Advertisment

ଆଜି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ଧରାବତରଣ; କମ୍ପିଲାଣି ବିଭିନ୍ନ ପୂଜା ମଣ୍ଡପ

ଚମକିଲାଣି ମେଢ ସାଙ୍ଗକୁ ରଙ୍ଗିନ ଆଲୋକର ଫୁଆରା। କେଉଁଠି ଝଟକୁଛି ଫ୍ରେଞ୍ଚ୍ ପ୍ୟାଲେସ୍ ଆଉ କେଉଁଠି ମନମୋହୁଛି ସ୍ବାମୀ ନାରାୟଣମନ୍ଦିର ଆକୃତିର ସୁଦୃଶ୍ୟ ତୋରଣ।

author-image
Sujit kumar Swain
undefined

Durga Puja

ପାର୍ବଣ ମହକରେ ପୂରି ଉଠିଲାଣି ସହର ବଜାର। ଚମକିଲାଣି ମେଢ ସାଙ୍ଗକୁ ରଙ୍ଗିନ ଆଲୋକର ଫୁଆରା। କେଉଁଠି ଝଟକୁଛି ଫ୍ରେଞ୍ଚ୍ ପ୍ୟାଲେସ୍ ଆଉ କେଉଁଠି ମନମୋହୁଛି ସ୍ବାମୀ ନାରାୟଣମନ୍ଦିର ଆକୃତିର ସୁଦୃଶ୍ୟ ତୋରଣ। ଶାରଦୀୟ ପୂଜା କ୍ରମରେ ଆଜି ମଣ୍ଡପରେ ଷଷ୍ଠୀପୂଜା ସହ ବିଲ୍ବବରଣ ଏବଂ ଆସନ୍ତାକାଲି ମହାସପ୍ତମୀରେ ମାଆଙ୍କୁ ଚକ୍ଷୁଦାନ କରାଯିବ। 

Advertisment

ଆପଣ ଯଦି କେବେ ଗୁଜରାଟର ପ୍ରସିଦ୍ଧ ସ୍ବାମୀ ନାରାୟଣ ମନ୍ଦିରକୁ ଯାଇନାହାଁନ୍ତି, ତା’ହେଲେ ତୋରଣ ଦେଖି ଆପଣ ପାଇପାରିବେ ବାସ୍ତବ ଅନୁଭୂତି, ମିଳିବ ପରମ ତୃପ୍ତି। ଦୁର୍ଗାପୂଜା ଆସିଲେ କିଛି ନୂଆ କରିବାର ଝୁଙ୍କ ଭିତରେ ଏଥର ରସୁଲଗଡ଼ ପୂଜା କମିଟି ତିଆରି କରିଛି ଗୁଜରାଟର ସ୍ବାମୀ ନାରାୟଣ ମନ୍ଦିର ଆକୃତିର ତୋରଣ। ୮୫ ଫୁଟ ଉଚ୍ଚ ଏବଂ ୧୫୦ ଫୁଟ୍ ଚଉଡ଼ାର  ତୋରଣକୁ ୩ ମାସ ଧରି ତିଆରି କରିଛନ୍ତି ଓଡ଼ିଆ ଏବଂ ପଶ୍ଚିମବଙ୍ଗର କାରିଗର।

ସେମିତି ବମିଖାଲ ଦୁର୍ଗାପୂଜା କମିଟିର ତୋରଣ। ୬୧ ବର୍ଷରେ ପାଦ ଥାପିଥିବା କମିଟି ଏଥର ତିଆରି କରିଛି ପଞ୍ଜାବର କାପୂର୍ଥାଲା ସ୍ଥିତ ଚର୍ଚ୍ଚିତ ଫ୍ରେଞ୍ଚ୍ ପ୍ୟାଲେସ। ୧୫୦ ଫୁଟ୍ ଚଉଡ଼ା, ୮୫ ଫୁଟ୍ ଉଚ୍ଚତା। ଭିତରେ ରହିଛି କାଚରେ ନିର୍ମିତ ପ୍ୟାଲେସ୍ ଗମ୍ଭୁଜ। ୩ ମାସ ଧରି କଲିକତି କାରିଗର ଏହି ତୋରଣକୁ ତିଆରି କଥିବାବେଳେ ବମିଖାଲ ପୂଜା କମିଟି ଏହାର ଥିମ୍ ରଖିଛି ‘ଜୀବେ ଦୟା’। ମଣ୍ଡପରେ ପଶୁପକ୍ଷୀଙ୍କ ପ୍ରତିକୃତିକୁ ସ୍ଥାନ ଦେଇ ସେମାନଙ୍କ ସଂରକ୍ଷଣ ପାଇଁ ଭିନ୍ନ ସନ୍ଦେଶ ଦେଇଛି।

