/odishatv-khabar/media/post_attachments/uploadimage/library/16_9/16_9_0/IMAGE_1693059303.jpg)
business odisha awards 2023
ଓଡ଼ିଶା ଟେଲିଭିଜନ୍ ନେଟୱର୍କ ପ୍ରଥମ ଥର ଲାଗି ଆୟୋଜନ କରିଛି ବିଜିନେସ୍ ଓଡ଼ିଶା ଆୱାର୍ଡସ୍ । ଶିକ୍ଷା, ସ୍ୱାସ୍ଥ୍ୟ, ଜୁଏଲାରୀ, ବ୍ୟବସାୟ, ମାନୁଫାକଚରିଂ ଏବଂ ସେବା ଭଳି ୬ଟି କ୍ଷେତ୍ରରେ ଓଡିଶାକୁ ସମୃଦ୍ଧି ପଥରେ ଆଗେଇ ନେଇଥିବା ସଂସ୍ଥାକୁ ସମ୍ମାନିତ କରାଯିବ । ଏହି ସଂସ୍ଥାଗୁଡ଼ିକର ଗୁଣାତ୍ମକ ଉତ୍ପାଦ, ଲୋକାଭିମୁଖୀ ସେବାକୁ ଚିହ୍ନିବା ସହ ଗୋଟିଏ ପ୍ଲାଟଫର୍ମରେ ସେମାନଙ୍କୁ ସମ୍ମାନିତ କରିବା ଲାଗି ଏହି ପୁରସ୍କାରର ଆୟୋଜନ କରିଛି ଓଟିଭି ।
Advertisment
ଆଜି ଭୁବନେଶ୍ୱରରେ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବଲିଉଡ୍ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂ ମଧ୍ୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)