Advertisment

Congress Protest: ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ: ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ

ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ, ପୋଲିସ ଆଡ଼କୁ ଢେଲାପଥର-ଅଣ୍ଡା ଟମାଟୋ ବର୍ଷା କରିବା ସାଙ୍ଗକୁ ଗାଡ଼ିରେ ବି ନିଆଁ ଲଗେଇଲେ। ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ ବେଳେ ଆଜି ପୁଣି ଉଗ୍ର ଓ ହିଂସ୍ର ହୋଇଛି କଂଗ୍ରେସ ବିକ୍ଷୋଭ। ଫଳରେ 15 ପୋଲିସ କର୍ମଚାରୀ ଆହତ ହେବା ସହ ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ମଧ୍ୟ ବହୁ କଂଗ୍ରେସ କର୍ମୀ ଆହତ ହୋଇଥିବା ଦଳ ଅଭିଯୋଗ କରିଛି। ଏମିତିକି କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ଓଟିଭି ରିପୋର୍ଟର ପ୍ରଭାତ ବିଷୋୟୀ ମଧ୍ୟ ଆହତ ହୋଇଛନ୍ତି।

author-image
Saroj Kumar Jena
congress

congress

ଚେୟାରକୁ ଅସ୍ତ୍ର କରି ଉଡ଼େଇଲେ, ପୋଲିସ ଆଡ଼କୁ ଢେଲାପଥର-ଅଣ୍ଡା ଟମାଟୋ ବର୍ଷା କରିବା ସାଙ୍ଗକୁ ଗାଡ଼ିରେ ବି ନିଆଁ ଲଗେଇଲେ। ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ ବେଳେ ଆଜି ପୁଣି ଉଗ୍ର ଓ ହିଂସ୍ର ହୋଇଛି କଂଗ୍ରେସବିକ୍ଷୋଭ। ଫଳରେ 15 ପୋଲିସ କର୍ମଚାରୀ ଆହତ ହେବା ସହ ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ମଧ୍ୟ ବହୁ କଂଗ୍ରେସ କର୍ମୀ ଆହତ ହୋଇଥିବା ଦଳ ଅଭିଯୋଗ କରିଛି। ଏମିତିକି କଂଗ୍ରେସ କର୍ମୀଙ୍କ ଚେୟାର ମାଡ଼ରେ ଓଟିଭି ରିପୋର୍ଟର ପ୍ରଭାତ ବିଷୋୟୀ ମଧ୍ୟ ଆହତ ହୋଇଛନ୍ତି। କମିଶନରେଟ୍ ପୋଲିସ କହିଛି, ଯେଉଁମାନେ ହିଂସାରେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦେଖନ୍ତୁ କଂଗ୍ରେସର ଆନ୍ଦୋଳନ ବେଳେ ଆଜି କେମିତି ଥିଲା ଲୋୟର ପିଏମଜି।

