• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Untitled-1
ବିଶୃଙ୍ଖଳିତ ଆଚରଣ ପାଇଁ ଏଚ୍‌ଆରପିସି ଆଇଜିଙ୍କ ଅଫିସ୍ ଆଗରେ ଝୁଲିଲା ଲଟ୍‌କା

ଭୁବନେଶ୍ୱର: ଏଚ୍‌ଆରପିସି ଆଇଜିଙ୍କ ଅଫିସ୍ ଆଗରେ ଲଟ୍‌କା। ରାଜ୍ୟ ପୋଲିସ ବିଭାଗର ଆଇଜି ପାହ୍ୟାରେ କାର୍ଯ୍ୟରତ ଏନ୍.ବି. ଭାରତୀଙ୍କ ଅଫିସ୍ ସାମ୍ନାରେ ଝୁଲୁଛି ଲଟ୍‌କା। ଭାରତୀ ଗୃହ ବିଭାଗର ନୋଟିସ୍ ଗ୍ରହଣ ନକରିବା ଏବଂ ସେହି ନୋଟିସ୍ ତାଙ୍କୁ କୌଣସି ସ୍ଥାନରେ ବି ଦିଆଯାଇ ନପାରିବା ଯୋଗୁଁ କଟକ ବକ୍ସିବଜାରସ୍ଥିତ ପୋଲିସ ମୁଖ୍ୟାଳୟ ପରିସରରେ ଥିବା ତାଙ୍କ ଅଫିସ୍ ସାମ୍ନାରେ ଲଟ୍‌କା ଝୁଲାଇ ଦିଆଯାଇଛି । ବିଶୃଙ୍ଖଳିତ ଆଚରଣ ପାଇଁ ଭାରତୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା […]

  • Monday, 12 July 2021
download
ବଜେଟ୍‌ରେ କୃଷି ପାଇଁ ୧୯, ୪୦୮ କୋଟି ଟଙ୍କା

ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ୱାରା  ବିଧାନସଭାରେ ଉପସ୍ଥାପିତ ହୋଇଯାଇଛି। ଦେଢ଼ ଲକ୍ଷ କୋଟି ଟଙ୍କାର ଏହି ବଜେଟରେ ପୁଞ୍ଜିନିବେଶ, ଭିତ୍ତିଭୂମି ଉନ୍ନୟନ, ଟ୍ରାନ୍ସଫରମେସନ୍ ଓ ବିକାଶକୁ ଗୁରୁତ୍ୱ ଦିଆଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୯ହଜାର ୪୦୮ କୋଟି ଟଙ୍କାର କୃଷି ବଜେଟକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗତକାଲି ବିଧାନସଭାରେ ଆଗତ କରିଛନ୍ତି । କୃଷକମାନଙ୍କର ମହତ ବୃତ୍ତିକୁ ସହଯୋଗ ଓ ସେମାନଙ୍କୁ […]

  • Monday, 12 July 2021
Capture
ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ରାସ୍ତାରେ ପିଟିଲେ

ପୁରୀ: ହଜି ଯାଉଛି ମାନବିକତା। ଅନ୍ଧବିଶ୍ୱାସର ଅନ୍ଧଗଳିରେ ବାଟବଣା ହୋଇଯାଉଛି ସମ୍ପର୍କ। ଅନ୍ଧବିଶ୍ୱାସର ପୁଣି ଏକ କରୁଣ ପରିଣତି ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ଅଞ୍ଚଳରେ। ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ଗାଁ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।  ଘଟଣା ଘଟିଛି ପୁରୀ କୃଷ୍ଣପ୍ରସାଦ ବ୍ଲକର ନୂଆପଡ଼ା ଜଙ୍ଗଲି ନୂଆ ସାହିରେ ା ସ୍ଥାନୀୟ ଅଞ୍ଚଳର ହାଡ଼ିଆ ଜେନା ନାମକ ବ୍ୟକ୍ତି ଓ ତାଙ୍କ […]

