/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678956715.jpg)
Indian Army
ପୁଣି ଦୁର୍ଘଟଣା ହେଲା ସେନା ହେଲିକପ୍ଟର । ଅରୁଣାଚଳ ପ୍ରଦେଶ ଦିରାଙ୍ଗରେ ସେନା ହେଲିକପ୍ଟର ଚିତା ଦୁର୍ଘଟଣାଗ୍ରସ୍ତ ହୋଇଛି । ଦିରାଙ୍ଗରେ ହେଲିକପ୍ଟର କ୍ରାସ୍ ହେବା ପରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ସୂଚନା ମିଳିଛି । ତେବେ ହେଲିକପ୍ଟରରେ କେତେ ଜଣ ଯବାନ ଯାତ୍ରା କରୁଥିଲେ ତାହା ସୂଚନା ମିଳିପାରିନାହିଁ । ସେନା ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।
ମିଳିଥିବା ସୂଚନା ଅନୁସାରେ ଏହି ହେଲିକପ୍ଟରରେ ଦୁଇଜଣ ପାଇଲଟ୍ ଥିଲେ । ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ରହିଛନ୍ତି । ସେନା ପକ୍ଷରୁ ସେମାନଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଜାରି ରହିଛି । କେବଳ ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଦୁର୍ଘଟଣା ହୋଇଥିବା ହେଲିକପ୍ଟର ଚିତାକୁ ନିତ୍ୟ ବ୍ୟବହାର କାର୍ଯ୍ୟରେ ନିୟୋଜିତ କରାଯାଉଥିଲା ।
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀଙ୍କ ହେଲିକପ୍ଟର ଟ୍ରିପ୍:୨ ବର୍ଷରେ ରାଜ୍ୟ ରାଜକୋଷରୁ ୧୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ
ହେଲେ ଆଜି ସକାଳ ୯ଟା ୧୫ ମିନିଟ୍ରେ ଚିତା ହେଲିକପ୍ଟରଟି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । କାରଣ ଏହି ସମୟ ପରେ ହେଲିକପ୍ଟର ଚିତା ସହିତ ଯୋଗାଯୋଗ ହୋଇପାରିନଥିବା କୁହାଯାଇଛି । ପୂର୍ବରୁ ମଧ୍ୟ ଅନେକ ଥର ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାର ଖବର ନଜର ରହିଛି । ଦୁର୍ଘଟଣା ଯୋଗୁଁ ଅନେକ ଯବାନ ଶହୀଦ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)