• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚନ୍ଦ୍ରୟାନ-୩’ର ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଘୋଷଣା । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ ସଫଟ ଲ୍ୟାଣ୍ଡିଂ କରିବା ଦିବସ ଅଗଷ୍ଟ ୨୩ କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରିବ ଭାରତ । ବେଙ୍ଗାଳୁରୁର ଇସ୍ରୋ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ଏହି ଘୋଷଣା କରିଛନ୍ତି ମୋଦି । ଏଥି ସହିତ ଯେଉଁଠି ଚନ୍ଦ୍ରଯାନ ୩ ଅବତରଣ କରିଛି, ଚନ୍ଦ୍ରର ସେହି ସ୍ଥାନକୁ ଶିବଶକ୍ତି ଏବଂ ଯେଉଁଠି ଚନ୍ଦ୍ରୟାନ ୨ ଅବତରଣ କରିଥିଲା, ତାର ନାଁ ତ୍ରିରଙ୍ଗା ରଖିଛନ୍ତି ମୋଦି । ବିଦେଶ ଗସ୍ତରୁ ଫେରି ଆଜି ସକାଳେ ଇସ୍ରୋ ବୈଜ୍ଞାନିକମାନଙ୍କୁ ଭେଟି ସେମାନଙ୍କୁ ଅଜସ୍ର ପ୍ରଶଂସାରେ ପୋତି ପକାଇବା ସହ ଶୁଭେଚ୍ଛା ଜଣାଇଥିଲେ ।

‘ଇସ୍ରୋ’ର ‘ଟେଲିମେଟ୍ରି ଟ୍ରାକିଙ୍ଗ୍ ଆଣ୍ଡ୍ କମାଣ୍ଡ ନେଟ୍ ୱାର୍କ ମିସନ୍ କଣ୍ଟ୍ରୋଲ୍ କମ୍ପ୍ଲେକ୍ସ୍ ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଦେଶ ଗସ୍ତରୁ ଫେରି ଆଜି ସକାଳେ ସିଧା ବେଙ୍ଗାଳୁରୁରେ ପହଂଚିଥିଲେ, ଆଉ ‘ଚନ୍ଦ୍ରୟାନ- ୩ ଅଭିଯାନ’ରେ କାର୍ଯ୍ୟ କରିଥିବା ଇସ୍ରୋ ବୈଜ୍ଞାନିକମାନଙ୍କୁ ଭେଟି ଅଭିନନ୍ଦନ ଜଣାଇଥିଲେ । ଉଦବୋଧନ ଦେଇ ମୋଦି ଏହି ମିଶନ ସହ ସଂପୃକ୍ତ ବୈଜ୍ଞାନିକମାନଙ୍କୁ ଅଜସ୍ର ପ୍ରସଂଶାରେ ପୋତି ପକାଇଥିଲେ । ଏହି ଅବସରରେ ମୋଦି ଅଗଷ୍ଟ ୨୩ ତାରିଖର ସେହି ଅବିସ୍ମରଣୀୟ ଏବଂ ଐତିହାସିକ ମୂହୁର୍ତ୍ତକୁ ପନେ ପକାଇଥିଲେ । ଏଣିକି ଭାରତରେ ସେ ଦିନଟିକୁ ‘ଜାତୀୟ ମହାକାଶ ଦିବସ’ ଭାବେ ପାଳନ କରାଯିବ ବୋଲି ଘୋଷଣା କରିଥିଲେ ।

ସେହିପରି, ‘ଚନ୍ଦ୍ରୟାନ-୩’ ଜହ୍ନ ରାଇଜର ଯେଉଁଠି ପାଦ ଥାପିଥିଲା ସେହି ସ୍ଥାନର ନାମକରଣ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜିଠୁ ସମଗ୍ର ଦୁନିଆ ସେହି ସ୍ଥାନକୁ ‘ଶିବଶକ୍ତି ପଏଣ୍ଟ’ ନାଁରେ ଜାଣିବ ବୋଲି ଘୋଷଣା କରିଥିଲେ । ‘ଚନ୍ଦ୍ରୟାନ-୨’ ଚନ୍ଦ୍ରପୃଷ୍ଠର ଯେଉଁସ୍ଥାନରେ ‘କ୍ରାସ୍ -ଲ୍ୟାଣ୍ଡିଙ୍ଗ୍ କରିଥିଲା ସେ ସ୍ଥାନର ନାଁ ‘ତିରଙ୍ଗା ପଏଣ୍ଟ’ ଭାବେ ନାମିତ କରାଯାଇଥିବା କହିଛନ୍ତି ମୋଦି ।

‘ଚନ୍ଦ୍ରଯାନ-୩’ ଅଭିଯାନରେ ସାମିଲ ବୈଜ୍ଞାନିକଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ ଭେଟିଥିଲେ । ତେବେ ବିଶେଷ ଭାବେ ଏହି ସଫଳତା ପଛରେ ମହିଳା ବୈଜ୍ଞାନିକମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ମୋଦି । ଏହି ମିଶନରେ ଇସ୍ରୋର ମହିଳା ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ମୋଦି କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଆଜି ସକାଳେ ବିଦେଶ ଗସ୍ତ ସାରି ଭାରତରେ ପହଞ୍ଚିବା ପରେ ପ୍ରଥମେ ସିଧାସଳଖ ଇସ୍ରୋକୁ ଯାଇ ବୈଜ୍ଞାନିକ ମାନଙ୍କୁ ଭେଟିଥିଲେ । ଇସ୍ରୋ ମୁଖ୍ୟ ଏସ. ସୋମନାଥଙ୍କୁ ଆନନ୍ଦରରେ ଆଲିଙ୍ଗନ କରିବା ସହ ବୈଜ୍ଞାନିକଙ୍କ ପରିଶ୍ରମକୁ ସାଲ୍ୟୁଟ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଇସ୍ରୋ ପରିସର ମଧ୍ୟ ବୁଲି ଦେଖିଥିଲେ ।