Advertisment

ଅପରେସନକୁ ୮ଦିନ, ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି

ଉତ୍ତରକାଶୀର ଅନ୍ଧାରୀ ଟନେଲରେ ୮ ଦିନ। ଗତ ୧୨ ତାରିଖରୁ ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅହରହ ଉଦ୍ୟମ।

author-image
Kausik Mohapatra
undefined

Tunnel

ଦିନ ଯେତିକି ଗଡୁଛି, ଉତ୍କଣ୍ଠା ସେତିକି ବଢୁଛି । ଉତ୍ତରାଖଣ୍ଡ ଉତ୍ତରକାଶୀ ସିଲ୍କୟାରା ଟନେଲର ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ୮ ଦିନ ହେଲା ବିଭିନ୍ନ ଉପାୟ କରାଗଲାଣି। ହେଲେ ଏଯାଏଁ ମିଳିନି ସଫଳତା। ତେବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ବିଶେଷଜ୍ଞମାନେ ଉଦ୍ଧାର କାମର ସମୀକ୍ଷା କରିବା ସହ ଏକା ସାଙ୍ଗରେ ୪ଟି ପ୍ଲାନ ଉପରେ କାମ କରିବାକୁ କହିଛନ୍ତି। ଭୁପୃଷ୍ଠ ପରିବହନ ମନ୍ତ୍ରୀ ନିତିନ ଗଡ଼କରି ଏବଂ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାମ ତଦାରଖ କରିଛନ୍ତି।

Advertisment

ଅନ୍ଧାରୀ ଟନେଲରେ ୮ ଦିନ। ଗତ ୧୨ ତାରିଖରୁ ଉତ୍ତରାଖଣ୍ଡ ଉତ୍ତରକାଶୀ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅହରହ ଉଦ୍ୟମ। ତେବେ ଏଯାଏଁ କୌଣସି ସଫଳତା ମିଳିନି। ଦୁଇଟି ଆମେରିକୀୟ ଅଗର ମେସିନ ସହାୟତାରେ ଡ୍ରିଲିଂ କାମ ଚାଲିଛି। ସେହିପରି ଇନ୍ଦୋରରୁ ଆଉ କିଛି ଅତ୍ୟାଧୁନିକ ମେସିନ ଅଣାଯାଇଛି। ଅନ୍ୟପଟେ ଟନେଲ ନିକଟକୁ ଏସବୁ ମେସିନ ନେବା ପାଇଁ ବର୍ଡର ରୋଡ ଅର୍ଗାନାଇଜେନ ନୂଆ ରାସ୍ତା ନିର୍ମାଣ କରିଛି। ଶ୍ରମିକଙ୍କ ନିକଟରେ ପହଞ୍ଚିବା ଲାଗି ଏକାବେଳକେ ୪ଟି ପ୍ଲାନ ଉପରେ କାମ ଚାଲିଛି। ଉଦ୍ଧାର କାମରେ ସାହାଯ୍ୟ କରିବା ଲାଗି ଅନ୍ତର୍ଜାତୀୟ ଟନେଲ ବିଷେଶଜ୍ଞ ପ୍ରଫେସର ଆର୍ନଲଡ ଡିସ୍କ ଭାରତ ଆସୁଛନ୍ତି। ଅନ୍ୟପକ୍ଷରେ ଉଦ୍ଧାର କାମକୁ ଆଉ ୪ରୁ ୫ ଦିନ ଲାଗିବ ବୋଲି କୁହାଯାଉଛି। ତେବେ ଶ୍ରମିକମାନେ ଟନେଲର ଯେଉଁ ସ୍ଥାନରେ ଅଟକି ରହିଛନ୍ତି ତାର ନିର୍ମାଣ କାମ ସରିଛି। ସୌଭାଗ୍ୟବଶତଃ ସେଠାରେ ପାଣି ଓ ବିଦ୍ୟୁତ ରହିଛି। ତେବେ ଖାଦ୍ୟ ନାହିଁ। ୪ ଇଞ୍ଚ ଗୋଲେଇର ଏକ ପାଇପ ଜରିଆରେ ଡ୍ରାଏ ଫ୍ରୁଟ ଓ ଔଷଧ ପଠାଇବାକୁ ଉଦ୍ୟମ କରାଯାଉଥିବା କେନ୍ଦ୍ର ସଡ଼କ ପରିବହନ ସଚିବ ଅନୁରାଗ ଜୈନ କହିଛନ୍ତି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଓ କେନ୍ଦ୍ର ଭୁପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ ଗଡକରି ଘଟଣାସ୍ଥଳକୁ ଯାଇ ଉଦ୍ଧାର କାମର ସମୀକ୍ଷା କରିଛନ୍ତି। ଶ୍ରମିକମାନଙ୍କ ଜୀବନ ବଞ୍ଚାଇବା ଲାଗି ସମସ୍ତ ସମ୍ଭବ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି। ସବୁ ଶ୍ରମିକ କିଭଳ ସୁରକ୍ଷିତ ବାହାରକୁ ଆସିବେ ତାହା ଉତ୍ତରାଖଣ୍ଡ ଓ କେନ୍ଦ୍ର ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ଗଡକରି । ଅନ୍ୟପକ୍ଷରେ ଉଦ୍ଧାର କାମରେ ସାମିଲ ହୋଇଛି ପିଏଓ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ଭାସ୍କର ଖୁଲ୍ୱେ ତ୍ତରକାଶୀରେ ପହଞ୍ଚି ଶ୍ରମିକଙ୍କୁ ବଞ୍ଚାଇବା ଲାଗି ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଅନୁଧ୍ୟାନ କରିଛନ୍ତି।

Advertisment

ଚାରିଧାମ ପ୍ରକଳ୍ପ ଅନ୍ତର୍ଗତ ସିଲ୍କୟାରା ଟନେଲର ଲମ୍ବ ୪ହଜାର ୫୩୧ ମିଟର। ରାଡି ପାସ ଅଞ୍ଚଳ ଦେଇ ଏହା ଗୋଙ୍ଗାତ୍ରୀ ଓ ଯମୁନୋତ୍ରୀକୁ ସଂଯୋଗ କରିବ। ଗତ ୧୨ ତାରିଖରେ ଏହାର ଏକ ଅଂଶ ଭୁଶୁଡି ପଡିବାରୁ ଭିତରେ କାମ କରୁଥିବା ଶ୍ରମିକ ଫସି ରହିଛନ୍ତି।

Tunnel Collapsed
Advertisment
Advertisment