• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

father
କରୋନା କଟକଣା: ବାପାଙ୍କ ଶେଷଯାତ୍ରାରେ କାନ୍ଧ ଦେଇ ପାରୁନି ପୁଅ

ଝାରସୁଗୁଡା: ପୁଅର କାନ୍ଧକୁ ଅପେକ୍ଷା କରିଛି ବାପାଙ୍କ ମୃତଦେହ। ହେଲେ କରୋନା ପାଇଁ ଦୂର ଦେଶରେ ଥିବା ପୁଅ ଫେରି ପାରୁନି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ସାହସପୁର ଗାଁରେ। ଦୁଇ ଦିନ ତଳେ ଦିଲ୍ଲୀପ ନାଏକଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ କିପରି ଶବ ସତ୍କାର କରାଯିବ ? କାରଣ ଦୁଇ ପୁଅ ଯେ ପାଖରେ ନାହାନ୍ତି। ବାପାଙ୍କ ଶେଷ ଦର୍ଶନ ବି ପୁଅମାନେ କରିବାକୁ ବିକଳ। ହେଲେ […]

  • Monday, 12 July 2021
bbsr
କରୋନା ସତର୍କତା; ୫ଟି ହୋଟେଲରେ ଚଢ଼ଉ

ଭୁବନେଶ୍ୱର:କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ମଲ, ସିନେମାହଲ ବନ୍ଦ ରଖିବା ସହ ଲୋକଙ୍କୁ ସତର୍କ ରହିବା ପାଇଁ ଆହ୍ୱାନ ଦିଆଯାଉଛି। ବିଦେଶରୁ ଆସିଥିବା ଲୋକେ ରାଜ୍ୟ ସରକାରଙ୍କ ନିକଟରେ ୪୮ ଘଣ୍ଟା ମଧ୍ୟରେ ପଞ୍ଜୀକରଣ କରିବା ପାଇଁ କଟକଣା ଜାରି କରାଯାଇଛି। ଏହାବ୍ୟତୀତ ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ହୋଟେଲ ଓ ଗେଷ୍ଟ ହାଉସରେ ରହୁଥିଲେ ସରକାରଙ୍କୁ ସୂଚନା ଦେବାକୁ ହୋଟେଲ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସତ୍ତ୍ୱେ କିଛି […]

  • Monday, 12 July 2021
anganwadi
ଅଙ୍ଗନବାଡ଼ି ଶିଶୁଙ୍କ ପାଇଁ ଘରେ ପହଞ୍ଚିବ ରାସନ

ଭୁବନେଶ୍ୱର:କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ସମସ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସହରର ସମସ୍ତ ମଲ, ସିନେମା ହଲ ବନ୍ଦ ରଖିବା ପାଇଁ ଘୋଷଣା କରିବା ସହ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ପାଇଁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ କୁହାଯାଇଛି। ତେବେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହୁଥିବାରୁ ପିଲାମାନେ ଖାଦ୍ୟରୁ […]

  • Monday, 12 July 2021
IT
୧୪ ଦିନ ଭିତରେ ବାହାରକୁ ଯାଇଥିଲେ ଆଇଟି ଫାର୍ମ ମନା

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଏହାର ମୁକାବିଲା ପାଇଁ ଆଜି ଟ୍ୱିନ୍‌ ସିଟିରେ ଥିବା ଆଇଟି ଫାର୍ମ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି। ବିଗତ ୧୪ ଦିନ ଭିତରେ ବାହାରକୁ ଯାଇଥିବା କର୍ମଚାରୀଙ୍କୁ ଆଇଟି ଫାର୍ମ ଅଫିସ୍ ଆସିବାକୁ ମନା କରାଯାଇଛି। ବାହାରୁ ଫେରିଥିବା କର୍ମଚାରୀ ୧୪ ଦିନ ଘରେ ରହି କାମ କରିପାରନ୍ତି।  ଯଦି କାମ କରିବାକୁ ଅସମର୍ଥ ତାହେଲେ କମ୍ପାନୀ ପକ୍ଷରୁ ଛୁଟି ଦିଆଯାଉ […]

