• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୫୮ ବର୍ଷରେ ପରିବାର ଲୋକ ଫେରିପାଇଲେ ମୃତଦେହ । ଆମେ କହୁଛୁ ମେଜର ଜେନେରାଲ ହ୍ୟାରି କ୍ଲେନ୍‌ବେକ୍ ପିକେଟ୍ଟଙ୍କ କଥା । ସେ ଆମେରିକା ସେନାର ଜଣେ ବରିଷ୍ଠ ଅଫିସର ଭାବେ କାର୍ଯ୍ୟରତ ଥିଲେ । ସେ ୱାଲ୍ଡ ଟୁରରେ ବାହାରିଥିବା ବେଳେ ୧୯୬୫ ଭାରତକୁ ଆସିଥିଲେ । ଏହି ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ସେବେଠାରୁ ତାଙ୍କର ମୃତଦେହ ଭାରତରେ ହିଁ ରହିଥିଲା । ଆଉ ଅନେକ ଚେଷ୍ଟା ପରେ ଏହି ସପ୍ତାହରେ ତାଙ୍କ ମୃତଦେହ ପରିବାର ଲୋକଙ୍କ ହସ୍ତାନ୍ତର କରାଯାଇଛି । ଏବେ ତାଙ୍କର ମୃତଦେହ ଆମେରିକାର ଆର୍ଲିଙ୍ଗଟନ୍‌ ନାସନାଲ ସିମେଟ୍ରୀରେ ରଖାଯାଇଛି ।

ମେଜର ଜେନେରାଲ ପିକେଟ, ପ୍ରଥମ ବିଶ୍ୱଯୁଦ୍ଧ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ନିଜେ ଲଢ଼େଇ କରିଛନ୍ତି । ପରେ ସେ ୧୯୬୫ରେ ବିଶ୍ୱ ଭ୍ରମଣରେ ବାହାରିଥିଲେ । ଏହାରି ଭିତରେ ସେ ୧୯୬୫ରେ ଭାରତରେ ପହଞ୍ଚିଥିଲେ । ପଶ୍ଚିମବଙ୍ଗର ଡାର୍ଜିଲିଂରେ ସେ ରହିଥିବା ବେଳେ ତାଙ୍କୁ କାର୍ଡିଆକ୍‌ ଆରେଷ୍ଟ ଆସିଥିଲା । ଆର୍ଥାତ୍‌ ହାର୍ଟ ଆଟାକ୍‌ ଆସିଥିଲା । ଆଉ ସେହି ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ଅନେକ ନିୟମ ଅନୁଯାୟୀ ଅନେକ କାଗଜପତ୍ର ବା ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ମୃତଦେହକୁ ଫେରାଇବାର ଥିଲା । ହେଲେ ସେତେବେଳେ ବିଭିନ୍ନ କାରଣ ପାଇଁ ତାହା ହୋଇପାରିନଥିଲା ।

ଅନ୍ୟପଟେ ଆମେରିକା ସରକାର ଓ ମେଜର ଜେନେରାଲ ପିକେଟ୍‌ଙ୍କ ପରିବାର ଲୋକ, ମୃତଦେହ ପାଇବା ପାଇଁ ଅନେକ ଚେଷ୍ଟା କରିଛନ୍ତି । ହେଲେ ସେଥିରେ ପରିବାର ଲୋକ ବିଫଳ ହୋଇଥିଲେ । ସେବେଠାରୁ ପରିବାର ଲୋକ ଏବଂ ୟୁଏସ୍‌ ସରକାର ମୃତଦେହ ପାଇବା ପାଇଁ ବାରମ୍ବାର ଚେଷ୍ଟା ଚଳାଇଛନ୍ତି । ଆଉ ଏବେ ପ୍ରାୟ ୬ ଦଶନ୍ଧି ପରେ ତାଙ୍କ ଚେଷ୍ଟା ସଫଳ ହୋଇଛି ।