• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆସିଲା ନୂଆ ଗାଇଡ୍‌ଲାଇନ୍‌ । ଫେବ୍ରୁଆରୀ ମାସ ପାଇଁ ଜାରି ହେଲା କରୋନା ଗାଇଡଲାଇନ୍‌ । ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଜାରି ହେଲା ଗାଇଡଲାଇନ । ନାଇଟ କର୍ଫ୍ୟୁ ଅବଧି ରାତି ୯ଟା ପରିବର୍ତ୍ତେ ୧୦ଟାରୁ ଆରମ୍ଭ । ରାତି ୧୦ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ ।

ସେହିଭଳି ନଦୀ ଘାଟ, ସମୁଦ୍ର ତଟରେ ଗହଳି କରି ମାଘ ସପ୍ତମୀ ବୁଡ଼ ପକାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଅନ୍ୟପଟେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ସରସ୍ୱତୀ ପୂଜାକୁ ଅନୁମତି ଦିଆଯାଇଛି । ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ କରାଯାଇ ପାରିବ ସରସ୍ୱତୀ ପୁଜା । ସ୍କୁଲ, ଶିକ୍ଷାନୁଷ୍ଠାନ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ସରସ୍ୱତୀ ପୂଜା ଆୟୋଜନ କରାଯାଇ ଗହଳି କରିବାକୁ ଅନୁମତି ନାହିଁ । ତେବେ ଘରେ ରହି ପରିବାର ସହ ସରସ୍ୱତୀ ପୂଜା ପାଳନ ପାଇଁ ପରାମର୍ଶ ଦେଇଛନ୍ତି ଏସ୍‌ଆର୍‌ସି ।

ତେବେ ମନ୍ଦିର ପରିସରରେ ବିନା ଭକ୍ତରେ ମାଘ ସପ୍ତମୀ, ମାଘ ମେଳାକୁ ଅନୁମତି ଦିଆଯାଇଛି । ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲିବାକୁ ମଧ୍ୟ ଅନୁମତି ଦିଆଯାଇଛି । ହେଲେ କୋଭିଡ୍‌ ପ୍ରୋଟୋକଲ ମାନି ଅଫିସ କାର୍ଯ୍ୟ କରିବାକୁ ପରାମର୍ଶ ମଧ୍ୟ ରହିଛି । କୋଭିଡ୍‌ କଟକଣା ଭାଙ୍ଗିଲେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।