• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହୃଦଘାତର ଶିକାର ହୋଇ ଆପଣଙ୍କ ଆଖି ଆଗରେ କୌଣସି ବ୍ୟକ୍ତି ଅଚେତ୍ ହୋଇ ତଳେ ପଡି ଯାଉଛନ୍ତି କି? ସେହି ଲୋକଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇ ହେବ । CPR କୌଶଳରେ ହୃଦରୋଗୀଙ୍କ ଜୀବନ ବଞ୍ଚାଇ ହେବ । ତେବେ ଏଥିପାଇଁ ଭୁବନେଶ୍ୱର ଏମ୍ସରେ CPR କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।

CPR କୌଶଳ କଣ ?

ହୃଦଘାତର ଶିକାର ହୋଇ ଜଣେ ବ୍ୟକ୍ତି ତଳେ ଅଚେତ ହୋଇ ପଡିଥିଲେ ତାଙ୍କୁ CPR ପ୍ରଣାଳୀରେ ବଞ୍ଚାଇ ହେବ । ଭୁବନେଶ୍ୱର ଏମ୍ସରେ ହୃଦରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବା କୌଶଳ ଶିଖୁଛନ୍ତି ସ୍ୱେଚ୍ଛାସେବୀ । CPR ପ୍ରଣାଳୀରେ ଛାତି ଉପରେ ଦାବି ରୋଗୀକୁ ବଞ୍ଚାଇ ହେବ । ଏହି କୌଶଳ ଶିଖି କିପରି ଜୀବନ ବଞ୍ଚାଇ ହେବ ସେ ନେଇ ଆମେରିକା ହାର୍ଟ ଆସୋସିଏସନ୍ ଓ AIIMS ସହ MOU ହୋଇଛି ।

ଭାରତରେ ପ୍ରତି ଚାରି ଜଣରେ ଜଣଙ୍କର ମୃତ୍ୟୁ ହୃଦଘାତ କାରଣରୁ ହୋଇଥାଏ । ଗବେଷଣା କହୁଛି, କୋଭିଡ ଏବଂ ଏହାର ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଘରେ ଥିବା ସମୟରେ ହୃଦଘାତର ମାତ୍ରା ଅଧିକ ବୃଦ୍ଧି ପାଇଛି । ହୃଦରୋଗ ଅନେକ ପ୍ରାଣଘାତୀ ବିପଦର କାରଣ ପାଲଟିଥାଏ ବୋଲି ଆମେରିକାନ ହାର୍ଟ ଆସୋସିଏସନ୍ ଏବଂ ଏମ୍ସ ଭୁବନେଶ୍ୱରର ମିଳିତ ଉଦ୍ୟମରେ ଭାରତରେ କମ୍ୟୁନିଟି ସିଆରପି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବଜାୟ ରଖିବା ପାଇଁ ହୃଦଘାତର ୨-୩ ମିନିଟ୍ ମଧ୍ୟରେ କାର୍ଡିଓ-ପଲମୋନାରୀ ରିସ୍ୟୁସିଟେସନ୍ ବା ସିପିଆର ପ୍ରଦାନ ବେଶ ଗୁରୁତ୍ୱପୂର୍ଣ୍ଣ ।

ଦେଶର ପ୍ରାୟ ୯୮ ପ୍ରତିଶତ ବାସିନ୍ଦା ଏସମ୍ପର୍କରେ ତାଲିମପ୍ରାପ୍ତ ନୁହଁନ୍ତି କହିଲେ ଚଳେ । ଏପରିସ୍ଥଳେ ହୃଦଘାତ ଜନିତ ସମସ୍ୟା ସହିତ ଲଢେଇ କରିବାକୁ ହେଲେ ସରଳ ସିପିଆର କୌଶଳ ତାଲିମ ପ୍ରଦାନ ଆଜିର ସମୟର ବଡ଼ ଆହ୍ୱାନ ।

ଭୁବନେଶ୍ୱରରୁ ନିରଂଜନ ରେଡ୍ଡୀଙ୍କ ରିପୋର୍ଟ