• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଜଣେ ପୁରୁଷଙ୍କ ଦୁଇଟି ପତ୍ନୀ । ଉଭୟଙ୍କୁ ସମାନ ସମୟ ଦେଉଥିଲେ ସ୍ୱାମୀ । ମାସର ଅଧା ଅଧା ଦିନ କରି ରହୁଥିଲେ ଉଭୟଙ୍କ ପାଖରେ । ପ୍ରଥମ ପତ୍ନୀ ଥିବା ସତ୍ତ୍ୱେ ଦ୍ୱିତୀୟ ବିବାହ କରିବା ଯୋଗୁଁ ବଢ଼ିଥିଲା ସ୍ୱାମୀଙ୍କ ଅଡ଼ୁଆ । କୋର୍ଟରେ ପହଞ୍ଚିଥିଲା ମାମଲା । ଛାଡ଼ପତ୍ର ପାଇଁ ହୋଇଥିଲା ଆବେଦନ । ହେଲେ ତା’ପରେ ହୋଇଥିଲା ଏମିତି କିଛି ଯାହା ଜାଣିଲେ ଆପଣଙ୍କୁ ନିଶ୍ଚୟ ଅଲଗା ଲାଗିବ ।

ଏପରି ଏକ ଘଟଣା ଘଟିଛି ଜଣେ ପୁରୁଷଙ୍କ କ୍ଷେତ୍ରରେ । ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ୱେ ଦ୍ୱିତୀୟ ବିବାହ କରି ହଟହଟ୍ଟା ହୋଇଛନ୍ତି ସ୍ୱାମୀ । ଉଭୟ ସ୍ତ୍ରୀଙ୍କୁ ଦେଇଛନ୍ତି ସମାନ ସମୟ । ଗୋଟିଏ ମାସର ୧୫-୧୫ ଦିନ ଉଭୟଙ୍କ ନିକଟରେ ବ୍ୟକ୍ତି ଜଣକ ରହିଛନ୍ତି । ହେଲେ ତଥାପି ସ୍ୱାମୀଙ୍କ ଅନୁପସ୍ଥିତିକୁ ନେଇ ବଢ଼ିଛି ଦ୍ୱନ୍ଦ୍ୱ ।

ମଧ୍ୟପ୍ରଦେଶର ଉଜ୍ଜାଇନିରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ପ୍ରଥମ ପତ୍ନୀ ଜୀବିତ ଥିବା ସତ୍ତ୍ୱେ ଦ୍ୱିତୀୟ ବିବାହ କରି ସମସ୍ୟା ଫଶିଛନ୍ତି ବ୍ୟକ୍ତି ଜଣକ । ଦ୍ୱିତୀୟ ବିବାହ ପରେ ତାଙ୍କ ପ୍ରଥମ ପତ୍ନୀ ତାଙ୍କ ନିକଟରୁ ଅଲଗା ହେବାକୁ ଚାହିଁନଥିଲେ । ଫଳରେ ଉଭୟଙ୍କୁ ନିକଟରେ ରଖିଥିଲେ ବ୍ୟକ୍ତି ଜଣକ । ହେଲେ ଏକାଠି ସମସ୍ତେ ରହିବା ସମ୍ଭବ ହୋଇପାରିନଥିଲା ।

ତେଣୁ ପ୍ରଥମ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ଦୁଇ ପତ୍ନୀଙ୍କ ସମସ୍ୟା ପାଇଁ ଏକ ଉପାୟ ବାହାର କରାଯାଇଥିଲା । ଗୋଟିଏ ମାସର ୧୫ ଦିନ ପ୍ରଥମ ପତ୍ନୀଙ୍କ ନିକଟରେ ସ୍ୱାମୀ ରହିବା ସହ ଅନ୍ୟ ୧୫ ଦିନ ଦ୍ୱିତୀୟ ପତ୍ନୀଙ୍କ ନିକଟରେ ରହିବା ନେଇ କୁହାଯାଇଥିଲା । ଖାଲି ସେତିକି ନୁହେଁ, ପ୍ରଥମ ପତ୍ନୀଙ୍କ ଦାୟିତ୍ୱ ସହ ତାଙ୍କ ସନ୍ତାନର ଆର୍ଥିକ ଖର୍ଚ୍ଚ ବହନ କରିବେ ବୋଲି ଏକ ଚୁକ୍ତି ହୋଇଥିଲା ।

ପରେ ପରେ ଏହି ଘଟଣା ଦିନକୁ ଦିନ ଆହୁରି ଜଟିଳ ହୋଇଥିଲା । ଫଳରେ ପ୍ରଥମ ପତ୍ନୀ ସ୍ୱାମୀଙ୍କ ନିକଟରୁ ଛଡ଼ପତ୍ର ପାଇଁ ଆବେଦନ କରିଥିଲେ । ବ୍ୟକ୍ତି ଜଣକ ତାଙ୍କ ପ୍ରଥମ ପତ୍ନୀଙ୍କ ସହ ୧୦ ବର୍ଷ ତଳେ ବିବାହ କରିଥିଲେ । ସେହିପରି ଏହି ଘଟଣାକୁ ନେଇ ଦ୍ୱିତୀୟ ପତ୍ନୀ ମଧ୍ୟ ଅତିଷ୍ଟ ହୋଇପଡ଼ିଥିଲେ । ତାଙ୍କ ବାପା-ମା’ଙ୍କ ନିକଟକୁ ଚାଲିଯାଇଥିଲେ । ହେଲେ ଏବେ ଏହି ଘଟଣା ଆପୋଷ ବୁଝାମଣା ପାଇଁ ଉଦ୍ୟମ କରାଯାଉଛି ।