  • Monday, 12 July 2021
puri
ପୁରୀ ଯିବାପାଇଁ କଟକଣା; ସବୁ ପ୍ରବେଶ ପଥରେ ସ୍କ୍ରିନିଂ

ପୁରୀ: କରୋନା ପାଇଁ  ବିଭିନ୍ନ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି। ବିଶେଷ କରି ପର୍ଯ୍ୟଟନସ୍ଥଳୀ ପୁରୀରେ କଟକଣା ଜାରି କରାଯାଇଛି।  ଗତକାଲି ଠାରୁ ପିପିଲି ଟୋଲଗେଟ୍‌ରେ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଥିବା ବେଳେ ଆଜି ଜିଲ୍ଲାକୁ ଯାଇଥିବା ସମସ୍ତ ପ୍ରବେଶ ପଥରେ ସ୍କ୍ରିନିଂ କରାଯାଉଛି। ବ୍ରହ୍ମପୁର, ଜଗତସିଂହପୁର ଓ କଟକ ପଟୁ ଥିବା ପ୍ରବେଶ ପଥରେ ସ୍ୱାସ୍ଥ୍ୟ, ପରିବହନ ଓ ପୋଲିସ ପକ୍ଷରୁ ମିଳିତ ସ୍କ୍ରିଂନିଂ କରାଯାଉଛି । ଗୋଟିଏ ନିର୍ଦ୍ଦିଷ୍ଟସ୍ଥାନରେ ଜନଗହଳି ରୋକିବାକୁ […]

  • Monday, 12 July 2021
99900-1
ଅସ୍ତରଙ୍ଗ ସମୁଦ୍ର କୂଳରେ ଲାଗିଲା ବୋଏ

କୋଣାର୍କ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ତଣ୍ଡାହର ସମୁଦ୍ରକୂଳରେ ଆଜି ସକାଳୁ ଗୋଟିଏ ବୋଏ ଲାଗିଥିବା ଦେଖିବାକୁ ମିଳିଛି। ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା। ପରେ ଜଣାପଡ଼ିଥିଲା ଏହା ବନ୍ଦରରେ ଲାଗିଥିବା ଏକ ବୋଏ। ଏହାକୁ ବନ୍ଦରର ବିଭିନ୍ନ କାର୍ଯ୍ୟ ପାଇଁ ରଖାଯାଇଥାଏ। ଜାହାଜଗୁଡ଼ିକର ଦିଗ ନିରୂପଣରେ ସହଯୋଗ ସହ ଲଙ୍ଗର ପକାଇବା ଓ ସମୁଦ୍ରର ଢେଉ ନିୟନ୍ତ୍ରଣ କରିବା ଲାଗି ଏହାକୁ ବ୍ୟବହାର କରାଯାଇଥାଏ। ଅସ୍ତରଙ୍ଗରେ ଲାଗିଥିବା ବୋଏ କୌଣସି ଏକ ବନ୍ଦରରୁ ଭାସି […]

  • Monday, 12 July 2021
highcourt
ହାଇକୋର୍ଟରେ କେବଳ ଜରୁରୀ ମାମଲାର ଶୁଣାଣି କରାଯିବ

ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ସତର୍କତାମୂଳକ ପଦକ୍ଷେପ। ହାଇକୋର୍ଟରେ କେବଳ ଜରୁରୀ ମାମଲା ଶୁଣାଣି କରାଯିବ ବୋଲି ଜୁଡିସିଆଲ ରେଜଷ୍ଟ୍ରାରଙ୍କ ପକ୍ଷରୁ ସର୍କୁଲାର ଜାରି ହୋଇଛି । ଏହି ସର୍କୁଲାର ଅନୁସାରେ, ଆଜିଠାରୁ କେବଳ ଜରୁରୀ ମାମଲାର ଶୁଣାଣି ଛଡ଼ା ଅନ୍ୟ କୌଣସି ମାମଲାର ଶୁଣାଣି କରାଯିବ ନାହିଁ । ସେତେ ଗୁରୁତ୍ୱ ନ ଥିବା ମାମଲାର ଶୁଣାଣି ନ କରିବାକୁ ପରାମର୍ଶ। ଦିଆଯାଇଛି । ଶୁଣାଣି ପାଇଁ ଆସୁଥିବା ଅନ୍ୟ ମାମଲା ବର୍ତ୍ତମାନ ପାଇଁ […]

  • Monday, 12 July 2021
matric
ମାର୍ଚ୍ଚ ୧୯ରୁ ମାଟ୍ରିକ ଖାତା ଦେଖା, ଜାରି ହେଲା ଏମିତି କଟକଣା