  • Monday, 12 July 2021
Untitled-2
ବଜେଟ୍‌ ୨୦୨୦-୨୧ ହେବ ପେପରଲେସ୍‌

ଭୁବନେଶ୍ୱର: ପେପରଲେସ୍ ହେବ ରାଜ୍ୟ ବଜେଟ୍। ୨୦୨୦-୨୧ ବର୍ଷ ପାଇଁ ଆଜି ଉପସ୍ଥାପିତ ହେବାକୁ ଯାଉଥିବା ରାଜ୍ୟ ବଜେଟ। ଏହି ବଜେଟ ହେବ ପେପରଲେସ୍ । ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏହି କାରଣରୁ  ଛପା ଯାଇ ନାହିଁ ବଜେଟ ପୁସ୍ତିକା । ଏଥିଯୋଗୁ ୭୫ ଲକ୍ଷ ପେଜ୍ କାଗଜ ବଞ୍ଚିଯିବ । ଡିଜିଟାଲ ମେଥଡ୍‌ରେ ଏଥର ଉପସ୍ଥାପିତ ହେବ ବଜେଟ୍। ଯଦି ପୁସ୍ତିକା ଛପା ଯାଇଥାନ୍ତା, ତେବେ ଏଥିଲାଗି ହଜାରେରୁ ଅଧିକ ଗଛ କାଟିବାକୁ […]

  • Monday, 12 July 2021
joy panda
ରୋଗାକ୍ରାନ୍ତ ଛାତ୍ରୀଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ବୈଜୟନ୍ତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡ଼ାରେ ପହଞ୍ଚି ସେ ସ୍ନାୟୁ ଜନିତ ରୋଗରେ ପୀଡିତ କୃତୀ ଛାତ୍ରୀ ଅନୁଷ୍କା ଦାସଙ୍କୁ ଭେଟିଛନ୍ତି। ଅନୁଷ୍କାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ସହାୟତାର ହାତ ବଢାଇଛନ୍ତି। ମେଧାବୀ ଛାତ୍ରୀ ଅନୁଷ୍କା ଗୋଡ ଯନ୍ତ୍ରଣା ହେବାରୁ ପ୍ରଥମେ କେନ୍ଦ୍ରାପଡା ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ପରେ କଟକ, ଭୁବନେଶ୍ୱର ଓ ବାଙ୍ଗାଲୋର ଭଳି ବହୁ ବଡ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ହେଲେ ସବୁଥିରୁ ବିଫଳ […]

  • Monday, 12 July 2021
abdo
ଆଖି ବୁଜିଲେ ଦୁର୍ଘଟଣାରେ ଗୁରୁତର ଏବିଡିଓ

ବଲାଙ୍ଗିର: ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ବଲାଙ୍ଗିର ଜିଲ୍ଲା ବେଲପଡ଼ା ABDO ରାମବିଳାସ ମଙ୍ଗରାଜର ଆଜି ସକାଳେ ମୃତ୍ୟୁ ଘଟିଛି।  ABDO ରାମବିଳାସ ମଙ୍ଗରାଜ ଗତକାଲି କାରରେ ଯାଉଥିବାବେଳେ ବଙ୍ଗୋମୁଣ୍ଡାରେ ଦୁର୍ଘଟଣାର ଶିକାର ହୋଇଥିଲେ।  ତାଙ୍କ କାର୍ ବଙ୍ଗୋମୁଣ୍ତା ନିକଟ ଏମିନିଟି ସେଣ୍ଟର ପାଖରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇ ଯାଇଥିଲା। ସେ ଗୁରୁତର ହୋଇଥିଲେ। ତାଙ୍କୁ ରାୟପୁର ନିଆଯାଉଥିଲା। ତେବେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ନୂଆପଡ଼ା […]

  • Monday, 12 July 2021
naveen-patnaik-
ଆରମ୍ଭ ହେବ ଓବିସି ଚିହ୍ନଟ ପ୍ରକ୍ରିୟା

ଭୁବନେଶ୍ୱର: ବିଧାନସଭାରେ ପାରିତ ହେଲା ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ ସଂଶୋଧନ ବିଲ୍-୨୦୨୦। ଏହି ବିଲ୍ ଅନୁଯାୟୀ, ଏଣିକି ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ପଛୁଆ ବର୍ଗଙ୍କ ଚିହ୍ନଟ କରିବେ। ଏନେଇ ଅଲଗା ଜଣଗଣନା ହେବ॥ ରାଜ୍ୟ ପଛୁଆ ବର୍ଗ କମିଶନ, ପଛୁଆ ବର୍ଗଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତିର ସର୍ଭେ କରିବେ । ୧୯୩୧ ମସିହାରୁ ପଛୁଆ ବର୍ଗଙ୍କ ଗଣନା ହୋଇ ନାହିଁ। ଏବେ ଯେଉଁ ତଥ୍ୟ ଅଛି, ତାହ ୯୦ ବର୍ଷ ତଳର […]

