• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ହରିୟାଣାରେ ବିଜେପିର ହ୍ୟାଟ୍ରିକ । ପୁଣି ଥରେ ସରକାର ଗଢିବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ତେବେ କିଭଳି ଦଳ ରେକର୍ଡ ୩ୟ ଥର ଲାଗି ହରିୟାଣାରେ ସଫଳ ହେଲା, ଚାଲନ୍ତୁ ଜାଣିବା ।

୧- ଜାଟ୍ ଫ୍ୟାକ୍ଟର 

ବିଜେପିର ଏହି ଚମକପ୍ରଦ ବିଜୟ ପଛରେ ରହିଛି ଜାଟ୍ ଫ୍ୟାକ୍ଟର । କୁହାଯାଉଥିଲା ଜାଟ୍ ସମୁଦାୟ କଂଗ୍ରେସ ସହ ରହିଛନ୍ତି । ଏପରିକି ଲୋକସଭା ନିର୍ବାଚନ ବେଳେ ଅଧିକାଂଶ ଜାଟ୍ ଭୋଟ କଂଗ୍ରେସ ସପକ୍ଷରେ ଯାଇଥିଲା । ହେଲେ ବିଧାନସଭା ନିର୍ବାଚନ ବେଳେ ପୁରା ଓଲଟା ହୋଇଛି । ଜାଟ୍ ସମୁଦାୟ କଂଗ୍ରେସ ବଦଳରେ  ବିଜେପି ସହ ରହିଛନ୍ତି । ଜାଟ୍ ବହୁଳ  ୩୬ଟି ଆସନ ମଧ୍ୟରୁ ୧୯ଟିରେ ବିଜେପି ସପକ୍ଷରେ ଯାଇଛି। ପୂର୍ବତନ ସହଯୋଗୀ ତଥା ଜେଜେପି ପାର୍ଟି ନେତା ଦୁଷ୍ୟନ୍ତ ଚୌତାଲାଙ୍କଠାରୁ ଅଲଗା ହେବା ଦ୍ବାରା ଏଥର ବିଜେପିକୁ ଫାଇଦା ମିଳିଛି ବୋଲି କୁହାଯାଉଛି । 

୨-ସହରାଞ୍ଚଳ ଭୋଟର

ସହରୀ ଭୋଟର ଏବେ ବି ବିଜେପି ସହ ରହିଛନ୍ତି । ସହର ଭିତ୍ତିକ ଆସନଗୁଡିକରେ ବିଜେପି ବିଜୟ ଲାଭ କରିଛି । 

୩-ଅହିରୱାଲ ଅଞ୍ଚଳରେ ବିଜେପିର ଦବଦବା

ଦକ୍ଷିଣ ହରିୟାଣାର ଅହିରୱାଲ ଅଞ୍ଚଳରେ ବିଜେପିର ଦବଦବା ଏବେ ବି କାଏମ ରହିଛି । ଏହି ଅଞ୍ଚଳରୁ ମିଳିଥିବା ଆସନ ଯୋଗୁଁ ବିଜେପି ୨୦୧୪, ୨୦୧୯ରେ ସରକାର ଗଠନ  କରିବାରେ ସକ୍ଷମ ହୋଇଥିଲା । ଏଥର ମଧ୍ୟ ଅହିରୱାଲ ଅଞ୍ଚଳରେ ଥିବା ୧୧ଟି ଆସନରେ ବିଜେପି କ୍ଲିନ୍ ସୁଇପ୍ କରୁଥିବାର ଟ୍ରେଣ୍ଡ ସାମ୍ନାକୁ ଆସୁଛି ।  ଏପରିକି ହରିୟାଣାର ସାଇବର ହବ୍ ଭାବେ ପରିଚିତ ଗୁରୁଗ୍ରାମରେ ମଧ୍ୟ  ବିଜେପି ବିଜୟୀ ହୋଇଛି । 

୪- ନାୟବ ସିଂ ସୈନୀଙ୍କ ନେତୃତ୍ବ

ନିର୍ବାଚନର ଠିକ୍ ବର୍ଷେ ପୂର୍ବରୁ ମୁଖ୍ୟମନ୍ତ୍ରୀ ହୋଇଥିବା ନାୟବ ସିଂ ସୈନୀଙ୍କ ନେତୃତ୍ବ ଯୋଗୁଁ ବିଜେପିକୁ ସଫଳତା ମିଳିଛି । ବିଜେପି ସୈନୀଙ୍କୁ ନିଜର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଉପସ୍ଥାପିତ କରିଥିଲା । ଆଉ ଏହାର ଫାଇଦା ଦଳକୁ ମିଳିଛି । 

୫- କଂଗ୍ରେସରେ ଗୋଷ୍ଠୀବିବାଦ

କଂଗ୍ରେସରେ ଗୋଷ୍ଠୀବିବାଦ ତଥା ନେତୃତ୍ବ ନେବାର ଲଢେଇ ଯୋଗୁ ନିର୍ବାଚନ ବେଳେ କଂଗ୍ରେସ ଶିବିର ବହୁ ଗୋଷ୍ଠୀରେ ବିଭକ୍ତ ହୋଇଥିଲା ।  ଭୂପିନ୍ଦର ସିଂ ହୁଡା, କୁମାରୀ ଶୈଲଜା, ରଣଦୀପ ସୂର୍ଜେୱାଲା ଏବଂ ଭୂପିନ୍ଦରଙ୍କ ପୁଅ ଦୀପେନ୍ଦର ହୁଡା,  ସମସ୍ତେ ନିଜକୁ କଂଗ୍ରେସର ପ୍ରମୁଖ ଚେହେରା ଭାବେ ଉପସ୍ଥାପିତ କରୁଥିଲେ । 

ଏଥିସହ ଦଳର ଓଭର କନଫିଡେନ୍ସ ପରାଜୟର ପ୍ରମୁଖ କାରଣ ପାଲଟିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now