Advertisment

ଅଧିକ ପଢ଼ନ୍ତୁ: ସରକାର ଦେଉଛନ୍ତି ପ୍ରୋତ୍ସାହନ, ହଳଦିଆ ତରଭୁଜ ଚାଷକରି ଲକ୍ଷପତି ଚାଷୀ

ପୁଣି ଉଗ୍ର ହେଲା କଂଗ୍ରେସ ବିକ୍ଷୋଭ...ରଣକ୍ଷେତ୍ର ଲୋୟର ପିଏମ୍ଜି...ବିଧାନସଭା ଘେରାଉ ଉଦ୍ୟମ ବେଳେ ହିଂସା, ବିଶୃଙ୍ଖଳା, ଚରମ ଉତ୍ତେଜନା...ବ୍ୟାରିକେଡ୍ ଭାଙ୍ଗି ଶାନ୍ତିଶୃଙ୍ଖଳା ରକ୍ଷାରେ ଥିବା ପୋଲିସ ଉପରକୁ ପ୍ରଥମେ ଚେୟାର ମାଡ଼...ଢେଲାପଥର, ଅଣ୍ଡା-ଟମାଟୋ ମାଡ଼ ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଇଏ ପୋଲିସର ଜବାବୀ ଆକ୍ସନ୍... ଲାଠିମାଡ଼, ପାଣି ମାଡ଼ ସାଙ୍ଗକୁ ଲୁହବୁହା ଗ୍ୟାସ୍ ପ୍ରୟୋଗ...ପରେ ପରେ ଗିରଫଦାରୀ।
କଂଗ୍ରେସ ପାଇଁ ଆନ୍ଦୋଳନ ମାନେ ଯେମିତି ହିଂସା...ନାରୀ ସୁରକ୍ଷା ପ୍ରସଙ୍ଗରେ ନାରୀଙ୍କୁ ନ୍ୟାୟ ପାଇଁ ବିଧାନସଭା ଘେରାଉ ଲାଗି କଂଗ୍ରେସ ଭବନରୁ ବାହାରିବା ପୂର୍ବରୁ ଯଦିଓ ଏମିତି ଥିଲା ପିସିସି ମୁଖିଆଙ୍କ ପ୍ରତିକ୍ରିୟା।
ହେଲେ ଆକ୍ସନ୍ କିନ୍ତୁ ହେଲା ପୂରା ବିପରୀତ। କଂଗ୍ରେସ କର୍ମୀଙ୍କ ପକ୍ଷରୁ ପୋଲିସ ଉପରକୁ ମାଡ଼ ହୋଇ ଉଡୁଥିବା ଏ ଚେୟାର ସବୁ ଭଳି ଉଡ଼ିଥିଲା ଆଇନଶୃଙ୍ଖଳାର ଧଜିଆ।.. ରାଜ୍ୟର କୋଣ ଅନୁକୋଣରୁ ରାଜଧାନୀକୁ ଆସିଥିବା ସବୁ ଛାମୁଆ ସଂଗଠନ ଏମିତି ରାଲି କରି ରାମମନ୍ଦିର ଛକ ପର୍ଯ୍ୟନ୍ତ ପହଞ୍ଚିବା ପରେ ସେଇଠୁ ହଲ୍ଲାବୋଲ୍ ପାଇଁ ବିଧାନସଭା ଅଭିମୁଖେ ବାହାରିଥିଲା କଂଗ୍ରେସର ପଦଯାତ୍ରା। ଏପଟେ ଗତକାଲି ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ କଂଗ୍ରେସ କର୍ମୀଙ୍କ ଉଗ୍ର ଏବଂ ଅଶୋଭନୀୟ ଆଚରଣକୁ ଦୃଷ୍ଟିରେ ରଖି ସୁରକ୍ଷା ଦୃଷ୍ଟିରୁ ଅଧିକ ସତର୍କ  ଥିଲା ପୋଲିସ୍।... ଏସବୁ ଭିତରେ ଶୋଭାଯାତ୍ରା ଲୋୟର ପିଏମଜିରେ ପହଞ୍ଚି ସଭା ହେଲା... ଦିନ ପ୍ରାୟ ଗୋଟାଏ ବେଳେ ସଭା ଠିକ୍ ସରି ଆସିଲା ବେଳକୁ ଆରମ୍ଭ ହେଇଗଲା ଉତ୍ପାତ। ଶହ ଶହ ସଂଖ୍ୟାରେ କଂଗ୍ରେସ କର୍ମୀ ବିଧାନସଭା ଆଡ଼କୁ ଯିବାକୁ ପ୍ରଥମ ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗିବା ସହ ଚାଲିଲା ଚେୟାର ଫିଙ୍ଗା ଫୋପଡ଼ା।

