Advertisment

ଚାଷୀଙ୍କ ପାଇଁ ଖୁସି ଖବର; ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ବର୍ତ୍ତମାନ ସମୟରେ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି।

author-image
Manoranjan Behera
Monsoon

Monsoon

ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତା ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ ବାୟୁ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ବର୍ତ୍ତମାନ ସମୟରେ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି। ଏଥର ଦେଶରେ ମୌସୁମୀ ବର୍ଷା ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

Advertisment

ମୌସୁମୀ ପ୍ରଭାବରେ ଦେଶରେ ଲଙ୍କ ପିରିୟଡ ଆଭରେଜରେ ୧୦୬ ପ୍ରତିଶତ ବର୍ଷା ହେବ ବୋଲି କହିଥିଲା ଆଇଏମଡି। କିନ୍ତୁ ରାଜ୍ୟରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍ ରହିପାରେ ବୋଲି ପୂର୍ବାନୁମାନ କରିଥିଲା। ସେପଟେ ଆସନ୍ତାକାଲିଠାରୁ ରାଜ୍ୟରେ ବଢ଼ିବ ପାରଦ। ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ।

ଭୀଷଣ ବାତ୍ୟା 'ରେମଲ' ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ଓଡିଶା ଉପରେ ବିଶେଷ ପ୍ରଭାବ ନାହିଁ। ତାପମାତ୍ରା ବୃଦ୍ଧି ପାଇବାକୁ ଥିଲେ ବି ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ। ଗତ କିଛି ଘଣ୍ଟା ମଧ୍ୟରେ ନୟାଗଡ ରାମପୁରରେ ସର୍ବାଧିକ ୯୨.୮ ମିଲିମିଟର ଏବଂ କେନ୍ଦ୍ରାପଡା ରାଜନଗରରେ ୭୮ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି। ୩୧ ତାରିଖ ପର୍ଯ୍ୟନ୍ତ ଏମିତି ସ୍ଥିତି ରହିବ। କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି।

Advertisment

IMD Forecast Weather News Monsoon
Advertisment
Advertisment