• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଝାଡଖଣ୍ଡରେ ଏବେ ଦିନକୁ ଦିନ ଲୁଟ୍‌ପାଟ୍‌ ବଢ଼ିବାରେ ଲାଗିଛି । ବିଶେଷ କରି ଚେନ୍‌ ସ୍ନାଚିଂ ସତେ ଯେମିତି ଏକ ନିୟମିତ ଘଟଣା ହୋଇସାରିଲାଣି । ଏହି ଚେନ୍‌ ସ୍ନାଚିଂ ଏବେ ପୋଲିସର ମୁଣ୍ଡ ବିନ୍ଧା ପାଲଟିଲାଣି । ଏମିତିକି ଚେନ୍‌ ସ୍ନାଚରମାନେ ପୋଲିସର ନିଦ ହଜାଇଦେଇଛନ୍ତି । ଗତ ତିନି ମାସ ମଧ୍ୟରେ ପ୍ରାୟ ୧୩ଟି ଚେନ୍‌ ସ୍ନାଚିଂ ଘଟଣା ସାମ୍ନାକୁ ଆସିଛି । ଏବେ ଚୋରମାନଙ୍କ ଆଖି ଚେନ୍‌ ଉପରେ ରହିଥିବା ବେଳେ ବିବାହିତା ମହିଳାଙ୍କ ବେକରେ ପଡ଼ିଥିବା ମଙ୍ଗଳସୂତ୍ର ଉପରେ ମଧ୍ୟ ରହିଛି । ଗତ ମେ’ ୨୪ରେ ଚୋରମାନେ ଦୁଇଜଣ ମହିଳାଙ୍କଠାରୁ ମଙ୍ଗଳସୁତ୍ର ଛଡ଼ାଇ ନେଇଥିବା ଖବର ରହିଛି । ସେଥିରୁ ଜଣେ ମହିଳାଙ୍କ ମଙ୍ଗଳସୁତ୍ରରେ ହୀରା ଲକେଟ୍ ଲାଗିଥିଲା । ଯାହାର ମୂଲ୍ୟ ୭୦ହଜାର ଟଙ୍କାରୁ ଅଧିକ ବୋଲି କୁହାଯାଉଛି ।

ଏବେ ଆସନ୍ତୁ ଜାଣିବା ପୁରା ଘଟଣା...

ରାଞ୍ଚିର ଅବସ୍ଥା ଏବେ ଏମିତି ହୋଇଯାଇଛି ଯେ, ଲୋକମାନେ ନିଛାଟିଆ ରାସ୍ତା ଦେଇ ଯିବାକୁ ଭୟ କରୁଛନ୍ତି । ତେବେ ଆଜି ମଧ୍ୟ ସେମିତି ଦୁଇ ଜଣ ଚୋର, ଜଣେ ମହିଳାଙ୍କଠାରୁ ଚେନ୍‌ ଛିଣ୍ଡାଇ ଫେରାର ହେଉଥିଲେ । ପୋଲିସର ନଜର ସେମାନଙ୍କ ଉପରେ ପଡ଼ିଲା । ଆଉ ପୋଲିସ ସେମାନଙ୍କ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ଧରିଲା। ଧରାପଡ଼ିଥିବା ଦୁଇ ଚୋରଙ୍କ ମଧ୍ୟରୁ ଜଣେ ହେଉଛି ଜାଫର ଆଉ ଜଣେ ହେଉଛି ସଲମାନ । ପୋଲିସକୁ ଦେଖି ସଲମାନ ଚୋରି କରିଥିବା ଚେନ୍‌କୁ ଗିଳି ଦେଇଥିଲା । ଆଉ ତାପରେ ଚୋରର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା । ପୋଲିସ ଏହା ଦେଖି ତାକୁ ମେଡିକାଲରେ ଭର୍ତ୍ତି କରିଥିଲା ।

ଏହି ଘଟଣା ରାଞ୍ଚିର ଡୋରାଣ୍ଡା ଥାନା ଅଧିନ ଡିବଡିହ ପୁଲ ନିକଟରେ ଘଟିଛି। ଏଠାରେ ଜଣେ ମହିଳାଙ୍କଠାରୁ ଚେନ୍‌ ଛିଣ୍ଡାଇ ଜାଫର ଓ ସଲମାନ ବାଇକ୍‌ରେ ଫେରାର ହେବାକୁ ଚେଷ୍ଟା କରୁଥିଲେ । ଏହି ସମୟରେ ସେଠାରେ ଛିଡ଼ା ହୋଇଥିବା ପିସିଆର ଏହା ଦେଖିଥିଲା । ଆଉ ଚୋରମାନଙ୍କୁ ଗୋଡ଼ାଇଥିଲା । ଏକ କିଲୋମିଟର ପରେ ଚୋରଙ୍କୁ କାବୁ କରିଥିଲା ପୋଲିସ । ହେଲେ ଧରାପଡ଼ିବା ଭୟେ ସଲମାନ ଚେନ୍‌ଟିକୁ ଗିଳି ଦେଇଥିଲା । ଏହା ପୋଲିସ ଅଧିକାରୀ ଦେଖିଦେଇଥିଲେ ।

ତେଣୁ ଡିଏସ୍‌ପିଙ୍କ ନିର୍ଦ୍ଦେଶ ପରେ ସଲମାନର ଏକ୍ସରେ କରାଯାଇଥିଲା । ଏଥିରେ ଜଣାପଡ଼ିଥିଲା ଯେ, ତା ଛାତିରେ ଚେନ୍‌ଟି ଅଟକି ଯାଇଛି । ଦୁର୍ଭାଗ୍ୟବଶତଃ ଚେନ୍‌ଟି ପେଟକୁ ନଯାଇ ଛାତିରେ ଅଟକି ଯାଇଥିଲା । ଯେଉଁଥିପାଇଁ ଚୋରଟି କଷ୍ଟ ପାଇବାକୁ ଲାଗିଲା । ଯନ୍ତ୍ରଣାରେ ଛଟପଟ ହେବାରେ ଲାଗିଲା । ପୋଲିସ ବାଧ୍ୟ ହୋଇ ତାକୁ ମେଡିକାଲରେ ଭର୍ତ୍ତି କଲା । ସେଠାରେ ତାର ଚିକିତ୍ସା କଲାଗଲା । ଆଉ ଅପରେସନ୍‌ କରି ଚେନ୍‌ଟିକୁ ବାହାର କରାଗଲା ।