Advertisment

ଆଇପିଏସ୍ ଏନ୍.ବି. ଭାରତୀଙ୍କ ପତ୍ତା ମିଳୁନି ! ୩ ବର୍ଷ ହେଲା ଗଲେ କୁଆଡ଼େ ?

ନୋଟିସ ସତ୍ତ୍ୱେ ଆଇପିଏସ୍ ଏନ୍.ବି. ଭାରତୀ କୌଣସି ଉତ୍ତର ଦେଉନାହାଁନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
IPS Officer N B Bharathi

IPS officer N B Bharathi

କୁଆଡେ ଗଲେ ଆଇପିଏସ୍ ଏନ୍.ବି. ଭାରତୀ (IPS officer N B Bharathi)? ୩ ବର୍ଷ ହେଲା ସେ ନିଖୋଜ ଅଛନ୍ତି । ନୋଟିସ ସତ୍ତ୍ୱେ ବି କୌଣସି ଉତ୍ତର ଦେଉନାହାଁନ୍ତି । ଫଳରେ ଏହି ପୋଲିସ ଅଧିକାରୀଙ୍କ ବିରୋଧରେ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ବିଜ୍ଞାପନ ଦିଆଯାଇଛି । ଉଭୟ ଇଂରାଜୀ ଓ ଓଡ଼ିଆ ଦୈନିକ ଖବର କାଗଜରେ ଏନେଇ ବିଜ୍ଞାପନ ପ୍ରକାଶ ପାଇଛି।

Advertisment

ବିଜ୍ଞାପନର ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟର ଆଧାର ବିରୁଦ୍ଧରେ ଲିଖିତ ଆବେଦନ କରିବାକୁ କୁହାଯାଇଛି । ଯଦି ଏହି ସମୟସୀମା ମଧ୍ୟରେ ସେ କୌଣସି ମତାମତ କିମ୍ବା ଆବେଦନ କରୁନାହାଁନ୍ତି, ତେବେ ଏହା ଧରିନିଆଯିବ ଯେ, ତଦନ୍ତ ରିପୋର୍ଟର ସିଦ୍ଧାନ୍ତ ଉପରେ ଆଇପିଏସ୍ ଏନ.ବି ଭାରତୀଙ୍କ କିଛି କହିବାର ନାହିଁ । ସେହି ଅନୁସାରେ ଉକ୍ତ ଶୃଙ୍ଖଳାଗତ କାର୍ଯ୍ୟବିଧୀ ଏକତରଫା ଭାବେ ସମାପ୍ତ କରିଦିଆଯିବ ବୋଲି ରାଜ୍ୟ ପୋଲିସ ବିଭାଗ ବିଜ୍ଞାପନରେ ସ୍ପଷ୍ଟ କରିଛି।

ଆଇପିଏସ୍ ଏନ.ବି.ଭାରତୀଙ୍କ ବିରୁଦ୍ଧରେ ଆଚରଣ ତ୍ରୁଟି, ନିୟମ ଉଲ୍ଲଂଘନ ଏବଂ କର୍ମକ୍ଷେତ୍ରରେ ଅବହେଳା ଅଭିଯୋଗ ରହିଛି। ଏନେଇ ୨୩ ନଭେମ୍ବର ୨୦୧୭ରେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟବିଧି ଆରମ୍ଭ ହୋଇଥିଲା। ୩ ଜାନୁଆରୀ ୨୦୨୦ରେ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ବିନୟତୋଷ ମିଶ୍ରଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ଏହାପରେ ୩ଟି ଠିକଣାରେ ବାରମ୍ବାର ଚିଠି ପରେ ବି ସେ ଗ୍ରହଣ କରୁନଥିବାରୁ ପବ୍ଲିକ ନୋଟିସ୍ ଜାରି ହୋଇଛି।

Advertisment
IPS Missing Case
Advertisment
Advertisment