• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଦିଲ୍ଲୀରେ ଉଠିଲା ଲଭ୍‌ ଜିହାଦ୍‌ କଥା । ଝିଅଟିର ବୟସ ମାତ୍ର ୧୬ । ତାକୁ ୨୧ ଥର କରାଯାଇଛି ଭୁଜାଲି ମାଡ଼ । ତା ମୁଣ୍ଡରେ ବି ପଶିଛି ଭୁଜାଲି । ତାପରେ ତଳେ ପଡ଼ିଗଲା ପରେ ତାକୁ ଗୋଇଠା ପରେ ଗୋଇଠା ମରାଯାଇଛି । ଏତିକିରେ ମନ ଶାନ୍ତି ହେଲାନି ଯେ, ବିରାଟ ପଥରରେ ଛେଚି ଛେଚି ତାକୁ ହତ୍ୟା କରାଯାଇଛି । ପାଖାପାଖି ୫ ଥର ଏକ ବିରାଟ ପଥରରେ ଝିଅଟିର ମୁଣ୍ଡକୁ ଛେଚି ଛେଚି ହତ୍ୟା କରାଯାଇଛି । ଆଉ ସବୁଠାରୁ ବଡ଼ କଥା ହେଲା ଏହି ଘଟଣା ଘଟିବା ସମୟ ରାସ୍ତାରେ ଲୋକ ଯିବା ଆସିବା କରୁଥିଲେ । ସାଧାରଣ ଭାବେ ଲୋକେ ଯେମିତି ସବୁବେଳେ ଯାଆନ୍ତି ସେମିତି ଯାଆ ଆସ କରୁଥିଲେ । ହେଲେ କାହାରି କିଛି ଫରକ ପଡ଼ୁନଥିଲା । ସମସ୍ତେ ଏହି ଘଟଣାକୁ ଦେଖି ଅଣଦେଖା କରୁଥିଲେ ।

ଏଭଳି ଏକ ଅମାନବୀୟ ଓ ନିର୍ଦୟ ଘଟଣା ଦିଲ୍ଲୀରୁ ସାମ୍ନାକୁ ଆସିଛି । ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରବିବାର ସନ୍ଧ୍ୟା ବେଳେ ଏହି ଘଟଣା ଘଟିଛି । ଜଣେ ୧୬ ବର୍ଷୀୟ ନାବାଳିକାକୁ ତା’ର ପ୍ରେମିକ ନିର୍ମମ ଭ‌ାବେ ହତ୍ୟା କରିଛି । ଏହି ହତ୍ୟା ଘଟଣାର ପୁରା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

ତେବେ ଅଭିଯୁକ୍ତ ଜଣକ ହେଉଛି ସାହିଲ ସର୍ଫରାଜ୍ । ତାକୁ ପୋଲିସ ଗିରଫ କରିଛି । ସାହବାଦ ଡାଇରୀ ଅଞ୍ଚଳରେ ଥିବା ଝିଅଟିର ଘର ସାମ୍ନାରେ ଏଭଳି ଘଟଣା ଘଟିଛି । ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଏବେ ଗୁଞ୍ଜରଣ ଆରମ୍ଭ ହେଲାଣି ।

ଅନ୍ୟପଟେ ଏହି ଘଟଣାକୁ କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ଦି କେରଳ ଷ୍ଟୋରୀ ସହ ଯୋଡ଼ିଛନ୍ତି ବିଜେପି ନେତା କପିଲ ମିଶ୍ରା । ଟ୍ୱିଟ୍ କରି ସେ ଏହି ଘଟଣାକୁ ନିନ୍ଦା କରିଛନ୍ତି । ସେ ଅଭିଯୁକ୍ତ ଜଣକ ଜଣେ ମୁସଲିମ ବୋଲି କହିଛନ୍ତି । ସେ କରିଥିବା ଟ୍ୱିଟରେ ଲେଖାଯାଇଛି ଯେ, ଏ ଯନ୍ତ୍ରଣାଦାୟକ ହତ୍ୟା ଦିଲ୍ଲୀରେ ଘଟିଛି । ଅନ୍ୟ ଜଣେ ନାବାଳିକା ହିନ୍ଦୁ ଝିଅକୁ ହତ୍ୟା କରାଯାଇଛି । ଗଳି ଗଳିରେ କେତେ କେରଳ କାହାଣୀ ରହିଥିବା ସେ କହିଛନ୍ତି ।

ତେବେ ଦିଲ୍ଲୀ ହତ୍ୟାକାଣ୍ଡକୁ ନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି, ସାହିଲ ଓ ମୃତକଙ୍କ ମଧ୍ୟରେ ସୁସମ୍ପର୍କ ଥିଲା । କିନ୍ତୁ, ଗତକାଲି ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝିଅଟି ତାର ଜଣେ ବାନ୍ଧବୀର ପୁଅ ଜନ୍ମଦିନ ଉତ୍ସବକୁ ଯିବା ବେଳେ ଅଭିଯୁକ୍ତ, ଝିଅ ପଛେ ପଛେ ଯାଇ ତାଙ୍କୁ ଛୁରି ମାରିବା ପରେ ସିମେଟ ଖଣ୍ଡରେ ଛେଚି ପକାଇଥିଲା ।