Advertisment

କଟନୀ ଛଟନୀ ଭୟ ! ମଣ୍ଡିରେ ନଦେଇ ଦଲାଲଙ୍କୁ ଚାଷୀ ବିକୁଛନ୍ତି ଧାନ

ମଣ୍ଡିକୁ ଆସୁନି ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଧାନ । କେଉଁଠି କଟନୀ ଛଟନୀ, କେଉଁଠି ବିଳମ୍ବରେ ଖୋଲିଛି ମଣ୍ଡି ।

author-image
Satyendu Shekher Mishra
Dhana Mandi

Dhana Mandi

ମାଲକାନଗିରି ଜିଲ୍ଲାରେ ଏବର୍ଷ ଭଲ ଅମଳ ହୋଇଥିଲେ ବି ମଣ୍ଡିକୁ ଆସୁନି ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ଧାନ। ମାଲକାନଗିରି ଚିତ୍ରାଙ୍ଗପାଲ୍ଲି ମଣ୍ଡିରେ ୨ ହଜାର କ୍ୱିଣ୍ଟାଲ ଟାର୍ଗେଟ୍ ଥିବାବେଳେ ଆସୁଛି ମାତ୍ର ୧୪ ଶହ କ୍ୱିଣ୍ଟାଲ। ସେପଟେ ବାହାର ରାଜ୍ୟକୁ ବେଧଡକ ଭାବେ ଚାଲିଛି ଧାନ ଚୋରା ଚାଲାଣ। ବାହାର ରାଜ୍ୟକୁ ଚୋରା ଚାଲାଣ ବେଳେ ପୋଲିସ ଅନେକ ଧାନ ବୋଝେଇ ଟ୍ରକ୍ ଜବତ କରିବା ସହ ଫାଇନ ବି କାଟିଛି।

Advertisment

ତେବେ ବିଳମ୍ବରେ ମଣ୍ଡି ଖୋଲିବା ଏବଂ ମଣ୍ଡିରେ କଟନୀ ଛଟନି ହେଉଥିବାରୁ ଚାଷୀ ଦଲାଲଙ୍କୁ ଧାନ ଟେକି ଦେଉଥିବା ଅଭିଯୋଗ ହୋଇଛି। 

ମଣ୍ଡିକୁ ଧାନ କମ୍ ଆସିବା ନେଇ ଲ୍ୟାମ୍ପ କର୍ମଚାରୀ ମଧ୍ୟ ସମାନ ଆଶଙ୍କା ପ୍ରକଟ କରିଛନ୍ତି। ପଡ଼ୋଶୀ ଛତିଶଗଡ଼ରେ ଧାନର ମୂଲ୍ୟ ଅଧିକ ଥିବାରୁ ଚାଷୀମାନେ ଅଧିକ ଦାମରେ ଦଲାଲଙ୍କୁ ଧାନ ବିକ୍ରି କରୁଥିବା ଲ୍ୟାମ୍ପ କର୍ମଚାରୀ କହିଛନ୍ତି। ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ମଣ୍ଡିରେ ସବୁକିଛି ଠିକଠାକ୍ ଚାଲିଛି। ଚାଷୀଙ୍କ ଯେଉଁଠି ଇଛା ସେଠି ଧାନ ବିକିପାରିବେ। 

Advertisment

ଭଦ୍ରକ ବାସୁଦେବପୁରରେ ମଧ୍ୟ ସମାନ ସ୍ଥିତି। ଛତିଶଗଡ଼ ଏବଂ ଆନ୍ଧ୍ର,ଚାଷୀଙ୍କ ଠାରୁ ଧାନ କିଣି ନେବା ପରେ ସରକାର ବିଳମ୍ବରେ ମଣ୍ଡି ଖୋଲିଥିବା ଚାଷୀ ଅଭିଯୋଗ କରିଛନ୍ତି। ଧାନ ଅମଳ ହେବାର ମାସକ ପରେ ମଣ୍ଡି ଖୋଲିଲେ ଲାଭ କଣ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ବାସୁଦେବପୁରରେ ସମସ୍ତ ଜାଗାରେ ମଣ୍ଡି ଖୋଲିଯାଇଛି, ଟୋକନ ମିଳିଲା ପରେ ଧାନ କିଣା ଆରମ୍ଭ ହୋଇଯିବ ବୋଲି ବିଡିଓ କହିଛନ୍ତି। 

Dhana Mandi
Advertisment
Advertisment