଣ […]

  • Wednesday, 14 July 2021
tara
"କଂଗ୍ରେସ ଭବନ ନୁହେଁ ତାହା କୁସ୍ତି ଭବନ ହେବା ଦରକାର"

ଆପଣ ୪ ଥର ହେଲେଣି ବିଧାୟକ ହେଉଛନ୍ତି। କିନ୍ତୁ ପ୍ରତି ଥର ବିଧାୟକ ହେବା ପରେ କଂଗ୍ରେସ ପତଳା ହେବାରେ ଲାଗିଛି। ପ୍ରଥମେ ୩୬ ପରେ ୨୮ ଆଉ ତାହା ପରେ ୧୮ ଆଉ ଏବେ ସଂଖ୍ୟା ୯ରେ ପହଞ୍ଚିଲାଣି। ଆର ଥରକୁ କେତେ ରହିବ ବିଧାୟକଙ୍କ ସଂଖ୍ୟା?

  • Wednesday, 14 July 2021
padini-sarkari-up
୧୩ ବର୍ଷର ଲମ୍ବା ସମୟ ବିତିଛି ହେଲେ ଏବେ ବି ବିକାଶ ପହଞ୍ଚିନାହିଁ ଗସମାହାରେ

ନକ୍ସଲଙ୍କ ନାଲି ଆଖି ହଟିଛି, ୧୩ ବର୍ଷର ଲମ୍ବା ସମୟ ବି ବିତି ଯାଇଛି। ହେଲେ ଏବେ ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଗଞ୍ଜାମ-କନ୍ଧମାଳ ସୀମାରେ ଥିବା ଗାଁ ଗସମାହା। ୨୦୦୮ରେ ନୟାଗଡ଼ ଅସ୍ତ୍ରାଗାରରୁ ଲୁଟ୍ ହେବା ପରେ ପୋଲିସ୍ ସହ ମାଓବାଦୀଙ୍କ ଏଠି ହୋଇଥିଲା ଗୁଳି ବିନିମୟ। ୩ ପୋଲିସ୍ ସହିଦ ବି ହୋଇଥିଲେ

  • Wednesday, 14 July 2021
Biju-Jayanti
ବିଜୁ ଜୟନ୍ତୀରେ ନବୀନ ଖେଳିଲେ ବିକାଶ କାର୍ଡ

ଭୁବନେଶ୍ୱର: ବିଜୁ ଜୟନ୍ତୀ ପାଳନ ଅବସରରେ ବିଜେଡିର ବ୍ୟାପକ ଆୟୋଜନ। ନିର୍ବାଚନ ମଣ୍ଡଳୀରୁ ରାଜଧାନୀ ପର୍ଯ୍ୟନ୍ତ ସବୁଠି ଧୁମଧାମରେ ପାଳିତ ହୋଇଛି ବିଜୁବାବୁଙ୍କ ୧୦୫ ତମ ଜନ୍ମ ଦିନ। ଏହି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିଲା ସାଇକେଲ୍ ଶୋଭାଯାତ୍ରା। କଟକ ଆନନ୍ଦ ଭବନଠାରୁ-ବିଜୁ ପଟ୍ଟନାୟକ ଏୟାରପୋର୍ଟ ଯାଏଁ ସାଇକଲରେ ଆସିଥିଲେ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା। ଏଣେ ଫରେଷ୍ଟ ପାର୍କରେ ବିଜୁ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିିଥିଲେ ବିଜେଡି […]

  • Wednesday, 14 July 2021
msme-covid
କରୋନା ଖାଇଦେଲା କ୍ଷୁଦ୍ରଶିଳ୍ପ?

ଏବେ ସବୁଥିରେ ଲାଗିଗଲାଣି କଳଙ୍କି। ଏହାସହ ଶିଳ୍ପୋଦ୍ୟୋଗୀର ସ୍ୱପ୍ନରେ ବି ଲାଗିଛି କଳଙ୍କି। ନିଜ ଯୋଜନା ସବୁରେ ଲାଗିଥିବା ଏ କଳଙ୍କି ଯେ ଆଉ ଛାଡ଼ିବ, ସେ ଆଶା ଆଉ ନାହିଁ ଭୁବନେଶ୍ୱରର ଯୁବ ଉଦ୍ୟୋଗୀ ପରେଶ ସାହୁଙ୍କର

  • Wednesday, 14 July 2021
5pm-water-problem
ପାଇପ୍‌ ଲାଇନ ଅଛି କିନ୍ତୁ ପାଣି ଆସୁନାହିଁ, ହେଲେ କାହିଁକି?

ପାଇପ୍ ଲାଇନ୍ ଅଛି, ଘର ଦୁଆର ମୁହଁରେ ଟ୍ୟାପ୍ ବି ଲାଗିଛି, ମାତ୍ର ପାଣି ବାହାରିବାରେ ନା ଧରୁନାହିଁ। ବାଧ୍ୟ ହୋଇ ନଳକୂଅ ଓ କୂଅରୁ ପାଣି ନେବାକୁ ଭିଡ଼ ଲଗାଇଛନ୍ତି ଲୋକେ। ଏମିକି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁରଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ଲୋଚାପଡ଼ା ଗାଁରେ

  • Wednesday, 14 July 2021