ଭୁବନେଶ୍ୱର: ସରିଯାଇଛି ମାଟ୍ରିକ ପରୀକ୍ଷା। ଏବେ ଆରମ୍ଭ ହେବ ଖାତା ମୂଲ୍ୟାୟନ । କରୋନା ପାଇଁ ମାଟ୍ରିକ୍ ଖାତା ମୂଲ୍ୟାୟନ ବେଳେ କିପରି ସତର୍କତା ଅବଲମ୍ବନ କରିବ, ସେ ନେଇ ସବୁ ଡିଇଓ, ବିଇଓ ଓ ଚିଫ୍ ଏକ୍‌ଜାମିନରଙ୍କୁ ଭିଡିଓ କନଫରେନସିଂ ଜରିଆରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଏଥର ପରୀକ୍ଷା କେନ୍ଦ୍ରରେ ଗହଳି ରୋକିବାକୁ ସବଜେକ୍ଟ ଓ୍ୱାଇଜ୍ ଖାତା ଦେଖା ହେବ। ସକାଳ ୮ଟା ୩୦ରୁ ଅପରାହ୍ନ ୪ଟା ୩୦ଯାଏଁ […]

  • Monday, 12 July 2021
Capture
କରୋନାକୁ ନେଇ କେଉଁଠି କେମିତି କଟକଣା

ଭୁବନେଶ୍ୱର: ଓଡ଼ିଶାରେ କରୋନା ପଜିଟିଭ ବାହାରିବା ପରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜନଗହଳି, ଭିଡକୁ ରୋକିବା ପାଇଁ ଜାରି ହେଇଛି ଗାଇଡ ଲାଇନ୍‌। କେବଳ ଭୁବନେଶ୍ୱରରେ କରୋନା ପଜିଟିଭ ରୋଗୀ ବାହାରି ଥିଲେ ମଧ୍ୟ ସାରା ରାଜ୍ୟରେ ସଚେତନତା ଜାରି କରାଯାଇଛି। ଜାଣନ୍ତୁ କେଉଁଠି ଜାରି ହୋଇଛି କିପରି କଟକଣା। -ଆଜିଠାରୁ ରାଉରକେଲା ସହରରେ ଥିବା ସମସ୍ତ ସପିଂ ମଲ୍, କୋଚିଂ ସେଣ୍ଟର ବିବାହ ମଣ୍ଡପ ସବୁ ବନ୍ଦ ହେବ। କରୋନାକୁ ନେଇ […]

  • Monday, 12 July 2021
puri mandira
କରୋନା ସତର୍କତା: ଭକ୍ତଙ୍କୁ ଅରୁଣସ୍ତମ୍ଭ, ଗରୁଡ଼ସ୍ତମ୍ଭ ଛୁଇଁବା ମନା

ପୁରୀ: କରୋନା ଭୟରେ ଶ୍ରୀମନ୍ଦିରରେ ଲାଗିଲା କଟକଣା। ଶ୍ରୀମନ୍ଦିରରେ ପୂଜା ବେଳେ ମୁଖା ପିନ୍ଧିବେ ସେବାୟତ। କରୋନା ସତର୍କତାକୁ ନେଇ ଶ୍ରୀମନ୍ଦିର ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏଥିସହ ଏଠାକୁ ଆସୁଥିବା ଦର୍ଶନାର୍ଥୀ ନିଜ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମରେ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ରବିବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଲାଣି। ରାଜ୍ୟରେ ସତର୍କତା ସ୍ୱରୂପ ସିନେମା ହଲ, ସାଂସ୍କୃତିକ କାର୍ଯ୍ୟକ୍ରମ […]

  • Monday, 12 July 2021
taranga
ତରଙ୍ଗ ସିନେ ଉତ୍ସବକୁ ଫିକା କରିଦେଲା କରୋନା

ଭୁବନେଶ୍ୱର: କରୋନା ପାଇଁ ଫିକା ପଡ଼ିଗଲା ତରଙ୍ଗ ସିନେ ଉତ୍ସବ ଆୟୋଜନ । ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ନେଇ ସତର୍କତା ମୂଳକ ନିର୍ଦ୍ଦେଶନାମା ଜାରି ହେବା ପରେ ତରଙ୍ଗ ସିନେ ଉତ୍ସବ ୨୦୨୦ ପାଇଁ ନିମନ୍ତ୍ରିତ ଅତିଥିଙ୍କୁ ନ ଆସିବା ଲାଗି ଅନୁରୋଧ କରାଯାଇଛି । କରୋନା ସତର୍କତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ସୂଚନାଥାଉ କି, ଆଜି ତରଙ୍ଗ ସିନେ ଉତ୍ସବର ଆୟୋଜନ କରାଯାଇଥିଲା। ହେଲେ ଗତକାଲି […]

