• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନାଳକୁ ଟାଣିଲା ସମ୍ପତ୍ତି ଲୋଭ । ସମ୍ଭ୍ରାନ୍ତ ପରିବାରର ଦୁଇ ମହିଳା ଲୋକଲାଜ ସବୁ ଭୁଲିଗଲେ । ଝଗଡ଼ା କରୁ କରୁ ଡ୍ରେନକୁ ଗଳି ପଡ଼ିଲେ ଦୁଇ ଯା । ରାଜସ୍ଥାନର ଆଜମେର ସ୍ଥିତ ବ୍ୟାବରେ ସମ୍ପତ୍ତି ବିବାଦକୁ ନେଇ ଦୁଇ ଜଣ ମହିଳା ମୁହାଁମୁହିଁ ହୋଇଛନ୍ତି । ତେବେ ଝଗଡ଼ା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ, ସେମାନେ କେତେବେଳେ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚି ଯାଇଥିଲେ ଜାଣିପାରିନଥିଲେ । ଆଉ ଝଗଡ଼ା ଯେତେବେଳେ ହାତାହାତି ପର୍ଯ୍ୟନ୍ତ ପହଞ୍ଚିଥିଲା ସେତେବେଳେ ନାଳରେ ଖସିପଡ଼ିଥିଲେ । ହେଲେ ନାଳରେ ପଡ଼ିବା ପରେ ମଧ୍ୟ ସେମାନଙ୍କ ଝଗଡ଼ାରେ ଫୁଲଷ୍ଟପ୍‌ ଲାଗିନଥିଲା । ବରଂ ନଳା ପାଣି ଭିତରେ ମଧ୍ୟ ଧମାଧମ୍‌ ଝଗଡ଼ା ଓ ମାଡ଼ପିଟ୍‌ ଦେଖିବାକୁ ମିଳିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକୁ ଶାନ୍ତ କରି ଉଭୟ ପାର୍ଶ୍ୱକୁ ପୋଲିସ ଷ୍ଟେସନକୁ ନେଇଥିଲା ।

ଆଜମେର ସହରର ଟାଟଗଡ ରାସ୍ତା ନିକଟସ୍ଥ ନାଇରା ପେଟ୍ରୋଲ ପମ୍ପରେ ହଠାତ୍‌ ଲୋକ ଗହଳି ଲାଗିଥିଲା । କାରଣ  ସମ୍ପତ୍ତି ବିବାଦକୁ ନେଇ ଦୁଇ ଯା’ ମଧ୍ୟରେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ । ଦେଖଣାହାରୀ ଉଭୟଙ୍କ ଝଗଡ଼ାକୁ ଉପଭୋଗ କରୁଥିବା ବେଳେ ଦୁଇ ମହିଳାଙ୍କର ସେଥିପ୍ରତି ନଜର ନଥିଲା । ନା ଲାଜ ଥିଲା ନା ଭୟ । ଉଭୟ ଉଭୟଙ୍କର ଚୁଟି ଝିଙ୍କାଝିଙ୍କି, ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ଚାଲିଥିଲେ । ଆଉ ଏହି ଝଗଡ଼ା ଭିତରେ ଉଭୟେ ପଡ଼ିଯାଇଥିଲେ ଡ୍ରେନରେ ।

ଦୁହେଁ ଦୁର୍ଗନ୍ଧ ଏବଂ ମଇଳା ଡ୍ରେନରେ ପଡ଼ିଥିଲେ ମଧ୍ୟ ସେଠାରେ ବି କଳି ଶେଷ ହୋଇନଥିଲା । ଏହି ସମୟରେ ଗୋଟିଏ ପାଖରେ ଥିବା ଜଣେ ଯୁବକ ମଧ୍ୟ ଡ୍ରେନକୁ ଡେଇଁପଡି ଜଣେ ମହିଳାଙ୍କୁ ପିଟିବା ଆରମ୍ଭ କରିଥିଲା । ଏହା ଦେଖି ଆଉ ଜଣେ ଯୁବକ ମଧ୍ୟ ଡ୍ରେନ୍‌କୁ ଡେଇଁ ପଡ଼ିଥିଲେ । ଆଉ ମହିଳାଙ୍କ ମାଡ଼ ମାରୁଥିବା ଯୁବକଙ୍କୁ ଜୋରରେ ମାରିବା ଆରମ୍ଭ କରିଦେଲେ । ତେବେ ସେହି ସମୟରେ ରାସ୍ତାରେ ଯାଉଥିବା ଲୋକଙ୍କ ହସ୍ତକ୍ଷେପ ପରେ ଡ୍ରେନ୍‌ରୁ ମହିଳାମାନଙ୍କୁ ବାହାର କରାଯାଇଥିଲା ।

ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସିଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପାର୍ଶ୍ୱରୁ ଲୋକଙ୍କୁ ପୋଲିସ ଷ୍ଟେସନକୁ ନେଇ ଯାଇଥିଲା । ଆଉ ସେଠାରେ ଉଭୟ ପକ୍ଷ ପରସ୍ପର ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ ରଖିବା ପରେ ପୋଲିସ ଏବେ ଘଟଣାର ତଦନ୍ତ କରୁଛି।

ଥାନା ଅଧିକାରୀଙ୍କ ସୂଚନା ଅନୁସାରେ, ନାଇରା ପେଟ୍ରୋଲ ପମ୍ପ ମାଲିକ ନରେନ୍ଦ୍ର କୁମାର ଆର୍ଯ୍ୟ ଏବଂ ତାଙ୍କ ପରିବାରର ଜଣେ ବିଧବା ମହିଳା ସଙ୍ଗୀତାଙ୍କ ମଧ୍ୟରେ ଅନେକ ଦିନ ଧରି ସମ୍ପତି ପାଇଁ ବିବାଦ ଲାଗି ରହିଛି । ଘଟଣାଦିନ ଦୁଇ ମହିଳାଙ୍କ ମଧ୍ୟରେ ପୁଣି ଝଗଡ଼ା ଆରମ୍ଭ ହୋଇଥିଲା । ଏଥିରେ ଉଭୟ ପକ୍ଷର ଲୋକମାନେ ମଧ୍ୟ ଆହତ ହୋଇଛନ୍ତି । ବର୍ତ୍ତମାନ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି।