Advertisment

ରାଜ୍ୟରେ ଦାରିଦ୍ର୍ୟତା କମୁଛି ହେଲେ, ରାଜ୍ୟ ଅଧିକ ଗରିବ ହେଉଛି

ନୀତି ଆୟୋଗ ରିପୋର୍ଟ କହୁଛି, ଗତ ୫ ବର୍ଷରେ ଦେଶର ଦାରିଦ୍ର୍ୟ ହାର ୨୪.୮୫ । ପ୍ରତିଶତରୁ ଖସି ୧୪.୯୬ ପ୍ରତିଶତରେ ପହଞ୍ଚିଥିବା ବେଳେ ସାଢ଼େ ୧୩ କୋଟି ଲୋକ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Poor Odisha

ରାଜ୍ୟରେ ଦରିଦ୍ରଙ୍କ ସଂଖ୍ୟା କମିଛି, ହେଲେ ଗରିବ ରାଜ୍ୟ ତାଲିକାରେ ଆଉ ଟିକେ ତଳକୁ ଖସିଛି ଓଡ଼ିଶା। ଏକଥା ଆମେ କହୁନୁ, କହୁଛି ନୀତି ଆୟୋଗର ସଦ୍ୟତମ ବହୁମୂଖୀ ଦାରିଦ୍ର୍ୟ ସୂଚକାଙ୍କ। ରିପୋର୍ଟ କହୁଛି, ଓଡ଼ିଶାରୁ ୬୨ ଲକ୍ଷରୁ ଅଧିକ ଲୋକ ଦାରିଦ୍ର୍ୟତାରୁ ବାହାରିଛି, ହେଲେ ଓଡ଼ିଶା ଦେଶର ନବମ ଦରିଦ୍ର ରାଜ୍ୟରୁ ଖସି ଅଷ୍ଟମରେ ପହଞ୍ଚିଛି। ଏକଥା ଜଣାପଡ଼ିବା ପରେ ରାଜ୍ୟରେ ଜୋର ଧରିଛି ରାଜନୀତି।

Advertisment

ରାଜ୍ୟରେ ଗରିବଙ୍କ ସଂଖ୍ୟା କମୁଥିବା ବେଳେ କାହିଁକି ଦରିଦ୍ର ରାଜ୍ୟ ତାଲିକାରେ ଉପରମୁହାଁ ? ନୀତି ଆୟୋଗର ଦ୍ୱିତୀୟ ସଂସ୍କରଣ ବହୁମୂଖୀ ଦାରିଦ୍ର୍ୟ ସୂଚୀରୁ ମିଳିଛି ଏମିତି ଚିନ୍ତାଜନକ ତଥ୍ୟ। ନୀତି ଆୟୋଗ ରିପୋର୍ଟ ଅନୁଯାୟୀ, ୨୦୨୧ରେ ବହୁମୂଖୀ ଦାରିଦ୍ର୍ୟ ସୂଚୀରେ ନବମ ସ୍ଥାନରେ ଥିଲା ଓଡ଼ିଶା। ହେଲେ ସଦ୍ୟତମ ରିପୋର୍ଟରେ ଆଉ ଏକ ସ୍ଥାନ ତଳକୁ ଖସି ଦେଶର ଅଷ୍ଟମ ଗରିବ ରାଜ୍ୟ ପାଲଟି ଯାଇଛି।

ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ଧାରଣ ମାନ ଭଳି ୩ଟି ପ୍ରମୁଖ ମାନଦଣ୍ଡ ଆଧାରରେ ପ୍ରସ୍ତୁତ ଏ ରିପୋର୍ଟ କହୁଛି, ୫ ବର୍ଷ ଭିତରେ ରାଜ୍ୟରେ ୬୨ ଲକ୍ଷ ୬୨ ହଜାର ୮୫୨ ଜଣ ଲୋକ ଦାରିଦ୍ର୍ୟତାରୁ ବାହାରିଛନ୍ତି। ଏ ଅବଧିରେ ରାଜ୍ୟର ଦାରିଦ୍ର୍ୟ ହାର ୨୯.୩୪ ପ୍ରତିଶତ ତୁଳନାରେ ୧୫.୬୮ ପ୍ରତିଶତକୁ ଖସିଛି । ତଥାପି ଏହା ଜାତୀୟ ହାର ୧୪.୯୬ ପ୍ରତିଶତ ତୁଳନାରେ ଅଧିକ ରହିଛି । ସେହିପରି ଏବେ ବି ରାଜ୍ୟର ୫ ଜିଲ୍ଲାରେ ୩୦ ଭାଗରୁ ଅଧିକ ଲୋକ ଦାରିଦ୍ର୍ୟତା ଭିତରେ ଅଛନ୍ତି। ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୪୫.୦୧ ଭାଗ ଲୋକ ଦାରିଦ୍ର୍ୟ ମଧ୍ୟରେ ଜୀବନ ବିତାଉଥିବା ବେଳେ ରାୟଗଡ଼ାରେ ୩୪.୦୩ ପ୍ରତିଶତ, କୋରାପୁଟରେ ୩୩.୫୪ ପ୍ରତିଶତ, ନବରଙ୍ଗପୁରରେ ୩୩.୪୫ ପ୍ରତିଶତ ଓ ମୟୂରଭଞ୍ଜରେ ଦାରିଦ୍ର୍ୟ ହାର ରହିଛି ୩୦.୫୭ ପ୍ରତିଶତ।

Advertisment

ତେବେ ପୁରୀ , ଜଗତସିଂହପୁର, ଖୋର୍ଦ୍ଧା, କଟକ,ଗଞ୍ଜାମ ଭଳି ଜିଲ୍ଲାରେ ଦାରିଦ୍ର୍ୟ ହାର ୧୦ ପ୍ରତଶତ ତଳେ ରହିଛି । ବିଶେଷଜ୍ଞଙ୍କ ମତରେ,ଉପାନ୍ତ ଜିଲ୍ଲା ତୁଳନାରେ ଉପକୂଳ ଜିଲ୍ଲା ସବୁବେଳେ ସରକାରଙ୍କ ଫୋକସରେ ରହୁଛି । ବିଭିନ୍ନ ଯୋଜନାର ଫାଇଦା ଏସବୁ ଜିଲ୍ଲାକୁ ମିଳୁଛି ।

ଏପଟେ ବହୁମୂଖୀ ଦାରିଦ୍ର୍ୟ ସୂଚୀ ପ୍ରକାଶ ପାଇବା ପରେ ଆରମ୍ଭ ହୋଇଛି ରାଜନୀତି। ବିଜେପି କହିଛି, ବିଭିନ୍ନ ଯୋଜନାରେ କେନ୍ଦ୍ରର ବ୍ୟାପକ ଅନୁଦାନ ସତ୍ତ୍ୱେ ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟରେ ଫେଲ ମାରିଛି ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ । କଂଗ୍ରେସ କହିଛି, ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାରେ ପହଞ୍ଚିପାରୁନି ସରକାରଙ୍କ ଯୋଜନା। ଫଳରେ ବଢ଼ି ବଢ଼ି ଚାଲିଛି ଦାରିଦ୍ର୍ୟ । ଜବାବରେ ବିଜେଡି କହିଛି, ରାଜ୍ୟରେ ରେକର୍ଡ ସଂଖ୍ୟକ ଦାରିଦ୍ର୍ୟ କମିଛି । ଯେତେ ଭଲ କଲେ ବି ବିରୋଧୀ ସମାଲୋଚନା ହିଁ କରିବେ।

Congress BJD BJP Odisha Politics
Advertisment
Advertisment