  • Monday, 12 July 2021
delhi
ହାଇକୋର୍ଟରେ ଜାରି ହେଲା କରୋନା କଟକଣା

କଟକ: ସାରା ବିଶ୍ୱର କରୋନା ଭାଇରସ୍‌ ନିଜର କାୟା ବିସ୍ତାର କରି ଚାଲିଛି। ଏହି ଭାଇରସ୍‌ କବଳରୁ ରକ୍ଷା ପାଇବା ପାଇଁ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଅବଲମ୍ବନ କରାଯାଉଛି। ସୁପ୍ରିମକୋର୍ଟରେ କରୋନା ପାଇଁ କଟକଣା ଜାରି କରାଯାଇଥିବା ବେଳେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ମଧ୍ୟ  କରୋନା କଟକଣା ଜାରି ହୋଇଛି। ହାଇକୋର୍ଟ ପକ୍ଷରୁ କୁହାଯାଇଛି, କୋର୍ଟରୁମ୍‌ ପରିସରରେ ଭିଡ଼କୁ ଏଡାଇବା ପାଇଁ ଭିତରକୁ କେବଳ ବାଦି ଓ ପ୍ରତିବାଦିଙ୍କ ଓକିଲ ଯାଇପାରିବେ। ଏକ ସମୟରେ ୧୦ଟି ମାମଲାର ଆଇନଜୀବୀ […]

  • Monday, 12 July 2021
corona-oia
ଇରାନ୍‌ରେ ଫସିଛନ୍ତି ଓଡ଼ିଶାର ଯୁବକ, ଉଦ୍ଧାର ପାଇଁ ହସ୍ତକ୍ଷେପ କଲେ ବୈଜୟନ୍ତ

କଟକ: ଇରାନରେ କରୋନାର ଭୟାବହତା ବୃଦ୍ଧି ପାଉଥିବାବେଳେ ସେଠାରେ ଫସି ରହିଛନ୍ତି ଜଣେ ଓଡ଼ିଶାର ଜଣେ ଯୁବକ। ତାଙ୍କ ନାଁ  ସୟଦ ମୁଜଫିର୍ ରେହମାନ୍ ଓ ଘର କଟକ ନିମଚୌଡ଼ି ଅଞ୍ଚଳରେ। ତାଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବା ପାଇଁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି। ଏ ନେଇଳ ସେ ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଜଣାଇଥିଲେ। ପରିବାର ଲୋକଙ୍କଠାରୁ ଜାଣିବା ପରେ ରେହମାନଙ୍କୁ ତୁରନ୍ତ ଉଦ୍ଧାର କରି ଭାରତ ଫେରାଇ ଆଣିବା […]

  • Monday, 12 July 2021
shambhavi
ଜଙ୍ଗଲ ସୁରକ୍ଷା ପାଇଁ ହୀରାଧରଙ୍କୁ ମିଳିଲା ଶାମ୍ଭବୀ ପୁରସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ହୋଇଯାଇଛି ସପ୍ତମ ଶାମ୍ଭବୀ ପୁରସ୍କାର ପ୍ରଦାନ ଉତ୍ସବ । ଜଙ୍ଗଲ ସୁରକ୍ଷା ପାଇଁ ଦେବଗଡ଼ର ହୀରାଧର ସାହୁଙ୍କୁ ମିଳିଛି ସପ୍ତମ ଶାମ୍ଭବୀ ପୁରସ୍କାର । ହୀରାଧର ଜିଲ୍ଲା ଜଙ୍ଗଲ ସୁରକ୍ଷା ମଞ୍ଚ ଦ୍ୱାରା ପ୍ରାୟ ୧୬ ବର୍ଗ କିଲୋମିଟର ଜଙ୍ଗଲକୁ ଗାଁ ଲୋକଙ୍କ ଦ୍ୱାରା ସୁରକ୍ଷିତ ଓ ସଂରକ୍ଷିତ କରିପାରିଛନ୍ତି। ଏହି ଅବସରରେ  ତାଙ୍କୁ ମାନପତ୍ର ସହ ୨ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର […]

