Advertisment

Police Encounter in Cuttack: କଟକରେ ଡବଲ୍ ଏନକାଉଣ୍ଟର; ୨ ଅପରାଧୀକୁ ପୋଲିସ ମାରିଲା ଗୁଳି

ଗତକାଲି ବିଳମ୍ବିତ ରାତିରେ ଚୌଦ୍ୱାର ଇନ୍ଦ୍ରାଣୀପାଟଣାରେ ଉଭୟ ଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଚୌଦ୍ୱାର ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ପୋଲିସକୁ ଦେଖି ସେମାନେ ଗୁଳି ଚାଳନା କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Encounter

Encounter

କଟକରେ ଡବଲ୍ ଏନକାଉଣ୍ଟର। ଦୁଇ ଅଭିଯୁକ୍ତକୁ ଏନକାଉଣ୍ଟର କଲା ଚୌଦ୍ୱାର ପୋଲିସ ଓ ସ୍ପେଶାଲ୍ ସ୍କ୍ବାଡ୍ । ସେମାନେ ହେଲେ ହେଲେ କଟାସ ରାଉତ  ଓ ଶୁଭ୍ରଜିତ ପରିଡା। ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ଖସି ପଳାଉଥିଲେ ଦୁଷ୍କର୍ମକାରୀ, ଏନକାଉଣ୍ଟର କଲା ପୋଲିସ

ଗତକାଲି ବିଳମ୍ବିତ ରାତିରେ ଚୌଦ୍ୱାର ଇନ୍ଦ୍ରାଣୀପାଟଣାରେ ଉଭୟ ଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ଚୌଦ୍ୱାର ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ପୋଲିସକୁ ଦେଖି ସେମାନେ ଗୁଳି ଚାଳନା କରିଥିଲେ।

ପୋଲିସ ମଧ୍ୟ ଏହା ପାଲଟା ଜବାବ ଦେଇଥିଲା। ପୋଲିସ ମଧ୍ୟ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲା। ପୋଲିସର ଗୁଳି ସେମାନଙ୍କ ଗୋଡ଼ରେ ବାଜିଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ସେମାନଙ୍କ ନିକଟରୁ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ । କଟାସ ନାଁରେ ବିଭିନ୍ନ ଥାନାରେ ୧୫ ଓ ଶୁଭ୍ରାଂଶୁ ନାଁରେ ୫୦ରୁ ଅଧିକ ମାମଲା ରହିଥିବା ଜଣାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ଏନକାଉଣ୍ଟର, କୁଖ୍ୟାତ ବ୍ରାଉନସୁଗାର ବେପାରୀ ଗୁରୁତର

Cuttack Encounter
Advertisment
Advertisment