କେବଳ ସେତିକି ନୁହେଁ ଚକୋଲେଟ୍ ପ୍ୟାକେଟ୍ ଭିତରେ ଲୁଚାଇ ଆଣିଥିବା ଅଣ୍ଡା ସାଙ୍ଗକୁ ଟମାଟୋ, ଢେଲାପଥର ବି ପୋଲିସ ଆଡ଼କୁ ଛୁଟିଲା ଗୁଳି ଭଳି।... ଆଉ ଜବାବରେ ପୋଲିସ୍ ବି ଆରମ୍ଭ କରିଦେଲା ଆକ୍ସନ। ପ୍ରଥମେ ଲାଠି ଗର୍ଜିଲା, ତା ପରେ ପାଣି ମାଡ଼, ସ୍ଥିତି ତଥାପି ନ ସୁଧୁରିବାରୁ ପ୍ରୟୋଗ ହେଲା ଟିୟର ଗ୍ୟାସ୍।...ପୋଲିସ-ଆନ୍ଦୋଳନକାରୀଙ୍କ ଭିତରେ ଏମିତି ଛକାପଞ୍ଝା, ଖଣ୍ଡଯୁଦ୍ଧରେ ଉଭୟ ପକ୍ଷରୁ ଅନେକ ଆହତ ହୋଇଥିବା ନେଇ ପରସ୍ପର ପକ୍ଷରୁ ଅଭିଯୋଗ ଓ ପ୍ରତି ଅଭିଯୋଗ ହୋଇଛି। ପୋଲିସ କହିଛି ସ୍ଥିତି ନିୟନ୍ତ୍ରଣ ବେଳେ 15 ଜଣ ପୋଲିସ କର୍ମଚାରୀ ଆହତ ହୋଇ ଥିଲାବେଳେ ସେମାନଙ୍କ ଭିତରୁ 4 ଜଣ ଗୁରୁତର ଅଛନ୍ତି। ଏପରିକି ଆନ୍ଦୋଳନକାରୀ ଗୋଟିଏ ଗାଡ଼ିରେ ନିଆଁ ଲଗାଇ ପୋଡ଼ିବାକୁ ବି ଉଦ୍ୟମ କରିଛନ୍ତି। ଇଏ ହେଇଛି ସେହି ସମୟର ଚିତ୍ର। ସେପଟେ କଂଗ୍ରେସର ମଧ୍ୟ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ 15 ଆନ୍ଦୋଳନକାରୀ ଆହତ ନେଇ ପାଲଟା ଅଭିଯୋଗ କରି ବର୍ଷିଛି।
ପୋଲିସ୍ ସହ ମୁହାଁମୁହିଁ ଛକାପଞ୍ଝା ଭିତରେ ଘଣ୍ଟାଏରୁ ଊର୍ଦ୍ଧ୍ବ କାଳ ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି। ସ୍ଥିତି ଏମିତି ଯେ ଚେୟାରକୁ ମୁଣ୍ଡ ଉପରେ ଏମିତି ସୁରକ୍ଷା କବଚ ବନେଇ ଘଟଣାସ୍ଥଳରୁ ରିପୋର୍ଟିଂ ପାଇଁ ବାଧ୍ୟ ହୋଇଥିଲେ ଆମ ପ୍ରତିନିଧି। (ଅର୍ଚ୍ଚନା ଶତପଥୀ, ଓଟିଭି ପ୍ରତିନିଧି) ଏସବୁ ସତ୍ତ୍ବେ ବି କଂଗ୍ରେସ୍ କର୍ମୀଙ୍କ ଚେୟାର ଫିଙ୍ଗାରେ ଆହତ ହୋଇଛନ୍ତି ଓଟିଭି ପ୍ରତିନିଧି ପ୍ରଭାତ ବିଷୋୟୀ। ମୁଣ୍ଡରେ ଆଘାତ ଲାଗିଥିବାରୁ ପ୍ରଭାତଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଭାତଙ୍କ ସହ ଫୋନରେ କଥା ହୋଇ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଫୁଲ ଚାଷ କରିଛି ଲକ୍ଷ ପତି, କମାଉଛନ୍ତି ୪ ଲକ୍ଷ ଟଙ୍କା

Congress Odisha Assembly Protests
Advertisment
Advertisment