  • Monday, 12 July 2021
hike
ପେନସନଧାରୀଙ୍କ ମହଙ୍ଗା ଭତ୍ତା ୫% ବଢିଲା

ଭୁବନେଶ୍ୱର: ପେନସନ୍ ହୋଲଡରମାନଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପେନସନଧାରୀଙ୍କ ପାଇଁ ଘୋଷଣା କରିଛନ୍ତି ଅଧିକ  ମହଙ୍ଗା ଭତ୍ତା। ପେନସନଧାରୀମାନେ ୨୦୧୯ ଜୁଲାଇ ୧ରୁ ଏହି ବର୍ଦ୍ଧିତ ଭତ୍ତା ପାଇବେ। ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ୨୦୨୦ ଜାନୁୟାରୀ ୧ରୁ ମହଙ୍ଗା ଭତ୍ତା(ଡିଏ) ଘୋଷଣା କରିଥିବା ପେନସନଧାରୀଙ୍କ ପାଇଁ ୨୦୧୯ ଜୁଲାଇ ୧ରୁ ମହଙ୍ଗା ଭତ୍ତା ଘୋଷଣା କରିଛନ୍ତି। ଏହା ଦ୍ୱାରା ପ୍ରାୟ ୩ଲକ୍ଷ ପେନସନଧାରୀ ଉପକୃତ ହେବେ। ଏ ନେଇ ଗତକାଲି ରାଜ୍ୟ […]

  • Monday, 12 July 2021
child
ନବଜାତକକୁ ମଶାଣିରେ ଛାଡ଼ି ପଳାଇଲେ

ଅନୁଗୁଳ: ମଶାଣିରୁ ଉଦ୍ଧାର ମିଳିଲା  ନବଜାତ ଶିଶୁ କନ୍ୟା। ଏହାକୁ ନେଇ ଅନୁଗୁଳର ନାଲକୋ ଥାନା ବଳରାମ ପ୍ରସାଦ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି। ଆଜି ସକାଳୁ ବଳରାମ ପ୍ରସାଦ ମଶାଣିରୁ ଏହି ନବଜାତ ଶିଶୁକୁ ଉଦ୍ଧାର କରାଯାଇଛି। ସକାଳୁ ଜଣେ ମହିଳା ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଶିଶୁଟିର କାନ୍ଦ ଶୁଣିଥିଲେ। ସେ ଦେଖିଲେ ମଶାଣି ନିକଟରେ ଏକ ବ୍ୟାଗ ପଡ଼ିଛି।  ଏହାପରେ ଏକ ବ୍ୟାଗରୁ ସେ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିଲେ। […]

  • Monday, 12 July 2021
pradip nayak
ଜିତିବା ସମ୍ଭାବନା ନାହିଁ, କାହିଁକି ପ୍ରାର୍ଥୀ ଦେବୁ-ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: ରାଜ୍ୟସଭାର ଚତୁର୍ଥ ପ୍ରାର୍ଥୀ ଦେବ କି ବିଜେପି ? ବିଜେଡି ପ୍ରାର୍ଥୀ ବିରୋଧରେ ଲଢ଼ିବ କି ବିଜେପି ? ଏସବୁ ପ୍ରସଙ୍ଗକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଭିତରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ବିଜେପି ଚତୁର୍ଥ ସିଟରେ ଜିତିବା ସମ୍ଭାବନା ନାହିଁ। ତେଣୁ କାହିଁକି ଏହି ସିଟ୍ ପାଇଁ ପ୍ରାର୍ଥୀ ଦେବ ? ସଂଖ୍ୟା ଦୃଷ୍ଟିରୁ ବିଜେପି ପଛରେ ଥିବାରୁ ଏହି ନିର୍ବାଚନ ଲଢ଼ିବନି। କଂଗ୍ରେସ ସହ କୌଣସି […]

  • Monday, 12 July 2021
43258
ନାମାଙ୍କନ ପତ୍ର ଦାଖଲ କଲେ ୪ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ବିଜେଡି ପ୍ରାର୍ଥୀ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗହଣରେ ଆସି ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିଲେ। ବିଜେଡି ପ୍ରାର୍ଥୀ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ନାମାଙ୍କନ ଦାଖଲ କରିଛନ୍ତି । ବିଧାନସଭାରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ BJDର ୪ ଜଣଯାକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ୧୩ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ […]