  • Monday, 12 July 2021
budget
ଆଜି ରାଜ୍ୟ ବଜେଟ୍‌; ଫୋକସରେ ରହିପାରେ ଫାଇଭ୍ ଟିି, ମୋ ସରକାର

ଭୁବନେଶ୍ୱର: ଆଜି ରାଜ୍ୟ ବେଜଟ୍‌।  ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଜି ଗୃହରେ ଉପସ୍ଥାପିତ ହେବ ବଜେଟ୍‌। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ବଜେଟ ଉପସ୍ଥାପନ କରିବେ । ଏଥର ରାଜ୍ୟ ବଜେଟର ଆକାର ବଢି ୧ ଲକ୍ଷ ୫୩ ହଜାର କୋଟି ଛୁଇଁବାର ସମ୍ଭାବନା ରହିଛି। ଫୋକସରେ ରହିପାରେ ଫାଇଭ୍ ଟିି, ମୋ ସରକାର ସହ ପୁରୀ, ଲିଙ୍ଗରାଜ ଆଦି ତୀର୍ଥସ୍ଥଳୀର ବିକାଶ । ଏସବୁ ବାଦ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପୁଞ୍ଜିନିବେଶ […]

  • Monday, 12 July 2021
congress-2
ପୁରୀ କଂଗ୍ରେସ ଭବନରେ ଦୁଇଗୋଷ୍ଠୀ ମାର୍‌ପିଟ; ଲୁହାରଡ ମାଡରେ ୩ ଛାତ୍ରନେତା ଗୁରୁତର

ପୁରୀ: କଂଗ୍ରେସ୍‌ରେ ଗୋଷ୍ଠୀ କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି।  ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ସ୍ଥିତି ଆହୁରି ଖରାପ ହେଲା ପରି ଲାଗୁଛି। ଏହାର ଦୃଶ୍ୟ ଆଜି ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ। ପୁରୀ ଜିଲ୍ଲା କଂଗ୍ରେସରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି! ତାହା ପୁଣି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପରି ନେତାଙ୍କ ଉପସ୍ଥିତିରେ ।  ଆକ୍ରମଣରେ ୩ ଜଣ ଛାତ୍ର ନେତା ଗୁରୁତର ଆହତ ହୋଇଛନ୍ତି। […]

  • Monday, 12 July 2021
fire mishap
ରୋଷେଇ କରୁଥିଲେ, ଜୀବନ୍ତ ଜଳିଗଲେ

ଭଦ୍ରକ: ନିଆଁ ଲାଗି ମହିଳା ଜୀବନ୍ତ ଦଗ୍ଧ। ଭଦ୍ରକ ଜିଲ୍ଲା ବାଁସଡ଼ା ଥାନା ଚରଦିଆ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ମୃତ ମହିଳା ଜଣକ ହେଲେ ପୂର୍ଣ୍ଣିମା ମହାଳିକ। ସକାଳୁ ପୂର୍ଣ୍ଣିମା ଗ୍ୟାସରେ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ କରି ନିଆଁ ଲାଗି ଯାଇଥିଲା। ଚାହୁଁ ଚାହୁଁ ନିଆଁ ଚାଳ ଛପର ଘରକୁ ବ୍ୟାପିଥିଲା। ଫଳରେ ପୂର୍ଣ୍ଣିମା ଘରୁ ବାହାରିବାର ସୁଯୋଗ ପାଇ ନ ଥିଲେ। ଘର ଭିତରେ ଜୀଅନ୍ତା ଜଳି ଯାଇଥିଲେ ା ଅଗ୍ନିକାଣ୍ଡରେ […]

  • Monday, 12 July 2021
minister
ଶିକ୍ଷାଗତ ଯୋଗ୍ୟତା ନେଇ ମିଛ କହିଲେ ମନ୍ତ୍ରୀ !

