Advertisment

50-50 ଫଣ୍ତାରେ ଫାଟ ! ଫିରିଙ୍ଗିଆ ହିଂସାରେ ମୁଖ୍ୟ କାରଣ ?

ବେରୋଜଗାର ପାଇଁ ଗଂଜେଇ ଚାଷ ସାଜିଛି ସାହାରା । ସତ ମିଛର ନାଲି ଆଖି ଦେଖାଇ ପୋଲିସ ନେଉଛି ବଟି ।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

Ganja Smuggling

ଗଂଜେଇ ହବ୍ ପାଲଟିଥିବା କନ୍ଧମାଳର ଘଞ୍ଚ ଜଙ୍ଗଲରୁ ଆସିଲା ସାଂଘାତିକ ତଥ୍ୟ । ବେରୋଜଗାର ପାଇଁ ଗଂଜେଇ ଚାଷ ସାଜିଛି ସାହାରା । ସତ ମିଛର ନାଲି ଆଖି ଦେଖାଇ ପୋଲିସ ନେଉଛି ବଟି । ଓଟିଭି କ୍ୟାମେରା ସାମ୍ନାରେ ବୟାନ ଦେଇଥିବା ଜଣେ ବ୍ୟକ୍ତି ହେଉଛନ୍ତି ଜଣେ ଗଂଜେଇ ଚାଷୀ । ଖୋଲିଛନ୍ତି ସବୁ ଜହର ରାକେଟର ଗୁପ୍ତ ରହସ୍ୟ।

Advertisment

ତାଙ୍କ କହିବା କଥା, ୨ଶହ ଗୋଛାରୁ ଅମଳ ହେଉଛି କ୍ୱିଣ୍ଟାଲେରୁ ଅଧିକ ଗଂଜେଇ । ବିକ୍ରି ହେଉଛି, ହଜାରେ, ପନ୍ଦର ଶହ କିମ୍ବା ୨ ହଜାର ଟଙ୍କାରେ। ପୋଲିସ ଆସୁଛି, ଚଢ଼ାଉ କରୁଛି ସତ । କିନ୍ତୁ ମିଛ ମାମଲାରେ ବି ଛନ୍ଦି ଦେଉଥିବା ଅଭିଯୋଗ କରିଛନ୍ତି କନ୍ଧମାଳର ଗଂଜେଇ ଚାଷୀ ଜଣକ । ପେଟ ପାଟଣା ପାଇଁ କୌଣସି ବିକଳ୍ପ ନଥିବାରୁ ପୋଲିସର ଜୁଲମ୍ ପରେ ବି ଗଂଜେଇ ଚାଷକୁ ଆପଣାଇ ନେଇଥିବା କହିଛନ୍ତି ଚାଷୀ ଜଣକ।

ସଂପୃକ୍ତ ଗଂଜେଇ ଚାଷୀଙ୍କ କଥା ଯଦି ସତ, ତେବେ ମାଫିଆ ଆଉ ପୋଲିସର ମଧୁଚନ୍ଦ୍ରିକାରେ କନ୍ଧମାଳରେ ଚାଲୁଥିଲା କି ସବୁଜ ଜହରର ସାମ୍ରାଜ୍ୟ ? ଫିଫଟି-ଫିଫଟି ଫଣ୍ଡାରେ କୌଣସି ଫାଟ ହେବା ପରେ ଘଟିଗଲା କି ଫିରିଙ୍ଗିଆ ହିଂସା ? ନା କଳାଧନ୍ଧା ଉପରେ ଲାତ ମାରିବାରୁ ହିଂସା ଭିଆଇଲେ ଗଂଜେଇ ମାଫିଆ ? ତାକୁ ନେଇ ନାନା ପ୍ରଶ୍ନ ଉଠିଛି।

Advertisment

ଏସବୁ ଭିତରେ ଥାନା ଜଳାପୋଡ଼ା ମାମଲାରେ ୫ଟି ପଞ୍ଚାୟତରୁ ୪ ସରପଞ୍ଚ ଏବଂ ଜଣେ ମହିଳା ସରପଞ୍ଚଙ୍କ ସ୍ୱାମୀଙ୍କ ବିରୋଧରେ ପୋଲିସ  ମାମଲା ରୁଜୁ କରିଛି । ଏପରିକି ୩ଜଣ ସମିତି ସଭ୍ୟ ଏବଂ ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁଙ୍କ ବିରୋଧରେ ବି ମାମଲା ରୁଜୁ କରିଛି ପୋଲିସ। ତେବେ ଥାନା ପୋଡ଼ି ହିଂସାରେ ସଂପୃକ୍ତି ନଥାଇ ବି ପୋଲିସ କାହିଁକି ଜନପ୍ରତିନିଧିଙ୍କ ବିରୋଧରେ ମାମଲା ରୁଜୁ କରିଛି ପ୍ରଶ୍ନ ଉଠାଇବା ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ।

ଗଞ୍ଜେଇ ଚାଲାଣ ମାମଲାରେ କନ୍ଧମାଳ ପୋଲିସର ସଂପୃକ୍ତିର କଥା ପୂର୍ବରୁ ଅନେକ ଥର ସାମ୍ନାକୁ ଆସିଛି । ୨୦୧୪ରେ ଫିରିଙ୍ଗିଆ ଥାନାର ଦୁଇ ପୋଲିସ୍ ASI, ଦୁଇଜଣ କନେଷ୍ଟବଳ, ୨୦୨୦ରେ ଫିରିଙ୍ଗିଆ ଥାନାର ୩ କନେଷ୍ଟବଳ ଗିରଫ ହୋଇଥିଲେ । ପୋଲିସର ସଂପୃକ୍ତି କଥାକୁ ନିଜେ ଦକ୍ଷିଣାଞ୍ଚଳ ଆଇଜି ମଧ୍ୟ ସ୍ୱୀକାର କରିଛନ୍ତି । ତା’ସହ କହିଛନ୍ତି, ଥାନା ପୋଡ଼ି ମାମଲାର ତଦନ୍ତ କନ୍ଧମାଳ ଏସପି କରୁଛନ୍ତି । ଗଂଜେଇ କାରବାରରେ ଯେକୌଣସି ପୋଲିସ କର୍ମଚାରୀ କିମ୍ବା ଅଧିକାରୀଙ୍କ ସଂପୃକ୍ତି ଥିଲେ କାର୍ଯ୍ୟାନୁଷ୍ଠାନ ହେବ।

ଏପଟେ ହିଂସାର ୨ ଦିନ ପରେ ଆଜି ସ୍ୱାଭାବିକ ହେବାରେ ଲାଗିଛି ଫିରିଙ୍ଗିଆ ଇଲାକା। ନୂଆ IIC ରମେଶ କୁମାର ବେହେରାଙ୍କ ଯୋଗଦାନ ପରେ ସମସ୍ତ ଟେବୁଲ, ଚେୟାର, ଆଲମିରା, କମ୍ପୁଟର ଏବଂ ଆସବାସ ପତ୍ରକୁ ବାହାର କରି କୋଠରୀ ଗୁଡ଼ିକୁ ସଫା କରାଯାଉଛି । ଫିରିଙ୍ଗିଆ ବଜାର ମଧ୍ୟ ଚଳଚଞ୍ଚଳ ହୋଇଛି।

Ganja Smuggling
Advertisment
Advertisment