• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ୨୦୨୨ରେ ଲୋକଙ୍କ ଠାରେ ଲାଗିବ ଚିପ୍

ନୂଆଦିଲ୍ଲୀ : ଆଧୁନିକ ଯୁଗରେ ବିଜ୍ଞାନର ବଳ ଆହୁରି ବଢ଼ିବ । ବିଶ୍ୱ ଅଧିକ ବିକଶିତ ହେବ । ଧରି ନିଅନ୍ତୁ ଆପଣଙ୍କୁ ଫ୍ଲାଇଟ୍ ଧରିବା ପାଇଁ ସକାଳ ୪ ଟାରେ ଉଠିବାକୁ ପଡିବ, କିନ୍ତୁ ଆପଣ ଆଲାର୍ମ ସେଟ୍ କରିବାକୁ ଭୁଲିଯାଇଛନ୍ତି । ଆଉ ଠିକ୍ ୪ ଟା ସମୟରେ ଆପଣଙ୍କ ମୋବାଇଲର ଆଲାର୍ମ ସ୍ୱୟଂଚାଳିତ ଭାବରେ ବାଜୁଛି, ଆଉ ଆପଣ ଠିକ୍ ସମୟରେ ଫ୍ଲାଇଟ୍ ଧରିପାରୁଛନ୍ତି । କିମ୍ବା ଆପଣଙ୍କୁ ବସକୁ ଏକ ମେଲ୍ ପଠାଇବାକୁ ପଡିବ, ହେଲେ ଆପଣ ଗାଡି ଚଳାଉଛନ୍ତି । ଆପଣ ଡ୍ରାଇଭ୍ କରୁଥିବା ସମୟରେ ମଧ୍ୟ ମେଲ୍ ଠିକ୍ ସମୟରେ ଆପଣଙ୍କ ବସ୍ ପାଖରେ ପହଞ୍ଚିଯିବ । ଆପଣ ଚିନ୍ତା କରୁଥିବେ ଏହା କିପରି ସମ୍ଭବପର । ଆପଣଙ୍କ ମନରେ ଯାହା ଚିନ୍ତା କରୁଛନ୍ତି, ତାହା ଆପେଆପେ ହୋଇଯାଉଛି । ଆଗାମୀ କିଛି ବର୍ଷ ମଧ୍ୟରେ ହିଁ ଏପରି ହୋଇଯିବ ।

ନୂତନ ଟେକ୍ନୋଲୋଜି ମାଧ୍ୟମରେ ଆପଣଙ୍କର ମସ୍ତିଷ୍କ ଏବଂ ସେଥିରେ ଲାଗିଥିବା ଚିପ୍ ସିଧାସଳଖ ପରସ୍ପର ସହିତ ସଂଯୋଗ ହେବ ଏବଂ କୌଣସି ନିର୍ଦ୍ଦେଶ ବିଷୟରେ ଚିନ୍ତା ନକରି କାର୍ଯ୍ୟ ଆରମ୍ଭ କରିବ । ଏକଥା ଦାବି କହିଛନ୍ତି ଏଲୋନ୍ ମସ୍କ । ତାଙ୍କ କମ୍ପାନୀ ନ୍ୟୁରାଲିଙ୍କ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ଏହି ଚିପକୁ ମାନବ ମସ୍ତିଷ୍କରେ ଲଗାଇବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି । ନ୍ୟୁରାଲିଙ୍କ୍ ଏପରି ଏକ ନ୍ୟୁରାଲ ପ୍ଲାଣ୍ଟ୍ ବିକଶିତ କରିଛି, ଯାହା କୌଣସି ବାହ୍ୟ ହାର୍ଡୱେର୍ ବିନା ମସ୍ତିଷ୍କ ଭିତରେ ଚାଲିଥିବା କାର୍ଯ୍ୟକଳାପକୁ ଓୱାରଲେସ୍ ଭାବେ ବିସ୍ତାର କରିପାରିବ ।

ସୋମବାର ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ସିଇଓ ପରିଷଦ ସମ୍ମିଳନୀ ସହିତ ଏକ ଲାଇଭ୍ ଷ୍ଟ୍ରିମିଡ୍ ସାକ୍ଷାତକାରରେ ଏଲନ୍ ମସ୍କ ୨୦୨୨ ପାଇଁ କମ୍ପାନୀର ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ଏକ ବର୍ଷରୁ କମ୍ ସମୟ ମଧ୍ୟରେ ମାନବ ମସ୍ତିଷ୍କ ଚିପ୍ ଫିଟ୍ କରିବାକୁ କମ୍ପାନୀ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି । ମାଙ୍କଡ ମାନଙ୍କ ଠାରେ ନ୍ୟୁରାଲିଙ୍କ୍ ଭଲ କାମ କରୁଛି । ଏଥିସହ ଜଡିତ ଅନେକ ପରୀକ୍ଷା କରାଯାଉଛି । ମାଙ୍କଡ ମାନଙ୍କ ଉପରେ ପରୀକ୍ଷା ସଫଳ ହୋଇଥିବା ଦେଖିବା ପରେ ଏହା ଅତ୍ୟନ୍ତ ସୁରକ୍ଷିତ ଏବଂ ବିଶ୍ୱାସଯୋଗ୍ୟ ବୋଲି ସେ କହିଛନ୍ତି ।

ତେବେ Neuralink ଡିଭାଇସକୁ ସୁରକ୍ଷିତ ଭାବରେ ଅପସାରଣ ମଧ୍ୟ କରାଯାଇପାରିବ ବୋଲି ସେ କହିଛନ୍ତି । ଟେଟ୍ରାପ୍ଲେଜିକ୍, କ୍ୱାଡ୍ରିପ୍ଲେଜିକ୍ ଭଳି ମେରୁଦଣ୍ଡର ସମସ୍ୟାରେ ପୀଡିତ ତଥା ଦୀର୍ଘ ସମୟ ଧରି ଶଯ୍ୟାଶାୟୀ ଲୋକଙ୍କ ପାଇଁ ଏହି କୌଶଳ ସହାୟକ ହେବ । ଆସନ୍ତା ବର୍ଷ ମଧ୍ୟ ଏଫଡିଏ ପକ୍ଷରୁ କମ୍ପାନୀକୁ ଅନୁମୋଦନ ମିଳିବ ବୋଲି ଆଶା କରାଯାଉଛି । ଚାଲି ପାରୁନଥିବା କିମ୍ବା ତାଙ୍କ ହାତରେ ନିଜ କାମ କରିପାରୁନଥିବା ବ୍ୟକ୍ତିଙ୍କୁ ଶକ୍ତି ଦେବାର ଏହା ସୁଯୋଗ ସୃଷ୍ଟି କରିବ ବୋଲି ଏଲନ୍ ମସ୍କ କହିଛନ୍ତି ।