Advertisment

ଚର୍ଚ୍ଚାରେ ରାଇଘରିଆ ଛେଳି; ସୁଆଦିଆ ମାଂସ ପାଇଁ ପ୍ରସିଦ୍ଧ, ଜାଣନ୍ତୁ କଣ ରହିଛି ଫାଇଦା...

ବେଶ୍ ପ୍ରଭାବଶାଳୀ ଛେଳି। ପ୍ରୋଟିନ୍‌ରେ ଭରପୁର ହାଲୁକା ଧୂସର ଓ କଳା-ଧଳା ରଙ୍ଗର ଛେଳିର ରହିଛି ଏକାଧିକ ଫାଇଦା।

author-image
Sujit kumar Swain
undefined

Goat in Raighar

ଛେଳିର ବ୍ୟବହାର କଣ ? ମାସଂ ପାଇଁ...କ୍ଷୀର ପାଇଁ...କିନ୍ତୁ ଏମିତି ଛେଳି ଅଛି ଯାହାର ମଳ ବି କାମରେ ଲାଗେ । ନବରଙ୍ଗପୁର ରାଇଘରିଆ ଛେଳିକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଏହି ବ୍ରିଡର ଛେଳିର ମାଂସ, କ୍ଷୀର ଏମିତିକି ମଳ ବି ବହୁ ମୂଲ୍ୟବାନ। ତେଣୁ ଏବେ ଅପେକ୍ଷା ଏହାକୁ କେବେ ମିଳୁଛି ଜାତୀୟ ମାନ୍ୟତା।

Advertisment

ବେଶ୍ ପ୍ରଭାବଶାଳୀ ଛେଳି। ପ୍ରୋଟିନ୍‌ରେ ଭରପୁର ହାଲୁକା ଧୂସର ଓ କଳା-ଧଳା ରଙ୍ଗର ଛେଳିର ରହିଛି ଏକାଧିକ ଫାଇଦା। ନବରଙ୍ଗପୁରର ରାଇଘରିଆ ଛେଳି। ଭରପୁର ମାଂସଳ ଓ ଏହାର କ୍ଷୀରରେ ରହିଛି ପ୍ରୋଟିନ୍। ରୋଗୀ ଓ ଶିଶୁଙ୍କ ଆବଶ୍ୟକ କରୁଥିବା ସବୁ ଉପଯୋଗୀ ପ୍ରୋଟିନ୍ ରାଇଘରିଆ ଛେଳିର କ୍ଷୀରରେ ରହିଛି। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଥିବାରୁ ରାଇଘରିଆ ଛେଳିକୁ ବର୍ଷ ବର୍ଷ ଧରି ନବରଙ୍ଗପୁର ଓ ଆଖପାଖ ଅଞ୍ଚଳରେ ପାଳି ଆସୁଛନ୍ତି ଲୋକେ।

ମାତ୍ର ୯ ମାସରେ ହୃଷ୍ଟପୃଷ୍ଟ ହେଉ ଯାଉଥିବା ଛେଳି ପ୍ରାୟ ୩୦ କିଲୋ ଓଜନ ଯାଏଁ ପହଞ୍ଚି ଯାଏ। ୭ରୁ ୮ ମାସରେ ଗର୍ଭଧାରଣା କରିବା ସହ ଏକାଥରେ ୨ରୁ ୩ଟି ଛୁଆ ଜନ୍ମ କରେ। ଗାଈର ଗୋବରଠୁ ବି ଉକୃଷ୍ଟ ଏହାର ମଳ। ରାଇଘରିଆ ଛେଳି ବର୍ଷକୁ ୨୦୦ କିଲୋ ମଳ ଦିଏ ଓ ଏହାର ପ୍ରୟୋଗ ଚାଷ ଜମିରେ ଖତ ଭାବେ ବ୍ୟବହାର ଦ୍ବାରା ଅନେକ ଫାଇଦା ମିଳିଥିବା ଚାଷୀ କୁହନ୍ତି। 

Advertisment

ନବରଙ୍ଗପୁର ଜିଲ୍ଲାର ରାଇଘର, ଝରିଗାଁ, ଡାବୁଗାଁ, ଚନ୍ଦାହାଣ୍ଡି ବ୍ଲକରେ ଦେଖା ଯାଉଥିବା ଏହି ଛେଳିକୁ କାହିଁ କେଉଁ କାଳଠୁ ପାଳୁଛନ୍ତି  ଏଠାକାର ଆଦିବାସୀ। ଲୁକାୟିତ ଭାବେ ଥିବା ଏହି ବହୁ ପ୍ରତିଭା ଓ ବହୁ ଫାଇଦା ଯୁକ୍ତ ଛେଳିକୁ ଜାତୀୟ ମାନ୍ୟତା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ନେସନାଲ୍ ବ୍ୟୁରୋ ଅଫ୍ ଜେନେଟିକ୍ସ ରିସର୍ଚ୍ଚ ଏହା ଉପରେ ସମସ୍ତ ଗବେଷଣା ପରେ ମାନ୍ୟତା ଦେବାକୁ ଯୋଜନା କରୁଛି। ଯଦି, ମାନ୍ୟତା ମିଳେ ତାହେଲେ ସାରା ରାଜ୍ୟରେ ଏହି ପ୍ରଜାତି ଛେଳିର ଚାଷ ହୋଇପାରନ୍ତା। 

Health Benefits
Advertisment
Advertisment