• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସନ୍ତା ମେ ୧ତାରିଖରୁ ଆରମ୍ଭ ହେବ ରାଜ୍ୟରେ ପଛୁଆ ବର୍ଗ ସର୍ଭେ । ମେ ୧ତାରିଖରୁ ଆରମ୍ଭ ହୋଇ ମେ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସର୍ଭେ । ଓଡ଼ିଶା ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାରର ପଛୁଆବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ ହେବ । ଏ ନେଇ ରାଜ୍ୟ ସରକାର ନୂଆ ନିର୍ଦ୍ଦେଶାନାମା ପ୍ରକାଶ କରିବା ସହ କେମିତି ହେବ ସର୍ଭେ ସେ ନେଇ ଗଣମାଧ୍ୟମରେ ବିଜ୍ଞାପନ ମଧ୍ୟ ଦେଇଛନ୍ତି ।

ପ୍ରଚଳିତ ସଂରକ୍ଷଣ ବ୍ୟବସ୍ଥା ଅନୁସାରେ ରାଜ୍ୟରେ ଏବେ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ସୁବିଧା ପଛୁଆବର୍ଗଙ୍କୁ ମିଳୁଛି। ସୁପ୍ରିମକୋର୍ଟଙ୍କ ଗାଇଡଲାଇନ୍ସ ଅନୁସାରେ ରାଜ୍ୟ ସରକାର ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ଦେଇପାରୁ ନାହାନ୍ତି । ତେବେ ଓବିସି ବର୍ଗର ଜନସଂଖ୍ୟାକୁ ବିଚାରକୁ ନେଲେ ସେମାନଙ୍କୁ କମ୍ ସଂରକ୍ଷଣ ମିଳୁଛି, ଯାହାକୁ ବଢ଼ାଇବାକୁ ରାଜ୍ୟ ସରକାର ଚାହୁଁଛନ୍ତି ।

ରାଜ୍ୟରେ ପଛୁଆବର୍ଗଙ୍କ ଗଣନା କରିବାକୁ କ୍ୟାବିନେଟରେ ସଂକଳ୍ପ ପାରିତ ହୋଇଥିଲା ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ହଠାତ୍ ଏଭଳି ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ବି ଜୋର ଧରିଛି।...

ସେପଟେ ଡ଼ୋର୍ ଟୁ ଡ଼ୋର ସର୍ଭେ ମାଧ୍ୟମରେ ରାଜ୍ୟରେ ପଛୁଆବର୍ଗଙ୍କ ଗଣନା ହେଉ ବୋଲି ଦାବି ହୋଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ଦାବି ରଖିଛି ବିଜେପି ଓବିସି ମୋର୍ଚ୍ଚା । ଦଳ କହିଛି ଏହା କୌଣସି ଯୋଜନା ନୁହେଁ, ରାଜ୍ୟର ୫୪ ପ୍ରତିଶତ ଲୋକଙ୍କ ଆନୁପାତିକ ପ୍ରତିଶତ ନିର୍ଦ୍ଧାରଣ ଲକ୍ଷ୍ୟ ।

ବହୁ ବିଳମ୍ବରେ ସରକାର ପଛୁଆବର୍ଗଙ୍କ ସର୍ଭେ ପାଇଁ ବିଜ୍ଞାପନ ଦେଇଛନ୍ତି । ଅନଲାଇନ୍ ଓ ଅଫଲାଇନରେ ଓବିସି ଆବେଦନ କରିବାକୁ କୁହାଯାଇଛି, ହେଲେ ଡ଼ୋର ଟୁ ଡ଼ୋର ସର୍ଭେରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛି ବିଜେପି ।

ନହେଲେ କାଳିଆ ଓ ଆବାସ ସହ ରାସନ ଯୋଜନା ଭଳି ବିବାଦ ସୃଷ୍ଟି ହେବ। ତାସହ ଓବିସି ବର୍ଗଙ୍କ ନାମ ଲେଖା ଏବଂ ନିଯୁକ୍ତିରେ ସଂରକ୍ଷଣ ନେଇ ସରକାର ସ୍ପଷ୍ଟ କରିବାକୁ ଦଳ ଦାବି କରିଛି । ତେବେ ଏନେଇ ବିଜେଡି ପ୍ରତିକ୍ରିୟା ମିଳିନାହିଁ ।