Advertisment

୪୭ ବର୍ଷରେ ପଦାର୍ପଣ କରିଥିବା ସହିଦ ନଗର ପୂଜା କମିଟି ନିଜସ୍ବ ପରିକଳ୍ପନାରେ ତିଆରି କରିଛି ତୋରଣ। ୧୪୦ ଫୁଟ ଚଉଡ଼ା ଏବଂ ୭୫ ଫୁଟ ଉଚ୍ଚତା ବିଶିଷ୍ଟ ତୋରଣ ସର୍ବଧର୍ମ ସମ୍ମିଳିତର ବାର୍ତ୍ତା ଦେଉଛି। ସେହିପରି କଟକ ରୋଡର ଲକ୍ଷ୍ମୀସାଗର ବ୍ୟବସାୟୀଙ୍କ ପୂଜାମଣ୍ଡପରେ ରାଜସ୍ଥାନ ସନ୍ତୁରଗଡ଼ର ରାଣୀ ପଦ୍ମାବତୀ ପ୍ୟାଲେସ୍ ଢାଞ୍ଚାରେ ନିର୍ମିତ ସୁଉଚ୍ଚ ତୋରଣ ସମସ୍ତଙ୍କୁ ଆକୃଷ୍ଟ କରୁଛି। 

ତୋରଣ ଅପେକ୍ଷା ଜଗତଜନନୀଙ୍କ ଭଳି କି ଭଳି ମେଢ ତିଆରି କରି ଚର୍ଚ୍ଚାରେ ରହୁଥିବା ରୌପ୍ୟନଗରୀ କଟକରେ ଷଷ୍ଠୀରୁ ଦେଖିବାକୁ ମିଳିଲାଣି ମା’ଙ୍କ ଝଲକ୍। କଟକ ତୁଳସୀପୁର ଏବଂ ରାମଗଡ଼ ପୂଜା ମଣ୍ଡପର ନୂତନ ଚାନ୍ଦି ମେଢ଼ ଉଦଘାଟିତ ହୋଇଛି। ସମସ୍ତ ମଣ୍ଡପରେ ଆଜି ଷଷ୍ଠୀ ପୂଜା ସହ ବେଲ ବରଣୀ ପରେ କାଲି ମା’ଙ୍କ ଚକ୍ଷୁଦାନ ଏବଂ ନବପତ୍ରିକା ପୂଜା ହେବ। ଅର୍ଥାତ କାଲିଠୁ ସବୁ ମଣ୍ଡପ ହେବ ଚଳଚଞ୍ଚଳ।

ସେପଟେ ଶକ୍ତିପୀଠରେ ଆଜି ହୋଇଛି ମହାସପ୍ତମୀ ପୂଜା। ମା’କଟକ ଚଣ୍ଡୀ ବଗଳାମୁଖୀ ଏବଂ ଗଡ଼ଚଣ୍ଡୀ ମହାସରସ୍ବତୀ ବେଶରେ ଦର୍ଶନ ଦେଇଛନ୍ତି। ଜଗତସିଂହପୁର ଝଙ୍କଡ଼ବାସିନୀ ମା’ ଶାରଳା ଆଜି ବଡ଼ସିଂହାର ବେଶରେ ଦର୍ଶନ ଦେଇଥିବାବେଳେ ବାଙ୍କୀରେ ମା’ ଚର୍ଚ୍ଚିକା କାଳରାତ୍ରୀ ଏବଂ କାକଟପୁରରେ ମା’ମଙ୍ଗଳା କଳାକଲି ବେଶରେ ଦର୍ଶନ ଦେଇଛନ୍ତି।

Bhubaneswar Durga Puja Festive
Advertisment
Advertisment