ଭୁବନେଶ୍ୱର: ମିଥ୍ୟା ସତ୍ୟପାଠ ଅଭିଯୋଗ ମାମଲାରେ ଫସିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସତ୍ୟପାଠରେ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତାକୁ ନେଇ ମନ୍ତ୍ରୀଙ୍କୁ ଘେରିଛି କଂଗ୍ରେସ। ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଛନ୍ତି-“ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍‌ ସହଯୋଗୀ ତଥା ବର୍ତ୍ତମାନର ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ୨୦୦୪ରୁ ୨୦୧୯ ମସିହା ଭିତରେ ଦାଖଲ ହୋଇଥିବା ୪ଟି ସତ୍ୟପାଠରେ ୩ ପ୍ରକାର ତଥ୍ୟ ଦେଇଛନ୍ତି। ୨୦୦୪ ମସିହା ଦାଖଲ କରିଥିବା […]

  • Monday, 12 July 2021
romia
ରାଜଧାନୀରେ ରୋଡ ରୋମିଓଙ୍କୁ ଛେଚିଲେ ଯୁବତୀ

ଭୁବନେଶ୍ୱର: ଅସୁରକ୍ଷିତ ରାଜଧାନୀ ଭୁବନେଶ୍ୱର। ପ୍ରତିପାଦରେ ଯେମିତି ରହିଛି ବିପଦ। ରୋଡ ରୋମିଓମାନଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲଗିଛି। ଆଜି ରାଜଧାନୀ ଭୁବନେଶ୍ୱରରେ ଏମିତି ଏକ ଘଟଣା ଘଟିଛି। ଜଣେ ଯୁବକ ନିଛାଟିଆ ରାସ୍ତାରେ ଯାଉଥିବା ଯୁବତୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅବଶ୍ୟ ଏପରି କାମ ତାଙ୍କ ପାଇଁ ମହଙ୍ଗା ପଡ଼ିଛି। କାରଣ ଯୁବତୀଜଣକ ତାଙ୍କୁ ଏମିତି ଉତ୍ତମ ମଧ୍ୟମ ଦେଇଛନ୍ତି, ସାରା ଜୀବନ ତାଙ୍କର ମନେ ରହିବ। ଏହାର ଭିଡିଓ ଏବେ ଭାଇରାଲ […]

  • Monday, 12 July 2021
Capture-1
କଥା ରଖିଲେନି ପ୍ରେମିକ, ବନ୍ଧା ହେଲେ

ଫୁଲବାଣୀ:ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା। ଏପରି ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଏସ୍‌ଓଜି ଯବାନ। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ। ଗିରଫ ଯବାନଙ୍କ ନାଁ ଦେବରାଜ କର୍ଣ୍ଣ। ପୁଲିସ୍ ଦେବରାଜଙ୍କୁ ସମ୍ୱଲପୁର ଅଞ୍ଚଳରୁ ଗିରଫ କରିଛ। ଯବାନ ଜଣକ ସ୍ଥାନୀୟ ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ତାଙ୍କ ସହ ସମ୍ପର୍କ ରଖିଥିଲେ। ହେଲେ ବିବାହ କରିବାକୁ ମନା କରିବାରୁ ଯୁବତୀଜଣକ ଗତ ୩ ତାରିଖରେ କନ୍ଧମାଳ ଏସ୍‌ପିଙ୍କ ଦ୍ୱାରସ୍ଥ […]

  • Monday, 12 July 2021
egg-1
ସାବଧାନ ! ବଜାରରେ ମିଳୁଛି ପ୍ଲାଷ୍ଟିକ ଅଣ୍ଡା

 ବାଲେଶ୍ୱର: ବାଲେଶ୍ୱରରେ ମିଳୁଛି ନକଲି ଅଣ୍ଡା। ତାହା ପୁଣି ଦିଆଯାଉଛି ଅଙ୍ଗନୱାଡ଼ି କେନ୍ଦ୍ରରେ। ଛୋଟ ପିଲାଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି  ସରକାର ଯୋଗାଉଛନ୍ତି  ମାଗଣା ସୁଷମ ଖାଦ୍ୟ। ହେଲେ ଏପରି ସୁଷମ ଖାଦ୍ୟ ଛୋଟ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଉତ୍ତମ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ଜଳେଶ୍ୱର ବ୍ଲକ ସୁଖଦୁଖିଆ ଗାଁର ମହୁଲିଆ ଅଙ୍ଗନବାଡ଼ିରୁ ପ୍ରତିଦିନ ଭଳି ଗତକାଲି ମଧ୍ୟ ମିଳିଥିଲା ଅଣ୍ଡା। ପିଲା ଘରକୁ ୭ଟି ଲେଖାଏ ଅଣ୍ଡା ନେଇ […]

