Advertisment

VIDEO : ମାଡ଼ି ଆସିଲା ଟର୍ଣ୍ଣାଡ଼ୋ..ଉପୁଡ଼ିଲା ଗଛ, ଉଡ଼ିଲା ଛାତ; ଚାଲିଗଲା ୧୫ଜୀବନ

ରାଜ୍ୟପାଳ ଗ୍ରେଗ ଆବୋର୍ଟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓକାଲୋହୋମା ସୀମା ନିକଟ ଟେକ୍ସାସର କୁକ୍ କାଉଣ୍ଟିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ବେଳେ ସେମାନଙ୍କ ବୟସ ଦୁଇ ଏବଂ ପାଞ୍ଚ ବର୍ଷ ବୋଲି ଜଣାପଡିଛି।

author-image
Sonali Ojha
ଅଦ୍ୟତନ ହୋଇଛି
America tornado 2024

Tornado

ଆମେରିକାରେ ତାଣ୍ଡବ ରଚିଲା ଟର୍ଣ୍ଣାଡୋ। ଏଥିରେ ଦୁଇ ଶିଶୁଙ୍କ ସମେତ ମୋଟ୍ ୧୫ଜଣଙ୍କର ମୃତ୍ୟୁ ହୋଇଛି। ଏହି ଟର୍ଣ୍ଣାଡୋ ଟେକ୍ସାସ୍, ଆରକାନାସ୍, ଓକାଲୋହୋମା, ମିସୌରୀ ଏବଂ ଇଲିନୋଇସ୍ ଭଳି ୬ ରାଜ୍ୟକୁ ପ୍ରଭାବିତ କରିଛି। ସୋସିଆଲ୍ ମିଡିଆରେ ଏହି ସମୟର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ଘୂର୍ଣ୍ଣିବଳୟ ଘରର ଛାତ ଉଡାଇ ନେଉଥିବା ଦେଖିବାକୁ ମିଳିଛି।

Advertisment

ସିଏନଏନ ରିପୋର୍ଟ ମୁତାବକ, ରବିବାର ଆମେରିକାର ମଧ୍ୟ ମିସିସିପି, ଓହିୟୋ ଓ ଟେନେସୀ ନଦୀ ନିକଟରେ ଥିବା ବିଭିନ୍ନ ଅଂଚଳରେ କୁଆପଥର, ପବନ ବହିଥିଲା। ରାଜ୍ୟପାଳ ଗ୍ରେଗ ଆବୋର୍ଟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଓକାଲୋହୋମା ସୀମା ନିକଟ ଟେକ୍ସାସର କୁକ୍ କାଉଣ୍ଟିରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ବେଳେ ସେମାନଙ୍କ ବୟସ ଦୁଇ ଏବଂ ପାଞ୍ଚ ବର୍ଷ ବୋଲି ଜଣାପଡିଛି। ଆସୋସିଏଟେଡ୍ ପ୍ରେସ ରିପୋର୍ଟ ଅନୁସାରେ, ଗୋଟିଏ ଘରୁ ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତଦେହ ମିଳିଛି।

ଅଧିକ ପଢ଼ନ୍ତୁ: ପ୍ରକୃତିର କରାଳରୂପ; ଭୂସ୍ଖଳନରେ ପୋତି ହୋଇଗଲେ ୨୦୦୦ରୁ ଅଧିକ ଲୋକ

ଓକେଲାହୋମାରେ ମାୟେସ କାଉଣ୍ଟିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଆରକାନାସ୍ ଅଧିକାରୀ କହିଛନ୍ତି ଯେ ଓଲାୱେରେ ନଷ୍ଟ ହୋଇଥିବା ଏକ ଘର ବାହାରେ ଜଣେ ୨୬ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ମିଳିଥିବାବେଳେ ବେଣ୍ଟନ୍ କାଉଣ୍ଟିରେ ଆହୁରି ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରାଜ୍ୟରେ ଘୂର୍ଣ୍ଣିବଳୟ ଯୋଗୁଁ ଅନେକ ଲୋକ ଆହତ ହୋଇଥିବା ଖବର ମଧ୍ୟ ରହିଛି।

