• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଉତ୍ତରପ୍ରଦେଶରେ ଯୋଗୀରାଜ । ଅପରାଧୀଙ୍କ ମନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ କୋକୁଆ ଭୟ । ୟୁପିରେ ଦିନକୁ ଦିନ ଏନ୍‌କାଉଣ୍ଟର ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାଦ୍ୱାରା ଅପରାଧିଙ୍କ ମନରେ ଭୟ ବଢ଼ିବାରେ ଲାଗିଛି । ଏନକାଉଣ୍ଟର ହେବା ଭୟରେ ପୋଲିସ ଆଗରେ ସରେଣ୍ତର କରୁଛନ୍ତି କୁଖ୍ୟାତ ଅପରାଧୀ । ତେବେ ଯୁପିର ଏକ ଅପରାଧୀ ନିଆରା ଢ଼ଙ୍ଗରେ ପୋଲିସ ଆଗରେ ସରେଣ୍ତର କରିଛି । ଯାହାକୁ ନେଇ ଚର୍ଚ୍ଚା ହେଉଛି ।

ଯୁପିର ମୁଜାଫରନଗରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ମନସୁରପୁର ପୋଲିସ ଷ୍ଟେସନରେ ଏକ ଚୋର ପୋଲିସ ଆଗରେ ଆତ୍ମସମର୍ପଣ କରିଛି । ଯାହାର ସରେଣ୍ତର ଷ୍ଟାଇଲ୍‌କୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଚୋରଟି ସରେଣ୍ତର କରିବା ସମୟରେ ହାତରେ ପ୍ଲାକାର୍ଡ ଧରିଥିବାର ଦେଖିବାକୁ ମିଳିଛି, ଯେଉଁଥିରେ ଲେଖାଯାଇଛି ଯେ, ‘ମୋତେ କ୍ଷମା କରନ୍ତୁ ମୁଖ୍ୟମନ୍ତ୍ରୀ ଯୋଗୀ, ମୋର ଭୁଲ ହୋଇଯାଇଛି’ ।

ଅଧିକ ପଢ଼ନ୍ତୁ: ନର୍ସଙ୍କୁ ଗୁରୁ‌ଜ୍ଞାନ ଦେଲେ ଯୋଗୀ, କହିଲେ ଏମିତି କରନ୍ତୁ ରୋଗୀଙ୍କ ଚିକିତ୍ସା..

ସରେଣ୍ତର କରିଥିବା ଅପରାଧୀର ନାମ ହେଉଛି ଅଙ୍କୁର୍‌, ଯାହା ନାଁରେ ପୂର୍ବରୁ ଥାନାରେ ଅନେକ ମାମଲା ରହିଛି । ଥାନାର ମୁଖ୍ୟ ଅଧିକାରୀଙ୍କ କହିବାନୁଯାୟୀ, ଅଙ୍କୁର୍‌ ବୁଧବାର ସକାଳେ ଗାଁର ମୁଖିଆ ଏବଂ ନିଜ ପରିବାର ଲୋକଙ୍କ ସହ ଆସି ଥାନାରେ ସରେଣ୍ତର କରିଛି । ତା’ ମନରେ ଏନ୍‌କାଉଣ୍ଟର ଭୟ ରହିଥିଲା । ସେ କରିଥିବା ଭୁଲ ନେଇ କ୍ଷମା ମାଗିବା ସହ ଆଗକୁ ଏଭଳି ଭୁଲ କରିବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛି । ଅଙ୍କୁର୍‌ଙ୍କ ନାଁରେ ପୋଲିସ ମାମଲା ଦାଏର କରିବା ସହ ତାକୁ ଜେଲ୍‌ ପଠାଇଛି ।

ଏଭଳି ଘଟଣା ୟୁପିରେ ଘଟିଥିବା ଏକ ଏନ୍‌କାଉଣ୍ଟରର ପରଦିନ ଦେଖିବାକୁ ମିଳିଛି । ଗୋଟେ କୁଖ୍ୟାତ ଗ୍ୟାଙ୍ଗର ଦୁଇ ମୁଖ୍ୟ ଅପରାଧୀଙ୍କୁ ପୋଲିସ ଗିରଫ କରି ଜେଲ ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଖସିଯିବାକୁ ଚେଷ୍ଟା କରିଥିଲା । ତେବେ ପୋଲିସ ଓ ଅପରାଧି ଭିତରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ପୋଲିସ ବାଧ୍ୟ ହୋଇ ଅପରାଧିକୁ ଏନ୍‌କାଉଣ୍ଟର କରିଥିଲା । ୟୁପିରେ ଆଗରୁ ଅନେକ ସଂଖ୍ୟାରେ କ୍ରାଇମ୍‌ ହେଉଥିବା ବେଲେ ଯୋଗୀ ସରକାର ଏହାକୁ ଦମନ କରିବାରେ ସକ୍ଷମ ହୋଇଛି ।