/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704595115.jpg)
Kala Jira Rice
ନାଁ ତାର କଳାଜିରା କିନ୍ତୁ ଦେଖିବାକୁ ଏକଦମ୍ ଧଳା। କୋରାପୁଟରୁ ଏବେ ସାରା ବିଶ୍ୱରେ ପାଇଛି ପରିଚୟ। ଏଇ କିଛି ଦିନ ତଳେ କଳାଜିରା ଚାଉଳକୁ ଜୋଗ୍ରାଫିକାଲ୍ ଇନଡିକେସନ୍ -GI ଟ୍ୟାଗ୍ ମିଳିବା ପରେ ଏବେ କଳାଜିରା ଚାଉଳର ବାସ୍ନା ଚାରିଆଡ଼େ ମହକିଲାଣି। ଦିନେ କୋରାପୁଟ ଭିତରେ ସୀମିତ ଥିବା ଏହି ସ୍ୱାଦ ଏବେ ସାରା ଦେଶରେ ନିଜ ସୁଗନ୍ଧକୁ ବିଛାଇଛି ।
କୋରାପୁଟ ଓ ଆଖପାଖ ଜିଲ୍ଲାରେ ଏହାର ସ୍ୱତନ୍ତ୍ର ଚାହିଦା ରହିଛି। ବିରିୟାନୀ, ଖିରି ପାଇଁ ପ୍ରଥମେ ଏହା ଖୋଜା ପଡ଼େ। ଖାଲି ରୋଷେଇ ବେଳେ ସୁଗନ୍ଧ ନୁହେଁ କଳାଜିରା ଚାଷ ହେଉଥିବା କ୍ଷେତ ପାଖରୁ ବି ଚାଲିଗଲେ ୟେ ଆପଣଙ୍କୁ ନିଜ ପାଖକୁ ଟାଣି ଆଣିବ। ଏବେ କୋରାପୁଟ ଜିଲ୍ଲାରେ ଏହାର ଚାଷ ବି ବଢ଼ିଛି। ଯାହା ମହିଳାଙ୍କୁ ସ୍ୱାବଲମ୍ବୀ ହେବାର ଦେଖାଇଛି ନୂଆ ରାସ୍ତା।
ଆଉ ମଗଜି ଲଡ଼ୁ କଥା ଆହୁରି ନିଆରା । ବର୍ଷ ବର୍ଷର ଅପେକ୍ଷାର ଆବସାନ ଘଟିଛି । ମଗଜି ଲଡ଼ୁକୁ GI ଟ୍ୟାଗ୍ ମିଳିବା ପର ଗନ୍ଦିଆରେ ଢେଙ୍କାନାଳ OUAT ମୁଖ୍ୟ ଓ ଜିଲ୍ଲାପାଳଙ୍କ ସମେତ ଅଞ୍ଚଳବାସୀ ବାଜା ବଜାଇ, ନାଚି ଜାଇ ସେଲିବ୍ରେସନ୍ କରିଛନ୍ତି। ମଈଷି ଖିରରୁ ଛେନା ଓ ପରେ ଚିନି ଗୁଜରାତି ପକାଇ ଏହାକୁ ଦଳା ଯାଏ। ପାଗ ପ୍ରସ୍ତୁତ ହେବା ପରେ ଏହାକୁ ଲଡ଼ୁ ଆକାର ଦିଆଯାଏ। ପାଣି ମିଶୁନଥିବାରୁ ଏହା ବହୁ ଦିନ ଧରି ଯେମିତି କି ସେମିତି ରୁହେ। ଛେନା ଓ ଲଡ଼ୁର ସମିଶ୍ରଣର ସ୍ୱାଦ ମିଳୁଥିବାରୁ ଏହାର ରହିଛି ସ୍ୱତନ୍ତ୍ର ପରିଚୟ।
ଏମିତି ଅନେକ ଲୁକାୟିତ ସ୍ୱାଦକୁ GI ଟ୍ୟାଗ୍ ମିଳିବା ପରେ ଏବେ ଜାତୀୟ ମାନଚିତ୍ରରେ ଓଡ଼ିଶାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)