  • Monday, 12 July 2021
kanasa
ଘର ଭଙ୍ଗା ତାଲିକା ଦେଖି ତାତିଲେ ଲୋକେ

ପୁରୀ: ଫୋନି ଘର ଭଙ୍ଗା ତାଲିକାରେ ପ୍ରକୃତ ହିତାଧିକାରୀଙ୍କ ନାଁ ନଥିବା ଅଭିଯୋଗ। ପ୍ରତିବାଦରେ ପୁରୀ ଜିଲ୍ଲା କଣାସ ବ୍ଲକ ଘେରାଉ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ବିପନ୍ନ ମାନଙ୍କର ଜିଓ ଟ୍ୟାଗ କରାଯାଇଥିବା ବେଳେ ଅନ୍ତିିମ ତାଲିକାରେ ସେମାନଙ୍କ ନାମ ନଥିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସେପଟେ ଏହି ତାଲିକାରେ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଥିବା ଅଭିଯୋଗ ହୋଇଛି।  ଯଥାଶୀଘ୍ର ଯୋଗ୍ୟଙ୍କୁ ତାଲିକାରେ ସାମିଲ୍ କରିବା ସହ ଅଯୋଗ୍ୟଙ୍କୁ ବାଦ୍ ଦେବାକୁ ଦାବି କରି […]

  • Monday, 12 July 2021
child
ଦୃଷ୍ଟିହୀନ ମା’ ପାଇଁ ସମର୍ପିତ ଶ୍ରବଣକୁମାର

କୋରାପୁଟ: ଯେଉଁ ବୟସରେ ଖେଳି ବୁଲିବା ସହ ପାଠ ପଢିବା କଥା, ସେହି ବୟସରେ ଏବେ ପରିବାରର ବୋଝ । ପରିବାର କହିଲେ ଦୃଷ୍ଟିହୀନ ମାଆ। ତାଙ୍କର ସେବା ସେ ନ କଲେ କିଏ କରିବ ? ତେଣୁ ୧୦ବର୍ଷର ପିଲାଟି ଜନ୍ମଦାତ୍ରୀ ମାଆକୁ ନିଜ ହାତରେ ରୋଷେଇ କରି ଖୁଆଇ ଦେଉଛି, ପାଖେ ପାଖେ ରହି ସେବା କରି ଚାଲିଛି। ହେଲେ ତା’ ମନରେ ଦୁଃଖ ନାହିଁ। ଦୁଃଖ ଏଥିପାଇଁ ଯେ,  ମାଆର ଚିକିତ୍ସା  ପାଇଁ […]

  • Monday, 12 July 2021
mahatma
‘ଜୟଜଗତ’ ପଦଯାତ୍ରାରେ ଜେନେଭାରୁ ପୁରୀ

ପୁରୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅହିଂସା ନୀତି ଓ ଆଦର୍ଶକୁ କେବଳ ଭାରତ ନୁହେଁ ବିଶ୍ୱବାସୀ ଏହାକୁ ଗ୍ରହଣ କରିଛନ୍ତି। ଏ ନେଇ ମହାତ୍ମାଙ୍କ ୧୫୦ତମ ଜନ୍ମ ଜୟନ୍ତିଙ୍କୁ ଅଧିକ ସ୍ମରଣୀୟ କରିବାକୁ ‘ଜୟ ଜଗତ’ ପଦଯାତ୍ରା କରିଛନ୍ତି ବିଦେଶୀ ନାଗରିକ। ସେ ସୁଦୂର ସୁଜରଲ୍ୟାଣ୍ଡର ଜେନେଭାରୁ ଆସି ପହଞ୍ଚିଛନ୍ତି ପୁରୀରେ। ଜେନେଭାର ନାଗରିକ ଡେନିସ୍ ଚେନେୟୁ। ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ। ଦେଶ ଦେଶ ବୁଲି ପ୍ରଚାର କରୁଛନ୍ତି ଶାନ୍ତି, ମୈତ୍ରି ଏବଂ ନ୍ୟାୟର […]

  • Monday, 12 July 2021
anganvadi
‘ଶାଗ ନାଇଁ..ଖାଲି ଭାତ ଖାଇବି..’

