Advertisment

ପେଟ୍ରୋଲ ପମ୍ପରେ ତେଲ ଅଭାବ, ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘ କହିଲା- ‘ପେଟ୍ରୋଲ ଅଛି, ଛାନିଆ ହୁଅନ୍ତୁନି’

ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁ ପହଞ୍ଚି ପାରୁନି ପେଟ୍ରୋଲା ଭୁବନେଶ୍ୱର, ଜୟପୁର, ବାଲେଶ୍ୱରରେ ଏଭଳି କିଛି ସମସ୍ୟା ଦେଖା ଦେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Various Cities Witnesses Fuel Shortage Due To Bus Drivers Agitation

Various cities witnesses fuel shortage due to bus drivers agitation

ଗତକାଲିଠୁ ଚାଲିଛି ରାଜ୍ୟରେ ଡ୍ରାଇଭର ମହାସଂଘର ଧାରଣା। ୧୦ ଦଫା ଦାବି ପୂରଣ ନେଇ ବିଭିନ୍ନ ସ୍ଥାନରେ ଡ୍ରାଇଭର ଆନ୍ଦୋଳନରେ ବସି ରହିଛନ୍ତିା ଭୁବନେଶ୍ୱର, କଟକ, ସମ୍ବଲପୁର, ସୁନ୍ଦରଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ଆନ୍ଦୋଳନ ଜାରି ରଖିଛନ୍ତି। ରାତି ସାରା ରାସ୍ତା ଉପରେ ବସି ରହିଛନ୍ତି। ଫଳରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛିା ଭୁବନେଶ୍ୱର ଓ ସମ୍ବଲପୁରର ଜାତୀୟ ରଜପଥରେ ଅନେକ ଟ୍ରକ୍‌ ଅଟକି ରହିଛିା 

Advertisment

ଅନ୍ୟପକ୍ଷେ, ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁ ପହଞ୍ଚି ପାରୁନି ପେଟ୍ରୋଲା ଭୁବନେଶ୍ୱର, ଜୟପୁରବାଲେଶ୍ୱର ରେ ଏଭଳି କିଛି ସମସ୍ୟା ଦେଖା ଦେଇଛି। ଆଜି ଡ୍ରାଇଭର ସଂଘର ଆନ୍ଦୋଳନର ଦ୍ୱିତୀୟ ଦିନରେ ଏହି ସବୁ ସହରର ଏକାଧିକ ପେଟ୍ରୋଲ ପମ୍ପରେ ତେଲ ଅଭାବ ଦେଖା ଦେଇଥିବା ଅଭିଯୋଗ ହୋଇଛି। ସକାଳୁ ଅନେକ ଟାଙ୍କିରେ ତେଲ ନଥିବାରୁ ଲୋକେ ହଇରାଣ ହୋଇଛନ୍ତିା ଫଳରେ ଲୋକଙ୍କୁ ଟାଙ୍କିକୁ ଆସି ଫେରିବାକୁ ପଡ଼ିଛିା ପେଟ୍ରୋଲ ପମ୍ପକୁ ତେଲ ଟାଙ୍କର ଆସୁନଥିବାରୁ ଏହି ସମସ୍ୟା ଉପୁଜିଛିା

ଏଥିରେ ବିଚଳିତ ନହେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସଂପାଦକ ସଞ୍ଜୟ ଲାଠ୍‌। ସେ କହିଛନ୍ତି, ଡିପୋରେ ତେଲ ମହଜୁଦ ରହିଛି କିନ୍ତୁ ଟାଙ୍କର ଆସୁନଥିବାରୁ ଏଭଳି ସମସ୍ୟା ଦେଖାଦେଇଛିା ଏନେଇ ସରକାର ଡ୍ରାଇଭରଙ୍କ ସହ ଆଲୋଚନା କରି ସମାଧାନ କରିବା ଉଚିତ୍‌। କାଲି ପର୍ଯ୍ୟନ୍ତ ପେଟ୍ରୋଲ୍‌ ମହଜୁଦ ଅଛି, ପାନିକ୍‌ ହୁଅନ୍ତୁ ନାହିଁ ବୋଲି ସେ କହିଛନ୍ତିା

Advertisment

Protests
Advertisment
Advertisment