  • Monday, 12 July 2021
masani
ମଶାଣିରୁ ଗାଏବ ହୋଇଗଲା ନାବାଳିକା ଶବ

ନବରଙ୍ଗପୁର: ଶ୍ମଶାନରୁ ଗାଏବ ହୋଇଯାଇଛି ମୃତଦେହ।  ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ପୁଜାରିଗୁଡ଼ା ଗାଁ ଶ୍ମଶାନରେ ଘଟିଛି ଏପରି ଘଟଣା। କେହି ମୃତଦେହ ଖୋଳି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ସ୍ଥାନୀୟ ସାନଭରଣ୍ଡି ଗାଁର ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ।  ପରିବାର ଲୋକେ ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପୂଜାରୀଗୁଡ଼ା ସ୍ଥିତ ଗାଁ ଶ୍ମଶାନରେ ପୋତି ଦେଇଥିଲେ । ତେବେ ଆଜି ସକାଳେ ଶ୍ମଶାନରୁ କେହି ମୃତଦେହ ବାହାର କରି ନେଇଥିବା ଦେଖିବାକୁ ମିଳିଥିଲା ମୃତକଙ୍କ […]

  • Monday, 12 July 2021
kathahodi
କାଠଯୋଡ଼ିରେ ବୁଡ଼ିଗଲେ ୨ ଯୁବକ

କଟକ: ହୋଲି ଆଣି ଦେଲା ଦୁଃଖ। ହୋଲି ଖେଳ ସରିବା ପରେ ଗାଧୋଇବାକୁ ଯାଇଥିଲେ। ଚାଲିଗଲା ଦୁଇ ଜୀବନ। ଏପରି ଦୁଃଖଦାୟକ ଘଟଣା ଘଟିଛି କଟକ ଜିଲ୍ଲା ୪୨ ମୌଜା ଘାଟକୂଳ ନିକଟରେ ।ମୃତକ ଦ୍ୱୟ ହେଲେ ନିଶାନ୍ତ ପାଢ଼ୀ ଓ ଶୁଭମ୍ କୁମାର ବେହେରା। ସେମାନଙ୍କ ଘର ନେତାଜୀ ନଗର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏହି ଦୁଇ ସାଙ୍ଗ ଆଜି ହୋଲି ଖେଳିସାରି କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ସେମାନଙ୍କ […]

  • Monday, 12 July 2021
balasore
ଷଣ୍ଢ କଚାଡ଼ି ଦେଲା, ଟ୍ରକ ଚଢିଗଲା

ସୋର: ମୃତ୍ୟୁ ଆସେ ଅତର୍କିତ। ଏମିତି ଅତର୍କିତ ଆସେ ଯେ ସହଜରେ ଗ୍ରହଣ କରି ହୁଏନି। ଯେମିତି  ଆସିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ନରେନ୍ଦ୍ର ଜେନାଙ୍କ ପାଖକୁ। ରଙ୍ଗ କିଣିବା ପାଇଁ ଘରୁ ବାହାରିଗଲେ, ଆଉ ଫେରିଲେନ। ଫେରିଲା ତାଙ୍କର ମୃତଦେହ। ସୋର ଅଞ୍ଚଳର  ମହୁମୁହାଣ ଗାଁର ନରେନ୍ଦ୍ର।  ହୋଲି ପାଇଁ ଆଜି ସକାଳୁ ସକାଳୁ ବଜାରକୁ ରଙ୍ଗ କିଣିବାକୁ ଯାଇଥିଲେ । ଏହି ସମୟରେ ରାସ୍ତା ଉପରେ ଷଣ୍ଢ ଲଢେଇ କରୁଥିଲେ। ସେମାନଙ୍କୁ ଅତିକ୍ରମ […]

  • Monday, 12 July 2021
5-t
ଖାନନଗରକୁ ଉଠିଯିବ କଟକ ବାଦାମବାଡ଼ି ବସଷ୍ଟାଣ୍ଡ

କଟକ: ଖାନନଗର ନିକଟକୁ ଘୁଞ୍ଚିବ କଟକ ବାଦାମବାଡ଼ି ବସଷ୍ଟାଣ୍ଡ।  ବିଶ୍ୱନାଥ ପାଠାଗାର ନିକଟ ୩୦ ଏକର ଜମିକୁ ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର କରାଯିବ। ଆଜି ସକାଳୁ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ କଟକ ଗସ୍ତ ପରେ ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ ସାମଲ। ଫାଇଭ୍-ଟି ସଚିବ ଭି. କେ. ପାଣ୍ଡିଆନ ଆଜି ବଡ଼ି ଭୋରରୁ କଟକ ଗସ୍ତରେ ଯାଇଥିଲେ। କଟକରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାମର ଅନୁଧ୍ୟାନ କରିଥିଲେ। ପ୍ରଥମେ ବାଦାମବାଡ଼ିରେ ପହଞ୍ଚି ବସଷ୍ଟାଣ୍ଡ ବୁଲି […]