ଉମରକୋଟ: ମନ୍ତ୍ରୀ, ଜିଲ୍ଲାପାଳ ଗାଁ ଗାଁ ବୁଲୁଛନ୍ତି। କେତେବେଳେ ସ୍କୁଲ ତ କେତେବେଳେ ଅଙ୍ଗନୱାଡି କେନ୍ଦ୍ରରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଉଥିବାର ଫଟୋ ଭାଇରାଲ ହେଉଛି। କୁନି କୁନି ପିଲାମାନଙ୍କୁ ମାଗଣା ଖାଦ୍ୟ ନାଁରେ ଖାଲି ଭାତ ଦିଆଯାଉଛି ଆଉ ନୀରିହ ଶିଶୁଟି ଭୋକ ବିକଳରେ ସେଇ ଖାଲି  ଖାଲି ଭାତ ଖାଉଛି-ଏମିତି କରୁଣ ଦୃଶ୍ୟ କେବେ ମନ୍ତ୍ରୀ, ଅଫିସରଙ୍କ ନଜରକୁ ଆସୁନି। ଅଙ୍ଗନଓ୍ୱାଡିକୁ ଯାଉଥିବା କୁନି ପିଲାଟିଏ। ୟୁନିଫର୍ମ ପିନ୍ଧିଛି। ପିଠିରେ ପକାଇଥିବା […]

  • Monday, 12 July 2021
Untitled-1
ଉଦ୍ଧାର ହେଲେ ୨୫୦ ଦାଦନ ଶ୍ରମିକ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଉଦ୍ଧାର ହୋଇଛନ୍ତି ୨୫୦ ଜଣ ଓଡ଼ିଆ ଦାଦନ ଶ୍ରମିକ। ଏହି ଶ୍ରମିକମାନେ ସ୍ଥାନୀୟ ଏଲଙ୍ଗା ଅଞ୍ଚଳର ବିଭିନ୍ନ କମ୍ପାନିରେ କାମ କରୁଥିଲେ। ଗତକାଲି ଏମାନଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ଅଭିମୁଖେ ପଠାଯାଇଛି। ପ୍ରଶାନ୍ତି ଏକ୍ସପ୍ରେସରେ ସ୍ୱତନ୍ତ୍ର ଭାବେ ୨ଟି ବଗିରେ ଏମାନଙ୍କୁ ଓଡ଼ିଶା ଅଣାଯାଉଛି। ଏହି ଦାଦନ ଶ୍ରମିକଙ୍କ ମଧ୍ୟରେ ପୁରୁଷ, ମହିଳା ସହ କିଛି ନାବାଳକ ମଧ୍ୟ ରହିଛନ୍ତି ।  ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏମାନଙ୍କୁ ବେଆଇନ ଭାବେ ବେଙ୍ଗାଲୁରୁ ଚାଲାଣ କରାଯାଇଥିଲା […]

  • Monday, 12 July 2021
lekhashree
‘ବିଜେଡି ନେତ୍ରୀଙ୍କୁ ନ୍ୟାୟ ମିଳୁନି, ଆଉ କାହାକୁ ମିଳିବ ?’

ଭୁବନେଶ୍ୱର: ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛି ବିଜେପି । ମୋ ସରକାର ଏବଂ ଫାଇଭ୍ ଟି’କୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ମିନାକ୍ଷୀ ଜଣେ ବିଜେଡି ନେତ୍ରୀ। ଏହା ସତ୍ତ୍ୱେ ନ୍ୟାୟ ପାଇଁ ଲଢେଇ କରି ସେ ହାରି ଯାଇଛନ୍ତି। ଶେଷରେ ସେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। […]

  • Monday, 12 July 2021
visut
ପୁଣି ଭିସୁଟ୍‌ରେ ଜୁନିୟର ଛାତ୍ରଙ୍କୁ ମାଡ

ସମ୍ବଲପୁର: ପୁଣି ବୁର୍ଲା ଭିସୁଟ୍‌ରୁ ଆସିଛି ଚାଞ୍ଚଲ୍ୟକର ଅଭିଯୋଗ। ପୁଣି ଜଣେ ଜୁନିୟର ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଛି। ଆକ୍ରମଣ କରିଛନ୍ତି ଜଣେ ସିନିୟର ଛାତ୍ର । ଏପରି  ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର ଜଣେ ଛାତ୍ର। ପ୍ରଥମ ବର୍ଷର ଏହି ଛାତ୍ର ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଦ୍ୱିତୀୟ ଏବଂ ତୃତୀୟ ବର୍ଷର ଛାତ୍ର ମାଡ଼ ମାରିଛନ୍ତି। ସେହି ଅଭିଯୋଗର ଭିଡ଼ିଓ ଭାଇରାଲ୍ ହୋଇଛି ସୋଶାଲ୍ ମିଡିଆରେ  ା ଏହି ଭିଡିଓରେ ସେ କିଏ […]