Advertisment

କେଣ୍ଟୁକିର ଲୁଇସଭିଲେ ମେୟର କ୍ରେଗ ଗ୍ରୀନବର୍ଗ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ଘୂର୍ଣ୍ଣିବଳୟ ସମୟରେ ଉପୁଡି ପଡିଥିବା ଗଛ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ଦେଖିବାକୁ ମିଳିଥିଲା। ଟେକ୍ସାସର ରାଜ୍ୟପାଳ ଏହି ପରିସ୍ଥିତିକୁ ହୃଦୟ ବିଦାରକ ବୋଲି କହିଛନ୍ତି । ଏହି ଟର୍ଣ୍ଣାଡୋରେ ପ୍ରାୟ ଶତାଧିକ ଲୋକ ଆହତ ହୋଇଥିବା ବେଳେ ୨୦୦ରୁ ଅଧିକ ଘର ଓ ଅନ୍ୟାନ୍ୟ ସଂପତ୍ତି ନଷ୍ଟ ହୋଇଯାଇଛି।

ଅଧିକ ପଢ଼ନ୍ତୁ: ପ୍ରକୃତିର ଭୟଙ୍କର ତାଣ୍ଡବ: ଭୂସ୍ଖଳନରେ ଚାଲିଗଲା ୧୦୦ରୁ ଅଧିକ ଜୀବନ, ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଙ୍କା

ଟେକ୍ସାସ୍ ଠାରୁ ମିସୌରୀ, ଆରକାନାସ୍, ଟେନେସି ଏବଂ କେଣ୍ଟୁକି ପର୍ଯ୍ୟନ୍ତ ପ୍ରାୟ ୪ଲକ୍ଷ ୭୦ହଜାର ଲୋକଙ୍କ ଘରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି। ସେପଟେ, କାନସାସର ସେଡଗୱିକ୍ କାଉଣ୍ଟିର କହିଛନ୍ତି, ପ୍ରାୟ ୮ହଜାର ଲୋକଙ୍କ ଘରେ ବିଦ୍ୟୁତ ସରବରାହ  ବନ୍ଦ ରହିଛି। ବର୍ତ୍ତମାନ ଏହି ଘୂର୍ଣ୍ଣିବଳୟ ପୂର୍ବ ତଟ ଆଡକୁ ଗତି କରିବ, ୱାଶିଂଟନ୍ ଡିସିରୁ ଦକ୍ଷିଣ ପୂର୍ବକୁ ପ୍ରବଳ ପବନ ଓ ବ୍ୟାପକ କୁଆପଥର ବର୍ଷା କରାଇବାର ସମ୍ଭାବନା ରହିଛି।

ଚିକାଗୋ, ଇଣ୍ଡିଆନାପଲିସ୍, ସେଣ୍ଟ୍ ଲୁଇସ୍ ଏବଂ ନୈଶଭିଲରେ ଥିବା ଟ୍ରାଭେଲ୍ ହବ୍ ଭୟଙ୍କର ଝଡର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ବିମାନ ବିଳମ୍ବ କିମ୍ବା ବାତିଲ ହୋଇପାରେ । ୨ନଂ ବିପଦ ସଂକେତ ଦିଆଯାଇଥିବା ସହରଗୁଡ଼ିକ ମଧ୍ୟରେରେ ଲୁଇସଭିଲ୍, କେଣ୍ଟୁକି, ସିନ୍ସିନାଟି, ସେଣ୍ଟ୍ ଲୁଇସ୍, ନାଶଭିଲ୍ ଏବଂ ଇଣ୍ଡିଆନାପଲିସ୍ ଅନ୍ତର୍ଭୁକ୍ତ ।

Tornadoes Tornado
Advertisment
Advertisment