  • Monday, 12 July 2021
Untitled-1
ଓଡ଼ିଶାରେ କରୋନା; ଅବଜରଭେସନରେ ଅଛନ୍ତି ୧୩୩ ସନ୍ଦିଗ୍ଧ

କଟକ: ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି କରୋନା। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କରୋନା ମୃତକଙ୍କ ସଂଖ୍ୟା ୪୨୯୪କୁପ ବୃଦ୍ଧି ପାଇଛି। ଓଡ଼ିଶା ମଧ୍ୟ କରୋନା କୋପରୁ ବାଦ୍‌ ପଡ଼ିନି।  ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି।  କଟକ SCBରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଜି ଜଣଙ୍କର ରକ୍ତ, ସ୍ୱାବ ନମୁନା RMRCକୁ ପରୀକ୍ଷା ପାଇଁ ପଠାଯିବ । ଗତକାଲି ୩ କରୋନା ସନ୍ଦିଗ୍ଧଙ୍କ ମଧ୍ୟରୁ ୨ ଜଣଙ୍କ ରିପୋର୍ଟ ନେଗେଟିଭ […]

  • Monday, 12 July 2021
Mo-Bus
ଅପରାହ୍‌ଣ ୨ଟା ଯାଏ ଗଡ଼ିବନି ‘ମୋ ବସ୍‌’

ଭବନେଶ୍ୱର:  ଆଜି ବନ୍ଦ ରହିବ ‘ମୋ ବସ୍’ ସେବା। ଆଜି ହୋଲି ପର୍ବ ଥିବାରୁ ‘ମୋ ବସ୍’ ସେବା ସକାଳୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଅପରାହ୍‌ଣ ୨ଟା ପରଠୁ ବସ୍‌ ଚଳାଚଳ ସ୍ୱାଭାବିକ ହେବ। ମାଷ୍ଟର କ୍ୟାଣ୍ଟିନରେ ଥିବା କାଉଣ୍ଟର ମଧ୍ୟ ଆଜି  ବନ୍ଦ ରହିବ। ଏଥିପାଇଁ ଆଜି ଟ୍ୱିନ୍ ସିଟି ଯାତ୍ରୀ ମୋ ବସ୍ ସେବାରୁ କିଛି ଘଣ୍ଟା ପାଇଁ ବିରତ ରହିବେ।  ଏନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ […]

  • Monday, 12 July 2021
tathagata
ତଥାଗତଙ୍କ ଟ୍ୱିଟ ବାଣ; ଆରଏସ୍ ପାଇଁ ଗୁଲୁକୁ ସମର୍ଥନ

ଭୁବନେଶ୍ୱର:ଭାରତର ବିଶିଷ୍ଟ ରାଜନେତା ତଥା ଲେଖକ ଶଶି ଥରୁରଙ୍କ ଇଂଲିଶକୁ  ବୁଝିବାବେଳେ ଯେମିତି ଅନେକଙ୍କ ମୁଣ୍ଡ ଘୂରାଇ ଦିଏ, ସେମିତି ବିଶିଷ୍ଟ ରାଜନେତା ତଥା ସଂପାଦକ ତଥାଗତ ସତପଥୀଙ୍କ ଲେଖା ବି ସେମିତି ଅନେକ ସମୟରେ ବୁଝିବା କଷ୍ଟକର ହୋଇପଡ଼େ। ସମ୍ପାଦକରୁ ରାଜନେତା ଓ ପରେ ରାଜନୀତିରୁ ଏକପ୍ରକାର ସନ୍ନ୍ୟାସ ନେଇଥିବା ତଥାଗତଙ୍କ ଏକ ଫଟୋ ସହ ଟ୍ୱିଟ୍‌ ଏବେ ସୋଶାଲ ମିଡିଆରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସମଝଦାରଙ୍କୁ ଇଶାରା କାଫି ଭଳି  ତଥାଗତଙ୍କ ଏହି […]

  • Monday, 12 July 2021