  • Monday, 12 July 2021
qnet
ରାଜ୍ୟରେ କ୍ୟୁ ନେଟ ଠକେଇ ଚାଲିଥିବା ମାନିଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଏବେ ବି ଚାଲିଛି କ୍ୟୁ ନେଟ୍ ଠକେଇ। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଏ ସମ୍ପର୍କରେ ଆଡଭାଇଜରି ଜାରି କରିବାକୁ ପୋଲିସ ମୁଖ୍ୟାଳୟକୁ ଚିଠି ଲେଖିଛି । ରାଜ୍ୟରେ କ୍ୟୁ ନେଟ୍ ଠକେଇ ଏବେ ବି ଚାଲିଥିବା ଚିଠିରେ ମାନିଛି ଇଓଡବ୍ଲ୍ୟୁ। ରାଜ୍ୟର ବିଭିନ୍ନ ସ୍ଥାନରେ ପଞ୍ଜିକରଣ ସ୍କିମ ଚଳାଇ ସାଧାରଣ ଲୋକଙ୍କୁ ଠକୁଥିବା ଇଓଡବ୍ଲୁ ଚିଠିରେ ଉଲ୍ଲେଖ କରିଛି। ତେଣୁ ଏନେଇ ଲୋକଙ୍କୁ ସଚେତନ ପାଇଁ ଆଡଭାଇଜରି ଜାରି କରିବାକୁ ପୋଲିସ ମୁଖ୍ୟାଳୟକୁ […]

  • Monday, 12 July 2021
pratap
ରାଉରକେଲାରେ ହେବ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର

ରାଉରକେଲା: ରାଉରକେଲାରେ ହେବ ଟୁଲ୍ ରୁମ୍ କମ୍‌ ଟ୍ରେନିଂ ସେଣ୍ଟର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ରାଉରକେଲାରେ ଟୁଲ୍ ରୁମ୍ ଟ୍ରେନିଂ ସେଣ୍ଟର ଲାଗି ଖର୍ଚ୍ଚ ହେବ ୨ଶହ କୋଟି । ଓଡ଼ିଶାରେ ଏହି ସେଣ୍ଟର ହେବ ବୋଲି ମଞ୍ଜୁର ହୋଇଛି।  ଏଥିଲାଗି କେନ୍ଦ୍ର ସରକାର ସମସ୍ତ ଅନୁଦାନ ଯୋଗାଇ ଦେବେ। ରାଜ୍ୟ ସରକାର କେବଳ ଜମି ଯୋଗାଇବେ । ମ୍ୟାନୁଫାକ୍ଚରିଂ ସେକ୍ଟରରେ ଏହା […]

  • Monday, 12 July 2021
21313134
ଆତ୍ମସମର୍ପଣ କଲା ଦୁର୍ଦ୍ଦାନ୍ତ ମାଓବାଦୀ

ମାଲକାନଗିରି: ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା ।  ଦୁର୍ଦ୍ଦାନ୍ତ ମାଓବାଦୀ ଜିପ୍ରୋ ହାବିକା ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ଜିପ୍ରୋ ନାଁରେ ୯ଟି କେସ ରହିଥିବା ଏସପି କହିଛନ୍ତି । ସେ ୨୦୧୨ ରେ ମାଓ ସଂଗଠନରେ ସାମିଲ ହୋଇଥିବା ବେଳେ ମାଲକାନଗିରି ବିଶାଖା ବର୍ଡର ଡିଭିଜନର ଏରିଆ କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲା । ଜିପ୍ରୋ ନାଁରେ ସରକାର ୪ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।  ଆତ୍ମସମର୍ପଣ ପରେ ଜିପ୍ରୋ କହିଛି,  […]

  • Monday, 12 July 2021